ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ। ବେଦର ଗଦ୍ୟ ମଧ୍ୟରେ ଅନେକ କାହାଣୀ (ଇତିହାସ) ଅଛି। ଏହି କାହାଣୀଗୁଡ଼ିକରେ ଆମେ ସମ୍ପତ୍ତି କିମ୍ବା ସମ୍ବଳକୁ ନେଇ ବିବାଦସବୁ ଦେଖିବାକୁ ପାଉ। ବିଶେଷକରି ମଣିଷ-ମଣିଷ ମଧ୍ୟରେ, ଦେବତା-ଦେବତା ମଧ୍ୟରେ ଏବଂ ଅନେକ ସମୟରେ ମଣିଷ ଓ ଦେବତାଙ୍କ ମଧ୍ୟରେ ବିବାଦ ବିଷୟରେ ଗଦ୍ୟରେ ବର୍ଣ୍ଣନା କରାଯାଇଛି। ଏଥିରୁ ଆମେ ଅନୁଭବ କରୁ ଯେ ବୈଦିକ ଯୁଗରେ ଲୋକଙ୍କ ମଧ୍ୟରେ ସମକାଳୀନ ସମସ୍ୟାଗୁଡ଼ିକ ଭଳି ସମାନ ସମସ୍ୟା ରହିଥିଲା। ଆମେ ଏବେ ବି ସେହିଭଳି ସମ୍ବଳକୁ ନେଇ ଲଢ଼େଇ କରୁଛୁ। ଉଦାହରଣ ସ୍ବରୂପ, ଜୈମିନ୍ୟ ବ୍ରାହ୍ମଣ (୧.୧୮୪) ଅନୁଯାୟୀ, ବାଳକ ତ୍ରିତ ବହୁତ ଦକ୍ଷ ଥିଲା। ସେ ତାଙ୍କ ସେବା ପାଇଁ ଅନେକ ଗୋ-ସୁରକ୍ଷିତ କରି ରଖିଥିଲେ। ତ୍ରିତଙ୍କ ଏଭଳି କାର୍ଯ୍ୟରେ ତାଙ୍କର ଦୁଇ ବଡ଼ ଭାଇ ଈର୍ଷାପରାୟଣ ହୋଇପଡ଼ିଲେ, ଯେଉଁମାନେ ତାଙ୍କୁ ଏକ ଶୁଖିଲା କୂଅ ଭିତରକୁ ଠେଲିଦେବା ପରେ ଗାଈମାନଙ୍କୁ ନିଜର ବୋଲି ଦାବି କଲେ। ତ୍ରିତ ଶୁଖିଲା କୂଅରୁ ରକ୍ଷା ପାଇବାକୁ ଦେବତାମାନଙ୍କୁ ପ୍ରାର୍ଥନା କଲେ। ଦେବତାମାନେ ତାଙ୍କ ଡାକ ଶୁଣିଲେ ଓ ବର୍ଷା କରାଇଲେ। ବର୍ଷା ହେତୁ କୂଅର ଜଳ ସ୍ତର ବୃଦ୍ଧି ପାଇଲା ଏବଂ ପିଲାଟି ଉପରକୁ ଭାସି ଉଠିଲା। ଫଳରେ ସେ କୂଅରୁ ଉଦ୍ଧାର ପାଇଗଲେ। ଏହା ପରେ ତ୍ରିତଙ୍କ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଭାଲୁ ଏବଂ ଆଉ ଜଣେ ମାଙ୍କଡ଼ ହେବାର ଅଭିଶାପ ପାଇଲେ। ଏହି ଘଟଣା ପରେ ତ୍ରିତ ଗାଈ ସହିତ ଘରକୁ ଫେରିଲେ।
ଜୈମିନ୍ୟ ବ୍ରାହ୍ମଣ (୧.୧୫୪-୫୫) ଅନୁଯାୟୀ, ଅସୁର, ରାକ୍ଷସ ଏବଂ ପିଶାଚମାନେ ସମ୍ପତ୍ତି ପାଇଁ ଦେବ, ପିତୃପୁରୁଷମାନଙ୍କ ସହ ଲଢେଇ କରୁଥିଲେ। ଏହି ଯୁଦ୍ଧରେ ଗାନ୍ଧର୍ବମାନେ ଭାଗ ନେବାକୁ ମନା କରିଦେଇ ଦୂରେଇ ରହିଲେ। ଯୁଦ୍ଧ ଶେଷରେ ଅସୁରମାନଙ୍କୁ ପୃଥିବୀ ତଳ (ପାତାଳ)କୁ ଜବରଦସ୍ତି ପଠାଇଦିଆଗଲା। ରାକ୍ଷସଙ୍କୁ ନିର୍ଜନ ଜଙ୍ଗଲରେ ଏବଂ ପିଶାଚମାନଙ୍କୁ ଅନ୍ଧକାର ଭିତରକୁ ପଠାଇ ଦିଆଗଲା। ପିତୃପୁରୁଷମାନେ ତାରାମଣ୍ଡଳର ସାମ୍ରାଜ୍ୟ ଦାବି କରିଥିବା ବେଳେ ଦେବତାମାନେ ଆକାଶ ଦାବି କରିଥିଲେ ଏବଂ ମାନବଗଣ ପୃଥିବୀ ଦାବି କରିଥିଲେ। ତା’ପରେ ଗାନ୍ଧର୍ବମାନେ ସେମାନଙ୍କ ଭାଗ ମାଗିଥିଲେ। ଗାନ୍ଧର୍ବମାନଙ୍କୁ କୁହାଯାଇଥିଲା ଯେ ସେମାନେ କୌଣସି ଭାଗ ପାଇପାରିବେ ନାହିଁ, କାରଣ ସେମାନେ କୌଣସି ଗୋଟିଏ ଯୁଦ୍ଧରେ ବି କାହା ପକ୍ଷରେ ରହି ନ ଥିଲେ। ଏପରି କି ଆଜି ମଧ୍ୟ ଯେତେବେଳେ ଲୋକମାନେ କୌଣସି ବିବାଦ କିମ୍ବା ଯୁଦ୍ଧରେ କାହା ପକ୍ଷରେ ଭାଗ ନିଅନ୍ତି ନାହିଁ, ସେତେବେଳେ ଲୋକମାନେ ସେମାନଙ୍କ ଉପରେ ଅସନ୍ତୋଷ ବା କ୍ରୋଧ ପ୍ରକାଶ କରନ୍ତି ଏବଂ ସେମାନଙ୍କୁ ସୁବିଧାବାଦୀ ଭାବେ ଦେଖନ୍ତି। ବୈଦିକ ସମୟରେ ହୋଇଥିବା ଯୁଦ୍ଧରେ ଗାନ୍ଧର୍ବଙ୍କ ପରି ସେମାନଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରନ୍ତି।
ଜୈମିନ୍ୟ ବ୍ରାହ୍ମଣ(୩.୧୫୯)ରେ ମଧ୍ୟ ବିବାଦ ସମ୍ପର୍କରେ ସୂଚିତ କରାଯାଇଛି। ଏହା ଅନୁଯାୟୀ, ସର୍ଯାତ ଏକ ଯଜ୍ଞ କରିଥିଲେ ଓ ସୋମରସ ଗ୍ରହଣ କରିଥିଲେ। ସେହି ଯଜ୍ଞରେ ସେ ଦେବତା ଓ ସାଧୁମାନଙ୍କୁ ଏକାଠି ପିଇବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ସେଠାରେ ଏକ ବିବାଦ ଦେଖାଦେଇଥିଲା। ଅଶ୍ୱିନମାନଙ୍କୁ ଏଥିରେ ଭାଗ ନେବା ଲାଗି ଚେଭନା ଋଷି ଉତ୍ସାହିତ କରିଥିଲେ, ଯାହା ଇନ୍ଦ୍ରଙ୍କୁ କ୍ରୋଧିତ କରିଥିଲା। ପରେ ଏହାକୁ ନେଇ ଏକ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଇନ୍ଦ୍ର ଏବଂ ମାରୁତମାନେ ସାଧୁମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ସେମାନେ ମାଡା ନାମକ ଏକ ଦାନବ ବା ରାକ୍ଷସ ସୃଷ୍ଟି କରିଥିଲେ, ଯିଏ ଦେବତାମାନଙ୍କୁ ଭୟଭୀତ କରିଥିଲା। ପରେ ବିଦ୍ୱାନମାନଙ୍କ ପ୍ରଶଂସାରେ ଦେବତାମାନେ ପ୍ରସନ୍ନ ହୋଇଥିଲେ। ଦାନବ ପାଇଁ ଯିବା ଲାଗି କୌଣସି ସ୍ଥାନ ନ ଥିଲା। ତେଣୁ ସାଧୁମାନେ ତାଙ୍କୁ ମଦ ଭିତରେ ଲୁଚାଇ ରଖିଲେ ଏବଂ ସେ ମଦ୍ୟର ଦାନବ ହୋଇଗଲେ।
ଐତ୍ରେୟ ବ୍ରାହ୍ମଣରେ (୨.୨୫) ଆଉ ଏକ ରୋଚକ କାହାଣୀ ରହିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ସୋମର ଏକ ଭାଗ ପାଇବା ସକାଶେ ଦେବତାମାନଙ୍କ ମଧ୍ୟରେ ଏକ ଦୌଡ଼ ଆୟୋଜିତ ହୋଇଥିଲା। ଏହି ଦୌଡ଼ରେ ବାୟୁ ବିଜୟୀ ହୋଇଥିଲେ। ଇନ୍ଦ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପରେ ଇନ୍ଦ୍ରଙ୍କ ସହ ସୋମରସ ପିଇବା ଲାଗି ବାୟୁଙ୍କୁ ସେ ଅନୁରୋଧ କରିଥିଲେ ଏବଂ ବହୁ ବୁଝାଶୁଝା ପରେ ସୋମର ଏକଚତୁର୍ଥାଂଶ ନେଇଥିଲେ।
ଐତ୍ରେୟ ବ୍ରାହ୍ମଣରେ (୩.୩୦) ଋଭୁଗଣ (କାରିଗରବର୍ଗ)ଙ୍କୁ ଗୋଟିଏ କପ୍‌କୁ ଚାରିଟିି କପ୍‌ରେ ପରିଣତ କରିବାକୁ କୁହାଯାଇଥିଲା। ସାଧାରଣତଃ ଋଭୁମାନେ ଅର୍ଥାତ୍‌ କାରିଗରମାନେ ଏହି କାର୍ଯ୍ୟ କରିଥାନ୍ତି। ହେଲେ ଏହା ବଦଳରେ ସେମାନେ ସୋମ ପାଇଁ କହିଥିଲେ। କିନ୍ତୁ ଦେବତାମାନେ ସକାଳ ଏବଂ ଅପରାହ୍ନର ରୀତିନୀତିରେ ସେମାନଙ୍କୁ ସୋମରୁ ଭାଗ ଦେବା ଲାଗି ମନାକରି ଦେଇଥିଲେ। ଏହିପରି ଭାବେ ଦେବତା ଓ ଋଭୁଗଣଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଶେଷରେ ଏହାକୁ ଲକ୍ଷ୍ୟକରି ପ୍ରଜାପତି ଆସି ସେଠାରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ସନ୍ଧ୍ୟା ରୀତିନୀତିରେ ସୋମର ଏକ ଅଂଶ ପ୍ରଦାନ କରିଥିଲେ। ବାସ୍ତବରେ ଏବକାର ସମୟରେ ସୋମର ଉଚିତ ଅଂଶ ପାଇବାକୁ ନେଇ ଅଧିକାଂଶ ମାନବଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। ଏକ ଅଂଶ ବା ଶେୟାରକୁ ସଂସ୍କୃତରେ ‘ଭାଗ’ ଏବଂ ଏକ ଖଣ୍ଡକୁ ସଂସ୍କୃତରେ ‘ଭାଗ’ କୁହାଯାଏ। ଏହି ଶବ୍ଦଗୁଡ଼ିକରୁ ଭଗବାନ କିମ୍ବା ଈଶ୍ୱର ଅବଧାରଣା ଆସିଛି, ଯିଏ ନିଷ୍ପକ୍ଷତା ବା ଉଚିତ ନ୍ୟାୟ ପ୍ରଦାନ କରନ୍ତି। ଏହି ଧାରଣା ବୈଦିିକ ସମୟ ପରେ ସାମ୍ନାକୁ ଆସିଥିଲା ଏବଂ ସାଧାରଣତଃ ବିଷ୍ଣୁଙ୍କ ପାଇଁ ପ୍ରୟୋଗ କରାଯାଇଥିଲା। ୫୦୦ ଖ୍ରୀଷ୍ଟାବ୍ଦ ପରେ ରଚନା ହୋଇଥିବା ପୁରାଣରେ ବର୍ଣ୍ଣନା ରହିଛି ଯେ ବିଷ୍ଣୁ ବଳିଙ୍କୁ ତାଙ୍କ ରାଜ୍ୟ ତଥା ଦେବମାନଙ୍କୁ ଅମୃତ ପ୍ରଦାନ କରିଥିଲେ। ଦେବତାମାନେ ସେମାନଙ୍କର ସମ୍ପତ୍ତି ଅସୁରମାନଙ୍କ ସହିତ ବାଣ୍ଟି ନାହାନ୍ତି। ଫଳସ୍ବରୂପ ସେମାନଙ୍କ ମଧ୍ୟରେ ନିରନ୍ତର ବିବାଦ ଲାଗି ରହଛି।

  • ଦେବଦତ୍ତ ପଟ୍ଟନାୟକ
    devduttofficial@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri