ସହରାଞ୍ଚଳରେ ଶିଶୁ ଅଧିକାରର ସୁରକ୍ଷା

ଘାସିରାମ ପଣ୍ଡା

 

ଗାଁ ଛାଡ଼ି ସହରକୁ ଆସିଥିବା ପ୍ରତ୍ୟେକ ଲୋକ ସୁବିଧାରେ ନ ଥା’ନ୍ତି। ଭୂମିହୀନ, ଦିନ ମଜୁରିଆମାନେ ରୋଜଗାର ଆଶାରେ ସହରକୁ ଆସନ୍ତି। ଏମାନଙ୍କ ଭିତରୁ କେହି କେହି ଏକା ଆସନ୍ତି। ସହରରେ ଯେନତେନ ଚଳିଯାଇ ରୋଜଗାରରୁ ଅଧିକାଂଶ କିପରି ଘରକୁ ପଠାଯାଇପାରିବ ସେହି ଚେଷ୍ଟାରେ ରୁହନ୍ତି। ଏମାନଙ୍କ ଭିତରୁ ଅନେକେ ବାସହରା ଆକାରରେ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ରାସ୍ତାକଡ଼ରେ ରାତି କାଟି ଦିଅନ୍ତି। ଆଉ ଅନେକେ ପରିବାର ନେଇ ସହରକୁ ଆସନ୍ତି। ରୋଜଗାରର ସ୍ଥିତି ଅନୁସାରେ ଏମାନେ ବସ୍ତି ଅଞ୍ଚଳରେ ଅବା ସେହିପରି ରାସ୍ତାକଡ଼ରେ ରହିବାର ଦେଖିବାକୁ ମିଳେ। ନିଜେ ଅସୁବିଧା ଭିତରେ ରହୁଥିବା ଏହି ପରିବାରର ପିଲାମାନେ ମଧ୍ୟ ଅନେକ ପ୍ରକାରର ବିପଦ ଦେଇ ଗତି କରନ୍ତି। ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବଞ୍ଚିବା, ବିକାଶ, ସୁରକ୍ଷା ଓ ଅଂଶଗ୍ରହଣର ଅଧିକାରରୁ ଏମାନେ ପ୍ରାୟତଃ ବଞ୍ଚିତ ହୁଅନ୍ତି। ନିକଟରେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଭୁବନେଶ୍ୱର, ପୁରୀ, କଟକ, ବ୍ରହ୍ମପୁର ଓ ରାଉରକେଲା ସହରର ରାସ୍ତା କଡ଼ରେ ରହୁଥିବା ଶିଶୁମାନଙ୍କ ସ୍ଥିତିକୁ ନେଇ ଏକ ସର୍ବେକ୍ଷଣ କରିଥିଲେ। ଏହି ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ଅନୁସାରେ ୬ରୁ ୧୪ ବର୍ଷର ୫୭ ଭାଗ ପିଲା ଶିକ୍ଷା ଅଧିକାରରୁ ବଞ୍ଚିତ ହୋଇଛନ୍ତି। ୧୭ ଭାଗ ପିଲା ଏକାକି ରୁହନ୍ତି ଓ ଏଥିଯୋଗୁ ସବୁପ୍ରକାରର ଶୋଷଣର ସମ୍ମୁଖୀନ ହୁଅନ୍ତି। ଏମାନଙ୍କ ମଧ୍ୟରୁ ୪୭ ଭାଗ ପିଲା ନିର୍ଦ୍ଦିଷ୍ଟ ସହରରେ ଗତ ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ହେଲା ରହି ଆସୁଥିଲେ ହେଁ ସେମାନଙ୍କୁ ଚିହ୍ନଟ କରିବା ଓ ପୁନର୍ବାସ ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ଏକ ସୁରକ୍ଷିତ ଆଶ୍ରୟ ସ୍ଥଳିର ସନ୍ଧାନ କରିବାକୁ ଯାଇ ୫୬ ଭାଗ ପିଲା ଏକାଧିକ ସମୟ ନିଜର ରହଣି ସ୍ଥଳ ପରିବର୍ତ୍ତନ କରିଛନ୍ତି। ଏମାନଙ୍କ ଭିତରୁ ୯୦ ଭାଗ ଭିକ୍ଷାବୃତ୍ତି, ଆବର୍ଜନା ଗୋଟେଇବା, ରାସ୍ତା କଡ଼ ଦୋକାନରେ କାମ କରିବାରେ ନିଯୁକ୍ତ ହୋଇଥାନ୍ତି। ବସ୍ତି ଅଞ୍ଚଳରେ ରହୁଥିବା ପିଲାଙ୍କ ଅବସ୍ଥା ମଧ୍ୟ ତଦ୍ରୁପ। ଆଧାର ପ୍ରମାଣପତ୍ର ଅଭାବରେ ଅନେକ ପିଲା ବିଦ୍ୟାଳୟରେ ନାମଲେଖାରୁ ବଞ୍ଚିତ ଅଛନ୍ତି। ବସ୍ତି ଅଞ୍ଚଳରେ ବିଦ୍ୟାଳୟ ନ ଥିବାରୁ ଅନେକଙ୍କୁ ପାଠପଢ଼ିବା ପାଇଁ ତିନିରୁ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡୁଛି। ବାରମ୍ବାର ବସ୍ତିଗୁଡ଼ିକର ଉଚ୍ଛେଦର ପ୍ରଭାବ ମଧ୍ୟ ଏମାନଙ୍କ ଉପରେ ପଡୁଛି। ପରିଣାମ ସ୍ବରୂପ ଅନେକ ପିଲା ବିଦ୍ୟାଳୟ ବାହାରେ ରହୁଛନ୍ତି। ଏହା ସେମାନଙ୍କୁ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ହେବା ପାଇଁ ବାଧ୍ୟ କରିବା ଭଳି ପରିସ୍ଥିତି ସୃଷ୍ଟି କରୁଛି। ଯତ୍ନ ଓ ସୁରକ୍ଷାର ଅଭାବରୁ ଅନେକ ଶିଶୁ ନିଶାର ଶିକାର ଓ ଆପରାଧିକ କାର୍ଯ୍ୟକଳାପରେ ସାମିଲ ହେବାର ପରିଲକ୍ଷିତ ହେଉଛି। ଅନେକ ସମୟରେ ଏମାନେ ମଧ୍ୟ ଅପରାଧର ବାହକ ଭାବରେ ବ୍ୟବହୃତ ହେଉଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ପିଲା ଘର ଛାଡ଼ିବା, ନିଖୋଜ ହେବା ପ୍ରଭୃତି କାରଣରୁ ମଧ୍ୟ ସହରକୁ ଚାଲି ଆସନ୍ତି। ଏମାନଙ୍କୁ ଚାଇଲ୍ଡ ଲାଇନ ଭଳି ସଂସ୍ଥା ଠାବକରି ପୁନର୍ବାସର ପ୍ରୟାସ କରନ୍ତି।
ଦେଶରେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଅବା ଅପରାଧ ସହ ସଂଶ୍ଲିଷ୍ଟ ହେବାର ଅଭିଯୋଗ ଥିବା ପିଲାଙ୍କ ପାଇଁ କିଶୋର ନ୍ୟାୟ ଆଇନ ଓ ସମନ୍ବିତ ଶିଶୁ ସୁରକ୍ଷା ଯୋଜନା ଭଳି ପ୍ରଭାବଶାଳୀ ବ୍ୟବସ୍ଥା ପ୍ରଚଳିତ ହୋଇଛି। ଏଥିପାଇଁ ପଞ୍ଚାୟତ, ବ୍ଲକ ଓ ଜିଲା ସ୍ତରରେ ଶିଶୁ ସୁରକ୍ଷା କମିଟି ସ୍ଥାପନ କରାଯାଇଛି। ସେହିପରି ନିଷ୍ପତ୍ତି ନେବା ପାଇଁ କିଶୋର ନ୍ୟାୟ ବୋର୍ଡ ଓ ଶିଶୁ ମଙ୍ଗଳ କମିଟି ସ୍ଥାପିତ ହୋଇଛି। ଏହି କମିଟି ମାଧ୍ୟମରେ ବିପଦସଙ୍କୁଳ ପିଲାଙ୍କୁ ଚିହ୍ନଟ କରାଯାଇ ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ଉପସ୍ଥାପିତ କରାଯାଏ। ଏହାପରେ କମିଟି ପିଲାର ସର୍ବୋତ୍ତମ ସ୍ବାର୍ଥର ସୁରକ୍ଷା ହୋଇ ପାରିଲା ଭଲି ନିଷ୍ପତ୍ତି ଗ୍ରହଣ କରିଥାଏ ଓ ସେହି ଅନୁସାରେ ପିଲା ପାଖରେ ସହାୟତା ପହଞ୍ଚାଇଥାଏ। ପିଲାଙ୍କ ଅଧିକାରର ସୁରକ୍ଷା ପାଇଁ ଏହି କମିଟିଗୁଡ଼ିକର ଗୁରୁଦାୟିତ୍ୱ ଥିଲେ ବି ରାଜ୍ୟର ସହରାଞ୍ଚଳରେ ଏଯାଏ ଏହା ଗଠିତ ହୋଇପାରିନାହିଁ। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ପିଲାଙ୍କ ସମସ୍ୟା ବ୍ୟାପକ ଓ ବିବିଧ। ୨୦୦୯-୧୦ ମସିହାରୁ ରାଜ୍ୟରେ ସମନ୍ବିତ ଶିଶୁ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲେ ହେଁ କୌଣସି କାରଣରୁ ସହରାଞ୍ଚଳରେ ଏହାର କାର୍ଯ୍ୟାନ୍ବୟନ କରାଯାଇ ପାରିନାହିଁ। ପିଲାଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ସରକାର ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଶିଶୁ ସୁରକ୍ଷା କମିଟି ଗଠନ ସହିତ ସହର ସ୍ତରୀୟ ଏକ କମିଟି ଗଠନ କରିିବାର ଆବଶ୍ୟକତା ରହିଛି। ଏବେ ଆମ ରାଜ୍ୟରେ କେବଳ ଭୁବନେଶ୍ୱରରେ ଏକ ଅତିରିକ୍ତ ଶିଶୁ ମଙ୍ଗଳ କମିଟି କାର୍ଯ୍ୟ କରୁଛି। ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟର ଅନ୍ୟ ମ୍ୟୁନିସିପାଲ କର୍ପୋରେଶନ ଯେପରି କି କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାଠାରେ ମଧ୍ୟ ଅତିରିକ୍ତ ଶିଶୁ ମଙ୍ଗଳ କମିଟି ଗଠନ କରାଯାଇ ପାରିଲେ ପିଲାଙ୍କୁ ନ୍ୟାୟ ଦେବା ତ୍ୱରିତ୍‌ ହେବ।
ସୁବର୍ଣ୍ଣପୁର
ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri