ବିପଜ୍ଜନକ ସ୍ଥିତିରେ ନାଟମଣ୍ଡପ, ଜଗମୋହନ

କଟକ,୧୭ା୮ (କାର୍ତ୍ତିକ ସାହୁ)ପୁରୀ ଶ୍ରୀମନ୍ଦିରରେ ନାଟମଣ୍ଡପ ଓ ଜଗମୋହନ ବିପଜ୍ଜନକ ସ୍ଥିତିରେ ରହିଛି। କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ। ତେଣୁ ଶ୍ରୀମନ୍ଦିର ନିରାପତ୍ତା ଦୃଷ୍ଟିରୁ ନାଟମଣ୍ଡପ ଭିତରେ ଫାଟିଥିବା ବିମ୍‌ ଏବଂ ଜଗମୋହନର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରାଯିବା ନିମନ୍ତେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆମିକସ୍‌ କ୍ୟୁରି ଇଞ୍ଜିନିୟର ଏନ୍‌. କେ. ମହାନ୍ତି। ଏଥିସହ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମାସେ କିମ୍ବା ୨ ମାସ ମଧ୍ୟରେ ହାଇକୋର୍ଟଙ୍କୁ ନିୟମିତ ଭାବେ ମରାମତି କାର୍ଯ୍ୟ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଅବଗତ କରୁ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସୂଚନା ଅନୁସାରେ, ଆମିକସ୍‌ କ୍ୟୁରି ଶ୍ରୀମନ୍ଦିର ପରିଦର୍ଶନ କରି ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ଆବଶ୍ୟକତା ସମ୍ପର୍କରେ ଏଏସ୍‌ଆଇ ଅଧିକାରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଥିବା ରିପୋର୍ଟରେ ଦର୍ଶାଇଛନ୍ତି। ପ୍ରଥମେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଫାଟିଥିବା ବିମ୍‌ର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଜରୁରୀ ହୋଇଛି। ଏ ବାବଦରେ ଗତ ଜୁନ୍‌ ୨୨ ତାରିଖରେ ଆମିକସ୍‌ କ୍ୟୁରି ନୂଆଦିଲ୍ଲୀଠାରେ ଏଏସ୍‌ଆଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ୨୦୧୮ରୁ ହୋଇ ନ ଥିବା ନାଟମଣ୍ଡପର ମରାମତି କାର୍ଯ୍ୟକୁ ଗୁରୁତର ସହ ନେବା ପାଇଁ ସେ ଦର୍ଶାଇଥିଲେ। ସେହିପରି ନାଟମଣ୍ଡପ ଭିତରେ ଫାଟିଥିବା ବିମ୍‌ ମରାମତି ପ୍ରସଙ୍ଗକୁ ନେଇ ଆମିକସ୍‌ କ୍ୟୁରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଗତ ୧୧ ତାରିଖରେ ଅଗ୍ରାଧିକାର ଭିତ୍ତିରେ ଏହାର ମରାମତି କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ପ୍ରଶାସକ ଆସନ୍ତା ୨୧ ତାରିଖରେ ଏଏସ୍‌ଆଇ ଅଧିକାରୀଙ୍କ ସହ ଏକ ବୈଠକ କରି ଏ ବାବଦରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗତ ଜୁନ୍‌ ୨୨ ତାରିଖରେ ପୂର୍ତ୍ତ ଓ ଗୃହ ବିଭାଗ ଇଞ୍ଜିନିୟର ଇନ୍‌ ଚିଫ୍‌ ଡ. ଏନ୍‌. ସି. ପାଲଙ୍କ ସମେତ ଅନ୍ୟ ବିଶେଷଜ୍ଞମାନଙ୍କ ସହ ମଧ୍ୟ ଏହି ଫଟା ବିମ୍‌ ବାବଦରେ ଆମିକସ୍‌ କ୍ୟୁରି ଆଲୋଚନା କରିଛନ୍ତି। ଏହି ବିମ୍‌ ମରାମତି କାର୍ଯ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବିଶେଷଜ୍ଞମାନେ ହୃଦ୍‌ବୋଧ କରିଛନ୍ତି। ନାଟମଣ୍ଡପର ଏହି ବିମ୍‌ କୌଣସି ମୁହୂର୍ତ୍ତରେ ଭାଙ୍ଗି ଖସିପଡ଼ିବାର ଆଶଙ୍କା ରହିଛି। ଏହି ବିମ୍‌ ଉଭୟ ପାର୍ଶ୍ୱରେ ଏକ କାଣ୍ଟିଲିଭର ଭଳି ଧରିରଖିଛି। ତେଣୁ ଏହାର ମରାମତି ସମ୍ପର୍କିତ କାର୍ଯ୍ୟକୁ ଏଏସ୍‌ଆଇ ଅଧିକାରୀମାନେ ପ୍ରାଥମିକତା ଦେବା ସହ ନିୟମିତ ଭାବେ ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ଆମିକସ୍‌ କ୍ୟୁରୀ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଥିସହ ଛାତ ଉପର ଡ୍ରେନେଜ୍‌ ବ୍ୟବସ୍ଥା ଓ ପାଣି ଗଳିବାକୁ ରୋକିବା ପାଇଁ ଆବଶ୍ୟକ କାର୍ଯ୍ୟ ଶେଷ ହୋଇଛି ଏବଂ ବାକି କାର୍ଯ୍ୟ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଏଏସ୍‌ଆଇ ଦ୍ୱାରା ଶେଷ କରାଯିବ।
ଦ୍ୱିତୀୟରେ ଜଗମୋହନର ବାହାର ପିଢ଼ାସ୍ତର ବହୁତ ଚାପରେ ଅଛି। ଏହାର ପ୍ରଥମ ଓ ଦ୍ୱିତୀୟ ପିଢ଼ାସ୍ତର ଦୁର୍ବଳ ଥିବା ନେଇ ୨୦୨୨ ସେପ୍ଟେମ୍ବର ୧୭ରେ ପରିଦର୍ଶନ ପରେ ଆମିକସ୍‌ କ୍ୟୁରି ଚିହ୍ନଟ କରିଥିଲେ। ଏଥିରେ ଫାଟ ସୃଷ୍ଟି ହେବା ସହ ପଥର ଯୋଡ଼ାରେ ଥିବା ଚୂନ ପ୍ଲାଷ୍ଟର ଦୁର୍ବଳ ହୋଇଛି। ସେଥିରେ ଲଗାଯାଇଥିବା ଲୁହା କ୍ଲାମ୍ପ ନଷ୍ଟ ହେଲାଣି। ଜଗମୋହନ ପୂର୍ବ ଏବଂ ଦକ୍ଷିଣ-ପୂର୍ବ କୋଣରେ ଥିବା ଏହି ନଷ୍ଟ ଅଂଶ ନାଟମଣ୍ଡପ ଛାତରୁ ଦୃଶ୍ୟମାନ ହେଉଛି। ସୂଚନାଯୋଗ୍ୟ, ଏଏସ୍‌ଆଇ କୋର୍‌ କମିଟି ୨୦୧୭ରେ ଜଗମୋହନର ବାହାର ପ୍ଲାଷ୍ଟର ଛଡ଼ାଇବା ସହ ବାହାର ପାର୍ଶ୍ୱ ଗଡ଼ାଣିଆ ଛାତର ସଂରକ୍ଷଣ କାର୍ଯ୍ୟ କରିବାକୁ ପୁରୀରେ କାର୍ଯ୍ୟରତ ଏଏସ୍‌ଆଇ ଟିମ୍‌କୁ ପରାମର୍ଶ ଦେଇଥିଲେ। ସେହିପରି ଦୁର୍ବଳ ଚୂନ ପ୍ଲାଷ୍ଟର ଭିତରେ ଥିବା ପଥରଗୁଡ଼ିକର ସ୍ଥିତି ପରଖିବା ପାଇଁ ମଧ୍ୟ ଏଏସ୍‌ଆଇ ଟିମ୍‌ ପରାମର୍ଶ ଦେଇଥିଲେ। ଏ ବାବଦରେ ବହୁ କୋର୍‌ କମିଟି ବୈଠକରେ ଆଲୋଚନା ହୋଇଛି। ମାତ୍ର ଏଏସ୍‌ଆଇ କାର୍ଯ୍ୟ ଆରମ୍ଭ କରି ଯେତିକି ଗୁରୁତର ସହ କରିବା କଥା ତାହା କରୁ ନାହିଁ। ହାଇକୋର୍ଟରେ ଆବେଦନକାରୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଲୋକ ମହାପାତ୍ରଙ୍କ କହିବାନୁସାରେ, ଏଏସ୍‌ଆଇ ହାଇକୋର୍ଟଙ୍କୁ ଭୁଲ୍‌ ତଥ୍ୟ ପ୍ରଦାନ କରିଆସୁଛନ୍ତି। ପୂର୍ବରୁ ନାଟମଣ୍ଡପ ଓ ଜଗମୋହନ କାର୍ଯ୍ୟ ଶେଷ ହୋଇଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିବାବେଳେ ଏବେ ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ପରେ ଏଏସ୍‌ଆଇ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଆମେ ମିସ୍‌ କେସ୍‌ ଫାଇଲ୍‌ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅନିଲ ବରୁଆ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅନିଲ ବରୁଆ ବୁଧବାର ନିଜର ନାମାଙ୍କନପପତ୍ର ଦାଖଲ କରିଛନ୍ତି। ଅନିଲ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ...

ନାମାଙ୍କନପତ୍ର ଦାଖଲ କଲେ ଡା. ଆଶିଷ ଶତପଥୀ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଡା. ଆଶିଷ ଶତପଥୀ ବୁଧବାର ନାମାଙ୍କନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri