ମେମୁ ଟ୍ରେନ୍‌ ଚଳାଚଳ ଲାଗି ପ୍ରତିଶ୍ରୁତି

ଜଳେଶ୍ୱର, ୧୧।୪(ଡି.ଏନ.ଏ.)-ଦୀର୍ଘ ୧୪ମାସ ଧରି ପାସେଞ୍ଜର ଟ୍ରେନ୍‌ଗୁଡିକ ବନ୍ଦ ଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ସମାଜ କଲ୍ୟାଣ ବିକାଶ ପରିଷଦ ଓ ରେଳ ୟୁଜର୍ସ କମିଟି ପକ୍ଷରୁ ବାରମ୍ବାର ରେଳ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲା। ଖଡ଼ଗପୁର-ଭଦ୍ରକ, ଯାଜପୁର-ହାଓ୍ବଡା ଆଦି ପାସେଞ୍ଜର ଟ୍ରେନ ଚଳାଚଳ କରୁ ନ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ଆସୁଥିଲା। ଏ ସମ୍ପର୍କରେ ଡିଆର୍‌ଏମ୍‌, ରେଲଓ୍ବେ ବୋର୍ଡ଼, ରେଳ ମନ୍ତ୍ରଣାଳୟ, ରେଳମନ୍ତ୍ରୀଙ୍କଠାରେ ଉପରୋକ୍ତ ସଙ୍ଗଠନଗୁଡିକ ବାରମ୍ବାର ଦାବି କରିଆସୁଥିଲେ ା ଶେଷରେ ଶୁକ୍ରବାର ଖଡଗପୁର ରେଳ ଡିଭିଜନ ପକ୍ଷରୁ ଏସିଏମ୍‌ ବାବନ କୁମାର ଏବଂ ସିଆଇ ଶୁଭରକର ରାଉଳ ଆଲୋଚନା ଲାଗି ଜଳେଶ୍ୱର ଷ୍ଟେଶନକୁ ଆସିଥିଲେ। ଏଥିରେ ଜଳେଶ୍ୱର ଅଞ୍ଚଳର ବହୁ ଲୋକ ଯୋଗ ଦେଇଥିଲେ। ଏହି ଆଲୋଚନାରେ ବରିଷ୍ଠ ଭାଜପା ନେତା ଅରୁଣ ବେଜ, ଜଳେଶ୍ୱର ବଣିକ ସଂଘର ସଭାପତି ସୁଧୀର କୁମାର ମହାନ୍ତି, ସମାଜକଲ୍ୟାଣ ବିକାଶ ପରିଷଦର ସମ୍ପାଦକ ରାମଚନ୍ଦ୍ର ଜେନା, ବରିଷ୍ଠ ସଦସ୍ୟ ଶରତ କୁମାର ପରିଡା, ଶଶାଙ୍କ ଶେଖର ମହାନ୍ତି, ରେଳ ୟୁଜର୍ସ କମିଟି ସଭାପତି ସୁକୁମାର ରଣା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପାତ୍ର, ଶିଶିର ହୁଇ, ଦିଲୀପ କୁମାର ଗିରି, ଡ. ଅଜିତ୍‌ କୁମାର ମହାନ୍ତି, ଜିତାଂଶୁ ନନ୍ଦୀ, ଆଦିତ୍ୟ ନାରାୟଣ ପାତ୍ର, ହେମନ୍ତ ଗିରି, ସୁଦାମ ପାତ୍ର, ରବୀନ୍ଦ୍ର ଦାସ, ସତ୍ୟନାରାୟଣ ଦାସ, ଗୋବିନ୍ଦ ସାହୁ, ବିକାଶ ରଞ୍ଜନ ପାଳ, ସଞ୍ଜୟ କୁମାର ଭଞ୍ଜ, ଅବନୀ କୁମାର ଚନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଜଳେଶ୍ୱର ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟ ଖଗେନ୍ଦ୍ର ମଣ୍ଡଳ ଓ କମଳଲୋଚନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ସମୟ ଆଲୋଚନାରେ ଖଡ଼ଗପୁରରୁ ବାଲେଶ୍ୱର, ଭଦ୍ରକ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର, ପୁରୀ-ନୂଆଦିଲ୍ଲୀ ଉକତ୍ଳ ଏକ୍ସପ୍ରେସ୍‌ର ରହଣି ଆଦି ଦାବି କରାଯାଇଥିଲା। ଶେଷରେ ମେମୁ ଟ୍ରେନ୍‌ ଚାଲିବା ସମ୍ପର୍କରେ ଏସିଏମ୍‌ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୧୫ ତାରିଖ ସୁଦ୍ଧା ମେମୁ ଟ୍ରେନ୍‌ ନ ଚାଲିଲେ ୧୮ତାରିଖଠାରୁ ଆନ୍ଦୋଳାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ରୋକଠୋକ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri