ଶିକ୍ଷକ ନିଯୁକ୍ତି ଦାବିରେ ପ୍ରତିବାଦ: ବିଦ୍ୟାଳୟ ଫାଟକରେ ତାଲା, ବାହାରେ ବସିଲେ ଛାତ୍ରୀଛାତ୍ର

ହାଟଡିହୀ,୨୪।୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ବିଦ୍ୟାଳୟ ଫାଟକରେ ସୋମବାର ତାଲା ପଡିଛି। ଫଳରେ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନେ ବିଦ୍ୟାଳୟ ବାହାରେ ଫାଟକ ସମ୍ମୁଖରେ ତଳେ ବସିଛନ୍ତି । ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଛି । ଏ ବାବଦରେ ହାଟଡିହୀ ବିଇଓ ରାଜୀବ ଦଳେଇଙ୍କୁ ପଚାରିବାରୁ ଏପରି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି କି କେହି ତାଙ୍କୁ ଜଣେଇ ନାହାଁନ୍ତି ବୋଲି କହିଛନ୍ତି । ତେବେ ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଫାଟକରେ ତାଲା ପଡିବା, ଛାତ୍ରୀଛାତ୍ର ମାନେ ବାହାରେ ଖୋଲା ଆକାଶ ତଳେ ବସିବା ସମ୍ପର୍କରେ ଖୋଦ ବିଇଓ ଜାଣି ନ ପାରିବା ତାଙ୍କର ଦାୟିତ୍ୱ ଏବଂ କାର୍ଯ୍ୟ ଦକ୍ଷତାକୁ ପଦାରେ ପକାଇଛିl ଭାତ ହାଣ୍ଡିରୁ ଗୋଟେ ଭାତ ଚିପିବା ପରି ଏହି ବ୍ଲକ ଅଞ୍ଚଳରେ ଶିକ୍ଷାଦାନ ବ୍ୟବସ୍ଥା କିପରି ଅଛି ତାହା ସହଜେ ଉକ୍ତ ଘଟଣାରୁ ଅନୁମାନ କରି ହେବ । ସୂଚନା ଯୋଗ୍ୟ, ଏହି ବିଦ୍ୟାଳୟରେ ମୋଟ ୮ଟି ଶ୍ରେଣୀ ଏବଂ ଶିଶୁ ବାଟିକା ଅଛି। ୨୧୪ ଜଣ ଛାତ୍ରୀଛାତ୍ର ଏଠାରେ ଅଧୟନ କରୁଛନ୍ତି ।ପୂର୍ବରୁ ଏଠାରେ ୯ ଜଣ ଶିକ୍ଷକ ଥିଲେ। ଏବେ ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଫଳରେ ଶିକ୍ଷାଦାନ ଠିକ ଭାବେ ହୋଇ ପାରୁନି। ଫଳରେ ଅଭିଭାବକ ଏବଂ ଗ୍ରାମବାସୀ ମାନେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ଚିହ୍ନଟ, କୋଲୋସିୟମଠାରୁ ବି ବଡ଼

କେପ କାନାଭେରାଲ (ଫ୍ଲୋରିଡା),୧୮।୯: ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ସୃଷ୍ଟି ହୋଇଥିବା ନାସାର ‘ଲୁନାର ରେକୋନିସାନ୍ସ ଅର୍ବିଟର’ (ଏଲ୍‌ଆର୍‌ଓ) ମହାକାଶଯାନ ଦ୍ୱାରା ଚିହ୍ନଟ ହୋଇଛି। ରୋମ୍‌ର ପ୍ରସିଦ୍ଧ…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?