ପେସା ଶ୍ରମିକ, ନିଶା ପ୍ଲାଷ୍ଟିକମୁକ୍ତ ସମାଜ ଗଠନ

କୁଜଙ୍ଗ,୨୯।୨ (ମନୋଜ ପ୍ରଧାନ)ମାଟିରେ ମିଳାଉ ନ ଥିବା ପ୍ଲାଷ୍ଟିକ, ଧୂଳି, ଧୂଆଁ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟ ଯୋଗୁ ବାୟୁମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏହାଦ୍ୱାରା ମଣିଷ ସ୍ବଚ୍ଛ ପବନରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ। ଫଳରେ ଲୋକେ ବିଭିନ୍ନ ଦୁରାରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ପରିବେଶକୁ ପ୍ରଦୂଷଣମୁକ୍ତ ରଖିବାପାଇଁ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡକିପୁର ଗ୍ରାମର ଯୁବକ ପ୍ରଶାନ୍ତ ମାଝି ଉଦ୍ୟମ କରି ଚାଲିଛନ୍ତି ା ସେ ପେସାରେ ଜଣେ ଶ୍ରମିକ ହୋଇଥିଲେ ବି ସେଥିରୁ ପ୍ରତ୍ୟହ କିଛି ସମୟ କାଢି ମନ୍ଦିର, ବିଦ୍ୟାଳୟ, ନଦୀକୂଳ ଓ ସର୍ବସାଧାରଣ ସ୍ଥାନରୁ ପ୍ଲାଷ୍ଟିକ ଗୋଟାଇ ଏକତ୍ରିତ କରନ୍ତି। ଏତଦ୍‌ବ୍ୟତୀତ ଖୋଲାସ୍ଥାନ ଓ ନଦୀବନ୍ଧମାନଙ୍କରେ ନିଜର ସ୍ବଳ୍ପ ମଜୁରିରୁ କିଛି ଖର୍ଚ୍ଚକରି ଚାରାରୋପଣ କରନ୍ତି। ଅନ୍ୟପଟେ ମନ୍ଦିର ଯିବା ସମୟରେ ପଲିଥିନି ବଦଳରେ କାଠ ଚାଙ୍ଗୁଡି ବ୍ୟବହାର କରିବା, ପରିବା ଓ ରାଶନ ସାମଗ୍ରୀ କିଣିଲା ବେଳେ କପଡା ବ୍ୟାଗ ବ୍ୟବହାର କରିବା ଓ ବ୍ୟବସାୟୀ ଭାଇମାନଙ୍କୁ କାଗଜ ଠୁଙ୍ଗାରେ ଜିନିଷ ଦେବା ପାଇଁ ପ୍ରବର୍ତ୍ତାଇବା, ଘରୁ ବାହାରୁଥିବା ଅଳିଆ ଆବର୍ଜନାକୁ ଏଣେତେଣେ ନ ପକାଇ ଡଷ୍ଟବିନରେ ପକାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥାନ୍ତି। ଉକ୍ତ କାର୍ଯ୍ୟ ପାଇଁ ସେ କାହାର ସହାୟତା ଉପରେ ନିର୍ଭର କରନ୍ତି ନାହିଁ।
ଏ ସମ୍ପର୍କରେ ପ୍ରଶାନ୍ତକୁ ପଚାରିବାରେ, ନିଜର ପରିବାର ପ୍ରତିପୋଷଣ ବାଦ ସମାଜର ମଙ୍ଗଳ ପାଇଁ ସେ ଦୈନିକ କିଛି ନା କିଛି କାମ କରିବେ ବୋଲି ଶପଥ ନେଇଛନ୍ତି। ଅନ୍ୟମାନଙ୍କୁ କାହିଁକି ସାଥିରେ ନେଉନାହାନ୍ତି ପଚାରିବାରେ ସେ କୁହନ୍ତି, କର୍ମମୟ ଜୀବନ ମଧ୍ୟରେ ବ୍ୟସ୍ତ ରହୁଥିବା ମଣିଷ ଅନ୍ୟ ପାଇଁ ଟିକେ ସମୟ କାଢ଼ିବାକୁ ମନ ବଳାଉ ନାହାନ୍ତି। ତେଣୁ କାହାକୁ ଉକ୍ତ କାମ କରିବାକୁ ଡାକିଲେ ବିଭିନ୍ନ ଆଳ ଦେଖାଇ ଆସୁନାହାନ୍ତି। ତେଣୁ ସେ ନିଜ କର୍ତ୍ତବ୍ୟ ଓ କ୍ଷମତା ପରିସର ଭିତରେ ଯେତିକି ପାରିବେ ପରିବେଶ ସୁରକ୍ଷା ପାଇଁ ସେତିକି କାମକରିବେ ବୋଲି କହିଛନ୍ତି ା ତାଙ୍କର ଏହି ମହତ୍‌ କାର୍ଯ୍ୟ ପାଇଁ ଅଧ୍ୟାପକ ହିରଣ୍ୟ ସ୍ବାଇଁ, ସାମାଜିକ କର୍ମୀ ସୁଧାଂଶୁ ମହାପାତ୍ର, ଶ୍ରମିକ ନେତା ଅଭୟ ସାମଲ, ସାମାଜିକ କର୍ମୀ ଗୌରହରି ସ୍ବାଇଁ, ସଂଗ୍ରାମ ରାଉତରାୟ, ସଞ୍ଜୟ ମହାରଣା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri