Posted inଜାତୀୟ

ଦେହ ବ୍ୟବସାୟ ଏକ ପେଶା: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୬।୫ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଦେହ ବ୍ୟବସାୟକୁ ଏକ ପେଶା ଭାବରେ ସ୍ବୀକାର କରିଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ ଏହି ବୃତ୍ତିରେ ଜଡିତ ଥିବା ବ୍ୟକ୍ତିମାନଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ଆଇନ ଅନୁଯାୟୀ ସେମାନଙ୍କର ସମାନ ସୁରକ୍ଷା କରିବାର ଅଧିକାର ଅଛି। ଏଥି ସହିତ, ଏହି ବୃତ୍ତିରେ ଜଡିତ ଲୋକଙ୍କ ଜୀବନରେ ହସ୍ତକ୍ଷେପ କରିବା ଉଚିତ ନୁହେଁ କିମ୍ବା ଯଦି ଏହି ବୃତ୍ତି ସହ ଜଡିତ ଲୋକମାନେ ଯଦି ବୟସ୍କ ଏବଂ ପାରସ୍ପରିକ ସହମତି ଭିତ୍ତିକ ସମ୍ପର୍କ ରଖନ୍ତି ତେବେ କୋର୍ଟ ସେମାନଙ୍କ ବିରୁଦ୍ଧରେ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ କହିବାର କୌଣସି ଆବଶ୍ୟକତା ନାହିଁ ଏହି ବୃତ୍ତିରେ ଥିବା ପ୍ରତ୍ୟେକ ବ୍ୟକ୍ତି ସମ୍ବିଧାନର ଧାରା ୨୧ ଅନୁଯାୟୀ ଏକ ସମ୍ମାନଜନକ ଜୀବନଯାପନ କରିବାର ଅଧିକାର ପାଇଛନ୍ତି। ଯୌନକର୍ମୀଙ୍କୁ ସମାନ ଆଇନଗତ ସୁରକ୍ଷା ପ୍ରଦାନ କରିବାର ଅଧିକାର ରହିଛି। ଏହା ସ୍ପଷ୍ଟ ଯେ ଯୌନକର୍ମୀମାନେ ବୟସ୍କ ଏବଂ ସେମାନେ ସହମତି ଭିତ୍ତିକ ଯୌନ ସମ୍ପର୍କ ରଖିଥାନ୍ତି।

ଏପରିସ୍ଥଳେ ପୋଲିସ ସେମାନଙ୍କଠାରୁ ଦୂରରେ ରହିବା ଉଚିତ। ସେମାନଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ। ବିଚାରପତି ଏଲ୍‌. ନାଗେଶ୍ୱର ରାଓ, ବି.ଆର୍‌. ଗଭାଇ ଏବଂ ଏ.ଏସ୍‌. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି। ଧାରା ୧୪୨ ଅନୁଯାୟୀ ସ୍ବତନ୍ତ୍ର କ୍ଷମତା ଅନୁଯାୟୀ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଯେତେବେଳେ ବି ପୋଲିସ ଚଢ଼଼ାଉ କରାଯାଏ, ସେତେବେଳେ ଯୌନ କର୍ମୀଙ୍କୁ ଗିରଫ କରାଯିବା କିମ୍ବା ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ ନୁହେଁ। ଯେହେତୁ ଆତ୍ମ ଏବଂ ସହମତି ଭିତ୍ତିକ ଯୌନ ବେଆଇନ ନୁହେଁ।

ତେବେ ବେଶ୍ୟାଳୟ ଚଳାଇବା ଅପରାଧ। ଜଣେ ଯୌନ କର୍ମୀଙ୍କର ସନ୍ତାନ ତାଙ୍କ ମା’ଠାରୁ ଅଲଗା ହେବା ଉଚିତ ନୁହେଁ। ଯୌନ କର୍ମୀ ଏବଂ ସେମାନଙ୍କର ପିଲାମାନେ ମଧ୍ୟ ମୌଳିକ ସୁରକ୍ଷା ଏବଂ ସମ୍ମାନଜନକ ଜୀବନ ପାଇବାକୁ ଅଧିକାର ପାଇଛନ୍ତି। ଯୌନକର୍ମୀଙ୍କୁ ମେଡିକୋ-ଲିଗାଲ ସହାୟତା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଯୌନ କର୍ମୀମାନେ ଯୌନ ଅପରାଧର ଶିକାର ହୁଅନ୍ତି, ତେବେ ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା, ମେଡିକୋ-ଲିଗାଲ ପ୍ରଦାନ କରାଯିବା ଉଚିତ।

ଏହା ଜଣାପଡିଛି ଯେ ଯୌନ କର୍ମୀଙ୍କ ପ୍ରତି ପୋଲିସର ମନୋଭାବ ଭଲ ନୁହେଁ। ସେମାନେ ଅନେକ ସମୟରେ ଭଙ୍ଗାରୁଜା ତଥା ହିଂସା ଘଟାଉଛନ୍ତି।

ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇ ଖଣ୍ଡପୀଠ କହିଛନ୍ତି ଯେ ଗଣମାଧ୍ୟମ ଯୌନ କର୍ମୀଙ୍କ ପରିଚୟ ପ୍ରକାଶ କରିବା ଉଚିତ ନୁହେଁ । ଯଦି ସେମାନଙ୍କୁ ଗିରଫ କରାଯାଏ କିମ୍ବା ସେମାନଙ୍କ ଘର ଉପରେ ଚଢ଼ାଉ କରାଯାଏ କିମ୍ବା ସେମାନଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ ହୁଏ, ତେବେ ପୀଡିତା କିମ୍ବା ଦୋଷୀ ଭାବରେ ତାଙ୍କ ନାମ ସାର୍ବଜନୀନ କରାଯିବା ଉଚିତ ନୁହେଁ। ତାଙ୍କର କୌଣସି ଫଟୋ କିମ୍ବା ଭିଡିଓ ମଧ୍ୟ ସାର୍ବଜନୀନ କରାଯିବା ଉଚିତ ନୁହେଁ। ଯାହା ଦ୍ୱାରା ତାଙ୍କର ପରିଚୟ ସାର୍ବଜନୀନ ହୋଇପାରିବ। ଏହା ସହିତ ଖଣ୍ଡପୀଠ ସ୍ପଷ୍ଟ ଭାବେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ଯୌନକର୍ମୀମାନେ ଗର୍ଭ ନିରୋଧ ବ୍ୟବହାର କରନ୍ତି, ତେବେ ଏହାକୁ ପ୍ରମାଣ ଭାବରେ ବ୍ୟବହାର କରନ୍ତୁ ନାହିଁ ।

ଆଇନ ଏବଂ ସଂସ୍କାର ଆଣିବା ପାଇଁ କେନ୍ଦ୍ର ଏବଂ ରାଜ୍ୟମାନେ ଯୌନ କର୍ମୀ କିମ୍ବା ସେମାନଙ୍କ ପ୍ରତିନିଧୀଙ୍କୁ ଜଡିତ କରିବା ଉଚିତ ବୋଲି ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। କୋର୍ଟର ଏହି ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଉଛି । କୋର୍ଟଙ୍କ ଏହି ନିଷ୍ପତ୍ତି ଦେହ ବ୍ୟବସାୟ ସହ ଜଡିତ ଲୋକଙ୍କ ପାଇଁ ଆଗାମୀ ଦିନରେ ଉପଯୋଗୀ ସାବସ୍ତ୍ୟ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?