ସୁଖର ସନ୍ଧାନ କେଉଁଠି

ମୀରା ବେଉରା

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ। ବିକାଶର ପ୍ରକ୍ରିୟାରେ ପ୍ରାୟ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ମାଙ୍କଡ଼ରୁ ଆସି ଆଜି ମଣିଷରେ ପରିଣତ ହୋଇଛି। ପ୍ରାଗ୍‌ ଐତିହାସିକ ଯୁଗରୁ ଆସି ଅତ୍ୟାଧୁନିକ ଯନ୍ତ୍ରଯୁଗରେ ପଦାର୍ପଣ କରିଛି। ସବୁ କିଛି ମଣିଷ କ୍ଷଣିକରେ ପାଇବାକୁ ଚାହୁଁଛି। ଏତେ ଉନ୍ନତିର ଶିଡି ଚଢ଼ିବା ପରେ ମଧ୍ୟ ଭୟ, ନିଦ୍ରାହୀନତା, କ୍ରୋଧ, ଈର୍ଷା ଭଳି ମାରାମତ୍କ ବ୍ୟାଧିରେ ସେ ଆଜି ଜର୍ଜରିତ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯେଉଁ ମଣିଷ ପ୍ରତିଯୋଗିତା ଭିତ୍ତିରେ ମାରଣାସ୍ତ୍ର ନିର୍ମାଣ କରି ବିଶ୍ୱବାସୀଙ୍କୁ ଆତଙ୍କିତ କରି ଔଦ୍ଧତ୍ୟ, ଅହଂକାରରେ ଫାଟି ପଡୁଥିଲା ସେହି ମଣିଷ ଆଜି ଅଖଣ୍ଡ କ୍ଷମତା, ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନଶୈଳୀକୁ ଆପଣେଇ ଗୋଟିଏ କ୍ଷୁଦ୍ର ଅଦୃଶ୍ୟ ଶତ୍ରୁ କରୋନାର ଭୟରେ କବାଟ କିଳି କାଳାତିପାତ କରୁଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା- ସମଗ୍ର ମଣିଷ ଜାତିକୁ ଏବେ ଆଟମ୍‌ ବମ୍‌ଠାରୁ ମଧ୍ୟ ଭୟଙ୍କର ଆମତ୍ଘାତୀ ଚିନ୍ତାଧାରା ଗ୍ରାସ କରିଛି। ମଣିଷର ଏହି ଚିନ୍ତାଧାରା ମଣିଷକୁ ବିକାଶ ପଥରେ ନେବା ପରିବର୍ତ୍ତେ ଧୀରେ ଧୀରେ ବିନାଶ ଆଡକୁ ନେଇଯାଉଛି। ମଣିଷ ଆପଣା ହସ୍ତେ ଜିହ୍ବା ଛେଦିଲା ପରି ଜାଣି ଶୁଣି ନିଜକୁ ଧ୍ୱଂସ କରିବା ପାଇଁ ଯେପରି ପ୍ରତିଜ୍ଞାବଦ୍ଧ ହୋଇଛି। ଏତେ ସୁଖ ସମୃଦ୍ଧିରେ ଥାଇ ମଧ୍ୟ ପ୍ରତ୍ୟହ ସୁଖର ସନ୍ଧାନରେ ଆର୍ତ୍ତଚିକତ୍ାର କରୁଛି। ଖୋଜୁଛି ପ୍ରକୃତ ସୁଖ କେଉଁଠି ଅଛି। ସୁଖକୁ ଖୋଜି ଖୋଜି ଦୁଃଖକୁ ନିମନ୍ତ୍ରଣ କରି ଆଲିଙ୍ଗନ କରିବାକୁ ବାଧ୍ୟ ହେଉଛି। ବାରମ୍ବାର ସୁଖକୁ ଖୋଜି ଆମତ୍ସମୀକ୍ଷା କରୁଛି। ଭୁଲ୍‌ ରହିଲା କେଉଁଠି? ସୁଖର ସଂଜ୍ଞା ଆଜି ବଦଳି ଯାଇଛି ତା’ପାଇଁ। ଅହେତୁକ ଭୋଗବାଦୀ ଚିନ୍ତାଧାରା ଅତ୍ୟାଧୁନିକ ଜୀବନଶୈଳୀର ମାୟା ଓ ମୋହରେ ପଡ଼ି ସେ ଆଜି ଛଟପଟ ହେଉଛି। ଏହାର ଅନ୍ତ କେଉଁଠି ସେ ଜାଣିପାରୁନି, ଯାହା ଫଳରେ ମାନବବାଦ ସମାଜରୁ ହଜି ହଜି ଯାଉଛି। ମାନବବାଦ ପରିବର୍ତ୍ତେ ପୁଞ୍ଜିବାଦ, ପ୍ରଭୁତ୍ୱବାଦ ସୃଷ୍ଟି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟ ମଣିଷ ମଣିଷକୁ ଭଲ ପାଇପାରୁନି। ଭଲ ପାଇବା ପରିବର୍ତ୍ତେ ତା’ ଭିତରେ ଘୃଣା, ଈର୍ଷା, ଦ୍ୱେଷ ପ୍ରକଟିତ ହୋଇଛି। କିନ୍ତୁ ମଣିଷ ଭୁଲିଯାଉଛି ଭୋଗ ବିଳାସରୁ ମିଳୁଥିବା ଖୁସି ସାମୟିକ। ଚିରନ୍ତନ ଖୁସି କିନ୍ତୁ ନିର୍ବିବାଦୀୟ, ଲାଳସା ବିହୀନ, ଈର୍ଷା ବିହୀନ ଜୀବନରୁ ହିଁ ମିଳିଥାଏ।
କଳିଙ୍ଗ ଯୁଦ୍ଧରେ ମୌର୍ଯ୍ୟ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରେ ଜୟ ଲାଭ କରିଥିଲେ ସୁଦ୍ଧା ଶାନ୍ତି କି ଆନନ୍ଦ ବା ସୁଖ ପାଇ ନ ଥିଲେ। ସେହିଭଳି ଦିଗ୍‌ବିଜୟୀ ଯୋଦ୍ଧା ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡାର ପୃଥିବୀର ଅର୍ଦ୍ଧାଧିକ ଅଂଶ ଜୟ କରି ମଧ୍ୟ ସୁଖ ପାଇ ନ ଥିଲେ। ଗୋଟିଏ ପୃଥିବୀ ମଧ୍ୟ ତାଙ୍କ ପାଖରେ କମ୍‌ ପଡିଯାଇଥିଲା। ସେ ଚାହୁଁଥିଲେ ଆଉ ଗୋଟିଏ ପୃଥିବୀ ଥାଆନ୍ତା କି? ଦୁର୍ଦ୍ଧର୍ଷ ଏକଚ୍ଛତ୍ରବାଦୀ ଅମାପ ଧନସମ୍ପତ୍ତିର ମାଲିକ ହିଟଲରଙ୍କୁ ଏହି ଅହଂକାର ମଧ୍ୟ ସୁଖ ବଦଳରେ ଦୁଃଖ ହିଁ ଦେଇଥିଲା। ଆଜି ସକାରାମତ୍କ ଚିନ୍ତା ବଦଳରେ ମଣିଷ ପାଖରେ ଆମତ୍ଘାତୀ ଚିନ୍ତାଧାରା କାହଁିକି ଆସୁଛି? କାହଁିକି ସେ ପ୍ରତିଯୋଗିତା ଭିତ୍ତିରେ ଗଢିଚାଲିଛି ଗୋଟିଏ ପରେ ଗୋଟିଏ ପରମାଣୁ ବୋମା। ସେ ନିଉକ୍ଲିଅର ବୋମା ହେଉ ଅବା ଜୈବିକ ବୋମାର ଅସ୍ତ୍ର ହେଉ ମଣିଷ ମଣିଷକୁ ଭଲପାଇବା ପରିବର୍ତ୍ତେ ଈର୍ଷା କରି ଘୃଣା କରୁଛି। ପ୍ରତିଯୋଗିତାର ଅହେତୁକ ମୋହରେ ଅନ୍ଧ ହୋଇ ସଫଳତାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରି ସମଗ୍ର ମଣିଷ ଜାତିକୁ ନିଜ ଅକ୍ତିଆରରେ ରଖି ଶାସନ ଡୋରିରେ ବାନ୍ଧିବାକୁ ଚାହୁଛି। ନିଜକୁ ଈଶ୍ୱରର ପ୍ରତୀକ ମହାଶକ୍ତିମାନ ଭାବି ସମଗ୍ର ବିଶ୍ୱକୁ ନିଜ ଅକ୍ତିଆରରେ ରଖିବାକୁ ବୃଥା ଅପଚେଷ୍ଟା କରୁଛି। ନିଃସ୍ବାର୍ଥପର ନିରଅଂହକାର ବଦଳେ ଧୀରେ ଧୀରେ ସ୍ବାର୍ଥପର ହୋଇଯାଉଛି। ପ୍ରତିଯୋଗିତାର ଶିଡି ଚଢି ଚଢି କ୍ରୋଧର ବଶବର୍ତ୍ତୀ ହୋଇ ଏଡେ ଅହଂକାରୀ ହୋଇଯାଇଛି ଯେ ନିଜକୁ ମଧ୍ୟ ଏହି ଆମତ୍ଘାତୀ ଚିନ୍ତାଧାରା ଦ୍ୱାରା ଧ୍ୱଂସ କରିବାକୁ ପଛାଉ ନାହଁି। ଏହି ଚିନ୍ତାଧାରାରୁ ସେ ଯଦି ଓହରି ନ ଯାଏ ତେବେ ଡାଇନୋସର ପ୍ରାଣୀ ଭଳି ଏ ମଣିଷ ଜାତି ଯେ ଦିନେ ପୃଥିବୀ ପୃଷ୍ଠରୁ ଧ୍ୱଂସ ପାଇନଯିବ ଏ କଥା କିଏ କହିବ।
ଜାତି ସଂଘର ‘ଗ୍ଲୋବାଲ ହାପିନେସ୍‌ ଇଣ୍ଡେକ୍ସ’ (ବୈଶ୍ୱିକ ଖୁସି ତାଲିକା)କୁ ଦେଖନ୍ତୁ। ଏଥିରେ ପ୍ରକାଶ ପାଇଛି ଯେ,୨୦୧୯ ମାର୍ଚ୍ଚ ୨୦ରେ ହୋଇଥିବା ସର୍ଭେ ଅନୁଯାୟୀ ଭାରତର ସ୍ଥାନ ୧୪୦। ବିଶ୍ୱର ସର୍ବାଧିକ ଖୁସିର ରାଷ୍ଟ୍ର ହେଉଛି ଫିନ୍‌ ଲାଣ୍ଡ। ଏହାପରେ ଡେନ୍‌ମାର୍କ, ନରୱେ, ଆୟର ଲାଣ୍ଡ, ନେଦେର ଲାଣ୍ଡ ଇତ୍ୟାଦି କ୍ରମାନୁସାରେ ଅଛନ୍ତି। ୨୦୧୮ରେ ଖୁସିର ତାଲିକାରେ ଭାରତର ସ୍ଥାନ ଥିଲା ୧୩୩। ସେହିପରି ୨୦୧୭ରେ ଖୁସି ତାଲିକାରେ ଭାରତର ସ୍ଥାନ ଥିଲା ୧୨୨। ଯଦି ବିଶ୍ଳେଷଣ କରିବା ତେବେ ଜାଣିପାରିବା ବିଶ୍ୱରେ ଖୁସିର ତାଲିକାରେ ଭାରତର ସ୍ଥାନ କ୍ରମାନ୍ବୟରେ ତଳକୁ ତଳକୁ ଆସୁଛି। ବିକାଶରେ ଯେତେ ଆଗକୁ ଗଲେ ମଧ୍ୟ ଆମେ ଖୁସିର ତାଲିକାରେ ତଳକୁ ଖସି ଖସି ଆସିଛୁ। ଏହି ‘ବୈଶ୍ୱିକ ଖୁସି ତାଲିକା’ ଭାରତ ସମେତ ବହୁ ଦେଶ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ , ଯେଉଁମାନେ କେବଳ ଉପତ୍ାଦନର ହାରକୁ ବିକାଶର ମାପ ଦଣ୍ଡ ବୋଲି ଧରି ନେଇଛନ୍ତି। କିନ୍ତୁ ଆମକୁ ଓ ପ୍ରତ୍ୟେକ ମଣିଷକୁ ଖୁସିରେ ରଖିବାକୁ ହେଲେ ସାମାଜିକ ନ୍ୟାୟ, ସମାନତା, ସ୍ବାଧୀନତା, ସହଭାଗିତା ଭଳି ମୂଲ୍ୟବୋଧଗୁଡିକ ପ୍ରତି ଧ୍ୟାନଦେବାକୁ ହେବ। ସମସ୍ତଙ୍କ ଭିତରେ ସ୍ନେହ, ଶ୍ରଦ୍ଧା, ଭଲପାଇବା ବଜାୟ ରଖିବାକୁ ପଡିବ।
ଆମେ କଦାପି ଭୁଲିବା ଉଚିତ ନୁହେଁ ଯେ ସାଧୁ, ସନ୍ଥଙ୍କ ଦେଶ ଭାରତବର୍ଷ ‘ସର୍ବେ ଅମୃତସ୍ୟ ପୁତ୍ରାଃ’ ଏବଂ ‘ବସୁଧୈବ କୁଟୁମ୍ବକମ୍‌’ର ପୃଷ୍ଠଭୂମି ଉପରେ ଦଣ୍ଡାୟମାନ। ଏ ମଣିଷ ଜାତି କେବେ ବୁଝିବ ଯେ ବିଶ୍ୱ ଶାନ୍ତି ପାଇଁ ଆଟମ୍‌ ବମ୍‌ ନୁହେଁ କି ଜୈବିକ ବମ୍‌ ନୁହେଁ, ବିଶ୍ୱ ଶାନ୍ତି ପାଇଁ ଲୋଡା ଆମତ୍ନ ବମ୍‌। ଅର୍ଥାତ୍‌ ଆତ୍ମାକୁ ସୁଖ ଦେଉଥିବା କାର୍ଯ୍ୟ ଯଦି ମଣିଷ ଆପଣେଇବ ତେବେ ସୁଖ ଶାନ୍ତି ଲାଭ କରିବାକୁ ସମର୍ଥ ହେବ। ପରୋପକାର, ଦୟା, ଦାନ, ସ୍ନେହଶୀଳ ମନୋଭାବ ହିଁ ମଣିଷକୁ ଖୁସି ଦିଏ ଅନ୍ୟଥା ଅମାପ ଧନ ସମ୍ପତ୍ତି ଠୁଳ କରି ନିଜର ଆଧିପତ୍ୟ ବିସ୍ତାର କରିବା ଚିନ୍ତାଧାରା ହିଁ ମଣିଷକୁ ଯନ୍ତ୍ରଣା ଦେଇଥାଏ। ଗୌତମ ବୁଦ୍ଧଙ୍କ ଭାଷାରେ କାମନା ହଁି ଦୁଃଖର କାରଣ। ସୁଖରେ ରହିବା ହେଉଛି ଏକ ମାନସିକ ସ୍ଥିତି, ଯାହା ଅନ୍ୟକୁ ଦେଲେ ଏହା ବୃଦ୍ଧି ପାଏ। ସେହି ମଣିଷ ସୁଖୀ ଏବଂ ଆନନ୍ଦ ପ୍ରାପ୍ତ କରେ ଯିଏ ଅନ୍ୟ ପାଇଁ ବଞ୍ଚିଥାଏ, ଅନ୍ୟର ଖୁସିରେ ଖୁସି ଦୁଃଖରେ ଦୁଃଖୀ ହୁଏ। ଯାହାର ହୃଦୟ ବଡ, ମନ ନିର୍ମଳ ହୋଇଥାଏ ତାହା ଅମାପ ଧନ ସମ୍ପତ୍ତି କି ଆଧିପତ୍ୟରେ ନୁହେଁ ବରଂ ଅହଂ ବ୍ରହ୍ମାଽସି ଅର୍ଥାତ୍‌ ମୁ ହିଁ ବ୍ରହ୍ମ ଭାବରୁ ହିଁ ହୋଇଥାଏ। ମଣିଷ ନିଜ ଆମତ୍ା ଭିତରେ ବ୍ରହ୍ମକୁ ଆବିଷ୍କାର କରି ଆମତ୍ା ଭିତରେ ସୁଖକୁ ସନ୍ଧାନ କରି ସମସ୍ତ ପ୍ରାଣୀଙ୍କୁ ସୁଖ ପ୍ରଦାନ କରେ। ସେ ହଁି ମଣିଷ। ଯେ ପର୍ଯ୍ୟନ୍ତ ମଣିଷ ନିଜ ଭିତରେ ଶ୍ରଦ୍ଧାକୁ ଖୋଜି ନ ପାଇଛି ତା’ ଭିତରେ ଆମତ୍ବିଶ୍ୱାସ ନ ଜାଗିଛି, ଚେତନା ଜାଗ୍ରତ ନ ହୋଇଛି ଏବଂ ସେହି ଚେତନାରୁ ତା’ର କର୍ମ, ଚରିତ୍ର ଓ ଲକ୍ଷ୍ୟ ନ ବଦଳିଛି ସେପର୍ଯ୍ୟନ୍ତ ସେ ସୁଖର ସନ୍ଧାନ ପାଇବ ନାହଁି।
ରଘୁନାଥଜୀଉ ମହାବିଦ୍ୟାଳୟ, କଟକ,
ମୋ- ୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri