ଚାହିଦା ଅନୁସାରେ ପ୍ରଡକ୍ଟ ଚୟନ: ଦେବେଶ ପ୍ରସାଦ ନନ୍ଦ

ଦୁର୍ଗେଶ ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଦେବେଶ ପ୍ରସାଦ ନନ୍ଦ ଭୁବନେଶ୍ୱରସ୍ଥିତ ବିଜେବି କଲେଜରୁ ଅର୍ଥନୀତିରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ସେ ଆମେରିକାର କଲମ୍ବିଆ ୟୁନିଭର୍ସିଟିରେ ବଜେଟ୍‌ ଫାଇନାନ୍ସ ପାଠ ପଢ଼ି କର୍ପୋରେଟ୍‌ ସେକ୍ଟରରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସିଙ୍ଗାପୁର ଓ ବ୍ରିଟେନର କେତେକ କମ୍ପାନୀରେ ନିବେଶ କରି ଇନ୍‌ଭେଷ୍ଟମେଣ୍ଟ ଅନୁଭୂତି ପାଇଥିଲେ। ନିଜ କ୍ୟାରିୟର ଓ ପ୍ରଫେସନ ସମ୍ପର୍କରେ ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ ଏସବୁ ମନଖୋଲି କହିଛନ୍ତି ଦେବେଶ।

ଦୁର୍ଗେଶ ମୋଟର୍ସର ଯାତ୍ରା କିପରି ଆରମ୍ଭ ହୋଇଥିଲା?
୨୦୧୮ରେ ଦୁର୍ଗେଶ ମୋଟର୍ସ ଆରମ୍ଭ ହୋଇଥିଲା। କଟକ ଏବଂ ଭୁବନେଶ୍ୱରରେ ଆମର ଦୁଇଟି ସ୍କୋଡା ଶୋ’ରୁମ୍‌ ଥିବାବେଳେ ଚଳିତ ବର୍ଷ ସମ୍ବଲପୁର ଓ ରାଉରକେଲାରେ ଗୋଟିଏ ଲେଖାଏ ଶୋ’ରୁମ୍‌ ଓପନ୍‌ କରିଛୁ। ସେତେବେଳେ ସ୍କୋଡାର କୁସାକ୍‌ ଏବଂ ସ୍ଲାଭିଆ ମଡେଲ୍‌ ବଜାରରେ ଚାଲିଥିଲା। ଓଡ଼ିଶା ଏକ ପ୍ରାଇସ୍‌ ସେନ୍ସିଟିଭ ବଜାର। ଆମେ ସେ ସମୟରେ ମାସିକ ୧୦-୧୨ଟି କାର୍‌ ବିକ୍ରି କରିବାକୁ ସକ୍ଷମ ହେଉଥିଲୁ। ପରେ ଦେଶର ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ସ୍କୋଡା ଲୋକଙ୍କୁ ସୁହାଇବା ଭଳି କମ୍‌ ଦାମ୍‌ର କାର୍‌ ତିଆରି କରିଥିଲା। କୁସାକ୍‌ ମଡେଲ୍‌ର ଭଲ ବଜାର ଚାହିଦା ରହିଛି। ଏହାକୁ ଲୋକମାନେ ସ୍ପୋଟର୍‌ସ, ଫର୍ମାଲ୍‌ ଭାବରେ ବ୍ୟବହାର କରିପାରୁଛନ୍ତି। ବର୍ତ୍ତମାନ ମାସିକ ୧୦୦ରୁ ୧୨୦ କାର୍‌ ବିକ୍ରି ଲକ୍ଷ୍ୟ ରଖିଛୁ। ୩ ବର୍ଷ ମଧ୍ୟରେ ମାସିକ ୧୦-୧୨ଟିରୁ ୧୦୦-୧୨୦ କାର୍‌ ବିକ୍ରିର ଯାତ୍ରା କଠିନ ଥିଲା, କିନ୍ତୁ ବର୍ତ୍ତମାନ ଆମେ ନିଜ ବ୍ୟବସାୟକୁ ନେଇ ସନ୍ତୁଷ୍ଟ।
ବଜାରରେ ଉପଲବ୍ଧ ସ୍କୋଡାର ପୋର୍ଟଫୋଲିଓ?
ବର୍ତ୍ତମାନ ସ୍କୋଡାର ପୋର୍ଟଫୋଲିଓରେ ୫ଟି କାର୍‌ ରହିଛି। ଏହାର ସୁପର୍ଭ ମଡେଲ୍‌ ବିଳାସପୂର୍ଣ୍ଣ ଏବଂ କୋଡିଆକ୍‌୍‌ ମଡେଲ୍‌ ହେଉଛି ଏକ ଭଲ ଏସ୍‌ୟୁଭି। ଏହାଛଡ଼ା କୁସାକ୍‌ ମଧ୍ୟ ଏକ ଭଲ ମଡେଲ୍‌। ତେଣୁ ସ୍କୋଡା ନିକଟରେ ସବୁ ସ୍ତର ଏବଂ ସମସ୍ତ ପ୍ରକାର ଲୋକଙ୍କ ଚାହିଦା ପୂରଣ ହୋଇପାରୁଥିବା ଭଳି କାର୍‌ ରହିଛି।
ସମୟରେ ଆପଣ ଲୋକଙ୍କ ଚାହିଦା କିପରି ପୂରଣ କରୁଥିଲେ?
ସବୁ ବ୍ୟବସାୟ ଭଳି ଆମେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲୁ। ସେମିକଣ୍ଡକ୍ଟର ଆଣ୍ଡ୍‌ ଚିପ୍ସ ସମ୍ପର୍କିତ ଅସୁବିଧାକୁ ସାମ୍ନା କରିଥିଲୁ। ସେ ସମୟରେ ୬-୮ ମାସ ପର୍ଯ୍ୟନ୍ତ ଆମକୁ କାର୍‌ ଡେଲିଭରି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା। ସ୍କୋଡାର ୫ଟି ମଡେଲ୍‌ର ଭିନ୍ନ ଭିନ୍ନ ପ୍ରକାର ରହିଛି। କମ୍ପାନୀ ଲୋକଙ୍କ ଚାହିଦାକୁ ନଜରରେ ରଖି କାର୍‌ ନିର୍ମାଣ କରିଥାଏ। ତେଣୁ ସେତେବେଳେ ଗ୍ରାହକଙ୍କ ଆବଶ୍ୟକତା ପୂରଣ ପାଇଁ ଆମେ ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲୁ।
ମହାମାରୀ ସମୟରେ ବ୍ୟବସାୟର ସ୍ଥିତି କିଭଳି ରହିଥିଲା?
କୋଭିଡ୍‌ ମହାମାରୀ ସମସ୍ତଙ୍କୁ ଭୟଭୀତ କରି ଦେଇଥିଲା। ସାଧାରଣତଃ ସଚେତନ ଲୋକେ ଭିଡ଼ ଭିତରକୁ ଯିବାକୁ କିମ୍ବା ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଚାହୁଁ ନ ଥିଲେ। ତେଣୁ ଏହାର ଉତ୍ତମ ପ୍ରଭାବ ଅଟୋ ସେକ୍ଟର ଉପରେ ପଡ଼ିଥିଲା। ବହୁ ଲୋକ ନିଜ ପରିବାର ଏବଂ ପିଲାଙ୍କ ସୁରକ୍ଷିତ ଗମନାଗମନ ପାଇଁ କାର୍‌ କ୍ରୟ କରିଥିଲେ। ଜଣେ ସାମାଜିକ ବ୍ୟକ୍ତି ଭାବେ ଏଭଳି ଘଟଣାକୁ ନେଇ ମୁଁ ସନ୍ତୁଷ୍ଟ ନୁହେଁ, କିନ୍ତୁ ଜଣେ ବ୍ୟବସାୟୀ ହିସାବରେ ଏହା ଆମ ପାଇଁ ଉତ୍ତମ ସୁଯୋଗ ଆଣିଦେଇଥିଲା।
ଅଟୋ ସେକ୍ଟର ଉଦ୍ୟୋକ୍ତାମାନଙ୍କୁ କି ପରାମର୍ଶ ଦେବେ ?
ଅଟୋ ଇଣ୍ଡଷ୍ଟ୍ରି କୌଣସି ମ୍ୟୁଚୁଆଲ୍‌ ଫଣ୍ଡ୍‌ ଇନ୍‌ଭେଷ୍ଟମେଣ୍ଟ କିମ୍ବା ଷ୍ଟକ୍‌ ମାର୍କେଟ୍‌ ଇନ୍‌ଭେଷ୍ଟମେଣ୍ଟ ନୁହେଁ ଯେ ଆଜି ଆମେ ଅର୍ଥ ନିବେଶ କରିବା ଏବଂ କିଛିଦିନ ପରେ ଲାଭ ପାଇଯିବା। ଏହା ଏକ ପୁଞ୍ଜି ପ୍ରଧାନ ଏବଂ ଭିତ୍ତିଭୂମି ପ୍ରଧାନ ଉଦ୍ୟୋଗ। ତେଣୁ ଆପଣ ଅଟୋ ସେକ୍ଟର ପାଇଁ ନିବେଶ କରିବା ପରେ ସେ ଦିଗରେ ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ଲାଭ ପାଇବା ପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ। ନିଜ ବଜାର ଆଖପାଖ ଲୋକଙ୍କ ଚାହିଦାକୁ ନଜରରେ ରଖି ଆପଣଙ୍କୁ ପ୍ରଡକ୍ଟ ଚୟନ କରିବାକୁ ପଡ଼ିବ। ୩-୪ ବର୍ଷ ପରେ ଆପଣ ତା’ର ସୁଫଳ ପାଇପାରିବେ।
ଭବିଷ୍ୟତ ପାଇଁ କ’ଣ ଯୋଜନା ରହିଛି?
ଦକ୍ଷିଣ ଓଡ଼ିଶାରେ ଶୋ’ରୁମ୍‌ ଖୋଲିବାକୁ ଲକ୍ଷ୍ୟ ରଖିଛୁ। ବ୍ରହ୍ମପୁର ଓ ଜୟପୁରରେ ଶୋ’ରୁମ୍‌ ଖୋଲିବା ଯୋଜନା ରହିଛି।
ପାଠପଢ଼ା ଏବଂ ଅଭିଜ୍ଞତା ସମ୍ପର୍କରେ କିଛି କହିବେ?
ଭୁବନେଶ୍ୱରସ୍ଥିତ ବିଜେବି କଲେଜ୍‌ରୁ ଅର୍ଥନୀତିରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ସ୍ନାତକୋତ୍ତର ଶେଷ କରିଥିଲି। ପରେ ୟୁଏସ୍‌ଏସ୍ଥିତ କଲମ୍ବିଆ ୟୁନିଭର୍ସିଟିରୁ ବଜେଟ୍‌ ଫାଇନାନ୍ସରେ ଡିପ୍ଲୋମା ଶିକ୍ଷା ଶେଷ କରି କର୍ପୋରେଟ୍‌ ସେକ୍ଟରରେ ନିଜ କ୍ୟାରିୟର ଆରମ୍ଭ କରିଥିଲି। କୋକାକୋଲାର ଓଡ଼ିଶା ବ୍ରାଞ୍ଚ୍‌ ପାଇଁ ମଧ୍ୟ କାର୍ଯ୍ୟ କରିଛି। ସିଙ୍ଗାପୁରର କିଛି ଇନ୍‌ଫ୍ରାଷ୍ଟ୍ରକ୍ଚରଭିତ୍ତିକ କମ୍ପାନୀରେ ନିବେଶ ଆରମ୍ଭ କରିଥିଲି ଏବଂ ପରେ ୟୁକେର ସଫ୍ଟଓ୍ବେର କମ୍ପାନୀରେ ମଧ୍ୟ ନିବେଶ କରିଥିଲି। ୨୦୧୮ରୁ ଦୁର୍ଗେଶ ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଭାବେ ଦାୟିତ୍ୱ ତୁଲାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?