ଚିକିତ୍ସା ଅବହେଳାରୁ କଏଦୀ ମୃତ୍ୟୁ ମାମଲା: ସ୍ତ୍ରୀଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୭।୧୧(କାର୍ତ୍ତିକ ସାହୁ): ଜେଲରେ ଚିକିତ୍ସା ଅବହେଳାରୁ କଏଦୀଙ୍କ ମତ୍ୟୁ ମାମଲାରେ ହାଇକୋର୍ଟ ମୃତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ବିଚାରପତି ବିରଜା ପ୍ରସନ୍ନ ଶତପଥୀ କ୍ଷତିପୂରଣ ୬ ସପ୍ତାହ ମଧ୍ୟରେ ଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିଦ୍ଦେର୍ର୍ଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରିଣୀଙ୍କ ସ୍ବାମୀ ଓପେଗା ଏବଂ ପାମସୋର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏକ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨୦୧୬ ସେପ୍ଟେମ୍ବର ୨୦ରେ ପିପିଲି ଥାନା ପୋଲିସ ଗିରଫ କରି ନିମାପଡ଼ା ଉପକାରାଗାରରେ ରଖାଯାଇଥିଲା। ସେଠାରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା। ସେ ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ଠିକ ଭାବେ ତାଙ୍କର ଚିକିତ୍ସା କରାଯାଇ ନ ଥିଲା। ଫଳରେ ତାଙ୍କ ସ୍ବାସ୍ଥ୍ୟ କ୍ରମାଗତ ଭାବେ ଖରାପ ହୋଇଥିଲା। ମୃତକଙ୍କ ପତ୍ନୀ ପିପିଲି ଜେଏମ୍‌ଏଫସି ଅଦାଲତରେ ଏନେଇ ଆବେଦନ କରିବା ପରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ୨୦୧୭ ଜାନୁଆରୀ ୨୫ରେ ପ୍ରଥମେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ କଟକ ଏସ୍‌ବି ମେଡିକାଲକୁ ରେଫର କରାଯାଇଥିଲା।
ସେଠାରେ ୨୦୧୭ ଜାନୁଆରୀ ୨୬ରେ କଏଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆବେଦନକାରିଣୀ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ବାମୀଙ୍କୁ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ମତ୍ୟୁ ହୋଇଛି ବୋଲି ଅଭିଯୋଗ କରିଥିଲେ। ଏଥିପାଇଁ ତାଙ୍କୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ ପ୍ରାର୍ଥନା କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri