ଯୌତୁକ ନିଆଁରେ ଜଳିଗଲେ ପ୍ରିୟା

ବଅଁରପାଳ, ୧୭।୭(ଡି.ଏନ.ଏ)
ଯୌତୁକ ଲୋଭ ପୁଣି ନେଇଛି ଜୀବନ। ମାତ୍ର ଦେଢ଼ବର୍ଷର ଜଣେ ନବବଧୂଙ୍କୁ ଶାଶୁଘର ଲୋକେ କିରୋସିନ ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଗ୍ରାମରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଥାନାରେ ଏତଲା ପରେ ପୋଲିସ ନଂ. ୧୯୧/୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂଚନା ମୁତାବକ, ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଦୁଦୁରକୋଟ ଗ୍ରାମର ଦାମୋଦର ଭଞ୍ଜଙ୍କ ଝିଅ ପ୍ରିୟା ଗଡ଼ନାୟକ ୨୦୧୯ ଫେବୃୟାରୀ ୨୦ରେ ଗଡ଼ସନ୍ତ୍ରୀ ଗ୍ରାମର ଆଶୁତୋଷ ଗଡ଼ନାୟକଙ୍କୁ ବିବାହ କରିଥିଲେ। ହେଲେ କିଛି ଦିନ ପରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ସ୍ବାମୀ ଆଶୁତୋଷଙ୍କ ସମେତ ଶାଶୁ ପ୍ରେମଲତା ଓ ନଣନ୍ଦ ସିନାରାଣୀ ସାମଲ ଅଧିକ ଯୌତୁକ ଦାବିରେ ନିର୍ଯାତନା ସହ ହତ୍ୟା ଧମକ ଦେଉଥିଲେ। ଗତ ୧୫ ତାରିଖରେ ସେମାନେ ପ୍ରିୟାଙ୍କ ଉପରେ କିରୋସିନି ପକାଇ ନିଆଁ ଲଗାଇ ଦେଇଥିବା ତାଙ୍କ ବାପା ଦାମୋଦର ଭଞ୍ଜ ଅଭିଯୋଗରେ ଦର୍ଶାଇଛନ୍ତି। ଗୁରୁତର ପ୍ରିୟାଙ୍କୁ ଅନୁଗୋଳ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ମୃତ୍ୟୁ ଘଟିଥିଲା। ଅଭିଯୋଗ ପରେ ଥାନା ଅଧିକାରୀ ସୁନୀଲ କର, ତଦନ୍ତ କରିବା ସହ ସ୍ବାମୀ ଆଶୁତୋଷଙ୍କୁ ଅଟକ ରଖିଛନ୍ତି। ଅଧିକ ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଅପରପକ୍ଷରେ ପ୍ରିୟାଙ୍କ ଶାଶୁଘର ଲୋକେ ପୋଡ଼ି ମାରିଦେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପାରିବାରିକ କହଳ ଯୋଗୁ ପ୍ରିୟା ଆତ୍ମହତ୍ୟା କରିଥିବା ସେମାନେ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀକୁ ମାଡ଼ ମାରି ଜେଜେ ମା’ ଗିରଫ

ବନ୍ତଳା, ୫।୮(ଡି.ଏନ.ଏ.) ୩ ବଷର୍ର୍ର ନାତୁଣୀକୁ ମାଡ଼ ମାରିବା ଓ ଦୀର୍ଘ ସମୟ ଘରେ ତାଲା ପକାଇ ରଖିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜେଜେ ମା’। ଏଭଳି...

ଭତ୍ତା ଦେଇ ରାଶନ କାଟିଦେଲେ

କଣିହଁ। ,୧୫ା୭(ଡି.ଏନ.ଏ.) ଜନ୍ମରୁ ଦୃଷ୍ଟିହୀନ। ତେଣୁ ଆଧାରକାର୍ଡ ନାହିଁ। ଏହା ଜାଣି ବି ଜଣେ ଦିବ୍ୟାଙ୍ଗଙ୍କ ସହ ଅନ୍ୟାୟ କରାଯାଇଛି। ମାତ୍ର କେଇମାସ ତଳେ ଭତ୍ତା...

ବେଆଇନ ପଥର ଖନନ ବନ୍ଦ ଦାବି

ବନ୍ତଳା,୪।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳା ଥାନା ଚମ୍ପତ୍ତିମୁଣ୍ଡା ରାଜସ୍ବ କାର୍ଯ୍ୟାଳୟ ଅଧୀନରେ ଥିବା ନନ୍ଦପୁର ପଞ୍ଚାୟତ ଚନ୍ଦନପୁର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ପଥର ଖୋଳାଯାଇ ଚୋରା...

ରେଙ୍ଗାଳି ଡ୍ୟାମ୍‌ରୁ ପ୍ରତି ସେକେଣ୍ଡକୁ ୨,୧୨୬ ଘନ ମିଟର ବନ୍ୟାଜଳ ନିଷ୍କାସିତ

କଣିହାଁ,୧୫।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁସ୍ଥିତ ରେଙ୍ଗାଳି ଡ୍ୟାମ୍‌ରୁ ରବିବାର ସକାଳ ୯ ଟାରେ ବନ୍ୟାଜଳ ନିଷ୍କାସିତ ହୋଇଛି। ୭ ନମ୍ବର ଗେଟ୍‌ ଓ ପାଓ୍ବାର ହାଉସ୍‌...

କଷ୍ଟ ଦେଉଛି ଗଁ। ରାସ୍ତା

ମାଧପୁର,୮ା୮ – ୩ ଗ୍ରାମର ଲୋକଙ୍କ ଭରସା ଗୋଟିଏ ରାସ୍ତା। ହେଲେ ଟିକେ ବର୍ଷା ହୋଇଗଲେ ଆଉ ସେହି ରାସ୍ତା ଦେଇ ଯିବାଆସିବା ସହଜ ହୋଇପାରୁନି।...

ନରହନ୍ତା ଦନ୍ତାର ଉଗ୍ରରୂପ

ପରଜଙ୍ଗ, ୧୯।୯(ଡି.ଏନ.ଏ.) – ଗଁ।ରୁ ଗଁ।କୁ ଘୂରିବୁଲୁଛି। ଯୁଆଡ଼େ ମୁହଁ।ଉଛି ସିଆଡ଼େ ଆତଙ୍କର ବାତାବରଣ ସୃଷ୍ଟି କରୁଛି। ଚାଳ ଛପର, କଂକ୍ରିଟ୍‌ କୋଠା, ପାଚେରି, ବାଡ଼ି...

ଚଳଚଞ୍ଚଳ କାଳୀମଣ୍ଡପ ପଡିଆ: ୩୦ ଲକ୍ଷରେ ପୂଜା ଆୟୋଜନ

ତାଳଚେର,୨୭ା୧୦(ନି.ପ୍ର.)- ମା’ ଶ୍ୟାମାକାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି ତାଳଚେର ଏମ୍‌ସିଏଲ ନନ୍ଦିରାସ୍ଥିତ କାଳୀମଣ୍ଡପ ପଡିଆ। ନନ୍ଦିରା ଭୂତଳ କୋଇଲା ଖଣି ଆନୁକୂଲ୍ୟରେ ଆୟୋଜିତ ଏହି...

ଲାଇସେନ୍ସ ନ ଥିଲେ ମେଡିସିନ୍‌ ଦୋକାନ ବନ୍ଦ

ଅନୁଗୋଳ ଅଫିସ, ୬।୪- ଅନୁଗୋଳ ପୌରପାଳିକା ଅଧୀନରେ ଥିବା ମେଡିସିନ୍‌ ଦୋକାନ ଗୁଡ଼ିକରେ ଭିଡ଼ ବଢ଼ୁଛି। ଲୋକମାନେ ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି। ଯେଉଁ ମେଡିସିନ...

Coronavirus Update


Archives

Model This Week

Why Dharitri