ମହଙ୍ଗା ପଡ଼ିଲା ନକଲି ଶିକ୍ଷକଙ୍କୁ ସୁରକ୍ଷା

ଯାଜପୁର ଅଫିସ,୨୯।୧୦: ରାଜ୍ୟର ବିଭିନ୍ନ ଶିକ୍ଷା ଜିଲାରେ ଜାଲ୍‌ ପ୍ରମାଣପତ୍ର ମାଧ୍ୟମରେ ବହୁ ଲୋକ ଶିକ୍ଷକତା କରୁଛନ୍ତି। ତାଲିକାଭୁକ୍ତ ନକଲି ଶିକ୍ଷୟିତ୍ରୀଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପୂର୍ବରୁ ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀ ଓ ବିଇଓମାନଙ୍କୁ ଏକାଧିକବାର ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ନାହିଁ। ତେଣୁ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାହିଁକି କଠୋର ପଦକ୍ଷେପ ଗ୍ରହଣ କରା ନ ଯିବ ସେନେଇ ଉତ୍ତର ରଖିବାକୁ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ରିମାଇଣ୍ଡର ନୋଟିସ ଜାରି ହୋଇଛି। ୧୮ା୧୦ା୨୦୨୧ରେ ଡିଇଇର ନିର୍ଦ୍ଦେଶକ ଓଡ଼ିଶାର ୨୩ ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ସମେତ ୫୫ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଜବାବ ତଲବ କରିଛନ୍ତି। ନକଲି ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଓଡିଶା ସିଭିଲ ସର୍ଭିସ (ଓସିଏସ୍‌)(ସିସିଏ) ୧୯୬୨ ଆଇନର ରୁଲ୍‌ ୧୫ ଅନୁଯାୟୀ ଚାକିରିରୁ ବହିଷ୍କାର ଓ ଥାନାରେ ମାମଲା ରୁଜୁ କରିବାକୁ ଗତ ୧ବର୍ଷ ମଧ୍ୟରେ ନିର୍ଦ୍ଦେଶାଳୟ ପକ୍ଷରୁ ୬ଥର ନିର୍ଦ୍ଦେଶ ହୋଇଛି। କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଏପରି କି ନକଲି ଶିକ୍ଷୟିତ୍ରୀ ଓ ଶିକ୍ଷକ ନିଯୁକ୍ତି ବିରୋଧରେ ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲା(୧୮୭୫୨/୨୦୧୮)ରେ ମଧ୍ୟ ଉଚ୍ଚ ଅଦାଲତ ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେଣୁ ଉପରୋକ୍ତ ଡିଇଓ, ଡିପିସି ଓ ବିଇଓଙ୍କ ବିରୋଧରେ କାହିଁକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ ୩୦ା୧୦ା୨୦୨୧ ସୁଦ୍ଧା ଉତ୍ତର ରଖିବାକୁ ଡିଇଇ ନିର୍ଦ୍ଦେଶକ ତାଙ୍କ ପତ୍ରରେ ଚେତାବନୀ ଦେଇଛନ୍ତି। ଏହି ମର୍ମରେ ଜିଲାପାଳମାନଙ୍କୁ ଗୁରୁବାର ଡିଇଇ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚିତ କରାଯାଇଛି।
ଡିଇଇ ପକ୍ଷରୁ ପ୍ରକାଶ ପାଇଥିବା ବର୍ତ୍ତମାନର ସ୍ଥିତି ଅନୁସାରେ ପ୍ରାୟ ୪୩୦ ନକଲି ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି। ସେଥିରୁ ବହୁତ କମ୍‌ ନକଲି ଶିକ୍ଷୟିତ୍ରୀଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେତେକ ଶିକ୍ଷକଙ୍କୁ ମାତ୍ର ନିଲମ୍ବିତ କରାଯାଇ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ସମ୍ପୃକ୍ତ ଅଧିକାରୀମାନେ କୁଣ୍ଠାପ୍ରକାଶ କରୁଛନ୍ତି। ଯାଜପୁର ଜିଲାର ୫ଜଣ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି। ତେବେ ବଲାଙ୍ଗୀର ଜିଲାରେ ସର୍ବାଧିକ ୧୫୦ ନକଲି ଶିକ୍ଷକ ରହିଛନ୍ତି। ଏହି ଶିକ୍ଷକଙ୍କୁ ୨୦୧୮ରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ମିଳିଥିଲା। ତେବେ ବଲାଙ୍ଗୀର ଡିଇଓଙ୍କ ୩୧ା୮ା୨୦୨୧ ତାରିଖର ରିପୋର୍ଟ ଅନୁସାରେ ପ୍ରିୟଙ୍କା ସିଂ, ରାଜେଶ କୁମାର ପାତ୍ର, ପ୍ରଭାସିନୀ ବାରିକ, ରୀତାଞ୍ଜଳି ମେହେର, ସ୍ନେହାଞ୍ଜଳି ସ୍ବାଇଁ, ବନ ମହାନନ୍ଦ, ପ୍ରବୀଣ କୁମାର ସାହୁଙ୍କୁ ନକଲି ବି.ଏଡ୍‌. ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗରେ ବହିଷ୍କାର କରାଯାଇଛି। ଅନ୍ୟ ଶିକ୍ଷକଙ୍କ ନାମରେ ଆଂଶିକ ରିପୋର୍ଟ ଦାଖଲ ହୋଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଏହାବାଦ୍‌ ଭଦ୍ରକ ଜିଲାର ବସୁଦେବପୁର ବ୍ଲକରେ ୪୨ଜଣ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏଯାଏ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅନ୍ୟପକ୍ଷେ ଖୋର୍ଦ୍ଧା ଜିଲା ଭୁବନେଶ୍ୱର ବିଇଓ ଅଧୀନରେ ୨୦, ଗଞ୍ଜାମ ଜିଲାର ବେଗୁନିଆପଡ଼ା, ପୋଲସରା, କବିସୂର୍ଯ୍ୟନଗର, ଛତ୍ରପୁର, ଆସ୍କା ବିଇଓ ଅଧୀନରେ ପ୍ରାୟ ୬୦ ନକଲି ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି। ଏଠାରେ ମଧ୍ୟ ଆଂଶିକ ରିପୋର୍ଟ ଦାଖଲ ହୋଇଛି। ଏହାବ୍ୟତୀତ ସୁନ୍ଦରଗଡ଼, ଝାରସୁଗୁଡ଼ା, କଟକ, ନୟାଗଡ଼, ବାଲେଶ୍ୱର, କନ୍ଧମାଳ, ଖୋର୍ଦ୍ଧା, ଢେଙ୍କାନାଳ, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ, ସମ୍ବଲପୁର, ପୁରୀ, ଗଜପତି, କେନ୍ଦୁଝର, କଳାହାଣ୍ଡି, ନୂଆପଡ଼ା, ଜଗତ୍‌ସିଂହପୁର, ମାଲକାନଗିରି ଓ କୋରାପୁଟ ଡିଇଓ ଅଧୀନରେ ଏକାଧିକ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି। କଟକ ଡିଇଓ ଅନ୍ତର୍ଗତ ଟାଙ୍ଗୀ ଚୌଦ୍ୱାର ବିଇଓ ଅଧୀନ ଜଣେ ଶିକ୍ଷୟିତ୍ରୀଙ୍କ ସିଟି ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିବା ପରେ ତାଙ୍କୁ ଗତ ମାର୍ଚ୍ଚରେ ଭିଆର୍‌ଏସ୍‌ ନେବାକୁ ଅନୁମତି ଦିଆଯାଇଥିଲା। ଏହାପରେ ଗତ ୧୯ା୮ା୨୦୨୧ରେ ତାଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବିଡ଼ମ୍ବନା ଯେ, ରିପୋର୍ଟରେ କେତେଜଣ ଶିକ୍ଷକଙ୍କ ବିରୋଧରେ କେବଳ ଦରମା ବନ୍ଦ କରି ସୀମିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ବାସ୍ତବରେ ରାଜ୍ୟରେ ଉପରୋକ୍ତ ପରିସଂଖ୍ୟାନରୁ ୧୦ ଗୁଣରୁ ଅଧିକ ଜାଲ୍‌ ପ୍ରମାଣପତ୍ର ବଳରେ ନିଯୁକ୍ତି ପାଇଥିବା ଚର୍ଚ୍ଚା ହେଉଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ତଦନ୍ତରୁ ଏହାର ବାସ୍ତବତା ଲୋକଲୋଚନକୁ ଆସିପାରୁ ନାହିଁ ଏବଂ ନକଲି ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁ ନାହିଁ ବୋଲି ବୁଦ୍ଧୀଜୀବୀ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri