Posted inରାଜ୍ୟ

ଆଇୟୁସିଏନ୍‌ ପୋର୍ଟାଲ୍‌ରେ ‘ପୃଥିବୀ ମନ୍ଥନ’

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଜାତିସଂଘ ସମର୍ଥିତ ସଂସ୍ଥା ଆଇୟୁସିଏନ୍‌ର ପୋର୍ଟାଲ୍‌ରେ ଅରୋମିରା ଏଣ୍ଟରଟେନ୍‌ମେଣ୍ଟର ଭାଇରାଲ୍‌ ମ୍ୟୁଜିକ୍‌ ଭିଡିଓ ‘ପୃଥିବୀ ମନ୍ଥନ’ ସ୍ଥାନ ପାଇଛି। ବିଶ୍ୱ ପରିବେଶ ସୁରକ୍ଷା ଉପରେ ପର୍ଯ୍ୟବସିତ ଏହି ମ୍ୟୁଜିକ୍‌ ଭିଡିଓର ଗୀତ ଗାଇଛନ୍ତି ଗାୟିକା ସୁସ୍ମିତା ଦାସ। ପ୍ରଥମଥର ଲାଗି ଓଡ଼ିଆ ଟିମ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ମ୍ୟୁଜିକ୍‌ ଭିଡିଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପୋର୍ଟାଲ୍‌ରେ ସ୍ଥାନ ପାଇଛି। ଏହି ମ୍ୟୁଜିକ୍‌ ଭିଡିଓର ବିଶ୍ୱସ୍ତରୀୟ ଗ୍ରହଣୀୟତା ଓଡ଼ିଆ କ୍ରିଏଟିଭ୍‌ ଜଗତ ପାଇଁ ଗୌରବ ଆଣିଛି। ଏଭଳି ସଫଳତା ପାଇଥିବା ‘ପୃଥିବୀ ମନ୍ଥନ’ ମ୍ୟୁଜିକ୍‌ ଭିଡିଓକୁ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ତଥା ଅନ୍ୟ ରାଜ୍ୟର ବିଭିନ୍ନ ବିଭାଗ ପକ୍ଷରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଛି। ଏଭଳି ସମୟୋପଯୋଗୀ ମ୍ୟୁଜିକ୍‌ ଭିଡିଓ ପ୍ରସ୍ତୁତ କରିଥିବାରୁ ସେମାନେ କ୍ରିଏଟିଭ୍‌ ଟିମ୍‌କୁ ପ୍ରଶଂସା ମଧ୍ୟ କରିଛନ୍ତି। ପୂର୍ବତନ ଡିଜି ଫରେଷ୍ଟ ସିଦ୍ଧାନ୍ତ ଦାସ ଏହି ମ୍ୟୁଜିକ୍‌ ଭିଡିଓର ପରିକଳ୍ପନା କରିଥିଲେ। ଶିବ ତାଣ୍ଡବ ସ୍ତ୍ରୋତ୍ରମ୍‌ ଉପରେ ଏହି ମ୍ୟୁଜିକ୍‌ ଭିଡିଓକୁ ପ୍ରସ୍ତୁତ କରାଯାଇଛି। ଶିବ କୁମାର ବିଲଗ୍ରାମ ଏହାର ଗୀତ ରଚନା କରିଥିବା ବେଳେ ଓମ୍‌ ପ୍ରକାଶ ମହାନ୍ତି ସଙ୍ଗୀତରେ ସଜାଇଥିଲେ। ଅଭିନେତ୍ରୀ ସୂର୍ଯ୍ୟମୟୀ ଏଥିରେ ଅଭିନୟ କରିଥିବାବେଳେ ଦେବ ମେହେର ନିର୍ଦ୍ଦେଶନା ଦେଇଛନ୍ତି। ଏହା ହେଉଛି ୨୦୨୧ରେ ଜାତିସଂଘ ସମର୍ଥିତ ପ୍ରଥମ ମ୍ୟୁଜିକ୍‌ ଭିିଡିଓ। ପ୍ରଦୂଷଣ ବିଷୟବସ୍ତୁ ଉପରେ ପ୍ରଥମ ଥର ଲାଗି ଏଭଳି ପ୍ରୟାସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri