କ୍ଷୁଦ୍ର ଜଳସେଚନ କେନାଲ ନିର୍ମାଣରେ ଜବରଦଖଲ ବାଧକ

କେନ୍ଦୁଝର, ୪।୬(ସ୍ବ.ପ୍ର.): କେନ୍ଦୁଝର ସଦର ତହସିଲ ରାଇସୁଆଁ ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ବିଭାଗର ରାଇସୁଆଁ-ଗୋପୀନାଥପୁର-ସିଲସୁଆଁ ମୁଖ୍ୟ କେନାଲ ଜମି ଜବରଦଖଲ ଯୋଗୁ ନୂତନ କେନାଲ ନିର୍ମାଣରେ ବାଧକ ଦେଖାଦେଇଛି। ପ୍ରାୟ ୫୯ ଲକ୍ଷ ୬୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା କେନାଲ ୫ ମେ, ୨୦୨୨ ରେ ଆରମ୍ଭ ହୋଇ ୪ ଏପ୍ରିଲ ୨୦୨୩ ସୁଦ୍ଧା ସରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି। ଧାର୍ଯ୍ୟ ସମୟସୀମା ସରିଯାଇଥିଲେ ହେଁ କାମ ସରୁ ନ ଥିବାରୁ ଚଳିତ ବର୍ଷ ମଧ୍ୟ ଜମିକୁ ପାଣି ମାଡ଼ିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ପ୍ରକାଶ ଯେ, ରାଇସୁଆଁ ପଞ୍ଚାୟତର ଆଂଶିକ, ସିଲସୁଆଁ ଓ ଗୋପୀନାଥପୁର ପଞ୍ଚାୟତର ସମସ୍ତ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବାକୁ ଏହି କେନାଲ ୧୯୭୨ ମସିହାରେ କରାଯାଇଥିଲା। ତେବେ ଜାତୀୟ ରାଜପଥ ୨୧୫ ସମ୍ପ୍ରସାରଣ କରି ୪ ଲେନ୍‌ କରିବା ସମୟରେ ୨୦୧୦ରେ ଗୋପୀନାଥପୁର ନିକଟରେ ୭୦୦ ମିଟର ମାଟି ପୋତିଦେବାରୁ କେନାଲ ବନ୍ଦ ହୋଇ ପାଣି ଯିବାରେ ସମସ୍ୟା ଦେଖାଦେଇଥିଲା। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର କିଛି ଅଂଶ ମରାମତି କରାଯାଇଥିବାବେଳେ ଏବେ ଅବଶିଷ୍ଟ କାମ କରାଯାଉଛି। ସାନମାଛକାନ୍ଦଣା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ନିର୍ମିତ ଉକ୍ତ ମୁଖ୍ୟ କେନାଲ ହେଲେ ରାଇସୁଆଁ, ସିଲସୁଆଁ, ଗୋପୀନାଥପୁର ୩ ପଞ୍ଚାୟତର ୩୮୦ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ। ମାତ୍ର ୬୮୮୯ ମିଟର ଲମ୍ବ ମୁଖ୍ୟ କେନାଲ ମଧ୍ୟରୁ ପ୍ରାୟ ୪୪୫ ମିଟର କେନାଲ ଜବରଦଖଲରେ ରହିଛି। ଏ ନେଇ ବିଭାଗ ପକ୍ଷରୁ ମାପଚୁପ କରି ଜବରଦଖଲ ମୁକ୍ତ କରିବା ପାଇଁ ବାରମ୍ବାର ଚିଠି କରିବା ସତ୍ତ୍ୱେ ସଦର ତହସିଲ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସୁଧାଂଶୁ ଶେଖର ସାହୁ ସୂଚନା ଦେଇଛନ୍ତି। ଫଳରେ କେନାଲ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ରାଇସୁଆଁ ନିକଟରେ ଖନନ କାମ ସରି ନ ଥିବା ବେଳେ କଂକ୍ରିଟ କାମ ବାକି ରହିଛି। କେନାଲ କାମରେ କେତେକ ସ୍ଥାନରେ କଂକ୍ରିଟ କେନାଲ ବଦଳରେ ଜମି ତଳେ ହ୍ୟୁମ ପାଇପ୍‌ ବସାଯାଇଥିବା ଜଣାପଡ଼ିଛି। ତହସିଲ ପକ୍ଷରୁ ଜମି ଯୋଗାଣରେ ବିଳମ୍ବ ହେଉଥିବାରୁ କାର୍ଯ୍ୟ ଆଗେଇ ପାରୁନି ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୁହାଯାଉଛି। ଏ ନେଇ ସଦର ତହସିଲଦାର ଆଶିଷ ମହାପାତ୍ର କହିଛନ୍ତି, ଉକ୍ତ ଜମି ଏନ୍‌ଏଚ୍‌ଏଆଇ ନିୟନ୍ତ୍ରଣରେ ରହିଛି। ଏଣୁ ଏନ୍‌ଏଚ୍‌ଏଆଇ ହିଁ ଏହାର ଉଚ୍ଛେଦ କରିପାରିବ। ତେବେ ଏନେଇ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ଏନ୍‌ଏଚ୍‌ଏଆଇ ପକ୍ଷରୁ ପଦକ୍ଷେପ ନେବା ପରେ ଉଚ୍ଛେଦ କାମ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri