ଅନିଶ୍ଚିତତାରେ ଆଖଡ଼ାଶାଳି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର, ଭାଜପା ସରକାର ଗଠନ ପରେ ବି ରାଜନେତାମାନେ ଚୁପ୍‌

କେନ୍ଦ୍ରାପଡ଼ା,୨୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଆଖଡ଼ାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡ୍‌ରେ ପାରାଦୀପ ପୋର୍ଟ ଏହାର ଉନ୍ନତୀକରଣ କରିବ। ୨୦୨୦ ଡିସେମ୍ବରରେ ଏହି ସ୍ଥାନକୁ ପୂର୍ବତନ ୫-ଟି ସଚିବଙ୍କ ଗସ୍ତ ଓ ଏମ୍‌ଓୟୁ ପାଇଁ ରାଜ୍ୟ ସରକାରଙ୍କ ସହ ସେହି ବର୍ଷ ମାର୍ଚ୍ଚରେ ଆର୍ସେଲର ମିତ୍ତଲ ସହିତ କଥାବାର୍ତ୍ତା ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜିଲାବାସୀଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। ତେବେ ପରିବର୍ତ୍ତିତ ରାଜନୀତିରେ ଏହି ପ୍ରଥମ ନଦୀଭିତ୍ତିକ ବନ୍ଦର ନିର୍ମାଣ ପ୍ରକଳ୍ପ ଏବେ ପ୍ରଶ୍ନବାଚୀରେ ଗତି କରୁଛି। ଇତିମଧ୍ୟରେ ୭ ବର୍ଷ ବିତିଥିଲେ ମଧ୍ୟ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇନାହିଁ। ରାଜ୍ୟରେ ଭାଜପା ସରକାର ଗଠନ ପରେ ବନ୍ଦର ନିର୍ମାଣ ପ୍ରକଳ୍ପ ପ୍ରତି ରାଜନେତାମାନେ ଚୁପ୍‌ ରହିଛନ୍ତି ବୋଲି କେନ୍ଦ୍ରାପଡ଼ା ଜିଲାର ବହୁ ବୁଦ୍ଧିଜୀବୀ ମତ ରଖିଛନ୍ତି।
ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସାମାଜିକ କର୍ମୀ ଗୟାଧର ଧଳ, ପ୍ରତାପ କୁମାର ତ୍ରିପାଠୀ ଓ ସୁଶୀଲ କୁମାର ରାଉତ ପ୍ରମୁଖ କହିଛନ୍ତି, ଅର୍ଥନୈତିକ ବିକାଶ କ୍ଷେତ୍ରରେ ରାଜ୍ୟର ୨୬ତମ ସ୍ଥାନରେ ଥିବା କେନ୍ଦ୍ରାପଡ଼ା ଜିଲାକୁ ସର୍ବଦା ଅବହେଳା କରାଯାଇଛି। ଲୋକ ସମ୍ବଳ ବିନିଯୋଗ ପାଇଁ ସୁଚିନ୍ତିତ ଯୋଜନା ନାହିଁ। ରାଜନେତାମାନେ ଏଠାରେ ପ୍ରତିଶ୍ରୁତି ଦେବାରେ ସିଦ୍ଧହସ୍ତ। ୨୦୦୯ ମସିହାରେ ଉପାନ୍ତ ଅଞ୍ଚଳରେ ଥିବା ବରୁଣେଇଠାରେ ବନ୍ଦର ହେବ ବୋଲି ପ୍ରତିଶ୍ରୁତି ମିଳିଲା। ସେହିପରି ୨୦୧୪ରେ କେନ୍ଦ୍ରାପଡ଼ା ସହରର ବିକାଶ ସହ ମାର୍ଶାଘାଇ ବ୍ଲକ ଅଳାଇଲୋଠାରେ ପାୱାର ପ୍ଲାଣ୍ଟ ପାଇଁ ଘୋଷଣା ନିର୍ବାଚନ ପୂର୍ବରୁ ହେଲା। ଏହି ୨ ପ୍ରକଳ୍ପର ଆରମ୍ଭ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ଆଖଡ଼ାଶାଳି ବନ୍ଦର, ମହାକାଳପଡ଼ାରେ ଏସିଆର ସର୍ବବୃହତ୍‌ ଶିଳ୍ପ ପ୍ରକଳ୍ପର ଘୋଷଣା ହେଲା। ମହାକାଳପଡ଼ା ଆଖଡ଼ାଶାଳିଠାରେ ବନ୍ଦର ପ୍ରତିଷ୍ଠା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ ଜିଲା ଗସ୍ତ ଅବସରରେ ଘୋଷଣା କରିଥିଲେ। ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ଜୁଲାଇରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ଦର ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା।
ସେହିପରି ବାର୍ଷିକ ୧୮.୪୩ ନିୟୁତ ଟନ ପଣ୍ୟ କାରବାର ହେବ ବୋଲି ପ୍ରସ୍ତାବ ରହିଥିଲା। ରାଜ୍ୟ ସରକାରଙ୍କ ବୈଠକକୁ ୯ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣକୁ ନେଇ କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ଫଳରେ ଏହି ନଦୀଭିତ୍ତିକ ବନ୍ଦର ନିର୍ମାଣ ନିର୍ବାଚନ ପୂର୍ବର ବରୁଣେଇ ବନ୍ଦର, ପାୱାର ପ୍ଲାଣ୍ଟ ପ୍ରତିଷ୍ଠା, କେନ୍ଦ୍ରାପଡ଼ା ସହରକୁ ଗୁରଗାଁଓ ପରି ଗଢ଼ି ତୋଳିବା ପ୍ରତିଶ୍ରୁତି ପରି ମିଳେଇଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଏହି ପ୍ରତିଶ୍ରୁତି ପାଳନ ପାଇଁ ରାଜନେତା ଓ ପ୍ରଶାସକଙ୍କ କସରତ ୨୦୧୯ ନିର୍ବାଚନ ପରେ ଦେଖିବାକୁ ମିଳିଥିଲା। ପାରାଦୀପ ପୋର୍ଟ ସହଯୋଗରେ ଆଖଡ଼ାଶାଳିର ଉନ୍ନତୀକରଣ ଓ ଆର୍ସେଲର ମିତ୍ତଲ ସହିତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଏମ୍‌ଓୟୁ ହେଉଥିବା ଆଲୋଚନା ହେଲା। ଏପରିକି ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବନ୍ଦର ପ୍ରତିଷ୍ଠା ହେବ ବୋଲି ଜିଲା ଗସ୍ତରେ ଆସି ପ୍ରତିଶ୍ରୁତି ଦେଇଗଲେ। ଇଣ୍ଡଷ୍ଟ୍ରିଆଲ କରିଡର ପାଇଁ ହୋଇଥିବା ଏହି କସରତର ଫଳ ଜିଲାବାସୀଙ୍କ ପାଇଁ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆର୍ସେଲର ମତ୍ତଲ ନିପ୍ପନ ଷ୍ଟିଲ୍‌ ଏହି ଜିଲାରୁ ଫେରିଯାଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି। କମ୍ପାନୀ ରହିବ କି ନାହିଁ, ବନ୍ଦର ନିର୍ମାଣ ପ୍ରକଳ୍ପ ଶୀତଳ ଭଣ୍ଡାରରୁ କେବେ ବାହାରିବ, ଇସ୍ପାତ କାରଖାନା ନିର୍ମାଣ କାର୍ଯ୍ୟ କେବେଠାରୁ ଆରମ୍ଭହୋଇ ଶେଷ ହେବ, କଞ୍ଚାମାଲ କେଉଁଠୁ ଆସିବ, କାରଖାନାରୁ କେବେ ଉତ୍ପାଦ ବାହାରିବ ଆଦି ପ୍ରଶ୍ନର ଉତ୍ତର ଅଦ୍ୟାବଧି ଜିଲାବାସୀ ପାଇପାରୁନାହାନ୍ତି। ଏହି ବନ୍ଦର ପ୍ରତିଷ୍ଠା ହୋଇଥିଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜିଲାର ୧୫ ହଜାରରୁ ଅଧିକ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ଆଶା ଥିଲା ବୋଲି ସେମାନେ ମତ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?