Posted inଖେଳ

ପୃଥ୍ବୀ ଶ’ଙ୍କ ବେଡ୍‌ରୁ ମିଳିଲା ଏମିତି ଜିନିଷ: ପ୍ରଶଂସକ କଲେ ଟ୍ରୋଲ

ମୁମ୍ବାଇ,୧୮।୬:ଆଇପିଏଲ ୨୦୨୧ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ’ ଖୁବ ଶୀଘ୍ର ଟିମ ଇଣ୍ଡିଆର ଜର୍ସିରେ ନଜର ଆସିବେ। ଶ୍ରୀଲଙ୍କା ଯାତ୍ରା ପାଇଁ ଶ’ ଟିମ ଇଣ୍ଡିଆରେ ମନୋନୀତ ହୋଇଛନ୍ତି। ଜୁଲାଇରେ ଭାରତୀୟ ଦଳକୁ ଏକଦିବସୀୟ ଏବଂ ଟି-୨୦ ସିରିଜ ଖେଳିବାକୁ ପଡିବ। ସମସ୍ତ ଖେଳାଳି ଏବେ ମୁମ୍ବାଇରେ ଅଛନ୍ତି ଏବଂ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ କରାଯାଇଛି। ଶ’ ମଧ୍ୟ ତାଙ୍କ ହୋଟେଲ ରୁମରେ ସମୟ ଅତିବାହିତ କରୁଛନ୍ତି। କ୍ୱାରାଣ୍ଟାଇନ ଅବଧି ସମୟରେ ଶ’ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରିଛନ୍ତି, ଯାହା ପରେ ତାଙ୍କୁ ଟ୍ରୋଲ କରାଯାଉଛି ।
ପୃଥ୍ବୀ ଶ’ଙ୍କ ଫଟୋରେ ବେଡ୍‌ରେ ଶୋଇ ଏକ ଡମ୍ବୁଲ ଧରିଥିବା ଦେଖାଯାଇଛି। ଏହି ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି – ‘କ୍ୱାରାଣ୍ଟାଇନ ଲାଇଫ’। ଶ’ଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିଥିଲେ। ଜଣେ ପ୍ରଶଂସକ ଲେଖିଛନ୍ତି – ପୃଥ୍ବୀ ଶ’ ଭାଇ ଡମ୍ବୁଲକୁ ଉଠାନ୍ତି, ବିଛଣାରେ ଶୁଆନ୍ତି ନାହିଁ । ଶ୍ରୀଲଙ୍କା ଗସ୍ତରେ ପୃଥ୍ବୀ ଶ’ଙ୍କର ଏକ ଦୃଢ ପ୍ରଦର୍ଶନ ରହିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିରିଜ ବିଜୟୀ ଆଶାରେ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫।୭- ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ସାଉଥାମ୍ପଟନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ...

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟବେଙ୍ଗଲକୁ ୨-୦ ଗୋଲରେ ହରାଇଲା ନର୍ଥଇଷ୍ଟ

ଭାସ୍କୋ,୫।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। ସ୍ଥାନୀୟ ତିଳକ ମଇଦାନରେ...

ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି: ସ୍ମିଥ୍‌, ଲାବୁସେନଙ୍କ ଅର୍ଦ୍ଧଶତକ

ବେଙ୍ଗାଲୁରୁ,୧୯।୧: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ଚାଲିଛି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି...

ଆଣ୍ଟାର୍କଟିକାର ବରଫ ସ୍ରୋତରେ ପହଁରିଲେ ୫୦ ବର୍ଷ ବୟସ୍କ ଆଥଲେଟ୍‌

ଲଣ୍ଡନ,୨୮।୧: ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା। ଏଠାରେ ତାପମାତ୍ରା ଅତି ନିମ୍ନ। ତେବେ ଜଣେ ୫୦ ବର୍ଷ ବୟସ୍କ ଆଥଲେଟ୍‌ ଏହାକୁ ଭ୍ରୁକ୍ଷେପ ନ କରି ଦୀର୍ଘ...

କଳିଙ୍ଗରେ ୨ ଜାତୀୟ ହକି ଟୁର୍ନାମେଣ୍ଟ

ଭୁବନେଶ୍ୱର,୮।୩: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଗକୁ ଦୁଇଟି ଜାତୀୟ ହକି ଚାମ୍ପିୟନଶିପ୍‌ ଆୟୋଜନ ହେବ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ନାଭାଲ ଟାଟା...

ଜୁନିୟର ହକି : ସଞ୍ଜୟଙ୍କ ଡବଲ ଗୋଲ୍‌, ଅଷ୍ଟ୍ରିଆକୁ ହରାଇଲା ଭାରତ

ମାଡ୍ରିଡ୍‌, ୧୫ା୬ (ପି.ଟି.): ସଞ୍ଜୟଙ୍କ ଡବଲ୍‌ ଗୋଲ ସହାୟତାରେ ଭାରତୀୟ ଜୁନିୟର ପୁରୁଷ ଦଳ ଏଠାରେ ଚାଲିଥିବା ୮-ରାଷ୍ଟ୍ରୀୟ ୨୧ ବର୍ଷରୁ କମ୍‌ ଆମନ୍ତ୍ରଣୀୟ ହକି...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଭାରତୀୟ ବଂଶୋଦ୍ଭବ ରାଜୀବଙ୍କୁ ଟାଇଟଲ୍‌

ମେଲବୋର୍ନ, ୨।୨ (ଏଏଫ୍‌ପି)- ଆମେରିକାରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ରାଜୀବ ରାମ ବର୍ଷର ପ୍ରଥମ ଟେନିସ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି।...

ଦ୍ୱିତୀୟ ଟି୨୦: ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍‌

ସିଡ୍‌ନୀ,୬।୧୨(ପି.ଟି.): ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। କନ୍‌କସନ କାରଣରୁ ଅଲରାଉଣ୍ଡର...

Ten Cric Info
Advertisement


Archives

Model This Week

Why Dharitri