ପେସା ଶ୍ରମିକ, ନିଶା ପ୍ଲାଷ୍ଟିକମୁକ୍ତ ସମାଜ ଗଠନ

କୁଜଙ୍ଗ,୨୯।୨ (ମନୋଜ ପ୍ରଧାନ)ମାଟିରେ ମିଳାଉ ନ ଥିବା ପ୍ଲାଷ୍ଟିକ, ଧୂଳି, ଧୂଆଁ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟ ଯୋଗୁ ବାୟୁମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏହାଦ୍ୱାରା ମଣିଷ ସ୍ବଚ୍ଛ ପବନରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ। ଫଳରେ ଲୋକେ ବିଭିନ୍ନ ଦୁରାରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ପରିବେଶକୁ ପ୍ରଦୂଷଣମୁକ୍ତ ରଖିବାପାଇଁ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡକିପୁର ଗ୍ରାମର ଯୁବକ ପ୍ରଶାନ୍ତ ମାଝି ଉଦ୍ୟମ କରି ଚାଲିଛନ୍ତି ା ସେ ପେସାରେ ଜଣେ ଶ୍ରମିକ ହୋଇଥିଲେ ବି ସେଥିରୁ ପ୍ରତ୍ୟହ କିଛି ସମୟ କାଢି ମନ୍ଦିର, ବିଦ୍ୟାଳୟ, ନଦୀକୂଳ ଓ ସର୍ବସାଧାରଣ ସ୍ଥାନରୁ ପ୍ଲାଷ୍ଟିକ ଗୋଟାଇ ଏକତ୍ରିତ କରନ୍ତି। ଏତଦ୍‌ବ୍ୟତୀତ ଖୋଲାସ୍ଥାନ ଓ ନଦୀବନ୍ଧମାନଙ୍କରେ ନିଜର ସ୍ବଳ୍ପ ମଜୁରିରୁ କିଛି ଖର୍ଚ୍ଚକରି ଚାରାରୋପଣ କରନ୍ତି। ଅନ୍ୟପଟେ ମନ୍ଦିର ଯିବା ସମୟରେ ପଲିଥିନି ବଦଳରେ କାଠ ଚାଙ୍ଗୁଡି ବ୍ୟବହାର କରିବା, ପରିବା ଓ ରାଶନ ସାମଗ୍ରୀ କିଣିଲା ବେଳେ କପଡା ବ୍ୟାଗ ବ୍ୟବହାର କରିବା ଓ ବ୍ୟବସାୟୀ ଭାଇମାନଙ୍କୁ କାଗଜ ଠୁଙ୍ଗାରେ ଜିନିଷ ଦେବା ପାଇଁ ପ୍ରବର୍ତ୍ତାଇବା, ଘରୁ ବାହାରୁଥିବା ଅଳିଆ ଆବର୍ଜନାକୁ ଏଣେତେଣେ ନ ପକାଇ ଡଷ୍ଟବିନରେ ପକାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥାନ୍ତି। ଉକ୍ତ କାର୍ଯ୍ୟ ପାଇଁ ସେ କାହାର ସହାୟତା ଉପରେ ନିର୍ଭର କରନ୍ତି ନାହିଁ।
ଏ ସମ୍ପର୍କରେ ପ୍ରଶାନ୍ତକୁ ପଚାରିବାରେ, ନିଜର ପରିବାର ପ୍ରତିପୋଷଣ ବାଦ ସମାଜର ମଙ୍ଗଳ ପାଇଁ ସେ ଦୈନିକ କିଛି ନା କିଛି କାମ କରିବେ ବୋଲି ଶପଥ ନେଇଛନ୍ତି। ଅନ୍ୟମାନଙ୍କୁ କାହିଁକି ସାଥିରେ ନେଉନାହାନ୍ତି ପଚାରିବାରେ ସେ କୁହନ୍ତି, କର୍ମମୟ ଜୀବନ ମଧ୍ୟରେ ବ୍ୟସ୍ତ ରହୁଥିବା ମଣିଷ ଅନ୍ୟ ପାଇଁ ଟିକେ ସମୟ କାଢ଼ିବାକୁ ମନ ବଳାଉ ନାହାନ୍ତି। ତେଣୁ କାହାକୁ ଉକ୍ତ କାମ କରିବାକୁ ଡାକିଲେ ବିଭିନ୍ନ ଆଳ ଦେଖାଇ ଆସୁନାହାନ୍ତି। ତେଣୁ ସେ ନିଜ କର୍ତ୍ତବ୍ୟ ଓ କ୍ଷମତା ପରିସର ଭିତରେ ଯେତିକି ପାରିବେ ପରିବେଶ ସୁରକ୍ଷା ପାଇଁ ସେତିକି କାମକରିବେ ବୋଲି କହିଛନ୍ତି ା ତାଙ୍କର ଏହି ମହତ୍‌ କାର୍ଯ୍ୟ ପାଇଁ ଅଧ୍ୟାପକ ହିରଣ୍ୟ ସ୍ବାଇଁ, ସାମାଜିକ କର୍ମୀ ସୁଧାଂଶୁ ମହାପାତ୍ର, ଶ୍ରମିକ ନେତା ଅଭୟ ସାମଲ, ସାମାଜିକ କର୍ମୀ ଗୌରହରି ସ୍ବାଇଁ, ସଂଗ୍ରାମ ରାଉତରାୟ, ସଞ୍ଜୟ ମହାରଣା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?