କ୍ଷୁଦ୍ର ଜଳସେଚନ କେନାଲ ନିର୍ମାଣରେ ଜବରଦଖଲ ବାଧକ

କେନ୍ଦୁଝର, ୪।୬(ସ୍ବ.ପ୍ର.): କେନ୍ଦୁଝର ସଦର ତହସିଲ ରାଇସୁଆଁ ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ବିଭାଗର ରାଇସୁଆଁ-ଗୋପୀନାଥପୁର-ସିଲସୁଆଁ ମୁଖ୍ୟ କେନାଲ ଜମି ଜବରଦଖଲ ଯୋଗୁ ନୂତନ କେନାଲ ନିର୍ମାଣରେ ବାଧକ ଦେଖାଦେଇଛି। ପ୍ରାୟ ୫୯ ଲକ୍ଷ ୬୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା କେନାଲ ୫ ମେ, ୨୦୨୨ ରେ ଆରମ୍ଭ ହୋଇ ୪ ଏପ୍ରିଲ ୨୦୨୩ ସୁଦ୍ଧା ସରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି। ଧାର୍ଯ୍ୟ ସମୟସୀମା ସରିଯାଇଥିଲେ ହେଁ କାମ ସରୁ ନ ଥିବାରୁ ଚଳିତ ବର୍ଷ ମଧ୍ୟ ଜମିକୁ ପାଣି ମାଡ଼ିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ପ୍ରକାଶ ଯେ, ରାଇସୁଆଁ ପଞ୍ଚାୟତର ଆଂଶିକ, ସିଲସୁଆଁ ଓ ଗୋପୀନାଥପୁର ପଞ୍ଚାୟତର ସମସ୍ତ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବାକୁ ଏହି କେନାଲ ୧୯୭୨ ମସିହାରେ କରାଯାଇଥିଲା। ତେବେ ଜାତୀୟ ରାଜପଥ ୨୧୫ ସମ୍ପ୍ରସାରଣ କରି ୪ ଲେନ୍‌ କରିବା ସମୟରେ ୨୦୧୦ରେ ଗୋପୀନାଥପୁର ନିକଟରେ ୭୦୦ ମିଟର ମାଟି ପୋତିଦେବାରୁ କେନାଲ ବନ୍ଦ ହୋଇ ପାଣି ଯିବାରେ ସମସ୍ୟା ଦେଖାଦେଇଥିଲା। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର କିଛି ଅଂଶ ମରାମତି କରାଯାଇଥିବାବେଳେ ଏବେ ଅବଶିଷ୍ଟ କାମ କରାଯାଉଛି। ସାନମାଛକାନ୍ଦଣା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ନିର୍ମିତ ଉକ୍ତ ମୁଖ୍ୟ କେନାଲ ହେଲେ ରାଇସୁଆଁ, ସିଲସୁଆଁ, ଗୋପୀନାଥପୁର ୩ ପଞ୍ଚାୟତର ୩୮୦ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ। ମାତ୍ର ୬୮୮୯ ମିଟର ଲମ୍ବ ମୁଖ୍ୟ କେନାଲ ମଧ୍ୟରୁ ପ୍ରାୟ ୪୪୫ ମିଟର କେନାଲ ଜବରଦଖଲରେ ରହିଛି। ଏ ନେଇ ବିଭାଗ ପକ୍ଷରୁ ମାପଚୁପ କରି ଜବରଦଖଲ ମୁକ୍ତ କରିବା ପାଇଁ ବାରମ୍ବାର ଚିଠି କରିବା ସତ୍ତ୍ୱେ ସଦର ତହସିଲ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସୁଧାଂଶୁ ଶେଖର ସାହୁ ସୂଚନା ଦେଇଛନ୍ତି। ଫଳରେ କେନାଲ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ରାଇସୁଆଁ ନିକଟରେ ଖନନ କାମ ସରି ନ ଥିବା ବେଳେ କଂକ୍ରିଟ କାମ ବାକି ରହିଛି। କେନାଲ କାମରେ କେତେକ ସ୍ଥାନରେ କଂକ୍ରିଟ କେନାଲ ବଦଳରେ ଜମି ତଳେ ହ୍ୟୁମ ପାଇପ୍‌ ବସାଯାଇଥିବା ଜଣାପଡ଼ିଛି। ତହସିଲ ପକ୍ଷରୁ ଜମି ଯୋଗାଣରେ ବିଳମ୍ବ ହେଉଥିବାରୁ କାର୍ଯ୍ୟ ଆଗେଇ ପାରୁନି ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୁହାଯାଉଛି। ଏ ନେଇ ସଦର ତହସିଲଦାର ଆଶିଷ ମହାପାତ୍ର କହିଛନ୍ତି, ଉକ୍ତ ଜମି ଏନ୍‌ଏଚ୍‌ଏଆଇ ନିୟନ୍ତ୍ରଣରେ ରହିଛି। ଏଣୁ ଏନ୍‌ଏଚ୍‌ଏଆଇ ହିଁ ଏହାର ଉଚ୍ଛେଦ କରିପାରିବ। ତେବେ ଏନେଇ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ଏନ୍‌ଏଚ୍‌ଏଆଇ ପକ୍ଷରୁ ପଦକ୍ଷେପ ନେବା ପରେ ଉଚ୍ଛେଦ କାମ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri