Posted inଜାତୀୟ

ପ୍ରିୟଙ୍କାଙ୍କ ମିଶନ-୨୦୨୨ ସଙ୍କଟରେ, ହାତ ଛାଡ଼ି ସାଇକେଲ ଚଳାଇବାକୁ ବାଡ଼ଡିଆଁ ଯୋଜନା…

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରିସସ୍ଥଳେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମିଶନ-୨୦୨୨ ସଙ୍କଟରେ ପଡ଼ିଛି। ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସର ବରିଷ୍ଠ ନେତା ଦଳ ଛାଡ଼ିବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ ମଧ୍ୟରେ ମଙ୍ଗଳବାର ପୂର୍ବତନ ଏମ୍‌ପି ହରେନ୍ଦ୍ର ମଲିକ ଏବଂ ତାଙ୍କ ପୁଅ ତଥା ପୂର୍ବତନ ବିଧାୟକ ପଙ୍କଜ ମଲିକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେମାନେ ବାଡ଼ ଡେଇଁ ଏବେ ସମାଜବାଦୀ ପାର୍ଟି ମୁହାଁ ହୋଇଥିବା ଚର୍ଚ୍ଚା ହୋଇଛି। ଅକ୍ଟୋବର ୨୨ରେ ସେମାନେ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ହାତ ଛାଡ଼ି ସାଇକେଲ ଚଳାଇବେ ବୋଲି କୁହାଯାଉଛି।

ଗତ ୩ ଦଶନ୍ଧି ଧରି ରାଜ୍ୟରେ କଂଗ୍ରେସ କ୍ଷମତାଠାରୁ ଦୂରରେ ରହିଛି। କଂଗ୍ରେସର ବନବାସ ଶେଷ କରିବା ଲାଗି ପ୍ରିୟଙ୍କା ଉଦ୍ୟମ ଜାରି ରଖିଛନ୍ତି। ୨୦୧୭ରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା। ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ରାଜ୍ୟରେ କଂଗ୍ରେସ ବିଫଳ ରହିଥିଲା।

ରାଜ୍ୟର ବୁନ୍ଦେଲଖଣ୍ଡରେ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ିଛନ୍ତି। ଏହା ତୃଣମୂଳସ୍ତରରେ କଂଗ୍ରେସ ସଂଗଠନକୁ ଦୁର୍ବଳ କରିଛି। ଅପରପକ୍ଷରେ ଭାଜପାର ସ୍ଥିତି ରାଜ୍ୟରେ ଧୀରେଧୀରେ ପୁଣି ସୁଦୃଢ଼ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱିଭରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ଆହତ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଘନଘଟା ମଧ୍ୟରେ ନବମ ଦିନରେ ବି ଗର୍ଜୁଛି ମିଶାଇଲ, ଜଳୁଛି ସହର ପରେ ସହର । ତେବେ ୟୁକ୍ରେନରେ ଥିବା...

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ କରୋନା ମୃତ୍ୟୁର ହିସାବ ମାଗିବ ଭାରତ…

ନୂଆଦିଲ୍ଲୀ/ଡାଭୋସ, ୨୩।୫ : ଭାରତରେ ଅଧିକ କରୋନା ମୃତ୍ୟୁହାର ନେଇ ସ୍ବିଜରଲାଣ୍ଡର ଡାଭୋସରେ ଚାଲିଥିବା ବିଶ୍ୱ ଅଥନୈତିକ ଫୋରମରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଶ୍ୱ ସ୍ବାସ୍ଥ୍ୟ...

ପଡ଼ୋଶୀଙ୍କ ନାଁରେ କୁକୁର ପାଳିବାରୁ ମହିଳାଙ୍କୁ ନିଆଁ ଲଗାଇ ଦେଲେ

ଭାବନଗର(ଗୁଜରାଟ),୨୧।୧୨: ଏକ କୁକୁର ଛୁଆର ନାଁକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଜାଳି ଦେଇଛନ୍ତି ତାଙ୍କ ପଡ଼ୋଶୀ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା...

କିଛି ନୂଆ କାମ କରିବାକୁ ହେଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ: ମୋଦି

ନୂଆଦିଲ୍ଲୀ,୧୯ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରଗତି ମଇଦାନରେ ଆଟିପିଓ ଟନେଲର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ସେ ଏହି ଟନେଲର ଯାଞ୍ଚ...

୨ ଅଲ୍‌ କାଏଦା ସନ୍ଦିଗ୍ଧ ଗିରଫ, ପ୍ରେସର କୁକର ବୋମା ଜବତ…

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆତଙ୍କବାଦୀ ସଂଗଠନର ୨ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ କାକୋରି ଅଞ୍ଚଳରୁ ସନ୍ଦିଗ୍ଧମାନଙ୍କୁ ଏଟିଏସ୍‌ ଟିମ୍‌ ଗିରଫ କରିଛି। ସେମାନଙ୍କଠାରୁ ପ୍ରେସର...

ମାଡିଆସୁଛି ‘ବୁରେଭି’

ଚେନ୍ନାଇ/ଥିରୁଅନନ୍ତପୁରମ,୪।୧୨: ବଙ୍ଗୋପସାଗରରୁ ଉଠିଥିବା ସାମୁଦ୍ରିକ ଝଡ଼ ‘ବୁରେଭି’ ବୁରେଭି ଦୁର୍ବଳ ହୋଇ ଏକ ନିମ୍ନ ଚାପରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ,...

ଭାରତରେ ନିର୍ମାଣ ହେବ ୩୦୦ ଅସ୍ତ୍ରଶସ୍ତ୍ର-ଡିଫେନ୍ସ ସିଷ୍ଟମ୍‌…

ନୂଆଦିଲ୍ଲୀ, ୭।୪ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ନୂତନ ପଦକ୍ଷେପ ଗ୍ରହଣ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରତିରକ୍ଷା ସାମଗ୍ରୀର...

‘କୁ’ରେ ପ୍ରଥମ ପୋଷ୍ଟ କଲେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୧୧ ।୭: ନୂଆ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ସ୍ୱେଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘କୁ’ରେ ଜଏନ୍ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ...

Advertisement
Archives

Model This Week