ବିରଜାକ୍ଷେତ୍ରକୁ ନୂତନ ରେଳପଥ ଆଶା ଉଜ୍ଜ୍ୱଳ

ଯାଜପୁର,୧୨ା୯(ହର୍ଷବର୍ଦ୍ଧନ ବେହେରା): ଗତ ୧ ଦଶନ୍ଧି ଧରି ଦାବି ହୋଇ ଆସୁଥିବା ୯୫.୯୫୦ କି.ମି. ବିଶିଷ୍ଟ ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ବିରଜା ମନ୍ଦିର ନୂତନ ରେଳପଥ ନିର୍ମାଣ ଆଶା ଉଜ୍ଜ୍ୱଳ ହୋଇଛି। ସୋମବାର ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେଶନ ସର୍ଭେ(ଏଫ୍‌ଏଲ୍‌ଏସ୍‌) ପାଇଁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ମର୍ମରେ ରେଳୱେ ବୋର୍ଡର ଯୁଗ୍ମ ନିର୍ଦ୍ଦେଶକ ଅଭିଷେକ ଜଗୱାତ ଏନେଇ ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ସୂଚନା ଦେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଦୀର୍ଘଦିନର ଦାବି ପୂରଣ ହେବ ବୋଲି ଯାଜପୁର ଜିଲାବାସୀ ଆଶାବ୍ୟକ୍ତ କରିଛନ୍ତି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ପୂର୍ବତଟ ରେଳପଥରେ ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ୨୭,୯୪୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୮୯,୬୬୯ କୋଟି ଟଙ୍କା ଆୟ ହୋଇଥିଲା। ଅଥଚ ୧୦୪୨.୬୨ କୋଟି ଟଙ୍କାର ଯାଜପୁର ରୋଡ୍‌-ଧାମରା ପ୍ରକଳ୍ପ ନିର୍ମାଣ ହୋଇ ପାରୁନାହିଁ ବୋଲି ବିଭିନ୍ନ ମହଲରେ ଆନ୍ଦୋଳନ ଜାରି ରହିଛି। ଆଇନଜୀବୀ ସତ୍ୟପ୍ରକାଶ ବେହୁରିଆ ମାଗିଥିବା ଆର୍‌ଟିଆଇ ତଥ୍ୟ ଅନୁସାରେ ୨୦୧୨-୧୩ରେ ଏହି ରେଳପଥ ନିର୍ମାଣ ସକାଶେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତଟ ରେଳପଥ ପକ୍ଷରୁ ସର୍ଭେ ହୋଇଥିଲା। ୨୦୧୫ ଏପ୍ରିଲରେ ରେଳ ମନ୍ତ୍ରଣାଳୟ ଅଧୀନ ରେଲଓ୍ବେ ବୋର୍ଡ ନିକଟରେ ଏହାର ନଥିପତ୍ର ଦାଖଲ ହୋଇଥିଲା। ଏହି ରେଳପଥ ନିର୍ମାଣ ପାଇଁ ୯୯୫.୩୯୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଥମେ ଆକଳନ ହୋଇଥିଲା। ବର୍ତ୍ତମାନ ୧୦୪୨.୬୨ କୋଟି ଖର୍ଚ୍ଚ ହେବ ବୋଲି ବୋର୍ଡ ପକ୍ଷରୁ ଦର୍ଶାଯାଇଛି। ଏହି ରେଳଲାଇନ ନିର୍ମାଣ ହେଲେ ପୂର୍ବତଟ ରେଳପଥ ବର୍ଷକୁ ୩୧.୧୫ ପ୍ରତିଶତ ଲାଭବାନ ହେବ। ଏହି ପ୍ରକଳ୍ପରେ ୮ଟି ଷ୍ଟେଶନ ନିର୍ମାଣ କରାଯିବ। ଯାଜପୁରରେ ପ୍ରସିଦ୍ଧ ମା’ ବିରଜାଙ୍କ ଶକ୍ତିପୀଠ ଥିବାବେଳେ ଭଦ୍ରକ ଜିଲାର ଆରଡ଼ିଠାରେ ପ୍ରମୁଖ ଶୈବପୀଠ ଆଖଣ୍ଡଳମଣି ଧାମ ରହିଛି। ଏହି ଦୁଇଟି ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀକୁ ପ୍ରତ୍ୟେକ ଦିନ ଦେଶବିଦେଶରୁ ଯାତ୍ରୀମାନେ ଆସିଥାନ୍ତି। ଏହି ରେଳପଥ ନିର୍ମାଣ ହେଲେ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ସମ୍ଭବ ହେବ। ଏହାବାଦ୍‌ ଯାଜପୁର ଜିଲାର କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ରାଜଧାନୀ ବୋଲି କୁହାଯାଉଛି। ଏଠାରୁ ଧାମରା ଦେଇ ବିଦେଶକୁ ମାଲ ପରିବହନ ସୁଗମ ହେବ। ସେହିପରି ଜିଲାର ଉପତ୍ାଦିତ କୃଷିଜାତ ଦ୍ରବ୍ୟର ପରିବହନରେ ଉନ୍ନତି ଆସିବା ସହିତ ଖାଉଟି ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିବା ଅଧିକ ସୁବିଧାଜନକ ହେବ। ହେଲେ ବିଗତ ବଜେଟ୍‌ଗୁଡ଼ିକରେ ଏହି ପ୍ରକଳ୍ପକୁ ସ୍ଥାନ ମିଳି ନ ଥିବାରୁ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାବାଦ୍‌ ଏହି ନୂତନ ରେଳପଥ କାର୍ଯ୍ୟକାରୀ ହେଲେ ଯାଜପୁର-କେନ୍ଦୁଝରରୋଡ୍‌ ଷ୍ଟେଶନକୁ ସ୍ବତନ୍ତ୍ର ରେଳ ଡିଭିଜନ ମାନ୍ୟତା ମଧ୍ୟ ମିଳିବ ବୋଲି ଆଶାପ୍ରକାଶ କରାଯାଉଛି। ଡିଭିଜନ ପାଇଁ ଏଠାରେ ଆବଶ୍ୟକ ଜମି ଯୋଗାଇଦେବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି। ଜିଲାରେ ବିଶ୍ୱର ୯୮ ପ୍ରତିଶତ କ୍ରୋମାଇଟ ସହିତ ବିପୁଳ ପରିମାଣରେ ଖଣିଜ ସମ୍ପଦ ଭରି ରହିଛି। ସେହିପରି ପର୍ଯ୍ୟଟନର ସୁବିଧା ରହିଛି। ଏବେ ଜିଲାରେ ୪ଟି ଜଙ୍କସନ ଓ ୨୧ଟି ରେଳଷ୍ଟେଶନ ରହିଛି। ପଡୋଶୀ ଜିଲାରେ ରହିଥିବା ଧାମରା ଓ ପାରାଦୀପ ବନ୍ଦର ସହ ବାଣିଜି୍ୟକ କାରବାର ବୃଦ୍ଧି ପାଇଁ ଏହି ଡିଭିଜନର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri