ଶାସନରେ ସମସ୍ୟା

Dillip Cherian

ୟୁଟି କ୍ୟାଡରରେ ଜମ୍ମୁ-କଶ୍ମୀର କ୍ୟାଡର୍‌ର ମିଶ୍ରଣ ଘଟିଛି। ଏହି କ୍ୟାଡର ମିଶ୍ରଣ କେନ୍ଦ୍ରଶାସିତ ଅଞ୍ଚଳରେ ଆଇଏଏସ୍‌ ଅଧିତ୍କାରୀମାନଙ୍କର ଘୋର ଅଭାବ ଭଳି ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟରେ କରାଯାଇଛି। ପୂର୍ବରୁ ଜମ୍ମୁ-କଶ୍ମୀର କ୍ୟାଡରର ଆଇଏଏସ୍‌ ଅଧକାରୀଙ୍କ ନିର୍ଦ୍ଧାରିତ ସଂଖ୍ୟା ଥିଲା ୧୩୭ । କିନ୍ତୁ ଏବେ ଏହା ୫୮ ରହିଛି। ସେଥିରୁ ୯ ଜଣ ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଛନ୍ତି। ଫଳସ୍ବରୂପ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତ୍ୟେକ ଆଇଏଏସ୍‌ ଅଧିକାରୀ ବାସ୍ତବରେ ଅନେକ ପଦବୀର ଦାୟିତ୍ୱ ସମ୍ଭାଳୁଛନ୍ତି। କହିବାକୁ ଗଲେ ଏହି ବ୍ୟବସ୍ଥା କେବେ ବି ଏକ ସୁଶାସନ ପାଇଁ ଭଲ ନୁହେଁ। ଉକ୍ତ ସମସ୍ୟା ଅନେକ ଦିନ ହେବ ଲାଗି ରହିଛି। ଏହାଦ୍ୱାରା କଶ୍ମୀର ପ୍ରଶାସନିକ ସେବାର ଅଧିକାରୀମାନେ ଆଇଏଏସ୍‌କୁ ପଦୋନ୍ନତି ନ ପାଇ ମଧ୍ୟ ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ ସଂରକ୍ଷିତ ପଦବୀଗୁଡ଼ିକୁ ଦୀର୍ଘଦିନ ଧରି ନିୟନ୍ତ୍ରଣ କରିଆସୁଛନ୍ତିି। ଉଦାହରଣ ସ୍ବରୂପ,ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ (ଡିଏମ୍‌) ପଦବୀ କେବଳ ଜଣେ ଆଇଏଏସ୍‌ ଅଧିକାରୀଙ୍କ ଦ୍ୱରା ପୂରଣ ହୋଇପାରିବ, କିନ୍ତୁ କଶ୍ମୀରର ୨୦ଟି ଜିଲା ମଧ୍ୟରୁ ୯ଟିର ମାଜିଷ୍ଟ୍ରେଟ୍‌ ରାଜ୍ୟ ପ୍ରଶାସନିକ ସେବାର ଅଧିତ୍କାରୀ ରହିଛନ୍ତି। ତେବେ ୨୦୧୨ ଠାରୁ ରାଜ୍ୟ ପ୍ରଶାସନିକ ସେବାର କୌଣସି ଅଧିକାରୀଙ୍କୁ ଆଇଏଏସ୍‌କୁ ପଦୋନ୍ନତି ଦିଆଯାଇ ଅବସ୍ଥାପିତ କରାଯାଇନାହିଁ, ଯାହାଦ୍ୱାରା ସମସ୍ୟା ବଢ଼ିଯାଇଛି। ଦେଶରେ ଅନ୍ୟ ରାଜ୍ୟଗୁଡ଼ିକରେ ରାଜ୍ୟ ସେବା ଅଧିକାରୀମାନଙ୍କ ପାଇଁ ୩୭% ପଦବୀ ସଂରକ୍ଷିତ ରହିଥିତ୍ବାବେଳେ କଶ୍ମୀରରେ ଏହା ୫୦% ରହିଛି! କେନ୍ଦ୍ର ଆଶା କରୁଛି ଯେ, ଏହି କ୍ୟାଡର ମିଶ୍ରଣ ଦ୍ୱାରା ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଯୁନିୟନ ଟେରିଟୋରି (ଏଜିଏମ୍‌ୟୁଟି) କ୍ୟାଡରରେ ରହିଥିବା ଅଧିକାରୀମାନଙ୍କୁ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ନିଯୁକ୍ତି ଦେବାକୁ ଅନୁମତି ମିଳିବ। ଅନୁରୂପ ଭାବେ ଜମ୍ମୁ-କଶ୍ମୀର ଓ ଲଦାଖ କ୍ୟାଡର ଅଧିତ୍କାରୀମାନଙ୍କୁ ବି ଏଜିଏମ୍‌ୟୁଟି କ୍ୟାଡର୍‌ରେ ନିଯୁକ୍ତି ମିଳିପାରିବ। ଏହା କାର୍ଯ୍ୟକାରୀ ନ ହେବା ଯାଏ ରାଜ୍ୟ ସେବାର ବାବୁମାନେ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପ୍ରଶାସନିକ ପଦବୀଗୁଡ଼ିକରେ ରହି ଦାୟିତ୍ୱ ତୁଲାଇବେ।
ବାବୁମାନେ ପଦ ଛାଡ଼ିଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବରିଷ୍ଠ ପରାମର୍ଶଦାତା ପି.କେ.ସିହ୍ନା ନିକଟରେ ଇସ୍ତଫା ଦେଇଛନ୍ତି। କିନ୍ତୁ ଏହାକୁ ନେଇ ଲୋକମାନଙ୍କ ଆଲୋଚନା ବନ୍ଦ ହୋଇନାହିଁ। କୁହାଯାଉଛି ଯେ, ପୂର୍ବତନ କ୍ୟାବିନେଟ ସଚିବ ସିହ୍ନାଙ୍କୁ ମୋଦିଙ୍କ ଦ୍ୱାରା ଆଉ ଏକ ଦାୟିତ୍ୱରେ ଅବସ୍ଥାପିତ କରାଯିବାର ପ୍ରସ୍ତୁତି ହେଉଛି। ଏହାକୁ ନେଇ ମଧ୍ୟ ଅନେକ କଥା ବି ଉଠୁଛି। ସିହ୍ନା ଦିଲ୍ଲୀ କିମ୍ବା ପୁଡୁଚେରୀର ପରବର୍ତ୍ତୀ ଲ୍ୟୁଟନାଣ୍ଟ ଗଭର୍ନର ହେବେ ବୋଲି ଅନୁମାନ କରାଯାଉଛି। ଏଠାରେ ୨୦୧୯ର ଘଟଣାକୁ ସ୍ମରଣ କରାଯାଇପାରେ। ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ସମାନ ଢଙ୍ଗରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। କିନ୍ତୁ ଇସ୍ତଫା ଦେବାର ଠିକ୍‌ ପରେ ପରେ ତାଙ୍କୁ ସମ୍ମାନଜନକ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଏବେ ସିହ୍ନାଙ୍କ ତ୍ୱରିତ ନିଯୁକ୍ତିକୁ ନେଇ ଚର୍ଚ୍ଚା କରାଯାଉଥିବାବେଳେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କୁ ଶୀଘ୍ର ବଦଳି କରାଯିବ ବୋଲି ଯାହା ଶୁଣା ଯାଉଥିଲା ତାହା ହେଲା। ପରମବୀର ସିଂଙ୍କୁ ବଦଳି କରାଗଲା। ବହୁଚର୍ଚ୍ଚିତ ରିପବ୍ଲିକ ଟିଭି ମାଲିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫ ଘଟଣା ପରେ ଏବଂ ଏବେ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ମିଳିଥିବା ଧମକକୁ କେନ୍ଦ୍ର କରି ଲାଗି ରହିଥିବା ରହସ୍ୟକୁ ନେଇ ପରମବୀର ସିଂ ଖବରର ଶୀର୍ଷକରେ ରହି ଆସିଥିଲେ ବି ଏବେ ତାଙ୍କୁ ବଦଳି କରାଯାଇ ହେମନ୍ତ ନାଗ୍ରାଲେଙ୍କୁ ମୁମ୍ବାଇ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି।
ଅଶାନ୍ତ ପରିବେଶରେ ଅବସର
ଗତ ମାସରେ ଏ.ବି.ପି.ପାଣ୍ଡେ ଅବସର ନେବା ପରେ ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜଙ୍କୁ ରାଜସ୍ବ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଅବସର ଶାନ୍ତ ପରିବେଶରେ ହେବ ବୋଲି ଯାହା ପାଣ୍ଡେ ଭାବୁଥିଲେ ତାହା ହୋଇନାହିଁ। ସେ ଅବସର ନେବା ପରେ ସାଙ୍ଗେ ସାଙ୍ଗେ ଖାଲି ରହିଥିତ୍ବା ୪୦୦ରୁ ଊର୍ଦ୍ଧ୍ୱ ଆୟକର କମିଶନର୍‌ ଏବଂ ଅନ୍ୟ ପଦଗୁଡ଼ିକ ପୂରଣ କରିବା ପ୍ରକ୍ରିୟାରେ ଆନ୍ତରିକତାର ଅଭାବ ରହିଥିବା ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଲା। ଏହି ପଦବୀଗୁଡ଼ିକ ମଧ୍ୟରୁ କେତେକ ଉପରେ ୨୦୧୯ରୁ ନିଷ୍ପତ୍ତି ନେବାରେ ବିଳମ୍ବ କରାଯାଇଛି ବୋଲି ଦର୍ଶାଯାଇଥିଲା। ଏଥିତ୍ରୁ ସଙ୍କେତ ମିଳୁଥିତ୍ଲା ଯେ, ପାଣ୍ଡେ ରାଜସ୍ବ ସଚିବ ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଖାଲିଥିବା ପଦବୀଗୁଡ଼ିକୁ ପୂରଣ କରିବା ଲାଗି ଅଧିକ କିଛି କରି ନ ଥିଲେ। ପୁନଶ୍ଚ ସୂତ୍ରରୁ ପ୍ରକାଶ ଯେ, ସେ ଆଇଟି ମୁଖ୍ୟ କମିଶନର ଡି.ପି.କରଙ୍କ ଆକ୍ରୋଶର ଶିକାର ହୋଇଥିତ୍ଲେ, ଯିଏ କି ପାଣ୍ଡେଙ୍କ ବିରୋଧରେ ତଦନ୍ତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିଲେ। ତଥାପି ଅନ୍ୟମାନେ ଦର୍ଶାଇଛନ୍ତି ଯେ,ଅଳ୍ପ କେତେଜଣ ବାବୁଙ୍କ ମଧ୍ୟରେ ପାଣ୍ଡେ ଥିତ୍ଲେ ଜଣେ, ଯିଏ କି ରାଜସ୍ବ ବିଭାଗ,ସାମଗ୍ରୀ ଓ ସେବା ଟିକସ ନେଟ୍‌ଓ୍ବର୍କ ଏବଂ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଏଆଇ) ଭଳି ମୋଦି ସରକାରଙ୍କ ଅତ୍ୟନ୍ତ ଜଟିଳ ସଂସ୍ଥାଗୁଡ଼ିର ନେତୃତ୍ୱ ସଫଳତାର ସହ ତୁଲାଇଥିଲେ। ରାଜସ୍ବ ସଚିବ ଭାବେ ମଧ୍ୟ ସରକାରଙ୍କ ଦ୍ୱାରା ଅଣାଯାଇଥିବା ଟିକସ ସଂସ୍କାରଗୁଡ଼ିକୁ ଆଗକୁ ନେବାରେ ତାଙ୍କ ନେତୃତ୍ୱ ଥିତ୍ଲା ଉଲ୍ଲେଖନୀୟ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri