ଭୁବନେଶ୍ୱରରୁ ଓଡ଼ିଶା ପ୍ରୋପାଗଣ୍ଡା ମୁଖ୍ୟ ଗିରଫ

ଭୁବନେଶ୍ୱର,୧୭।୮(ସତ୍ୟଜିତ୍‌ ରାଉତ)ଏସ୍‌ଟିଏ କ୍ରିପ୍ଟୋ ଟୋକନ୍‌’ ନାଁରେ ଲୋକଙ୍କୁ ଭୁଆଁ ବୁଲାଇ ହଜାରେ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଭୁବନେଶ୍ୱରରୁ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ରତ୍ନାକର ପଲାଇ (୪୫)। ରତ୍ନାକର ଓଡ଼ିଶା ଏସ୍‌ଟିଏର ପ୍ରୋପାଗଣ୍ଡା ମୁଖ୍ୟ ତଥା ସୋସିଆଲ୍‌ ମିଡିଆ ଏନ୍‌ଫ୍ଲିୟୁଏନ୍‌ସର୍‌ ଅଛନ୍ତି। ରତ୍ନାକରଙ୍କୁ ବୁଧବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଏସ୍‌ଟିଏ ଭାରତ ମୁଖ୍ୟ ଗୁର୍‌ତେଜ୍‌ ସିଂ ସିଦ୍ଧୁ ଏବଂ ଓଡ଼ିଶା ମୁଖ୍ୟ ଭଦ୍ରକର ନୀରୋଦ ଦାସଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା। ଏବେ ଗିରଫ ସଂଖ୍ୟା ୩ରେ ପହଞ୍ଚତ୍ଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଛି। ରତ୍ନାକର କର୍ନାଟକ ବିଶ୍ୱବିଦ୍ୟାଳୟରେ ଆଇଟିରେ ଏମ୍‌ଟେକ୍‌ କରିଛନ୍ତି। ସେ ନିଜକୁ ଇଣ୍ଟରନ୍ୟାଶନାଲ ସ୍ପିକର୍‌ ଓ ଇନ୍‌ଭେଷ୍ଟମେଣ୍ଟ ଗୁରୁ ଆଦି ବୋଲି କହୁଥିଲେ। ଗୁରୁତେଜ ଓ ନୀରୋଦଙ୍କ ଯୋଗାଯୋଗରେ ରହି ରତ୍ନାକର ଏସ୍‌ଟିଏର ଏକ ୟୁଟୁବ୍‌ ଚ୍ୟାନେଲ ଚଲାଉଥିଲେ। ଏପରିକି ବିଭିନ୍ନ ବ୍ୟାନ୍‌ର କରି ସେ ଏସ୍‌ଟିଏର ପ୍ରଚାର ପ୍ରସାର କରୁଥିଲେ। ରତ୍ନାକର ଅପ୍‌-ଲାଇନ୍‌ ମେମ୍ବର ହୋଇଥିବାବେଳେ ତାଙ୍କ ଅଧୀନରେ ବହୁ ଡାଉନ୍‌-ଲାଇନ୍‌ ମେମ୍ବର ରହିଛନ୍ତି। ରତ୍ନାକର ନୟାପଲ୍ଲୀରେ ‘ଲର୍ନ ଟୁ ଅର୍ନ’ ନାମରେ ଏକ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ଖୋଲିଛନ୍ତି। ଏପରିକି ଗୋଆରେ ବଡ଼ କାର୍ଯ୍ୟକ୍ରମବେଳେ ରତ୍ନାକର ମଧ୍ୟ ସେଠାକୁ ଯାଇଥିଲେ। ତେବେ ରତ୍ନାକର ବହୁ ଲୋକଙ୍କୁ ଏସ୍‌ଟିଏରେ ଯୋଡ଼ିଥିବାରୁ ତାଙ୍କଠାରୁ ବହୁ ତଥ୍ୟ ପାଇବାକୁ ଇଓଡବ୍ଲ୍ୟୁ ଆଶା ରଖିଛି। ଏପରିକି ତାଙ୍କୁ ରିମାଣ୍ଡରେ ମଧ୍ୟ ଆଣି ଜେରା କରିବାକୁ ଯୋଜନା ଚାଲିଛି। ଅନ୍ୟପକ୍ଷରେ ଗୁର୍‌ତେଜ୍‌ ଓ ନୀରୋଦଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡବେଳେ ଇଓଡବ୍ଲ୍ୟୁ ସେମାନଙ୍କଠୁ ବହୁ ତଥ୍ୟ ପାଇଛି। ବୁଧବାର ରିମାଣ୍ଡ ସରୁଥିବାରୁ ସେମାନଙ୍କୁ ଇଓଡବ୍ଲ୍ୟୁ ଆଉ ଥରେ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଥିବା ସୂଚନା ମିଳିଛି। ସେପଟେ ୟୁରୋପୀୟ ନାଗରିକ ଡେଭିଡ୍‌ ଗେଜ୍‌ ଏହି ଠକେଇ ର଼୍ୟାକେଟର ମାଷ୍ଟରମାଇଣ୍ଡ ରହିଥିବାରୁ ତାଙ୍କୁ ମଧ୍ୟ ଠାବ କରିବାକୁ ଇଓଡବ୍ଲ୍ୟୁ ଉଦ୍ୟମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?