ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାତିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ନାମକ ଘରୋଇ ଶିକ୍ଷାନୁଷ୍ଠାନ ତାର ବାଡ ଦେଇ ଜବରଦଖଲ କରିଛି। ଯାହାକୁ ନେଇ ସୋମବାର ଶତାଧିକ ମହିଳା ପୁରୁଷ ପାଟଣାଥାନା ଅଧିକାରୀ ମାନସ କୁମାର ମହାକୁଳ ଓ ପାଟଣା ତହସିଲରେ ତହସିଲ ଦାର ଅଶ୍ୱିନୀ କୁମାର ନାଏକଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ଦେଇଛନ୍ତି। ସରକାରୀ ଜମିରୁ ସ୍କୁଲ ମାଲିକଙ୍କୁ ଉଚ୍ଛେଦ ନ କଲେ ପରିମାଣ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଭାଲୁ ଘର ମୌଜାରେ କିଛି ବର୍ଷ ତଳେ ଶତ୍ରୁ ଘନ ସେଠୀ ନାମକ ବ୍ୟକ୍ତି ଘରୋଇ ମାଲିକାନାରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ନାମକ ସ୍କୁଲ ଖୋଲିଛନ୍ତି। କିଛି ଦିନ ତଳେ ଭାଲୁଘର୍‌ ଗାଁ ହୁଡ଼ି ସହ ସର୍ବସାଧାରଣସ୍ଥଳୀକୁ ନିଜ କବ୍‌ଜକୁ ନେବାରୁ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ଶତ୍ରୁଘନଙ୍କୁ ସରକାରୀ ସର୍ବସାଧାରଣ ଜମିକୁ ଉଚ୍ଛେଦ ନକଲେ ଉତ୍ତ୍ୟକ୍ତ ମହିଳା ପୁରୁଷମାନେ ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

‘ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର’

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

ବେଆଇନ ଭାବେ କରୁଥିଲେ ଗୋରୁ ଚାଲାଣ, ଅଭିଯୁକ୍ତ ଜିତୁଙ୍କୁ ବାନ୍ଧିଲା…

ଆନନ୍ଦପୁର/ହାଟଡିହୀ,୨୧l୫(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଗୁହାଳିଆ ଗ୍ରାମର ଅମିନ ଜେନାଙ୍କ ପୁଅ ସୁବ୍ରତ କୁମାର ଜେନା (୩୮) ଓରଫ ଜିତୁଙ୍କୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri