ସଂସ୍କାର ନୁହେଁ, ସମସ୍ୟା

ଆକାର ପଟେଲ

କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଦୁଇ ଗୋଷ୍ଠୀର ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ। ପ୍ରଥମ ଗୋଷ୍ଠୀରେ ରହିଛନ୍ତି ବର୍ଷେରୁ ଅଧିକ ସମୟ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର କୃଷକମାନେ। ସେମାନେ ଖୁସି ମନାଇଲେ। ସେମାନଙ୍କ ପ୍ରତିବାଦ ସେମାନଙ୍କୁ ଏକ ଏ୍ୟତିହାସିକ ନାଗରିକ ଅଧିକାରର ବିଜୟୀ କରିପାରିଲା। ଦ୍ୱିତୀୟ ଗୋଷ୍ଠୀ କୃଷକ ନୁହନ୍ତି। ସେମାନେ ଦେଶର ମଧ୍ୟବିତ୍ତ ଶ୍ରେଣୀ ଓ ମିଡିଆ ଏବଂ ମୋଦିଙ୍କ ନିଷ୍ପତ୍ତିକୁ ନେଇ କ୍ରୋଧ ପ୍ରକାଶ କଲେ। ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମର୍ଥକ। ଏହି ଦ୍ୱିତୀୟ ଗୋଷ୍ଠୀର କୃଷି ସହ କିଛି ସମ୍ପର୍କ ନ ଥିଲା। କୃଷି ଆଇନଗୁଡ଼ିକ ବି ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ସ୍ପର୍ଶ କରି ନ ଥିଲା। ତେବେ ସେମାନେ ଏବଂ ସେମାନଙ୍କ ଭଳି ଅନ୍ୟମାନେ ରିଫର୍ମ ବା ସଂସ୍କାର ଶବ୍ଦର ଅର୍ଥ କିଛି ନ ବୁଝି ବ୍ୟବହାର କରୁଛନ୍ତିି। ଏହି ଶବ୍ଦକୁ କୌଣସି ଘଟଣାର ସକାରାମତ୍କ ପ୍ରଭାବକୁ ଜଣାଇବା ଲାଗି ବ୍ୟବହାର କରାଯାଏ। ଶବ୍ଦକୋଷ ଅନୁଯାୟୀ,ରିଫର୍ମ ଅର୍ଥ କୌଣସି ବିଷୟରେ ଉନ୍ନତି ଆଣିବା ଲାଗି ସେଥିରେ ଅଣାଯାଉଥିବା ପରିବର୍ତ୍ତନକୁ ବୁଝାଏ। କିନ୍ତୁ ଏହି ଘଟଣାରେ କୃଷି ଆଇନଗୁଡ଼ିକ ଶସ୍ୟ କିଣା ଓ କୃଷି ବଜାର ଉପରେ ନକାରାମତ୍କ ପ୍ରଭାବ ପକାଉଥିଲା ବୋଲି ଆନ୍ଦୋଳନରତ କୃଷକମାନଙ୍କ ମତ। ସେମାନେ ଠିକ୍‌ ଥିଲେ ନା ଭୁଲ୍‌? କୃଷି ଆଇନ ଏକ ଉତ୍ତମ ସଂସ୍କାର ଥିଲା ନା ଖରାପ ଥିଲା? ତେବେ କୃଷି ଉପତ୍ାଦ ବଜାର କମିଟି (ଏପିଏମ୍‌ସି) ସହ କେବେ ବି ଜଡ଼ିତ ନ ଥିତ୍ବା କିମ୍ବା ଅଡତ୍ୟାଙ୍କୁ ସମ୍ମୁଖୀନ ହୋଇ ନ ଥିବା ଏବଂ ବାଜରା ଓ ଯଅ ମଧ୍ୟରେ ପ୍ରଭେଦ କ’ଣ କହିପାରୁ ନ ଥିବା ଲୋକଙ୍କ ପାଇଁ ଏହା ଏକ ସଂସ୍କାର ବୋଲି ଜାଣିବା କିପରି ସମ୍ଭବ। ତଥାପି ଆମ ଅଣ କୃଷକମାନେ ସଂସ୍କାର ସପକ୍ଷରେ ଯୁକ୍ତି ବାଢୁଛନ୍ତି। ଏପରିକି ଯେଉଁମାନେ କୃଷି ଆଇନ ସହ ସିଧାସଳଖ ଜଡ଼ିତ ନୁହନ୍ତି,ସେମାନେ ଅନ୍ୟ ଘଟଣାରେ କ’ଣ ସଂସ୍କାର ହୋଇଛି ତାହା ବିଚାର କରିବା ଦରକାର। ଭାରତରେ ବିଗତ ୮ ବର୍ଷ ମଧ୍ୟରେ ସଂସ୍କାରଗତ ପଦକ୍ଷେପଗୁଡ଼ିକରେ ଯୋଜନାର ଅଭାବ ରହିଛି। ୮ ନଭେମ୍ବର ୨୦୧୬ରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା ଲାଗି କ୍ୟାବିନେଟ୍‌ ବୈଠକ ଡକାଯାଇଥିଲା। କିନ୍ତୁ ଆସିବା ପୂର୍ବରୁ ମୋବାଇଲ ଫୋନ୍‌ ବାହାରେ ରଖି ଆସିବା ପାଇଁ ମନ୍ତ୍ରୀମାନଙ୍କୁ କୁହାଯାଇଥିଲା। ବୈଠକ ପରେ ୧୦୦୦ ଓ ୫୦୦ ଟଙ୍କିଆ ନୋଟ ଚଳିବ ନାହିଁ ବୋଲିି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ। କ୍ୟାବିନେଟ ମନ୍ତ୍ରୀମାନେ ଏହି ନିଷ୍ପତ୍ତି ନିଆଯିବ ବୋଲି ଜାଣି ନ ଥିଲେ। ଫଳରେ ସେମାନଙ୍କ ମନ୍ତ୍ରୀମାନେ ଏହା ସମ୍ପର୍କରେ ଜାଣିପାରି ନ ଥିଲେ। ଏହାର ପରିଣାମ, ବିପଦ, ସମସ୍ୟା ଏବଂ ସମାଧାନ ସମ୍ପର୍କରେ ବିଚାର କରିବାକୁ ସେମାନଙ୍କ ବିଭାଗଗୁଡ଼ିକୁ ସମୟ ମଧ୍ୟ ଦିଆଯାଇ ନ ଥିଲା। ବିମୁଦ୍ରୀକରଣ ଘୋଷଣା ପରେ ହିଁ ଏସବୁ ବିଷୟରେ ସେମାନଙ୍କୁ ଚିନ୍ତା କରିବାକୁ ପଡ଼ିଥିଲା। ବିମୁଦ୍ରୀକରଣ ପରେ କ’ଣ ଘଟିଥିଲା ତାହା ଆମମାନଙ୍କ ମଧ୍ୟରୁ ଅଧିକାଂଶ ଜାଣନ୍ତି। ଗତ ବର୍ଷ ମାର୍ଚ୍ଚ ୨୪ରେ ଜାତୀୟ ଲକ୍‌ଡାଉନ ଘୋଷଣା କରାଯାଇ ତିନି ସପ୍ତାହ ଘରେ ରହିବାକୁ କୁହାଗଲା। ଅନେକେ ବିନା ଖାଦ୍ୟ, ଟଙ୍କା ଓ କାମରେ ଘରେ ବନ୍ଦୀ ଅବସ୍ଥାରେ ରହିଲେ। ଲକ୍‌ଡାଉନ ଘୋଷଣା କରାଯିବା ପୂର୍ବରୁ କେତେଜଣ ମନ୍ତ୍ରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା ତାହା ଜାଣିବାକୁ ଚଳିତ ବର୍ଷ ମାର୍ଚ୍ଚରେ ବିବିସି ୨୪୦ ଆର୍‌ଟିଆଇ ଫାଇଲ କରିଥିଲା। ନିଷ୍ପତ୍ତି ନେବା ଓ ତାହାକୁ ଲାଗୁ କରିବା ପୂର୍ବରୁ ଜଣେ ହେଲେ ବି ମନ୍ତ୍ରୀ କିମ୍ବା ବିଶେଷଜ୍ଞ ସହ ଆଲୋଚନା କରାଯାଇ ନ ଥିତ୍ବା ବିବିସି ଜାଣିବାକୁ ପାଇଥିଲା। ପୁନଶ୍ଚ ଏହାର ପରିିଣାମ କ’ଣ ଥିଲା ତାହା ଆମେ ଅନୁଭବ କରିଛେ। ଶ୍ରୀଲଙ୍କାରେ ଲକ୍‌ଡାଉନର ଦିନକ ପୂର୍ବରୁ ସରକାର କନ୍‌ଷ୍ଟ୍ରକସନ ସାଇଟ୍‌ଗୁଡ଼ିକୁ କାମ ବନ୍ଦ କରିବା ସହ ପାଖ ଲୋକଙ୍କ ଜରିଆରେ ଖାଦ୍ୟ ବାଣ୍ଟିବା ପ୍ରକ୍ରିୟା ଚାଲୁ କରିବାକୁ କହିଥିଲେ। ଏହା ପରେ ଲକ୍‌ଡାଉନ ଲାଗୁ କରିଥିଲେ। ଭାରତରେ ଏଭଳି କିଛି ବି ହେଲା ନାହିଁ। ଏହା ଏକ ଚୁଟ୍‌କିରେ କରିଦିଆଗଲା।
ଯେଉଁ ବାଟରେ ଲଗାତର ବିଭିନ୍ନ ଘଟଣାରେ ଅଚାନକ ପରିବର୍ତ୍ତନ କରାଯାଇଛି ତାହାକୁ ‘ଡିସ୍‌ରପ୍‌ସନ’ କୁହାଯାଉଛି। କିନ୍ତୁ ଏକ ବ୍ୟବସ୍ଥା, ପ୍ରକ୍ରିୟା କିମ୍ବା ଘଟଣା ସ୍ବାଭାବିକ ଭାବେ ଚାଲିବା କିମ୍ବା ଯେଭଳି ଚାଲିିବାକୁ ଆଶା କରାଯାଉଥିବ, ସେଥିରେ ବାଧା ସୃଷ୍ଟି କରିବା ହିଁ ଡିସ୍‌ରପ୍‌ସନ ବୋଲି ଶବ୍ଦକୋଷରୁ ଜଣାପଡ଼େ। ମଧ୍ୟବିତ୍ତ ବର୍ଗ ଓ ମିଡିଆ ଏହି ଶବ୍ଦକୁ ସକାରାମତ୍କ ଅର୍ଥରେ ବ୍ୟବହାର କରୁଥିବାବେଳେ ଯେଉଁମାନଙ୍କ ଜୀବନରେ ବାଧା ଆସିଛି ଓ ସେମାନଙ୍କ ପାଇଁ ଡିସ୍‌ରପ୍‌ସନର ଅର୍ଥ କ’ଣ ତାହା ବିଚାର କରିବା ଆବଶ୍ୟକ। ଆର୍ଥିକ ସହାୟତା ବାବଦରେ ମିଳୁଥିବା ଖାଦ୍ୟଶସ୍ୟ ପାଇବାକୁ ଆଧାର ବାଧ୍ୟତାମୂଳକ କରାଯିବାରୁ ବୁଝାପଡ଼ୁଛି ଯେ, ବହୁ ଗରିବ ସେମାନଙ୍କ ପ୍ରାପ୍ୟ ପାଇପାରିବେ ନାହଁି। ଅନ୍ୟପଟେ ଯେଉଁମାନେ ଯୋଗ୍ୟ ସେମାନେ କିଭଳି ଲାଭ ପାଇବେ ତାହା ନିଶ୍ଚିତ କରିବା ପାଇଁ ଆଧାର ସଂଯୋଗ ଏକ କୁଶଳ କାର୍ଯ୍ୟ ବୋଲି ମିଡିଆ କହୁଛି। କିନ୍ତୁ ଆମେ ଯାହାକୁ ସଂସ୍କାର ବୋଲି କହୁଛୁ , ଯଦି କେହି ଠିକ୍‌ ଭାବେ ଏହି ପ୍ରକ୍ରିୟାକୁ ନିରୀକ୍ଷଣ କରନ୍ତି, ତେବେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହା ବାସ୍ତବ ଏବଂ କ୍ଷତିକାରକ ବୋଲି ଜାଣିପାରିବେ।
ବିମୁଦ୍ରୀକରଣ ଅର୍ଥବ୍ୟବସ୍ଥାରେ ଏକ ଅଂଶ ନଗଦ କାରବାରରେ ବାଧା ସୃଷ୍ଟି କଲା। ଆମମାନଙ୍କ ମଧ୍ୟରୁ କେତେଜଣ ଏହାକୁ ସଂସ୍କାର କହି ଖୁସି ହୋଇପାରୁ, କିନ୍ତୁ ଅନ୍ୟମାନେ ଏହାକୁ ସକାରାମତ୍କ ବୋଲି ଦେଖିଲେ କି। ଆମେ ଯାହାକୁ ଦୃଢ, ସାହସୀ ଏବଂ ସ୍ଥାୟୀ ନିଷ୍ପତ୍ତି ବୋଲି ଭାବୁଛୁ ତାହା ସବୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିଷ୍ଠୁର ଏବଂ ଅନ୍ୟମାନଙ୍କ ପାଇଁ ଅବାଞ୍ଛିତ। ଏଥିପାଇଁ କୃଷି ଆଇନଗୁଡ଼ିକରେ କ’ଣ ଘଟିଛି ତାହା ଦେଖିବାକୁ ହେବ ଓ ଆମକୁ ବିଚାର କରିବାକୁ ପଡ଼ିବ। ଯେଉଁମାନେ ବୁଝିଛନ୍ତି ଜୀବନ ଓ ଜୀବିକା ଏବଂ ପରିବାର ପାଇଁ ଆଇନଗୁଡ଼ିକର ମୂଲ୍ୟ କ’ଣ ସେମାନେ ଅବିଚଳିତ ଭାବେ ବର୍ଷେରୁ ଅଧିକ ସମୟ ଧରି ଏହା ବିରୋଧରେ ଆନ୍ଦୋଳନ ଚଳାଇଲେ ଓ ଗ୍ରହଣ କରିବାକୁ ରୋକ୍‌ଠୋକ୍‌ ମନାକଲେ। କେବଳ ସେହି ପ୍ରଥମ ଗୋଷ୍ଠୀ ପାଇଁ ଏହି ଆଇନଗୁଡ଼ିକ ପ୍ରତ୍ୟାହାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri