ଇକୋ ସେନ୍‌ସିଟିଭ ଜୋନରେ ପ୍ରକଳ୍ପ

କେନ୍ଦ୍ରାପଡା ଅଫିସ,୩।୧୨:କେନ୍ଦ୍ରାପଡ଼ା ଜିଲା ଜାତୀୟ ଉଦ୍ୟାନ ଭିତରକନିକାର ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍‌ସିଟିଭ ଜୋନ)ରେ ଯାଉଛି। ଜିଲାର ରାଜକନିକା ବ୍ଲକ ବରୁଣାଡିହାରେ ନିର୍ମାଣାଧୀନ ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ ପରିବେଶ ସମ୍ବେଦନଶୀଳ ଜୋନରେ ଯାଉଛି। ତେଣୁ ଏହି ପ୍ରତିବନ୍ଧକ ଏବେ ଜିଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି। ପ୍ରକଳ୍ପରୁ ଭଦ୍ରକକୁ ପାଣି ଯୋଗାଣ କରିବାକୁ ସରକାର ଚାହୁଁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଓ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ବିରୋଧ କରୁଛି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ପାଣିପାଗ ବିଭାଗ ୨୦୧୫ ଜୁନ ୧୬ରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହ ବନ, ଉଦ୍ୟାନ କୃଷି, କୃଷି, ପାର୍କ ବ୍ୟତୀତ ଅନ୍ୟ ପ୍ରକଳ୍ପ ଆରମ୍ଭ ପାଇଁ ଏହି ବିଜ୍ଞପ୍ତିରେ ପ୍ରତିବନ୍ଧକ ଅଛି। ନୂତନ ପ୍ରକଳ୍ପ ଆରମ୍ଭ ପୂର୍ବରୁ ପରିବେଶ ଉପରେ ସମ୍ଭାବିତ ପ୍ରଭାବର ବିଜ୍ଞାନ ଭିତ୍ତିକ ବିଶ୍ଳେଷଣ ପରେ ମନିଟରିଂ କମିଟିରେ ମଞ୍ଜୁରୀ ଆବଶ୍ୟକ। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ସହ ପ୍ରଶାସନିକ ଅଧିକାରୀନଙ୍କ ଦୁଇଥର ଆଲୋଚନା ବିଫଳ ହୋଇଛି। ଏବେ ପ୍ରଶାସନ ତରବରିଆ ଭାବେ ପରିବେଶ ସମ୍ବେଦନଶୀଳ ଜୋନ କମିଟିକୁ ଡାକି ଏହାର ମଞ୍ଜୁରୀ ପାଇଁ ଚେଷ୍ଟା ଚଳାଇଥିବା ଜଣାପଡିଛି।
ପ୍ରକଳ୍ପ କାର୍ଯ୍ୟ ଆରମ୍ଭର ବର୍ଷେ ପରେ ଗୁରୁବାର ଏ ନେଇ କମିଟି ସଦସ୍ୟଙ୍କ ବୈଠକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ହେବାକୁ ଯାଉଛି। ତେବେ ଅଦ୍ୟାବଧି ପରବେଶ ବିଜ୍ଞାନୀଙ୍କ ଅନୁଧ୍ୟାନ ହୋଇ ନ ଥିବାରୁ ଆଇନ ଜାଲରେ ଛନ୍ଦି ହେବା ସମ୍ଭାବନା ଦେଖାଦେଇଛି। ଭିତରକନିକା ଜାତୀୟ ଉଦ୍ୟାନର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ପାଣିପାଗ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲାର ୧୪୭ଟି ଓ ଭଦ୍ରକ ଜିଲାର ୪୫ଟି ଗ୍ରାମକୁ ସମ୍ବେଦନଶୀଳ ଜୋନ ଭାବେ ଗ୍ରହଣ କରିଛନ୍ତି। ଏହି ଜୋନରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଜଳ ଯୋଗାଣ ସ୍ଥାନ ବରୁଣାଡିହା ରହିଥିବା ବେଳେ ଭଦ୍ରକ ଜିଲା ଚାନ୍ଦବାଲିସ୍ଥ ନୂଆହାଟରେ ନିର୍ମାଣାଧୀନ ଜଳ ବିଶୋଧନ ପ୍ରଣାଳୀ ରହୁଛି। ପାଣି ଉଠାଣ ଓ ଯୋଗାଣ ଦୁଇ ସ୍ଥାନ ପରିବେଶ ସମ୍ବେଦନଶୀଳ ଜୋନରେ ରହିଛି। ତେଣୁ ପ୍ରକଳ୍ପ କିପରି ହେବ ବୋଲି ମନିଟରିଂ କମିଟି ସଦସ୍ୟ ରାଜକନିକାସ୍ଥିତ ସମ୍ଭାବନା ଅନୁଷ୍ଠାନର ସାମାଜିକ କର୍ମୀ ଶ୍ରୀକାନ୍ତ ନାୟକ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଭିତରକନିକାକୁ ୧୯୭୫ରେ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ୧୯୯୭ରେ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ସଂରକ୍ଷଣ ଯୋଗାଇ ଦିଆଯାଇଥିବା ବେଳେ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଛି। ଏହାବ୍ୟତୀତ ଏହି ଜାତୀୟ ଉଦ୍ୟାନ ବିଶ୍ୱସ୍ତରରେ ଜୈବ ବିବିଧତା ପାଇଁ ପରିବେଶବିତ୍‌ ଓ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି। ନଦୀ ମୁହାଣ ଓ ସାମୁଦ୍ରିକ ଜଳର ମିଶ୍ରଣ ପାଇଁ ଦେଶର ଦ୍ୱିତୀୟ ବୃହତ୍ତମ ହେନ୍ତାଳବଣ ସୃଷ୍ଟି ହୋଇଛି। ସେହିପରି ୬୧ ପ୍ରକାର ଅମେରୁଦଣ୍ଡୀ ପ୍ରାଣୀ, ବିଭିନ୍ନ ସରୀସୃପ, ବନ୍ୟଜନ୍ତୁ, କୁମ୍ଭୀର, ବିରଳ ଅଲିଭରିଡ୍‌ଲେ, ବିଭିନ୍ନ ପ୍ରଜାତିର ମାଛ, ୨୮୦ରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ପ୍ରଜାତିର ପକ୍ଷୀଙ୍କ ସମାହାର ହୋଇଛି। ପାନୀୟ ଜଳ ପ୍ରକଳ୍ପ ପୂର୍ବରୁ ଏ ନେଇ ପରିବେଶ ବିଜ୍ଞାନୀଙ୍କ ଅନୁଧ୍ୟାନ ପରେ କମିଟି ସଦସ୍ୟଙ୍କ ମଞ୍ଜୁରୀ ଆବଶ୍ୟକ। ସେହିପରି ୨୦୧୬ରେ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଁ ୟୁନୋସ୍କୋ ପକ୍ଷରୁ ଅନୁଧ୍ୟାନ ହୋଇ ସାରିଛି। ଏହାର ସୁରକ୍ଷା ଏବେ ଜରୁରୀ ହୋଇପଡିଛି। କମିଟିରେ ଅଧିକାଂଶ ସରକାରୀ ଅଧିକାରୀ ଥିବାରୁ ପରିବେଶ ଅନୁଧ୍ୟାନ ପୂର୍ବରୁ ମେଗା ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ପାଇଁ ପ୍ରୟାସ ହେଲେ ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଅଛି ବୋଲି କମିଟି ସଦସ୍ୟ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri