ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି ଘନେଇଲା…

ଇସଲାମାବାଦ, ୨୬।୫ : ପାକିସ୍ତାନର ଇସଲାମାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିକୁ ଅଟକାଇବା ବେଳେ ପୋଲିସ ଏବଂ ପିଟିଆଇ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଇସଲାମାବାଦର ମେଟ୍ରୋ ଷ୍ଟେଶନରେ ବିସ୍ଫୋରଣ ଘଟିଥିବାର ଖବର ଆସିଛି। ଅନେକ ସ୍ଥାନରେ ପିଟିଆଇ କାର୍ଯ୍ୟକର୍ତ୍ତା ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ସଂଘର୍ଷ ହେବାରେ ଲାଗିଛି। ଏହାଦ୍ୱାରା ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି। ପରିସ୍ଥିତି ଧୀରେୀଧୀରେ ଅଣାୟତ୍ତମୁହାଁ ହେବାରେ ଲାଗିଛି।

ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଇସଲାମାବାଦରେ ସେନା ନିୟୋଜିତ କରି ଏକ ରେଡ ଜୋନ ଘୋଷଣା କରିଛନ୍ତି।

ବୁଧବାର ଦିନ ଆରମ୍ଭ ହୋଇଥିବା ଇମ୍ରାନଙ୍କ ରାଲିକୁ ଇସଲାମାବାଦରେ ପ୍ରବେଶ ନକରିବା ପାଇଁ ପୋଲିସ ରାସ୍ତା ଅବରୋଧ କରିଥିଲା, ତଥାପି କାର୍ଯ୍ୟକର୍ତ୍ତାମାନେ ଏଥିରେ ସହମତ ନଥିଲେ। ଫଳରେ ପୋଲିସ ସହ ସେମାନଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ସରକାର ଏହି ସମାବେଶକୁ ନିଷିଦ୍ଧ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ’ଆଜାଦି ମାର୍ଚ୍ଚ’ ପାଇଁ ପିଟିଆଇକୁ ବିକଳ୍ପ ସ୍ଥାନ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଇସଲାମାବାଦ ରାଜରାସ୍ତାରେ ପିଟିଆଇ କର୍ମୀଙ୍କ ଭିଡ ଜମିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ ତାଙ୍କ ସମର୍ଥକଙ୍କ ସହ ରାଲି କରୁଥିବାବେଳେ ଏହାକୁ ଶାସକ ଦଳ ବାରଣ କରିଛନ୍ତି। ଫଳରେ ଦେଶରେ ସ୍ଥିତି ସଙ୍କଟ ଜନକ ହେବା ସହିତ ରାଜନୈତିକ ଅଚଳାବସ୍ଥା ଜାରି ରହିଛି। ପୋଲିସ ସହିତ ସଂଘର୍ଷ ପରେ ପିଟିଆଇର ସମର୍ଥକମାନେ ଇସଲାମାବାଦର ମେଟ୍ରୋ ଷ୍ଟେଶନରେ ନିଆଁ ଲଗାଇ ଦେଇଛନ୍ତି। ଇମ୍ରାନଙ୍କ ଦଳ ଏବଂ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନରେ ଗୃହଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଛି।

ବୁଧବାର ବିଳମ୍ବିତ ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କର ଲକ୍ଷ ଲକ୍ଷ ସମର୍ଥକଙ୍କ ସହ ଇସଲାମାବାଦ ନିକଟରେ ଅବସ୍ଥିତ ଡି-ଚୌକରେ ପହଞ୍ଚିଥିଲେ। ଗୁରୁବାରଠାରୁ ସେ ସେଠାରେ ଏକ ଧାରଣା ଦେବାର ଘୋଷଣା କରିଛନ୍ତି। କର୍ମୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆମେ ରାଜନୀତି ନୁହେଁ ଜିହାଦ କରିବାକୁ ବାହାରିଛୁ। ରାତି ୨ଟା ୩୦ରେ ଡି-ଚୌକରେ ଗୁଳି ଚାଳନାର ଖବର ମିଳିଛି।

ପଞ୍ଜାବ ପ୍ରଦେଶର ସିନେଟର ଏଓନ ଅବ୍ବାସ ବୁପିଙ୍କ ଅନୁଯାୟୀ, ଇସଲାମାବାଦର ଡି-ଚୌକରେ ରାତି ୨ଟା ୩୦ ସମୟରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ପିଟିଆଇ ଟୁଇଟ କରି କହିଛି, ପାକିସ୍ତାନବାସୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି।

ଅନେକ ସ୍ଥାନରେ ସରକାର ୧୪୪ ଧାରା ଲାଗୁ କରିଛନ୍ତି। ଯାହା ଦ୍ୱାରା ଲୋକମାନେ ବହୁ ସଂଖ୍ୟାରେ ଏକାଠି ହେବା ବନ୍ଦ ହୋଇଯିବ। ପଞ୍ଜାବ ଗୃହ ସଚିବ ସୟଦ ଅଲି ମୁର୍ତାଜା କହିଛନ୍ତି ଯେ ବୃହତ୍ତମ ପ୍ରଦେଶରେ ଶାନ୍ତି ପାଇଁ ପାରାମିଲିଟାରୀ ରେଞ୍ଜରମାନଙ୍କୁ ଡକାଯାଇଛି। ଇସଲାମାବାଦରେ ୪ ହଜାରରୁ ଅଧିକ ପୋଲିସ ଡକାଯାଇଛି। ଲାହୋର, ରାୱଲପିଣ୍ଡି ଏବଂ ଇସଲାମାବାଦର ଅନେକ ପ୍ରମୁଖ ରାସ୍ତାରେ ଯାତାୟାତ ଅବରୋଧ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଇସଲାମାବାଦ, ରାୱଲପିଣ୍ଡିରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି।

ଇମ୍ରାନ ଦେଶରେ ଶୀଘ୍ର ନିର୍ବାଚନର ଦାବି ଉପରେ ଜିଦ ଧରିଥିବାବେଳେ ଶାହବାଜ ସରିଫ ସରକାର ତାଙ୍କ ବହିଷ୍କାର ପରେ ଆସନ୍ତା ବର୍ଷ ୨୦୨୩ ଅଗଷ୍ଟରେ ନିର୍ବାଚନ ଚାହୁଁଛନ୍ତି। ମେ ୨୫ରେ, ଇମ୍ରାନ୍‌ ଏହି ଦାବିରେ ଲାହୋରରୁ ଇସଲାମାବାଦ ପର୍ଯ୍ୟନ୍ତ ଆଜାଦି ମାର୍ଚ୍ଚ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ଶକ୍ତି ପରୀକ୍ଷାରେ ପରାଜିତ ହୋଇ ଇମ୍ରାନ ଖାନ ଗତ ମାସରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ଶାହବାଜ ସରିଫଙ୍କୁ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?