Posted inଜାତୀୟ

ସିନେମା ହଲରେ ମାଲିକଙ୍କ ଆଇନ ଚାଲିବ, ଜିମ ଭଳି ମିଳିବନି ପୁଷ୍ଟିକର ଖାଦ୍ୟ : ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧ : ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି, ତେଣୁ ସେଠାରେ ହଲ ମାଲିକଙ୍କ ଇଛାକୁ ପ୍ରାଧାନ୍ୟ ଦିଆଯିବ। ମାଲିକଙ୍କର ଆଇନ ସିନେମା ହଲରେ ଚାଲିବ। ସିନେମା ହଲ ଏକ ଜିମ ନୁହେଁ ଯେଉଁଠାରେ ଆପଣ ପୁଷ୍ଟିକର ଖାଦ୍ୟ ପାଇବେ । ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦାଖଲ ହୋଇଥିବା ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ଆଦେଶକୁ ଏଡ଼ାଇ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ହାଇକୋର୍ଟ ହଲକୁ ବାହାରକୁ ଖାଦ୍ୟ ଓ ପାନୀୟ ନେବାକୁ ଅନୁମତି ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ଆଦେଶକୁ ଅନ୍ୟାୟ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଏହି ନିର୍ଦ୍ଦେଶ ଦେବାବେଳେ ହାଇକୋର୍ଟ ନିଜର ଅଧିକାରର ଉଲ୍ଲଂଘନ କରିଛନ୍ତି।

ଜମ୍ମୁ-କଶ୍ମୀର ସିନେମା ହଲ ମାଲିକ ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଛି। ଏହି ମାମଲା ଜମ୍ମୁ-କଶ୍ମୀରର ଏକ ସିନେମା ହଲରେ ବାହାରୁ ଆଣାଯାଉଥିବା ଖାଦ୍ୟ ଉପରେ ନିଷେଧାଦେଶ ସହ ଜଡିତ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଶୁଣାଣି ସମୟରେ ଏଭଳି କହିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି ଯେ ଯଦି କେହି ଜଲେବି ଅବା ମୁର୍ଗ ମସଲମ ସିନେମା ହଲକୁ ନେବାକୁ ଚାହାଁନ୍ତି, ତେବେ ସିନେମା ହଲ ମ୍ୟାନେଜମେଣ୍ଟ ତାଙ୍କୁ ମନା କରିପାରେ। ଯଦି ଦର୍ଶକ ଏସବୁ ଖାଇବା ପରେ ସିଟରେ ହାତ ପୋଛନ୍ତି ତେବେ ସଫା କରିବା ପାଇଁ ଖର୍ଚ୍ଚ କିଏ ଦେବେ? । ଏସବୁ ଯୋଗୁ ସିଟ ନଷ୍ଟ ହେଉଥିବା ସିନେମା ହଲ ମ୍ୟାନେଜମେଣ୍ଟ ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି। ଲୋକମାନେ ମୁର୍ଗ ମସଲମ ଆଣିଛନ୍ତି। ପରେ ହାଡ଼ ହଲରେ ପକାଇଛନ୍ତି। କିଛି ଲୋକ ଏହାଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପ୍ରଧାନ ବିଚାରପତି କହିଛନ୍ତି ଯେ ଯେତେବେଳେ ରାତି ୧୧ ଟା ପରେ ଟିଭିରେ କିଛି ସ୍ବତନ୍ତ୍ର ବର୍ଗର ଚଳଚ୍ଚିତ୍ର ଟେଲି ପ୍ରସାରଣ ପାଇଁ ଏକ ନିୟମ କରାଯାଇଥିଲା, ସେତେବେଳେ ଏହାର ଉଦ୍ଦେଶ୍ୟ ଥିଲା ଯେ ପିଲାମାନେ ଶୋଇବା ପରେ ବୟସ୍କମାନେ ସେହି ଚଳଚ୍ଚିତ୍ର ଦେଖିପାରିବେ। କିନ୍ତୁ ଅନେକ ଲୋକ ମଧ୍ୟ ଏହାକୁ ବିରୋଧ କରିଥିଲେ। ସେ କହିଥଲେ ଯେ ବିଳମ୍ବିତ ରାତିରେ ବୟସ୍କମାନେ ଖାଇବା ପିଇବା ପରେ ଶୋଇଥାନ୍ତି। କେବଳ ପିଲାମାନେ ଜାଗ୍ରତ ରୁହନ୍ତି। ତେଣୁ, ବୟସ୍କମାନଙ୍କ ଚଳଚ୍ଚିତ୍ର ସେହି ସମୟରେ ଦେଖାଯିବା ଉଚିତ ନୁହେଁ ବୋଲି ଅଭିଯୋଗ ହୋଇଥିଲା।

୨୦୧୮ଜୁଲାଇ ୧୮ ରେ ଜମ୍ମୁ- କଶ୍ମୀର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦୁଇଜଣ ଆଇନଜୀବୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସିନେମା ହଲକୁ ବାହାରେ ଖାଦ୍ୟ ସାମଗ୍ରୀ ନେବାକୁ ବାରଣ କରାଯାଇ ନୋଟିସ ଲଗାଯାଇଥିଲା। ସୁରକ୍ଷା କର୍ମୀମାନେ ଦର୍ଶକଙ୍କୁ ଟକାଇ ମାଲିକମାନେ ସେମାନଙ୍କୁ କେବଳ ନିଜ ପରିସରରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ କିଣିବାକୁ ବାଧ୍ୟ କରନ୍ତି ବୋଲି ଯୁକ୍ତି କରିଥିଲେ। ସେହି ଜିନିଷଗୁଡ଼ିକ ପୁଷ୍ଟିକର ନୁହେଁ । ହାଇକୋର୍ଟ କହିଥିଲେଯେ ଏହି ନିଷେଧାଦେଶର ଫଳାଫଳ ହେଉଛି ଦର୍ଶକମାନେ ସେଠାରେ ବିକ୍ରି ହେଉଥିବା ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ସେଠାରେ ଛୋଟ ପିଲାମାନଙ୍କୁ ମାଗଣାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ କହିଛନ୍ତି ଯେ କେଉଁ ସିନେମା ଦେଖିବା ପାଇଁ କେଉଁ ହଲକୁ ଯିବା ଦର୍ଶକଙ୍କ ଅଧିକାର। ସେହିଭଳି ହଲ ମ୍ୟାନେଜମେଣ୍ଟର ମଧ୍ୟ ସେଠାରେ ନିୟମ ଜାରି କରିବାର ଅଧିକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?