ପୋଲିସ ଜୁଲୁମକୁ ବିରୋଧ: ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ଚେତାବନୀ

ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ନିର୍ମାଣ ପ୍ରତିଷ୍ଠାକୁ ନେଇ ପ୍ଲାଣ୍ଟ ବିରୋଧୀ ଓ ସପକ୍ଷବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ସର୍ବଦା ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳୁଛି।
ରବିବାର ସକାଳେ ଅଚାନକ ଭାବେ ଶତାଧିକ ପୋଲିସ ପ୍ରସ୍ତାବିତ ଜିନ୍ଦଲ-ପୋସ୍କୋ ଚିହ୍ନଟ କରିଥିବା ୧୮ ଟି ଗ୍ରାମ ମଧ୍ୟରୁ ଯମୁନା ପୋଷି ପଞ୍ଚାୟତର ସମସ୍ତ ଗାଁ ଓ ରାଜନଗର ପଞ୍ଚାୟତର ନୁଆଖମଣ ଗାଁରେ ପୋଲିସର ଫ୍ଲାଗମାର୍ଚ୍ଚ ଓ କୋଡ଼ଖମଣ ଗ୍ରାମରେ ଶତାଧିକ ପୋଲିସ ପ୍ରବେଶ କରି ବିନା କାରଣରେ ସୁବାଶିନୀ ମହାନ୍ତଙ୍କୁ ଯେଉଁଭଳି ଜୋରଜବରଦସ୍ତି ଟାଣି ଆଣିବାସହ ଅଶ୍ଳୀଳ ବ୍ୟବହାର କରି ଗାଡ଼ିରେ ବସାଇବା ଘଟଣା କୁ ସୋମବାର ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ସଭାପତି ଘନଶ୍ୟାମ ମହାନ୍ତ ଓ ସଂପାଦକ ବେଣୁଧର ସର୍ଦ୍ଦାର ମିଳିତ ଭାବେ ଏକ ପ୍ରେସ ବିବୃତିରେ ଦୃଢ଼ଭାବେ ନିନ୍ଦା କରିଛନ୍ତି।
ଏଥିସହିତ ଜିନ୍ଦଲ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ଚିହ୍ନଟ କରାଯାଇ ଥିବା ୧୮ଟି ଗ୍ରାମରେ ଜଣେ ହେଲେ ସପକ୍ଷବାଦୀ ନ ଥିବାବେଳେ ସପକ୍ଷ ବିପକ୍ଷ ଆଳରେ ପୋଲିସ ଗାଁ ଗାଁରେ ଫ୍ଲାଗମାର୍ଚ୍ଚ କରି ନିରୀହ ନିରସ୍ତ୍ର ଲୋକଙ୍କୁ ତହସିଲଦାରଙ୍କ ଉପସ୍ଥିତିରେ ଭୟଭୀତ କରିବା ଓ ମଦ ମାଂସ ଖୁଆଇ ଲୋକଙ୍କୁ ଗ୍ରାମ ସଭା କରାଇବା ପାଇଁ ପ୍ରଲୋଭିତ କରିବା କାର୍ଯ୍ୟକୁ ମଧ୍ୟ ମଞ୍ଚ ନିନ୍ଦା କରିଛି।

ଭିଟା ମାଟି ଓ ଚାଷଜମି କୌଣସି ପରିସ୍ଥିତିରେ ସେମାନେ ଛାଡ଼ିବେ ନାହିଁ ବୋଲି ଦସ୍ତଖତ ସହ ଜିଲାପାଳ ଓ ତହସିଲଦାରଙ୍କୁ ପ୍ରତ୍ୟେକ ଗ୍ରାମରୁ ଦେବା ସତ୍ତ୍ୱେ ଲୋକଙ୍କୁ ଭୟଭୀତ କରାଇ ବଳପୂର୍ବକ ଜମି ଅଧିଗ୍ରହଣ କରିବା ପାଇଁ ଯେଉଁଭଳି ଭାବେ ପୋଲିସ ଓ ପ୍ରଶାସନର ବଳ ପ୍ରୟାଗ ଘଟଣା ଆରମ୍ଭ ହୋଇଛି। ଏହା ଭାଜପା ସରକାରଙ୍କ ଜନବିରୋଧି କାର୍ଯ୍ୟ ବୋଲି ସମ୍ପାଦକ ଶ୍ରୀ ସର୍ଦ୍ଦାର ଅଭିହିତ କରିଛନ୍ତି। ସରକାର, ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏତାଦୃଶ କାର୍ଯ୍ୟରୁ ନିବୃତ ନ ରହିଲେ ଆଗାମୀ ଦିନରେ ଅପ୍ରୀତିକର ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ମଞ୍ଚ ତରଫରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆନନ୍ଦପୁର ରିଙ୍ଗ୍ ବନ୍ଧ ଘାଇ ହୋଇ ବନ୍ୟା ବିପର୍ଯ୍ୟୟ: ସରକାର-ଜଳସମ୍ପଦ ବିଭାଗ ଉପରେ ବର୍ଷିଲେ ଜୟଦେବ ଜେନା

ଆନନ୍ଦପୁର, ୧।୮(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍ ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟା ବିପର୍ଯ୍ୟୟ ଘଟିବା ପରେ ଶନିବାର ଆନନ୍ଦପୁରରେ କଂଗ୍ରେସ ପକ୍ଷରୁ ଏକ…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri