ମେମୁ ଟ୍ରେନ୍‌ ଚଳାଚଳ ଲାଗି ପ୍ରତିଶ୍ରୁତି

ଜଳେଶ୍ୱର, ୧୧।୪(ଡି.ଏନ.ଏ.)-ଦୀର୍ଘ ୧୪ମାସ ଧରି ପାସେଞ୍ଜର ଟ୍ରେନ୍‌ଗୁଡିକ ବନ୍ଦ ଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ସମାଜ କଲ୍ୟାଣ ବିକାଶ ପରିଷଦ ଓ ରେଳ ୟୁଜର୍ସ କମିଟି ପକ୍ଷରୁ ବାରମ୍ବାର ରେଳ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲା। ଖଡ଼ଗପୁର-ଭଦ୍ରକ, ଯାଜପୁର-ହାଓ୍ବଡା ଆଦି ପାସେଞ୍ଜର ଟ୍ରେନ ଚଳାଚଳ କରୁ ନ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ଆସୁଥିଲା। ଏ ସମ୍ପର୍କରେ ଡିଆର୍‌ଏମ୍‌, ରେଲଓ୍ବେ ବୋର୍ଡ଼, ରେଳ ମନ୍ତ୍ରଣାଳୟ, ରେଳମନ୍ତ୍ରୀଙ୍କଠାରେ ଉପରୋକ୍ତ ସଙ୍ଗଠନଗୁଡିକ ବାରମ୍ବାର ଦାବି କରିଆସୁଥିଲେ ା ଶେଷରେ ଶୁକ୍ରବାର ଖଡଗପୁର ରେଳ ଡିଭିଜନ ପକ୍ଷରୁ ଏସିଏମ୍‌ ବାବନ କୁମାର ଏବଂ ସିଆଇ ଶୁଭରକର ରାଉଳ ଆଲୋଚନା ଲାଗି ଜଳେଶ୍ୱର ଷ୍ଟେଶନକୁ ଆସିଥିଲେ। ଏଥିରେ ଜଳେଶ୍ୱର ଅଞ୍ଚଳର ବହୁ ଲୋକ ଯୋଗ ଦେଇଥିଲେ। ଏହି ଆଲୋଚନାରେ ବରିଷ୍ଠ ଭାଜପା ନେତା ଅରୁଣ ବେଜ, ଜଳେଶ୍ୱର ବଣିକ ସଂଘର ସଭାପତି ସୁଧୀର କୁମାର ମହାନ୍ତି, ସମାଜକଲ୍ୟାଣ ବିକାଶ ପରିଷଦର ସମ୍ପାଦକ ରାମଚନ୍ଦ୍ର ଜେନା, ବରିଷ୍ଠ ସଦସ୍ୟ ଶରତ କୁମାର ପରିଡା, ଶଶାଙ୍କ ଶେଖର ମହାନ୍ତି, ରେଳ ୟୁଜର୍ସ କମିଟି ସଭାପତି ସୁକୁମାର ରଣା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପାତ୍ର, ଶିଶିର ହୁଇ, ଦିଲୀପ କୁମାର ଗିରି, ଡ. ଅଜିତ୍‌ କୁମାର ମହାନ୍ତି, ଜିତାଂଶୁ ନନ୍ଦୀ, ଆଦିତ୍ୟ ନାରାୟଣ ପାତ୍ର, ହେମନ୍ତ ଗିରି, ସୁଦାମ ପାତ୍ର, ରବୀନ୍ଦ୍ର ଦାସ, ସତ୍ୟନାରାୟଣ ଦାସ, ଗୋବିନ୍ଦ ସାହୁ, ବିକାଶ ରଞ୍ଜନ ପାଳ, ସଞ୍ଜୟ କୁମାର ଭଞ୍ଜ, ଅବନୀ କୁମାର ଚନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଜଳେଶ୍ୱର ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟ ଖଗେନ୍ଦ୍ର ମଣ୍ଡଳ ଓ କମଳଲୋଚନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ସମୟ ଆଲୋଚନାରେ ଖଡ଼ଗପୁରରୁ ବାଲେଶ୍ୱର, ଭଦ୍ରକ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର, ପୁରୀ-ନୂଆଦିଲ୍ଲୀ ଉକତ୍ଳ ଏକ୍ସପ୍ରେସ୍‌ର ରହଣି ଆଦି ଦାବି କରାଯାଇଥିଲା। ଶେଷରେ ମେମୁ ଟ୍ରେନ୍‌ ଚାଲିବା ସମ୍ପର୍କରେ ଏସିଏମ୍‌ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୧୫ ତାରିଖ ସୁଦ୍ଧା ମେମୁ ଟ୍ରେନ୍‌ ନ ଚାଲିଲେ ୧୮ତାରିଖଠାରୁ ଆନ୍ଦୋଳାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ରୋକଠୋକ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?