ସହରାଞ୍ଚଳରେ ଶିଶୁ ଅଧିକାରର ସୁରକ୍ଷା

ଘାସିରାମ ପଣ୍ଡା

 

ଗାଁ ଛାଡ଼ି ସହରକୁ ଆସିଥିବା ପ୍ରତ୍ୟେକ ଲୋକ ସୁବିଧାରେ ନ ଥା’ନ୍ତି। ଭୂମିହୀନ, ଦିନ ମଜୁରିଆମାନେ ରୋଜଗାର ଆଶାରେ ସହରକୁ ଆସନ୍ତି। ଏମାନଙ୍କ ଭିତରୁ କେହି କେହି ଏକା ଆସନ୍ତି। ସହରରେ ଯେନତେନ ଚଳିଯାଇ ରୋଜଗାରରୁ ଅଧିକାଂଶ କିପରି ଘରକୁ ପଠାଯାଇପାରିବ ସେହି ଚେଷ୍ଟାରେ ରୁହନ୍ତି। ଏମାନଙ୍କ ଭିତରୁ ଅନେକେ ବାସହରା ଆକାରରେ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ରାସ୍ତାକଡ଼ରେ ରାତି କାଟି ଦିଅନ୍ତି। ଆଉ ଅନେକେ ପରିବାର ନେଇ ସହରକୁ ଆସନ୍ତି। ରୋଜଗାରର ସ୍ଥିତି ଅନୁସାରେ ଏମାନେ ବସ୍ତି ଅଞ୍ଚଳରେ ଅବା ସେହିପରି ରାସ୍ତାକଡ଼ରେ ରହିବାର ଦେଖିବାକୁ ମିଳେ। ନିଜେ ଅସୁବିଧା ଭିତରେ ରହୁଥିବା ଏହି ପରିବାରର ପିଲାମାନେ ମଧ୍ୟ ଅନେକ ପ୍ରକାରର ବିପଦ ଦେଇ ଗତି କରନ୍ତି। ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବଞ୍ଚିବା, ବିକାଶ, ସୁରକ୍ଷା ଓ ଅଂଶଗ୍ରହଣର ଅଧିକାରରୁ ଏମାନେ ପ୍ରାୟତଃ ବଞ୍ଚିତ ହୁଅନ୍ତି। ନିକଟରେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଭୁବନେଶ୍ୱର, ପୁରୀ, କଟକ, ବ୍ରହ୍ମପୁର ଓ ରାଉରକେଲା ସହରର ରାସ୍ତା କଡ଼ରେ ରହୁଥିବା ଶିଶୁମାନଙ୍କ ସ୍ଥିତିକୁ ନେଇ ଏକ ସର୍ବେକ୍ଷଣ କରିଥିଲେ। ଏହି ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ଅନୁସାରେ ୬ରୁ ୧୪ ବର୍ଷର ୫୭ ଭାଗ ପିଲା ଶିକ୍ଷା ଅଧିକାରରୁ ବଞ୍ଚିତ ହୋଇଛନ୍ତି। ୧୭ ଭାଗ ପିଲା ଏକାକି ରୁହନ୍ତି ଓ ଏଥିଯୋଗୁ ସବୁପ୍ରକାରର ଶୋଷଣର ସମ୍ମୁଖୀନ ହୁଅନ୍ତି। ଏମାନଙ୍କ ମଧ୍ୟରୁ ୪୭ ଭାଗ ପିଲା ନିର୍ଦ୍ଦିଷ୍ଟ ସହରରେ ଗତ ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ହେଲା ରହି ଆସୁଥିଲେ ହେଁ ସେମାନଙ୍କୁ ଚିହ୍ନଟ କରିବା ଓ ପୁନର୍ବାସ ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ଏକ ସୁରକ୍ଷିତ ଆଶ୍ରୟ ସ୍ଥଳିର ସନ୍ଧାନ କରିବାକୁ ଯାଇ ୫୬ ଭାଗ ପିଲା ଏକାଧିକ ସମୟ ନିଜର ରହଣି ସ୍ଥଳ ପରିବର୍ତ୍ତନ କରିଛନ୍ତି। ଏମାନଙ୍କ ଭିତରୁ ୯୦ ଭାଗ ଭିକ୍ଷାବୃତ୍ତି, ଆବର୍ଜନା ଗୋଟେଇବା, ରାସ୍ତା କଡ଼ ଦୋକାନରେ କାମ କରିବାରେ ନିଯୁକ୍ତ ହୋଇଥାନ୍ତି। ବସ୍ତି ଅଞ୍ଚଳରେ ରହୁଥିବା ପିଲାଙ୍କ ଅବସ୍ଥା ମଧ୍ୟ ତଦ୍ରୁପ। ଆଧାର ପ୍ରମାଣପତ୍ର ଅଭାବରେ ଅନେକ ପିଲା ବିଦ୍ୟାଳୟରେ ନାମଲେଖାରୁ ବଞ୍ଚିତ ଅଛନ୍ତି। ବସ୍ତି ଅଞ୍ଚଳରେ ବିଦ୍ୟାଳୟ ନ ଥିବାରୁ ଅନେକଙ୍କୁ ପାଠପଢ଼ିବା ପାଇଁ ତିନିରୁ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡୁଛି। ବାରମ୍ବାର ବସ୍ତିଗୁଡ଼ିକର ଉଚ୍ଛେଦର ପ୍ରଭାବ ମଧ୍ୟ ଏମାନଙ୍କ ଉପରେ ପଡୁଛି। ପରିଣାମ ସ୍ବରୂପ ଅନେକ ପିଲା ବିଦ୍ୟାଳୟ ବାହାରେ ରହୁଛନ୍ତି। ଏହା ସେମାନଙ୍କୁ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ହେବା ପାଇଁ ବାଧ୍ୟ କରିବା ଭଳି ପରିସ୍ଥିତି ସୃଷ୍ଟି କରୁଛି। ଯତ୍ନ ଓ ସୁରକ୍ଷାର ଅଭାବରୁ ଅନେକ ଶିଶୁ ନିଶାର ଶିକାର ଓ ଆପରାଧିକ କାର୍ଯ୍ୟକଳାପରେ ସାମିଲ ହେବାର ପରିଲକ୍ଷିତ ହେଉଛି। ଅନେକ ସମୟରେ ଏମାନେ ମଧ୍ୟ ଅପରାଧର ବାହକ ଭାବରେ ବ୍ୟବହୃତ ହେଉଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ପିଲା ଘର ଛାଡ଼ିବା, ନିଖୋଜ ହେବା ପ୍ରଭୃତି କାରଣରୁ ମଧ୍ୟ ସହରକୁ ଚାଲି ଆସନ୍ତି। ଏମାନଙ୍କୁ ଚାଇଲ୍ଡ ଲାଇନ ଭଳି ସଂସ୍ଥା ଠାବକରି ପୁନର୍ବାସର ପ୍ରୟାସ କରନ୍ତି।
ଦେଶରେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଅବା ଅପରାଧ ସହ ସଂଶ୍ଲିଷ୍ଟ ହେବାର ଅଭିଯୋଗ ଥିବା ପିଲାଙ୍କ ପାଇଁ କିଶୋର ନ୍ୟାୟ ଆଇନ ଓ ସମନ୍ବିତ ଶିଶୁ ସୁରକ୍ଷା ଯୋଜନା ଭଳି ପ୍ରଭାବଶାଳୀ ବ୍ୟବସ୍ଥା ପ୍ରଚଳିତ ହୋଇଛି। ଏଥିପାଇଁ ପଞ୍ଚାୟତ, ବ୍ଲକ ଓ ଜିଲା ସ୍ତରରେ ଶିଶୁ ସୁରକ୍ଷା କମିଟି ସ୍ଥାପନ କରାଯାଇଛି। ସେହିପରି ନିଷ୍ପତ୍ତି ନେବା ପାଇଁ କିଶୋର ନ୍ୟାୟ ବୋର୍ଡ ଓ ଶିଶୁ ମଙ୍ଗଳ କମିଟି ସ୍ଥାପିତ ହୋଇଛି। ଏହି କମିଟି ମାଧ୍ୟମରେ ବିପଦସଙ୍କୁଳ ପିଲାଙ୍କୁ ଚିହ୍ନଟ କରାଯାଇ ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ଉପସ୍ଥାପିତ କରାଯାଏ। ଏହାପରେ କମିଟି ପିଲାର ସର୍ବୋତ୍ତମ ସ୍ବାର୍ଥର ସୁରକ୍ଷା ହୋଇ ପାରିଲା ଭଲି ନିଷ୍ପତ୍ତି ଗ୍ରହଣ କରିଥାଏ ଓ ସେହି ଅନୁସାରେ ପିଲା ପାଖରେ ସହାୟତା ପହଞ୍ଚାଇଥାଏ। ପିଲାଙ୍କ ଅଧିକାରର ସୁରକ୍ଷା ପାଇଁ ଏହି କମିଟିଗୁଡ଼ିକର ଗୁରୁଦାୟିତ୍ୱ ଥିଲେ ବି ରାଜ୍ୟର ସହରାଞ୍ଚଳରେ ଏଯାଏ ଏହା ଗଠିତ ହୋଇପାରିନାହିଁ। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ପିଲାଙ୍କ ସମସ୍ୟା ବ୍ୟାପକ ଓ ବିବିଧ। ୨୦୦୯-୧୦ ମସିହାରୁ ରାଜ୍ୟରେ ସମନ୍ବିତ ଶିଶୁ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲେ ହେଁ କୌଣସି କାରଣରୁ ସହରାଞ୍ଚଳରେ ଏହାର କାର୍ଯ୍ୟାନ୍ବୟନ କରାଯାଇ ପାରିନାହିଁ। ପିଲାଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ସରକାର ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଶିଶୁ ସୁରକ୍ଷା କମିଟି ଗଠନ ସହିତ ସହର ସ୍ତରୀୟ ଏକ କମିଟି ଗଠନ କରିିବାର ଆବଶ୍ୟକତା ରହିଛି। ଏବେ ଆମ ରାଜ୍ୟରେ କେବଳ ଭୁବନେଶ୍ୱରରେ ଏକ ଅତିରିକ୍ତ ଶିଶୁ ମଙ୍ଗଳ କମିଟି କାର୍ଯ୍ୟ କରୁଛି। ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟର ଅନ୍ୟ ମ୍ୟୁନିସିପାଲ କର୍ପୋରେଶନ ଯେପରି କି କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାଠାରେ ମଧ୍ୟ ଅତିରିକ୍ତ ଶିଶୁ ମଙ୍ଗଳ କମିଟି ଗଠନ କରାଯାଇ ପାରିଲେ ପିଲାଙ୍କୁ ନ୍ୟାୟ ଦେବା ତ୍ୱରିତ୍‌ ହେବ।
ସୁବର୍ଣ୍ଣପୁର
ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri