ଟାଟା ପାଓ୍ବାର ପକ୍ଷରୁ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର ,୨୧।୧୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ‘ଓଃ ମାଇଁ ବିଉଟିଫୁଲ୍‌ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ କରିବା ଲାଗି ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାର ସଂସ୍କୃତି, ପ୍ରକୃତି, ସ୍ଥାପତ୍ୟ, ଓ ଐତିହ୍ୟକୁ ନେଇ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ସାରା ଓଡ଼ିଶାରୁ ୭,୦୦୦ ରୁ ଅଧିକ ଫଟୋଗ୍ରାଫରଙ୍କ ଆବେଦନ ସହ ବିପୁଳ ସମର୍ଥନ ମିଳିଥିଲା। ଏପରିକି ଭୁବନେଶ୍ୱରଠାରେ ଆୟୋଜିତ ଏକ ସମ୍ମାନ ସମାରୋହ ଉତ୍ସବରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଟାଟା ପାୱାରର ଟ୍ରାନ୍ସମିଶନ ଆଣ୍ଡ ଡିଷ୍ଟ୍ରିବ୍ୟୁଶନ ସଭାପତି ସଞ୍ଜୟ ବାଙ୍ଗା, ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ, ଟିପିଡବ୍ଲ୍ୟୁଓଡିଏଲ୍‌ର ସିଇଓ ଗଜାନନ କାଲେ, ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାର ଏବଂ ଟିପିଏସ୍‌ଓଡିଏଲ୍‌ର ସିଇଓ ଅମିତ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସମାବେଶ ବିଜେତାମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କଳାତ୍ମକ ଅବଦାନ ପାଇଁ ପ୍ରଶଂସା କରିଥିବା ବେଳେ ଓଡ଼ିଶାର ସୌନ୍ଦର୍ଯ୍ୟ ଓ ଭାବକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିଥିଲା। ଉପରୋକ୍ତ ସଂଖ୍ୟକ ଆବେଦନଗୁଡ଼ିକ ଯତ୍ନର ସହ ମୂଲ୍ୟାୟନ ପରେ ଶ୍ରେଷ୍ଠ ୧୩ ବିଜେତାଙ୍କୁ ଚୟନ କରାଯାଇଥିଲା।

ସେହିଭଳି ପ୍ରତିଭାସମ୍ପନ୍ନ ବ୍ୟକ୍ତିମାନଙ୍କୁ ଟିପି ଓଡ଼ିଶା-୨୦୨୪ କ୍ୟାଲେଣ୍ଡରରେ ସ୍ଥାନ ପାଇବାର ସୁଯୋଗ ସହିତ ପୂର୍ବରୁ ଦର୍ଶାଯାଇଥିବା ସର୍ତ୍ତାବଳୀ ଅନୁଯାୟୀ ନଗଦ ୧୫ ହଜାର ଟଙ୍କା ଲେଖାଏ ପୁରସ୍କାର ଓ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଟାଟା ପାୱାର ସାରା ରାଜ୍ୟରେ ଅଗଣିତ ଜୀବନକୁ ଆଲୋକିତ କରୁଛି ଏବଂ ରାଜ୍ୟରେ ବିଦ୍ୟୁତ୍‌ ଭିତ୍ତିଭୂମିର ଉନ୍ନତି ଦିଗରେ ନିରନ୍ତର କାର୍ଯ୍ୟ କରୁଛି। ସେହିଭଳି ଟାଟା ପାୱାରର ଟି ଆଣ୍ଡ ଡି ସଭାପତି ସଞ୍ଜୟ ବାଙ୍ଗା କହିଛନ୍ତି, ଟାଟା ପାୱାର ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ବିଦ୍ୟୁତ ବଣ୍ଟନ ସେବା ଏବଂ ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ଅଭିବୃଦ୍ଧି ଓ ବିକାଶ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି।

ଏପରିକି ଆଗାମୀ ଦିନରେ ଓଡ଼ିଶା ନୂଆ ଶିଖର ଛୁଇଁବ ଏବଂ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହାକୁ ଅନୁସରଣ କରିବାର ଏକ ମଡେଲ ପାଲଟିବ। ସାରା ରାଜ୍ୟର ଫଟୋଗ୍ରାଫିପ୍ରେମୀଙ୍କଠାରୁ ଏଭଳି ଉତ୍ସାହଜନକ ପ୍ରତିକ୍ରିୟା ପାଇ ଆମେ ବେଶ୍‌ ଆନନ୍ଦିତ। କେବଳ କଳା ପ୍ରତିଭାକୁ ସ୍ବୀକୃତି ଦେବା ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ପ୍ରଚାର ପ୍ରସାରରେ ଯୋଗଦାନ ଦେଉଥିବା ଏକ ପଦକ୍ଷେପର ଅଂଶ ହୋଇ ଆମେ ଗର୍ବିତ। ମୁଁ ‘ଓଃ ମାଇଁ ବିଉଟିଫୁଲ୍‌ ଓଡ଼ିଶା ଫଟୋଗ୍ରାଫି’ ପ୍ରତିଯୋଗିତାର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?