ଗଡ଼ିବ ପ୍ରାଇଭେଟ ମାଲ୍‌ବାହୀ ଟ୍ରେନ

ନୂଆଦିଲ୍ଲୀ,୨୭।୭: ଦେଶ ମଧ୍ୟରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଇବା ଲାଗି ରେଲଓ୍ବେ ଯୋଜନାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଉଛି। ଏଭଳି ସ୍ଥିତିରେ ଘରୋଇ ବଜାରରେ ଘରୋଇ ମାଲ୍‌ବାହୀ ଟ୍ରେନ ଚଳାଚଳ ନେଇ ରେଲଓ୍ବେର ମଧ୍ୟ ଯୋଜନା ରହିଥିବା ଜଣାପଡିଛି। ଯୋଜନା କାର୍ଯ୍ୟକାରୀ ହେଲେ ଏହି ଟ୍ରେନଗୁଡିକ ଡେଡିକେଟେଡ୍‌ ମାଲ୍‌ କରିଡରରେ ଚଳାଚଳ କରିପାରେ। ଡେଡିକେଟେଡ ମାଲ୍‌ ପରିବହନ କରିଡର କ୍ଷେତ୍ରରେ ରୁଟ୍‌ଗୁଡିକୁ ନିଲାମ ଲାଗି ବର୍ତ୍ତମାନ ପ୍ରକ୍ରିୟାକୁ ରେଲଓ୍ବେ ଜୋରଦାର କରିଥିବା ଜଣାପଡିଛି।
ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ କହିଛନ୍ତି ଯେ, ୨୦୨୩ରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚାଲିବା ଆଗରୁ ରେଲଓ୍ବେ ରେଗୁଲେଟର ସ୍ଥାପନ କରାଯିବ। ଡେଡିକେଟେଡ୍‌ ମାଲ୍‌ କରିଡରଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେ ମାଲ୍‌ ପରିବହନ ଲାଗି ଘରୋଇ ଅପରେଟରଙ୍କୁ ସୁଯୋଗ ଦେବାକୁ ଯୋଜନା କରାଯାଉଛି। ସେମାନେ ଓ୍ବାଗନ ଏବଂ କଣ୍ଟେନରରେ ମଧ୍ୟ ନିବେଶ କରିବେ। ଆଗକୁ ଆସିବାକୁ ଥିବା ରେଗୁଲେଟର ଉଭୟ ଯାତ୍ରୀବାହୀ ଏବଂ ମାଲ୍‌ ପରିଚାଳନା କ୍ଷେତ୍ରର ପ୍ରସଙ୍ଗଗୁଡିକୁ ନଜରରେ ରଖିବେ ବୋଲି ଯାଦବ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ଆର୍ଥତ୍କ ପ୍ରସଙ୍ଗକୁ ବିଚାର କରିବା ପରେ ସଚିବଙ୍କ ଏକ ଗ୍ରୁପ ଘରୋଇ ମାଲବାହୀ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।
୨୦୦୬ ପରଠାରୁ ଘରୋଇ କଣ୍ଟେନର ଟ୍ରେନ ଚଳାଚଳ କରୁଛି। ମାତ୍ର ଏଗୁଡିକର ସଂଖ୍ୟା ସ୍ବଳ୍ପ ରହିଛି। ଅନ୍ୟ ବର୍ଗରେ ଘରୋଇ ମାଲବାହୀ ଟ୍ରେନ ଚଳାଚଳ ନେଇ ବର୍ତ୍ତମାନ ନିଯୁକ୍ତି ଦିଆଯାଇ ନାହିଁ। ଦେଶରେ ୧୦୯ ଯୋଡା ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଚଳ କରାଇବା ଲାଗି ସରକାର କମ୍ପାନୀଗୁଡିକଠାରୁ ବିଡ୍‌ ଆହ୍ବାନ କରିଛନ୍ତି। ଏହାଦ୍ୱାରା ଦେଶରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ନିବେଶ ହେବ ବୋଲି କୁହାଯାଉଛି। ପ୍ରକଳ୍ପ ଲାଗି ରିହାତି ସମୟ ୩୫ ବର୍ଷ ରହିଛି। ଘରୋଇ ଫାର୍ମଗୁଡିକ ଟ୍ରେନ ଲାଗି ପୁଞ୍ଜି ଲଗାଣ, ସାମଗ୍ରୀ ସଂଗ୍ରହ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦିଗରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ରେଲଓ୍ବେ ପକ୍ଷରୁ କୁହାଯାଇଛି ଯେ, ଏଭଳି ପଦକ୍ଷେପ ଦ୍ୱାରା ଅତ୍ୟାଧୁନିକ ଟେକ୍ନୋଲୋଜିର ରୋଲିଂ ଷ୍ଟକ, ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହ୍ରାସ, ଟ୍ରାଞ୍ଜିଟ ସମୟ ହ୍ରାସ, ନିରାପତ୍ତା, ନିଯୁକ୍ତି ସୃଷ୍ଟି, ଲୋକଙ୍କୁ ବିଶ୍ୱସ୍ତରୀୟ ଯାତ୍ରୀସେବା ଅଭିଜ୍ଞତା ପ୍ରଦାନ ଦିଗରେ ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମରୀଚିକା ପାଲଟିଛି କଳାହାଣ୍ଡିରେ ଟେକ୍ସଟାଇଲ ପାର୍କ: ବନ୍ଦ ପଡିଛି କେସିଙ୍ଗା ଜିନିଂ ମିଲ

ଭବାନୀପାଟଣା, ୨୪ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଟେକ୍ସଟାଇଲ ପାର୍କ ଏବେ ମରୀଚିକା ପାଲଟିଛି। ସମଗ୍ର ଓଡିଶାରେ କଳାହାଣ୍ଡି ଜିଲା କପା ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଥିବାବେଳେ…

ପଶ୍ଚିମ ଓଡ଼ିଶାରେ ଝିପିଝିପି ବର୍ଷା ସାଙ୍ଗକୁ କୁଆପଥର ମାଡ଼, ଆଜି ଘଡ଼ଘଡ଼ି ସହ ବର୍ଷା ନେଇ ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪।୨(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନଠାରୁ…

୨ ଦିନରେ ୨ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ: ମୃତକଙ୍କୁ ମିଳୁନି ସରକାରୀ ସହାୟତା

ଅମରପାଲି, ୨୪ା୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ୨ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା…

ମହାନଦୀ ଗର୍ଭରେ ଲୀନ ହେଉଛି ବାହାକୁଦ କାଜୁ ଜଙ୍ଗଲ

ମହାକାଳପଡ଼ା,୨୪ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ସାମୁଦ୍ରିକ ଢେଉ ଯୋଗୁ କାଜୁ ଜଙ୍ଗଲରୁ ୫ ଶହ ଗଛ ମହାନଦୀ ଗର୍ଭରେ ଲୀନ ହୋଇଗଲାଣି।…

ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି: ତଳିଆ କର୍ମଚାରୀ ବହିଷ୍କୃତ, ଖସିଗଲେ ବଡ଼ବଡ଼ିଆ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିକ୍ରି ପାଇଁ ମଣ୍ଡିକୁ ଆସିଥିବା ଧାନ ମାସମାସ ଧରି ମଣ୍ଡିରେ ପଡ଼ି…

ଓ୍ବେଷ୍ଟଇଣ୍ଡିଜ୍‌ର ବୃହତ ବିଜୟ

ମୁମ୍ବାଇ,୨୩ା୨: ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଓ ପରେ ଗୁଦାକେଶ ମୋତିଙ୍କ ଜବରଦସ୍ତ ବୋଲିଂ ବଳରେ ଏଠାରେ ସୋମବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର…

ଝାଡ଼ଖଣ୍ଡରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଯାଉଥିଲେ ୭ଜଣ

ରାଞ୍ଚି,୨୩।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ବିର୍ସାମୁଣ୍ଡା ବିମାନବନ୍ଦରରୁ ଉଡ଼ାଣ ଭରୁଥିବା ଏକ ଏୟାର ଆମ୍ବୁଲାନ୍ସ ବିମାନ ସୋମବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର କିଛି ସମୟ…

ଖୋଲିଲା ହରିଶଙ୍କର ମନ୍ଦିର ହୁଣ୍ଡି

ଖପ୍ରାଖୋଲ, ୨୩।୨(ଅଭୟ ତ୍ରିପାଠୀ)-ବଲାଙ୍ଗୀର ଜିଲା ଖପ୍ରାଖୋଲର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ଦାନ ହୁଣ୍ଡି ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଖୋଲାଯାଇଛି। ମନ୍ଦିର ମଧ୍ୟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri