ଚାଇନାକୁ ଅସୁବିଧା ଲଦାଖ ଥଣ୍ଡା

ବେଜିଂ, ୭ା୬: ପୂର୍ବ ଲଦାଖ ସୀମାରେ ଭାରତ ବିପକ୍ଷରେ ଗତ ବର୍ଷ ଏପ୍ରିଲ-ମେ’ଠାରୁ ଚାଇନା ୫୦ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ମୁତୟନ କରିଥିବାବେଳେ ସେଠାକାର ଭୀଷଣ ଥଣ୍ଡା ଜଳବାୟୁରେ ସେମାନେ ଖାପଖୁଆଇବା କଷ୍ଟକର ହୋଇଛି। ଫଳରେ ଚାଇନା ବାଧ୍ୟ ହୋଇ ବର୍ଷକରେ ପ୍ରାୟ ୯୦ ପ୍ରତିଶତ ସୈନ୍ୟଙ୍କୁ ସେଠାରୁ ଅଦଳବଦଳ କରିଛି। ତିବ୍ବତ ଅଟୋନମସ୍‌ ରିଜିଅନ ବାହାରୁ ଏବଂ ଅନ୍ୟ ଅଞ୍ଚଳରୁ ଚାଇନା ନୂଆ ସୈନ୍ୟବାହିନୀ ଆଣିଥିଲା। ରିପୋର୍ଟ ମୁତାବକ, ଗତବର୍ଷ ଭୀଷଣ ଥଣ୍ଡା ପରିବେଶକୁ ସହ୍ୟ କରି ନ ପାରି ଅନେକ ଚାଇନା ସୈନ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ଚାଇନା ସୈନ୍ୟ ପୂର୍ବ ଲଦାଖ ନିକଟରେ ଜଗି ରହିବା ନିମନ୍ତେ ବିଶେଷ ତାଲିମ ନେଉଥିବା ଜଣାପଡ଼ିଛି।
ମଧ୍ୟ ପ୍ରତିବର୍ଷ ସେଠାରେ ଯବାନଙ୍କ ଅଦଳବଦଳ କରାଇଥାଏ। କିନ୍ତୁ ଏହି ପାର୍ବତ୍ୟାଞ୍ଚଳରେ କାର୍ଯ୍ୟକାଳ ସମୟ ୨ ବର୍ଷ ସ୍ଥିର ଥିବାରୁ ଅଦଳବଦଳ ସଂଖ୍ୟା ୪୦ରୁ ୫୦ ପ୍ରତିଶତ ମଧ୍ୟରେ ରହିଥାଏ। ଅନ୍ୟପକ୍ଷରେ ଭାରତୀୟ ଯବାନଙ୍କ ହାଇ ଅଲ୍‌ଟିଟ୍ୟୁଡ୍‌ରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ଯୋଗୁ ଚାଇନା ବିପକ୍ଷରେ ପୂର୍ବ ଲଦାଖ ସେକ୍ଟରରେ ମୁତୟନ ହେବାରେ ସେତେମାତ୍ରାରେ ସମସ୍ୟା ଉପୁଜି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗରୁ ପ୍ରସ୍ତୁତ ହେଲା କରୋନା ଔଷଧ!

କାନାଡାର ଏକ କମ୍ପାନୀ ଆକସେରା ଫାର୍ମା ଭାଙ୍ଗରୁ କରୋନା ଚିକିତ୍ସା ପାଇଁ ଏକ ଔଷଧ ପ୍ରସ୍ତୁତ କରିିଛି। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି...

ଦ୍ୱିତୀୟ ଧନୀରୁ ଖସିଲେ ମସ୍କ

ଓ୍ବାଶିଂଟନ୍‌: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଆମେରିକା ଉଦ୍ୟୋଗପତି ତଥା ଟେସ୍‌ଲା କମ୍ପାନୀ ମାଲିକ ଏଲନ ମସ୍କ(୪୯)ଙ୍କ ସମ୍ପତ୍ତି ଗତ...

‘ସେମାନେ ରୁଷୀୟଙ୍କୁ ଘୃଣା କରନ୍ତି’

ମସ୍କୋ, ୧ା୬: ରୁଷିଆରୁ ତୈଳ ଆମଦାନୀ ବ୍ୟାନ୍‌ କରିବା ନେଇ ଇୟୁର ସଦ୍ୟ ନିଷ୍ପତ୍ତି ପରେ ମସ୍କୋ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ରୁଷୀୟ ନାଗରିକଙ୍କ...

ପୁଟିନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର…

କ୍ୱିଭ୍‌/ମସ୍କୋ, ୧୬।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର ଚାଲିଛି ବୋଲି ୟୁକ୍ରେନର ଜେନେରାଲ ଅଫ ଆର୍ମି ଇଣ୍ଟେଲିଜେନ୍ସ ଦାବି କରିଛି।...

ବିଶ୍ୱର ପ୍ରଭାବଶାଳୀ ନେତା ମୋଦିଙ୍କ ସହ କଥା ହେବେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ୱାଶିଂଟନ,୨୫ ।୨: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶୁକ୍ରବାର କଥା ହେବେ...

ୟୁକ୍ରେନ ଉପରେ ୨୫ ଡ୍ରୋନରେ ଆକ୍ରମଣ କଲା ରୁଷିଆ

କ୍ୱିଭ,୪।୯: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ତାଙ୍କ ତୁର୍କୀ ପ୍ରତିପକ୍ଷ ରେସିପ ତାଇପ ଏରଦୋଗନଙ୍କ ମଧ୍ୟରେ ଶସ୍ୟ ଆଲୋଚନା ହେବାର ଗୋଟିଏ ଦିନ ପୂର୍ବରୁ...

ମହାମାରୀ ଭୟ, ୧୫୦ ଦେଶକୁ ଜାତିସଂଘ ନ ଆସିବାକୁ ପରାମର୍ଶ ଦେଲା ଆମେରିକା…

ଜେନେଭା,୧୯।୮: କରୋନା ଭାଇରସର ଦ୍ରୁତ ବେଗରେ ସଂକ୍ରମଣ କରୁଥିବାରୁ ଜାତିସଂଘର ବାର୍ଷିକ ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମ ଯୋଗ ନ ଦେବାକୁ ଆମେରିକା ପୃଥିବୀର ବିଭିନ୍ନ ଦେଶକୁ...

ଲିବିୟା ବିସ୍ଫୋରଣ: ୧୮ ଆହତ

ଡେରନା,୨।୬: ଲିବିୟାନ୍‌ ନ୍ୟାଶନାଲ୍‌ ଆର୍ମି(ଏଲ୍‌ଏନ୍‌ଏ)ର ହେଡ୍‌କ୍ୱାଟର ନିକଟରେ ରବିବାର ହୋଇଥିବା ୨ଟି ବିସ୍ଫୋରଣରେ ଅତିକମ୍‌ରେ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖଲିଫା ହଫ୍‌ତାର...

Advertisement
Archives

Model This Week