ସରକାରୀ ଫାର୍ମରେ ବେସରକାରୀ କାରବାର

ଜଗତ୍‌ସିଂହପୁର ଅଫିସ, ୧୪ା୧୧: ତିର୍ତ୍ତୋଲ ଚେରିତୋଳସ୍ଥିତ ଉଦ୍ୟାନ କୃଷି ବିଭାଗର ଶାରଳା ବାମନ ନଡ଼ିଆ ଫାର୍ମରେ ବେସରକାରୀ କାରବାର ଚାଲିଥିବା ଗୁରୁତର ଅଭିଯୋଗ ହେଉଛି। ନର୍ସରୀରେ କେବଳ ସରକାରୀ ଡେଙ୍ଗା ନଡ଼ିଆ ସାଙ୍ଗକୁ ଅନ୍ୟାନ୍ୟ ଫୁଲ ଓ ଫଳଚାରା ଚାଷୀଙ୍କୁ ଦିଆଯିବା ବ୍ୟବସ୍ଥା ଅଛି। କିନ୍ତୁ ବିଭିନ୍ନ ପ୍ରକାର ବାମନ ନଡିଆ ଚାରା ଅବାଧରେ ବିକ୍ରି ହେଉଛି। ସେହିପରି ହାଇବ୍ରିଡ୍‌ ଫୁଲ ଓ ଫଳ ମଧ୍ୟ ବିକ୍ରି କରାଯାଉଛି। ଏହା ଉପରେ ଜିଲାପାଳ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଓ କୃଷି ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ଭାବେ ଡେଙ୍ଗା ନଡିଆ ଚାରା ଗୋଟା ୬୪ ଟଙ୍କାରେ ବିକ୍ରି ହେବା ବ୍ୟବସ୍ଥା ଅଛି। କିନ୍ତୁ ଶାରଳା ବାମନ ନଡ଼ିଆ ଫାର୍ମରେ ଅରେଞ୍ଜ ଓ ମାଲେସିଆ ଭେରାଇଟିର ନଡିଆ ଚାରା ମଧ୍ୟ ଖୁଲମଖୁଲା ବିକ୍ରି ଚାଲିଛି। ଏ ସମ୍ପର୍କରେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ହେଲା ବାମନ ନଡ଼ିଆ ଅର୍ଥାତ୍‌ ଅରେଞ୍ଜ ଚାରା ଗୋଟା ୪୦୦ ଓ ମାଲେସିଆ ଭେରାଇଟିର ଦାମ୍‌ ୫୦୦ ଟଙ୍କାରେ ବିକ୍ରି ଚାଲିଛି। ନିକଟରେ ଏକ ଟ୍ରକ୍‌ ବାମନ ନଡ଼ିଆ ଓ ଉନ୍ନତ ମାନର ଗୁଆ, ଲେମ୍ବୁ, ହାଇବ୍ରିଡ୍‌ ଫୁଲ ଚାରା ବାହାର ରାଜ୍ୟରୁ ଆସିଥିଲା। ଫାର୍ମରେ ଏଗୁଡିକୁ କିଣିବା ପାଇଁ ଲମ୍ବା ଧାଡି ଲାଗିଥିଲା। ସରକାରୀ ଭାବେ ବିକ୍ରି ହେଉଥିବା ଲେମ୍ବୁ ଦର ୧୦, ଅମୃତ ଭଣ୍ଡା ୭, ସଜନା ୭ ଓ ଆମ୍ବ ୩୩ ଟଙ୍କା ଥିବାବେଳେ ଏଗୁଡିକ ବିକ୍ରି ପରିବର୍ତ୍ତେ ବାମନ ଓ ହାଇବ୍ରିଡ୍‌ ନଡ଼ିଆ ଚାରା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏପରିକି ଡେଙ୍ଗା ନଡ଼ିଆ ବିକ୍ରି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉ ନାହିଁ। ବାମନ ନଡ଼ିଆ ଚାରା କେଉଁଠୁ ଆସିଛି ପଚାରିବାରୁ ଏହା କଲିକତାରୁ ଆସିଥିଲା ବୋଲି ଚାରା ବିକୁଥିବା କାଳିଆ ଦାସ ସୂଚନା ଦେଇଛନ୍ତି। ସେ କହିଥିଲେ, କଲିକତାର ଯେଉଁ ଫାର୍ମରୁ ସରକାରୀ ଚାରା ଆସେ ସେ ସ୍ଥାନରୁ ଏହି ନଡ଼ିଆ ଓ ହାଇବ୍ରିଡ୍‌ ଫୁଲ ଆଦି କିଣାଯାଇଥାଏ। ଯେହେତୁ ସରକାରୀ ଖର୍ଚ୍ଚରେ ଗାଡି ଆସିଥାଏ, ତେଣୁ ସେଥିରେ ଏହି ଚାରା ନେଇ ଆସିଲେ ବିଶେଷ ଖର୍ଚ୍ଚ ପଡେ ନାହିଁ । ସବୁବେଳେ ବାମନ ନଡ଼ିଆ କିମ୍ବା ହାଇବ୍ରିଡ୍‌ ଫୁଲ, ଗୁଆ ଆଦି ଆସି ନ ଥାଏ। ଲୋକେ ଆବଶ୍ୟକ କଲେ ବାହାରୁ ମଗାଯିବା ପାଇଁ ବ୍ୟବସ୍ଥା କରାଯାଏ। ହେଲେ ବିଲ୍‌ ଦେବା ଉପରେ କହିଥିଲେ, ଏବେ ଏହା ଦେଇହେବ ନାହିଁ। କେବଳ ରଥ ବେଳେ ଅର୍ଥାତ୍‌ ଜୁଲାଇରେ ପ୍ଲାଣ୍ଟେସନ୍‌ ସମୟରେ ବିଲ୍‌ ମାଗିଲେ ଦିଆଯିବା ବ୍ୟବସ୍ଥା କରାଯିବ। ଏଥିରୁ ସ୍ପଷ୍ଟ ଯେ ବିନା ବିଲ୍‌ରେ ନଡ଼ିଆ ଚାରା ଦିଆଯାଉଥିବାରୁ ତା’ଉପରେ କୌଣସି ସମୟରେ କେହି ଅଭିଯୋଗ କରିପାରିବେ ନାହିଁ। ବାମନ ନଡିଆ ଲଗାଇବାର ସାଢେ ୩ ବର୍ଷ ପରେ ଫଳ ଫଳିବା କୁହାଯାଉଛି। ଯଦି ଏହି ଚାରା ମାଡ ଖାଇଯିବ ତେବେ ଚାଷୀ କେଉଁଠିକୁ ଯିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଯେହେତୁ ସରକାରୀ ଫାର୍ମରେ ବେଆଇନ ଭାବେ ବାମନ ନଡିଆ ବିକ୍ରି ହେଉଛି ତେଣୁ ବିଲ୍‌ ଦେବା ସମ୍ଭବ ହେଉ ନ ଥିବାରୁ ଏଭଳି କୁହାଯାଉଛି।
ଏ ସମ୍ପର୍କରେ କାଳିଆ କହିଛନ୍ତି, ବର୍ଷକରେ ଥରେ କେବଳ ଜୁଲାଇ ମାସରେ ୨୦୦/୩୦୦ ବାମନ ନଡ଼ିଆ ଚାରା କଲିକତାରୁ କିଣାଯାଇଥାଏ। କେବଳ ନଡ଼ିଆ ନୁହେଁ, ହାଇବ୍ରିଡ୍‌ ଫୁଲ ଓ ଅନ୍ୟ ଉନ୍ନତ ମାନର ଫଳ ଚାରା ବାହାରୁ କିଣାଯାଇ ବିକ୍ରି କରାଯାଉଛି। ଏହା ନେବା ପାଇଁ ଲୋକେ ଆଗୁଆ ବରାଦ କରିଥାନ୍ତି। ଅନ୍ୟ କେତେଜଣ କହିଛନ୍ତି, ଏସବୁ ଭେରାଇଟିର ହାଇବ୍ରିଡ୍‌ ଫୁଲ ଓ ଫଳ ଚାରା ଆନ୍ଧ୍ର, କଲିକତା ଓ ରାଞ୍ଚତ୍ ଆଦିରୁ ବିଭିନ୍ନ ସମୟରେ ଆସୁଛି। ସରକାରଙ୍କ ତରଫରୁ କିଛି ଚାରା ମାଗଣା ଦିଆଯିବା ବ୍ୟବସ୍ଥା ଥିଲେ ସୁଦ୍ଧା ତାହା ଦିଆଯାଉନାହିଁ। ଲାଭ ଆଶାରେ ବାହାର ରାଜ୍ୟରୁ ଆସୁଥିବା ଚାରା ବିକ୍ରି ଉପରେ ଧ୍ୟାନ ଦିଆଯାଉଛି। ଏହି ନର୍ସରୀରେ ଅନେକ ପ୍ରକାରର ଚାରା ଉତ୍ପାଦନ ପାଇଁ ସରକାରୀ ଅନୁଦାନ ଆସୁଛି, କିନ୍ତୁ ଅର୍ଥ ବାଟମାରଣା ହେଉଛି । ତିର୍ତ୍ତୋଲ ଚେରିତୋଳ ବାଲିଯାତ୍ରାରେ ଷ୍ଟଲ ପାଇଁ ୭୫ ହଜାର ଟଙ୍କା ଖର୍ଚ୍ଚ ବରାଦ ହୋଇଛି । କିନ୍ତୁ ବାସ୍ତବରେ ୧୫/୨୦ ହଜାର ଟଙ୍କା ଭିତରେ ଖର୍ଚ୍ଚ କରି ଅବଶିଷ୍ଟ ଆତ୍ମସାତ୍‌ ପାଇଁ ଉଦ୍ୟମ ହୋଇଛି। ସରକାରୀ ଫାର୍ମରେ ବିଭାଗୀୟ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଏବଂ ଓଭରସିୟରଙ୍କ ସଲାସୁତୁରାରେ ଏଭଳି ବେଆଇନ କାରବାର ଚାଲିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଓଭରସିୟର ଦୀପକ ରଞ୍ଜନ ପାଇକରାୟଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ବାମନ ନଡ଼ିଆ ବିକ୍ରି ହେଉ ନାହିଁ। ବ୍ୟକ୍ତିଗତ ଭାବେ ଚାହିଁଲେ ମଗାଇ ହେବ ବୋଲି କହିଥିଲେ। ତିର୍ତ୍ତୋଲ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ୱେତପଦ୍ମା ଭୋଇ କହିଛନ୍ତି, ଯେଉଁମାନେ ବାମନ ନଡିଆ ଆଦି ଚାହାନ୍ତି ସେମାନଙ୍କୁ ଓଭରସିୟର ପାଇକରାୟ ବାବୁ ଦେବା ପାଇଁ ବ୍ୟବସ୍ଥା କରିଥାନ୍ତି। କିନ୍ତୁ ଫାର୍ମରେ ବାମନ ନଡିଆ ବିକ୍ରି ହେଉନାହିଁ ବୋଲି ଭୋଇ କହିଛନ୍ତି । ଏହା ଉପରେ ବିଧିବଦ୍ଧ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?