ଶାସନରେ ସମସ୍ୟା

Dillip Cherian

ୟୁଟି କ୍ୟାଡରରେ ଜମ୍ମୁ-କଶ୍ମୀର କ୍ୟାଡର୍‌ର ମିଶ୍ରଣ ଘଟିଛି। ଏହି କ୍ୟାଡର ମିଶ୍ରଣ କେନ୍ଦ୍ରଶାସିତ ଅଞ୍ଚଳରେ ଆଇଏଏସ୍‌ ଅଧିତ୍କାରୀମାନଙ୍କର ଘୋର ଅଭାବ ଭଳି ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟରେ କରାଯାଇଛି। ପୂର୍ବରୁ ଜମ୍ମୁ-କଶ୍ମୀର କ୍ୟାଡରର ଆଇଏଏସ୍‌ ଅଧକାରୀଙ୍କ ନିର୍ଦ୍ଧାରିତ ସଂଖ୍ୟା ଥିଲା ୧୩୭ । କିନ୍ତୁ ଏବେ ଏହା ୫୮ ରହିଛି। ସେଥିରୁ ୯ ଜଣ ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଛନ୍ତି। ଫଳସ୍ବରୂପ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତ୍ୟେକ ଆଇଏଏସ୍‌ ଅଧିକାରୀ ବାସ୍ତବରେ ଅନେକ ପଦବୀର ଦାୟିତ୍ୱ ସମ୍ଭାଳୁଛନ୍ତି। କହିବାକୁ ଗଲେ ଏହି ବ୍ୟବସ୍ଥା କେବେ ବି ଏକ ସୁଶାସନ ପାଇଁ ଭଲ ନୁହେଁ। ଉକ୍ତ ସମସ୍ୟା ଅନେକ ଦିନ ହେବ ଲାଗି ରହିଛି। ଏହାଦ୍ୱାରା କଶ୍ମୀର ପ୍ରଶାସନିକ ସେବାର ଅଧିକାରୀମାନେ ଆଇଏଏସ୍‌କୁ ପଦୋନ୍ନତି ନ ପାଇ ମଧ୍ୟ ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ ସଂରକ୍ଷିତ ପଦବୀଗୁଡ଼ିକୁ ଦୀର୍ଘଦିନ ଧରି ନିୟନ୍ତ୍ରଣ କରିଆସୁଛନ୍ତିି। ଉଦାହରଣ ସ୍ବରୂପ,ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ (ଡିଏମ୍‌) ପଦବୀ କେବଳ ଜଣେ ଆଇଏଏସ୍‌ ଅଧିକାରୀଙ୍କ ଦ୍ୱରା ପୂରଣ ହୋଇପାରିବ, କିନ୍ତୁ କଶ୍ମୀରର ୨୦ଟି ଜିଲା ମଧ୍ୟରୁ ୯ଟିର ମାଜିଷ୍ଟ୍ରେଟ୍‌ ରାଜ୍ୟ ପ୍ରଶାସନିକ ସେବାର ଅଧିତ୍କାରୀ ରହିଛନ୍ତି। ତେବେ ୨୦୧୨ ଠାରୁ ରାଜ୍ୟ ପ୍ରଶାସନିକ ସେବାର କୌଣସି ଅଧିକାରୀଙ୍କୁ ଆଇଏଏସ୍‌କୁ ପଦୋନ୍ନତି ଦିଆଯାଇ ଅବସ୍ଥାପିତ କରାଯାଇନାହିଁ, ଯାହାଦ୍ୱାରା ସମସ୍ୟା ବଢ଼ିଯାଇଛି। ଦେଶରେ ଅନ୍ୟ ରାଜ୍ୟଗୁଡ଼ିକରେ ରାଜ୍ୟ ସେବା ଅଧିକାରୀମାନଙ୍କ ପାଇଁ ୩୭% ପଦବୀ ସଂରକ୍ଷିତ ରହିଥିତ୍ବାବେଳେ କଶ୍ମୀରରେ ଏହା ୫୦% ରହିଛି! କେନ୍ଦ୍ର ଆଶା କରୁଛି ଯେ, ଏହି କ୍ୟାଡର ମିଶ୍ରଣ ଦ୍ୱାରା ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଯୁନିୟନ ଟେରିଟୋରି (ଏଜିଏମ୍‌ୟୁଟି) କ୍ୟାଡରରେ ରହିଥିବା ଅଧିକାରୀମାନଙ୍କୁ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ନିଯୁକ୍ତି ଦେବାକୁ ଅନୁମତି ମିଳିବ। ଅନୁରୂପ ଭାବେ ଜମ୍ମୁ-କଶ୍ମୀର ଓ ଲଦାଖ କ୍ୟାଡର ଅଧିତ୍କାରୀମାନଙ୍କୁ ବି ଏଜିଏମ୍‌ୟୁଟି କ୍ୟାଡର୍‌ରେ ନିଯୁକ୍ତି ମିଳିପାରିବ। ଏହା କାର୍ଯ୍ୟକାରୀ ନ ହେବା ଯାଏ ରାଜ୍ୟ ସେବାର ବାବୁମାନେ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପ୍ରଶାସନିକ ପଦବୀଗୁଡ଼ିକରେ ରହି ଦାୟିତ୍ୱ ତୁଲାଇବେ।
ବାବୁମାନେ ପଦ ଛାଡ଼ିଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବରିଷ୍ଠ ପରାମର୍ଶଦାତା ପି.କେ.ସିହ୍ନା ନିକଟରେ ଇସ୍ତଫା ଦେଇଛନ୍ତି। କିନ୍ତୁ ଏହାକୁ ନେଇ ଲୋକମାନଙ୍କ ଆଲୋଚନା ବନ୍ଦ ହୋଇନାହିଁ। କୁହାଯାଉଛି ଯେ, ପୂର୍ବତନ କ୍ୟାବିନେଟ ସଚିବ ସିହ୍ନାଙ୍କୁ ମୋଦିଙ୍କ ଦ୍ୱାରା ଆଉ ଏକ ଦାୟିତ୍ୱରେ ଅବସ୍ଥାପିତ କରାଯିବାର ପ୍ରସ୍ତୁତି ହେଉଛି। ଏହାକୁ ନେଇ ମଧ୍ୟ ଅନେକ କଥା ବି ଉଠୁଛି। ସିହ୍ନା ଦିଲ୍ଲୀ କିମ୍ବା ପୁଡୁଚେରୀର ପରବର୍ତ୍ତୀ ଲ୍ୟୁଟନାଣ୍ଟ ଗଭର୍ନର ହେବେ ବୋଲି ଅନୁମାନ କରାଯାଉଛି। ଏଠାରେ ୨୦୧୯ର ଘଟଣାକୁ ସ୍ମରଣ କରାଯାଇପାରେ। ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ସମାନ ଢଙ୍ଗରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। କିନ୍ତୁ ଇସ୍ତଫା ଦେବାର ଠିକ୍‌ ପରେ ପରେ ତାଙ୍କୁ ସମ୍ମାନଜନକ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଏବେ ସିହ୍ନାଙ୍କ ତ୍ୱରିତ ନିଯୁକ୍ତିକୁ ନେଇ ଚର୍ଚ୍ଚା କରାଯାଉଥିବାବେଳେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କୁ ଶୀଘ୍ର ବଦଳି କରାଯିବ ବୋଲି ଯାହା ଶୁଣା ଯାଉଥିଲା ତାହା ହେଲା। ପରମବୀର ସିଂଙ୍କୁ ବଦଳି କରାଗଲା। ବହୁଚର୍ଚ୍ଚିତ ରିପବ୍ଲିକ ଟିଭି ମାଲିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫ ଘଟଣା ପରେ ଏବଂ ଏବେ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ମିଳିଥିବା ଧମକକୁ କେନ୍ଦ୍ର କରି ଲାଗି ରହିଥିବା ରହସ୍ୟକୁ ନେଇ ପରମବୀର ସିଂ ଖବରର ଶୀର୍ଷକରେ ରହି ଆସିଥିଲେ ବି ଏବେ ତାଙ୍କୁ ବଦଳି କରାଯାଇ ହେମନ୍ତ ନାଗ୍ରାଲେଙ୍କୁ ମୁମ୍ବାଇ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି।
ଅଶାନ୍ତ ପରିବେଶରେ ଅବସର
ଗତ ମାସରେ ଏ.ବି.ପି.ପାଣ୍ଡେ ଅବସର ନେବା ପରେ ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜଙ୍କୁ ରାଜସ୍ବ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଅବସର ଶାନ୍ତ ପରିବେଶରେ ହେବ ବୋଲି ଯାହା ପାଣ୍ଡେ ଭାବୁଥିଲେ ତାହା ହୋଇନାହିଁ। ସେ ଅବସର ନେବା ପରେ ସାଙ୍ଗେ ସାଙ୍ଗେ ଖାଲି ରହିଥିତ୍ବା ୪୦୦ରୁ ଊର୍ଦ୍ଧ୍ୱ ଆୟକର କମିଶନର୍‌ ଏବଂ ଅନ୍ୟ ପଦଗୁଡ଼ିକ ପୂରଣ କରିବା ପ୍ରକ୍ରିୟାରେ ଆନ୍ତରିକତାର ଅଭାବ ରହିଥିବା ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଲା। ଏହି ପଦବୀଗୁଡ଼ିକ ମଧ୍ୟରୁ କେତେକ ଉପରେ ୨୦୧୯ରୁ ନିଷ୍ପତ୍ତି ନେବାରେ ବିଳମ୍ବ କରାଯାଇଛି ବୋଲି ଦର୍ଶାଯାଇଥିଲା। ଏଥିତ୍ରୁ ସଙ୍କେତ ମିଳୁଥିତ୍ଲା ଯେ, ପାଣ୍ଡେ ରାଜସ୍ବ ସଚିବ ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଖାଲିଥିବା ପଦବୀଗୁଡ଼ିକୁ ପୂରଣ କରିବା ଲାଗି ଅଧିକ କିଛି କରି ନ ଥିଲେ। ପୁନଶ୍ଚ ସୂତ୍ରରୁ ପ୍ରକାଶ ଯେ, ସେ ଆଇଟି ମୁଖ୍ୟ କମିଶନର ଡି.ପି.କରଙ୍କ ଆକ୍ରୋଶର ଶିକାର ହୋଇଥିତ୍ଲେ, ଯିଏ କି ପାଣ୍ଡେଙ୍କ ବିରୋଧରେ ତଦନ୍ତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିଲେ। ତଥାପି ଅନ୍ୟମାନେ ଦର୍ଶାଇଛନ୍ତି ଯେ,ଅଳ୍ପ କେତେଜଣ ବାବୁଙ୍କ ମଧ୍ୟରେ ପାଣ୍ଡେ ଥିତ୍ଲେ ଜଣେ, ଯିଏ କି ରାଜସ୍ବ ବିଭାଗ,ସାମଗ୍ରୀ ଓ ସେବା ଟିକସ ନେଟ୍‌ଓ୍ବର୍କ ଏବଂ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଏଆଇ) ଭଳି ମୋଦି ସରକାରଙ୍କ ଅତ୍ୟନ୍ତ ଜଟିଳ ସଂସ୍ଥାଗୁଡ଼ିର ନେତୃତ୍ୱ ସଫଳତାର ସହ ତୁଲାଇଥିଲେ। ରାଜସ୍ବ ସଚିବ ଭାବେ ମଧ୍ୟ ସରକାରଙ୍କ ଦ୍ୱାରା ଅଣାଯାଇଥିବା ଟିକସ ସଂସ୍କାରଗୁଡ଼ିକୁ ଆଗକୁ ନେବାରେ ତାଙ୍କ ନେତୃତ୍ୱ ଥିତ୍ଲା ଉଲ୍ଲେଖନୀୟ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?