ଲାଟେରାଲ ଏଣ୍ଟ୍ରିରେ ସମସ୍ୟା

ୟୁପିଏସ୍‌ସି ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପସଚିବ ସ୍ତରରେ ୪୫ଟି ଲାଟେରାଲ ଏଣ୍ଟ୍ରି (ବାହାର କ୍ଷେତ୍ରରୁ ବିଶେଷଜ୍ଞ ଆଣି ସରକାରୀ ପଦବୀରେ ଅବସ୍ଥାପିତ କରିବା ପ୍ରକ୍ରିୟା) ପାଇଁ ବିଜ୍ଞାପନ ପ୍ରକାଶ କରିଥିଲା। ହେଲେ ଏକ ବର୍ଷ ପରେ ସଂରକ୍ଷଣ ଉପରେ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ତାହାକୁ ପ୍ରତ୍ୟାହାର କରିନେଲା। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ସୂତ୍ରରୁ ପ୍ରକାଶ ଯେ, ପରିବର୍ତ୍ତନ ପାଇଁ ମନ୍ତ୍ରଣାଳୟଗୁଡ଼ିକ ସହିତ ଆଲୋଚନା ହେଉଛି, କିନ୍ତୁ ବାସ୍ତବରେ ନୀତି ଏଯାବତ କାଗଜପତ୍ରରେ ସୀମିତ ଅଛି। ଆଶ୍ଚର୍ଯ୍ୟଜନକ କଥା, ଆରମ୍ଭରୁ ବିଭିନ୍ନ କ୍ଷେତ୍ରର ପ୍ରାୟ ୬୦ଜଣ ବିଶେଷଜ୍ଞଙ୍କୁ ଅଣାଯାଇଥିଲା, କିନ୍ତୁ ଏବେ ୩୮ରୁ ୪୦ ଜଣ ଅଛନ୍ତି। ଏହି ଅବକ୍ଷୟ ସୂଚିତ କରୁଛି ଯେ, ଏଥିରେ ସମସ୍ୟା ରହିଛି। ଲାଟେରାଲ ଏଣ୍ଟ୍ରି ସ୍ବାଭାବିକ ଭାବରେ ଖରାପ ନୁହେଁ। ଏଥିରେ ବାହାରୁ ଆସୁଥିବା ବିଶେଷଜ୍ଞ, ବିଶେଷକରି ଅର୍ଥନୀତିଜ୍ଞ, ପ୍ରଯୁକ୍ତିବିତ୍‌, ବୈଜ୍ଞାନିକଙ୍କଠାରୁ ଭାରତର ସିଭିଲ ସର୍ଭିସେସ ଜଟିଳ ନୀତିଗତ ଚ୍ୟାଲେଞ୍ଜ କ୍ଷେତ୍ରରେ ଉପକୃତ ହୋଇପାରିବେ। କିନ୍ତୁ ଦୃଢ଼ତା ଏବଂ ସ୍ବଚ୍ଛତା ବିନା ଆମେ ସମ୍ପର୍କବାଦ ଓ ରାଜନୈତିକ ହସ୍ତକ୍ଷେପକୁ ଆମନ୍ତ୍ରଣ କରି ଯୋଗ୍ୟତାକୁ କ୍ଷୟକରି ବିପଦର ସମ୍ମୁଖୀନ ହେଉଛୁ। ସଂରକ୍ଷଣ ପ୍ରତିବାଦ କେବଳ ରାଜନୈତିକ ନାଟକ ନ ଥିଲା। ବରଂ ଏହା ଏକ ସାଧାରଣ ସମସ୍ୟାକୁ ପ୍ରକାଶ କରିଥିଲା, ଯେଉଁଥିରେ ଭାରତର ଆଇନଗତ ଢାଞ୍ଚା ଏବଂ ସାମାଜିକ ନ୍ୟାୟ ପ୍ରତିବଦ୍ଧତା ପରିପ୍ରେକ୍ଷୀରେ ସଂସ୍କାର ବିଷୟରେ କେବେ ବି ଚିନ୍ତା କରାଯାଇ ନ ଥିଲା । ଯୋଗ୍ୟତା, ମୂଲ୍ୟାୟନ ମାନଦଣ୍ଡ, ଉତ୍ତରଦାୟିତ୍ୱ ଏବଂ କାର୍ଯ୍ୟକାଳ ସୁରକ୍ଷା ବିଷୟକୁ ସମାଧାନ ନ କଲେ ସମସ୍ୟା ହ୍ରାସ ପାଇବ ନାହିଁ। ଲାଟେରାଲ ଏଣ୍ଟ୍ରି ସ୍ଲୋଗାନ ହେବା ଉଚିତ ନୁହେଁ। ଯଦି ଏହା କାମ କରିବାକୁ ଯାଉଛି, ତେବେ ଏହାକୁ ସ୍ପଷ୍ଟ ନିୟମ ସହିତ ନିଶ୍ଚିତ କରାଯିବା ଆବଶ୍ୟକ।
ପ୍ରଶାସନିକ ବିଶୃଙ୍ଖଳା
ବ୍ରହ୍ମୋସ ଏରୋସ୍ପେସର ମହାନିର୍ଦ୍ଦେଶକ ଭାବରେ ଜୈତୀର୍ଥ ଆର୍‌. ଜୋଶୀଙ୍କ ନିଯୁକ୍ତିକୁ ରଦ୍ଦ କରିବା ପାଇଁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ପଦକ୍ଷେପ ନେଇଛି, ଯେଉଁଥିରୁ ଭାରତର ବାବୁ ବ୍ୟବସ୍ଥାର ବିଫଳତା ସ୍ପଷ୍ଟ ହେଉଛି। ବ୍ରହ୍ମୋସ ଭଳି ରଣନୈତିକ ପ୍ରତିଷ୍ଠାନକୁ ପ୍ରାର୍ଥୀ ଚିହ୍ନଟ ଓ ଚୟନ ପଦ୍ଧତି ଆରମ୍ଭ କରିବାକୁ କୁହାଯିବା ଏକ ସରଳ ନ୍ୟାୟିକ ଉପାୟ। କିନ୍ତୁ ଏହା ଦର୍ଶାଉଛି ଯେ, ଆପଣଙ୍କ ଶାସନ ମାନଦଣ୍ଡ ପାଇଁ ପୂର୍ଣ୍ଣତଃ ସୁଚିନ୍ତିତ ନିରୀକ୍ଷଣ ଆବଶ୍ୟକ। ବ୍ରହ୍ମୋସ ପ୍ରକୃତରେ ସ୍ଥାନୀୟ ସମସ୍ୟାର ନୂତନ ସମାଧାନ ପନ୍ଥା ବାହାର କରିବାର ପ୍ରୟୋଗଶାଳା ନୁହେଁ। ଏହା ଏକ ପ୍ରମୁଖ ଭାରତ-ରୁଷ୍‌ ପ୍ରତିରକ୍ଷା ସହଯୋଗ ଏବଂ ଭାରତର ପ୍ରତିରୋଧ କ୍ଷମତା ତଥା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାର କେନ୍ଦ୍ରବିନ୍ଦୁ। ଏହାର ମୁଖ୍ୟଙ୍କ ନିଯୁକ୍ତି ସ୍ବଚ୍ଛତା ଓ ସାଂଗଠନିକ ଦୃଢ଼ତାର ମାନଦଣ୍ଡ ହେବା ଦରକାର। କିନ୍ତୁ ଏହା ପରିବର୍ତ୍ତେ ବରିଷ୍ଠତାକୁ ନେଇ ବିବାଦ, ସନ୍ଦେହଜନକ ମୂଲ୍ୟାଙ୍କନ ଏବଂ ନ୍ୟାୟସଙ୍ଗତିର ଅଭାବ ସାମ୍ନାକୁ ଆସୁଛି। ଡିଆର୍‌ଡିଓର ବିଶିଷ୍ଟ ବୈଜ୍ଞାନିକ ଏସ୍‌. ନାମ୍ବି ନାଇଡୁଙ୍କ ଅଭିଯୋଗ କେବଳ ଏକ ବ୍ୟକ୍ତିଗତ ଅଭିଯୋଗ ନୁହେଁ। ଯୋଗ୍ୟତାକୁ ନେଇ ଦୀର୍ଘକାଳୀନରୁ ଥିବା ଅସନ୍ତୋଷକୁ ଏହା ପ୍ରକାଶ କରେ। ଯଦି ସର୍ବୋଚ୍ଚ ପଦବୀରେ ଥିବା ସବୁଠୁ ବରିଷ୍ଠ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଏ, ତେବେ ଏହା ଉପରେ ବ୍ୟବସ୍ଥାର ରେକର୍ଡରେ ବଳିଷ୍ଠ ଯୁକ୍ତି ରହିବା ଆବଶ୍ୟକ। ପୋଲିସ ମୁଖ୍ୟ ହେଉ ବା ପିଏସ୍‌ୟୁ ମୁଖ୍ୟ କିମ୍ବା ନିୟାମକ ମୁଖ୍ୟ, ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ମାମଲା ନ୍ୟାୟିକ ବିବାଦ ସ୍ଥିତିରେ ପହଞ୍ଚିଯାଉଛି। ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ ପାଇଁ କୋର୍ଟ ଏବଂ ଟ୍ରିବ୍ୟୁନାଲଗୁଡ଼ିକ ବାରମ୍ବାର ନୈତିକ ଦିଗଦର୍ଶକର ଭୂମିକା ଗ୍ରହଣ କରିବା ଉଚିତ ନୁହେଁ। ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକରେ ନେତୃତ୍ୱର ବିଶ୍ୱସନୀୟତା ସାମାନ୍ୟ କଥା ନୁହେଁ; ଯଦି ସରକାର ଦକ୍ଷତା ଏବଂ ବୃତ୍ତିଗତ ଦାବି କରିବାକୁ ଚାହାନ୍ତି, ତେବେ ଏହାକୁ ସେଠାରେ ପ୍ରଦର୍ଶନ କରିବାକୁ ପଡ଼ିବ।
ୟୁପିରେ କ୍ୟାଡର ସମ୍ପ୍ରସାରଣ
ଉତ୍ତର ପ୍ରଦେଶ(ୟୁପି) ବର୍ତ୍ତମାନ ଏହାର ଅନୁମୋଦିତ ଆଇଏଏସ୍‌ ସଂଖ୍ୟା ବୃଦ୍ଧି କରିଛି। ଅଧିକ ପଦବୀ, ଅଧିକ ବରିଷ୍ଠ ପଦବୀ, ବିଭିନ୍ନ ବର୍ଗ ପାଇଁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରିଛି। ଏହି ସମ୍ପ୍ରସାରଣ ଦୁଇଟି ସତ୍ୟକୁ ସୂଚିତ କରେ। ପ୍ରଥମତଃ, ୟୁପିର ଶାସନ ସମ୍ମୁଖୀନ ହେଉଥିବା ବ୍ୟାପକ ଚ୍ୟାଲେଞ୍ଜକୁ ଶେଷରେ ସରକାର ସ୍ବୀକାର କରିଛନ୍ତି। ଏତେ ବଡ଼ ରାଜ୍ୟ କମ୍‌ସଂଖ୍ୟକ ବାବୁଙ୍କୁ ନେଇ ଚାଲିପାରିବ ନାହିଁ, ଯେଉଁମାନେ ପ୍ରଶାସନିକ ସ୍ତରରେ ନିରନ୍ତର ସଂଘର୍ଷ କରିଆସୁଛନ୍ତି। ଉତ୍ତର ପ୍ରଦେଶରେ ଖାଲି ପଦବୀ ଏକମାତ୍ର ମୁଣ୍ଡବିନ୍ଧାର କାରଣ ନ ଥିଲା। ବରଂ ଲଗାତର ସ୍ଥାନାନ୍ତର, ସଂକ୍ଷିପ୍ତ କାର୍ଯ୍ୟକାଳ, ସମାନ୍ତରାଳ କ୍ଷମତା ଗଠନ ଏବଂ ରାଜନୈତିକ ସୂକ୍ଷ୍ମ ପରିଚାଳନା ପ୍ରତ୍ୟେକ ସ୍ତରରେ ପ୍ରଶାସନିକ କର୍ତ୍ତୃତ୍ୱକୁ ଶେଷ କରିଦେଇଛି। ଆପଣ ଅଧିକ ଜିଲା ମାଜିଷ୍ଟ୍ରେଟ, ଅଧିକ କମିଶନର, ଅଧିକ ସଚିବ ନିଯୁକ୍ତ କରିପାରିବେ, କିନ୍ତୁ ଯଦି ଚାକିରିରେ ସେମାନଙ୍କର ହାରାହାରି କାର୍ଯ୍ୟକାଳ ବର୍ଷ ନୁହେଁ, କେତୋଟି ମାସ ରଖାଯାଏ, ତେବେ ପ୍ରଶାସନକୁ କିପରି ସୁଦୃଢ଼ କରାଯାଉଛି ବୋଲି କୁହାଯିବ? ୟୁପିକୁ କେବଳ ଅଧିକ ଅଫିସରଙ୍କ ଆବଶ୍ୟକତା ନାହିଁ; ଏହାକୁ ଏପରି ଏକ ବ୍ୟବସ୍ଥା ଦରକାର ଯାହା ଅଧିକାରୀଙ୍କୁ ସେମାନଙ୍କ କାମ କରିବା ପାଇଁ ବିଶ୍ୱାସ ଜନ୍ମାଇପାରିବ। କାର୍ଯ୍ୟକାଳର ସ୍ଥିରତା, ମନମୁଖି ହସ୍ତକ୍ଷେପରୁ ସୁରକ୍ଷା, ଦାୟିତ୍ୱର ସ୍ପଷ୍ଟତା ଏବଂ ଫଳାଫଳ-ଭିତ୍ତିକ ଉତ୍ତରଦାୟିତ୍ୱ ଯେକୌଣସି କ୍ୟାଡର ସମ୍ପ୍ରସାରଣ ବିଜ୍ଞପ୍ତି ଅପେକ୍ଷା ଅଧିକ ମୂଲ୍ୟବାନ। ଏହା ନ ହେଲେ ବାସ୍ତବ ଶାସନର ଉନ୍ନତି ହୋଇପାରିବ ନାହିଁ।
Email: dilipcherian@gmail.com

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri