ପ୍ରିୟଙ୍କା-ନିକ୍‌ଙ୍କ ଛାଡପତ୍ର ଚର୍ଚ୍ଚାକୁ ନେଇ ମା’ କହିଲେ…

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରିୟଙ୍କା ଗତ ନଭେମ୍ବର ୨୨ରେ ସୋସିଆଲ ମିଡିଆ ଆକାଉଣ୍ଟରୁ ସ୍ବାମୀଙ୍କ ସରନେମ୍‌ ହଟାଇ ଦେଇଛନ୍ତି। ସେ ‘ଜୋନାସ’ ସହିତ ‘ଚୋପ୍ରା’ ମଧ୍ୟ ହଟାଇଦେଇଛନ୍ତି। ସେବେଠାରୁ କଳ୍ପନାଜଳ୍ପନାର ଆରମ୍ଭ ହୋଇଛି ଯେ ପ୍ରିୟଙ୍କା ତାଙ୍କ ଆମେରିକୀୟ ଗାୟକ ତଥା ସଙ୍ଗୀତକାର ସ୍ବାମୀ ନିକ ଜୋନାସଙ୍କଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି। ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଛାଡପତ୍ର ଖବରକୁ ଖଣ୍ଡନ କରିଛନ୍ତି। ସେ ଏପରି ଗୁଜବ ପ୍ରଚାର ନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ପ୍ରିୟଙ୍କା ନିକଟରେ ତାଙ୍କ ଇନଷ୍ଟା ବାୟୋରେ କିଛି ପରିବର୍ତ୍ତନ କରିଥିଲେ। ଏଥିରେ ସେ ତାଙ୍କର ସରନେମ୍‌ ‘ଚୋପ୍ରା ଏବଂ ଜୋନାସ’ ହଟାଇଦେଇଥିଲେ।
ଏଭଳି ଚର୍ଚ୍ଚା ଭିତରେ ନିକ ଜୋନାସ ଇନଷ୍ଟାଗ୍ରାମରେ ତାଙ୍କ ବ୍ୟାୟାମର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ, ନିକ କଠିନ ବ୍ୟାୟାମ କରୁଥିବା ଦେଖିବାକୁ ମଳିଛି। ପ୍ରିୟଙ୍କା ଏହି ପୋଷ୍ଟ ଉପରେ କମେଣ୍ଟ ଦେଇ କହିଛନ୍ତି ସେ ତାଙ୍କ ଜୀବନସାରା ତାଙ୍କ ସ୍ବାମୀଙ୍କ ସହ ରହିବାକୁ ଚାହାଁନ୍ତି ଏବଂ ତାଙ୍କ ବାହୁରେ ମରିବାକୁ ଚାହାଁନ୍ତି। ଏହା ସହିତ, ସେ ଆଖିରେ ଏବଂ ହୃଦୟରେ ପ୍ରେମ ସହିତ ଇମୋଜି ଦେଇଥିଲେ। ପ୍ରିୟଙ୍କାଙ୍କ ଏହି କମେଣ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ନିକଙ୍କଠାରୁ ଅଲଗା ହେବାକୁ ଚାହୁଁନାହାଁନ୍ତି। ତାଙ୍କ ସହିତ ଜୀବନ ବିତାଇବାକୁ ଚାହାଁନ୍ତି। ତାଙ୍କ ଏହି କମେଣ୍ଟକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି।
୨୦୧୮ରେ ରାଜସ୍ଥାନର ଯୋଧପୁରରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କ ରାଜକୀୟ ବିବାହ ହୋଇଥିଲା। ପ୍ରଥମେ ଦୁହେଁ ହିନ୍ଦୁ ଏବଂ ପରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ହଲିଉଡ ଶୋ’ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଆମେରିକା ଯାଇଥିବା ବେଳେ ପ୍ରିୟଙ୍କା ନିକଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri