Posted inଜାତୀୟ

ପ୍ରିୟଙ୍କା ଧରିବେ କଂଗ୍ରେସ ପ୍ରଚାର ମଙ୍ଗ

ନୂଆଦିଲ୍ଲୀ,୧୮।୧୦: ଉତ୍ତର ପ୍ରଦେଶରେ ଆସନ୍ତା ଫେବୃୟାରୀ-ମାର୍ଚ୍ଚ ଆଡ଼କୁ ବିଧାନସଭା ନିର୍ବାଚନ ହେବ। ଏଥିଲାଗି ତାରିଖ ଘୋଷଣାକୁ ଅନେକ ଦିନ ବାକି ଥିବାବେଳେ ସବୁ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି। ଏହିକ୍ରମରେ ନିସ୍ତେଜ ଅବସ୍ଥାରେ ପଡ଼ିରହିଥିବା କଂଗ୍ରେସ ପାଇଁ ଲଖିମପୁର ଖେରି ହିଂସା ବ୍ରହ୍ମାସ୍ତ୍ର ଭାବେ ଉଭା ହୋଇଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଭାଜପାକୁ ଘେରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଟାର୍ଗେଟ କରିଥିଲେ। କାରଣ ଅଜୟଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଧକ୍କାରେ ଆନ୍ଦୋଳନରତ ୪ କୃଷକଙ୍କ ଜୀବନ ଯାଇଥିଲା। ପ୍ରିୟଙ୍କା ହିଁ ଉତ୍ତର ପ୍ରଦେଶରେ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ ବୋଲି ପ୍ରଚାର କମିଟିର ନବନିଯୁକ୍ତ ଅଧ୍ୟକ୍ଷ ପି.ଏଲ୍‌. ପୁନିଆ ସ୍ପଷ୍ଟ କରିଛନ୍ତି।
ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଏଆଇସିସି ପକ୍ଷରୁ ରାଜ୍ୟରେ ପ୍ରଚାର କମିଟି ଗଠନ କରାଯାଇଛି। ଏହି ଅବସରରେ ଦଳର ବରିଷ୍ଠ ନେତା ପି.ଏଲ୍‌. ପୁନିଆ କହିଛନ୍ତି, ବର୍ତ୍ତମାନ ୟୁପିରେ ପ୍ରିୟଙ୍କାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାୟତଃ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥାଏ। ୟୁପି ପାଇଁ ମଧ୍ୟ ଆମେ ଘୋଷଣା କରିନାହୁଁ। କାରଣ ଆମ ପାଖରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭଳି ଲୋକପ୍ରିୟ ଚେହେରା ଅଛନ୍ତି, ଯିଏକି ଭାଜପାକୁ ଟକ୍କର ଦେବା ପାଇଁ ସକ୍ଷମ। ସେ ଲୋକଙ୍କ ପାଇଁ ଲଢ଼େଇ କରୁଛନ୍ତି। ଲଖିମପୁର ଖେରି ହିଂସାରେ ସତ କିପରି ପଦାକୁ ଆସିବ ସେଥିଲାଗି ପ୍ରିୟଙ୍କା ସଂଗ୍ରାମ ଜାରି ରଖିଛନ୍ତି। ସେ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସୀତାପୁର ଗେଷ୍ଟହାଉସରେ ଅଟକ ରହିଥିଲେ। ତାଙ୍କ ଲଢ଼େଇ ସଫଳ ହୋଇଛି ବୋଲି ପୁନିଆ କହିଛନ୍ତି।

ଯୋଗୀ ନୁହେଁ, ଯୋଗ୍ୟ ସରକାର ଲୋଡ଼ା

ୟୁପି ବିଧାନସଭା ନିର୍ବାଚନକୁ କେଇମାସ ବାକିଥିବାବେଳେ ଯୋଗୀ ସରକାରଙ୍କ ହାତରୁ କ୍ଷମତା ଛଡ଼ାଇବା ପାଇଁ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଅଣ୍ଟା ଭିଡ଼ିଛନ୍ତି। ଲକ୍ଷ୍ନୌର ଦଳୀୟ ମୁଖ୍ୟାଳୟରେ ରବିବାର ସେ କହିଛନ୍ତି, ରାଜ୍ୟକୁ ଯୋଗୀ ନୁହେଁ, ବରଂ ଯୋଗ୍ୟ ସରକାର ଲୋଡ଼ା। ନାମ ବଦଳାଇବା ବ୍ୟତୀତ ଭାଜପାର ଅନ୍ୟ କୌଣସି କାମ ନାହିଁ।

ଦଙ୍ଗା ଉସୁକାଉଥିଲେ ପୂର୍ବ ସରକାର

ୟୁପିରେ କ୍ଷମତାସୀନ ପୂର୍ବ ସରକାରଗୁଡ଼ିକ କେବଳ ନିଜ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିଲେ। ଏଥିଯୋଗୁ ରାଜ୍ୟ ପଛରେ ପଡ଼ି ଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସ୍‌ପି ଏବଂ ବିଏସ୍‌ପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କ୍ଷମତାରେ ଥିବାବେଳେ ସମାଜ ଓ ରାଷ୍ଟ୍ର ପାଇଁ ଏହି ଦୁଇ ଦଳର ଚିନ୍ତା ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri