Posted inଖେଳ

୪୬ ବଲ୍‌ରେ ଶତକ

ରାଜକୋଟ,୧୪।୧୦: ଭାରତୀୟ ଟିମ୍‌ର ଷ୍ଟାର ଓପନର୍‌ ପୃଥ୍ବୀ ଶ’ ବିସ୍ଫୋରକ ବ୍ୟାଟିଂ କରି ବୋଲର୍‌ଙ୍କୁ ଘାଇଲା କରିଛନ୍ତି। ଟି୨୦ ଫର୍ମାଟରେ ୪୬ ବଲ୍‌ରେ ସେ ନିଜର ଶତକ ପୂରଣ କରିଛନ୍ତି। ଏହି ଫର୍ମାଟରେ ପୃଥ୍ବୀଙ୍କ ଏହା ପ୍ରଥମ ଶତକ ଥିବାରୁ ତାଙ୍କୁ ସାଥୀ ଖେଳାଳିମାନେ ଅଭିନନ୍ଦନ ଜଣାଇଛନ୍ତି।

ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଥିବା ପୃଥ୍ବୀ ଏବେ ସୟଦ ମୁସ୍ତାକ ଅଲି ଟ୍ରଫି ଟୁର୍ନାମେଣ୍ଟ ଖେଳୁଛନ୍ତି। ସେ ମୁମ୍ବାଇ ଦଳର ଅଧିନାୟକ ଭାବେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଆସାମ ଟିମ୍‌ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍‌-ଏ ମୁକାବିଲାରେ ପୃଥ୍ବୀ ଏହି କମାଲ ଦେଖାଇଛନ୍ତି। ଏହି ମୁକାବିଲାରେ ସେ ୬୧ ବଲ୍‌ରେ ମୋଟ ୧୩୧ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୯ ଛକା ଏବଂ ୧୩ ଚୌକା ଥିଲା। ତାଙ୍କର ଶତକ ବଳରେ ମୁମ୍ବାଇ ଟିମ୍‌ର ସ୍କୋର ୨୦୦ ଟପି ଥିଲା । ମ୍ୟାଚ୍‌ରେ ୩ ଉଇକେଟ ହରାଇ ଦଳ ୨୩୦ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା।

କହିରଖୁଛୁ, ୨୦୧୮ରେ ଟେଷ୍ଟ ମ୍ୟାଚ୍‌ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ପୃଥ୍ବୀ। ସେ ଭାରତ ପକ୍ଷରୁ ଶେଷ ମ୍ୟାଚ୍‌ ୨୦୨୧ ଜୁଲାଇରେ ଖେଳିଥିଲେ। ସେବେଠାରୁ ସେ ପୁଣିଥରେ ଟିମ୍‌ରେ ସ୍ଥାନ ପାଇବାକୁ ନେଇ ସଂଘର୍ଷ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେଷ୍ଟରେ ନମ୍ବର ଓ ନାମ ଚିହ୍ନିତ ଜର୍ସି ହାସ୍ୟାସ୍ପଦ ମନେ ହେଉଛି: ଲୀ

ମେଲବୋର୍ନ,୩।୮(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏହା ସ୍ବାଗତଯୋଗ୍ୟ। ତେବେ ଟେଷ୍ଟ ମ୍ୟାଚ୍‌ରେ...

ଗୟାନା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ଫ୍ଲୋରିଡାରେ ଖେଳାଯିବ ଟି୨୦ ମ୍ୟାଚ୍‌

ନୂଆଦିଲ୍ଲୀ,୫ା୮: ଓ୍ବେଷ୍ଟଇଣ୍ଡିଜ୍‌ ସିରିଜର ଅନ୍ତିମ ଦୁଇ ଟି୨୦ ମୁକାବିଲାକୁ ନେଇ ଦେଖା ଦେଇଥିବା ସଙ୍କଟ ଅବସାନ ହୋଇଛି। ଖେଳାଳିଙ୍କୁ ଭିଜା ମିଳିବାରେ ବିଳମ୍ବ ହେବା କାରଣରୁ...

ସନ୍‌ରାଇଜର୍ସ-ଆରସିବି ଏଲିମିନେଟର

ଶାରଜା, ୪।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୧୦ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ...

ଅଶୋକ ସାହୁ ଜିଏଫ୍‌ଆଇ ଚୟନ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର, ୩୦।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଜିମ୍ନାଷ୍ଟିକ୍‌ ଆସୋସିଏଶନ(ଓଜିଏ) ସମ୍ପାଦକ ଅଶୋକ ସାହୁ ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ( ଜିଏଫଆଇ) ଚୟନ କମିଟି ଅଧ୍ୟକ୍ଷଭାବେ ନିଯୁକ୍ତ ହୋଇଛନ୍ତି।...

ଲକ୍ଷ୍ମୀପ୍ରସାଦ ବିଶ୍ୱ ଚାମ୍ପିୟନଶିିପ୍‌ ପାଇଁ ରେଫରି

ଭୁବନେଶ୍ୱର,୨୪ା୯: ଚଳିତ ମାସ ୧୬ରୁ୧୮ ତିନି ଦିନ ଧରି ଟାଏକୋଣ୍ଡୋ ଆସୋସିଏଶନ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ ୧୦ତମ ଜାତୀୟ ବ୍ଲାକ ବେଲ୍ଟ ଟାଏକୋଣ୍ଡୋ ଆଇଟିଏଫ୍‌ ଫିଜିକାଲ...

ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ

ନୂଆଦିଲ୍ଲୀ,୨୩।୬: ଠିକ୍‌ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ...

ଇଣ୍ଡିଆନ ସୁପର ଲିଗ୍‌: ଘରୋଇ ସହରରେ ଓଡ଼ିଶା ଏଫ୍‌ସି ଖେଳିବ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର,୨୭।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଓ ଜାମ୍‌ସେଦପୁର ଏଫସି...

ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଜିତିଲା ଭାରତ

ପର୍ଥ,୧୦।୧୦: ଅଷ୍ଟ୍ରେଲିଆରେ ୨୦୨୨ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ଭାରତ ସୋମବାର ପର୍ଥରେ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିଛି। ଏହି...

Advertisement
Archives

Model This Week