ବ୍ୟବସାୟ ନୁହେଁ, ସାଲିସ୍‌ବିହୀନ ଶିକ୍ଷାକୁ ପ୍ରାଧାନ୍ୟ

ଯୁବୋଦୟ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଅମ୍ବରୀଶ ଦାଶ ସମ୍ବଲପୁରରେ ୧୯୭୧ରେ ଜନ୍ମଗ୍ରହଣ କରିଥିଲେ। କଟକରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ଦିଲ୍ଲୀରେ ଏମ୍‌ବିଏ କରିବା ପରେ ସେଠାରେ ଏକ କମ୍ପାନୀରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ନିଜ ଜନ୍ମମାଟିରେ ଓଡ଼ିଶାରେ କିଛି କରିବାକୁ ଚାହଁୁଥିଲେ। ଅମ୍ବରୀଶଙ୍କ ଜେଜେବାପା ଜଣେ ଶିକ୍ଷକ ହୋଇଥିବାବେଳେ ତାଙ୍କଠାରୁ ଅନେକ ସଫଳ ଆଇପିଏସ୍‌, ଆଇଏଏସ୍‌ ଅଫିସରଙ୍କ ଆତ୍ମଜୀବନୀ ଶୁଣି ଅମ୍ବରୀଶ ବଡ଼ ହୋଇଥିଲେ। ସେହିପରି ନିଜ ମା’ଙ୍କର ଉପଦେଶକୁ ପାଥେୟ କରି ସମାଜକୁ ଶିକ୍ଷା କ୍ଷେତ୍ରରେ ସମୃଦ୍ଧ

ପ୍ର-ଆପଣଙ୍କ ବ୍ୟବସାୟିକ ଯାତ୍ରା କିଭଳି ରହିଛି?
ଉ- ଯୁବପିଢ଼ିଙ୍କ ବିକାଶ ପାଇଁ ଶିକ୍ଷା କ୍ଷେତ୍ରରେ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିଲି। ବିଶେଷକରି କଳାହାଣ୍ଡି, ବଲାଙ୍ଗୀର ଏବଂ କୋରାପୁଟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଚାହୁଁଥିଲି। ୧୯୯୮ରେ ଏନ୍‌ଆଇଆଇ ଲିମିଟେଡ୍‌ର ବିଜନେଶ୍‌ ପାର୍ଟନର ଭାବେ ପ୍ରଥମେ ବଲାଙ୍ଗୀର ଓ ପରେ ବ୍ରହ୍ମପୁରରେ ଏନ୍‌ଆଇଆଇଟି ସେଣ୍ଟର ପ୍ରତିଷ୍ଠା କରିଥିଲୁ। ୨୦୦୬ରେ ପଶ୍ଚିମ ଓଡ଼ିଶାରେ ବିସିଏ, ବିବିଏ ଓ ଏମ୍‌ଏସ୍‌ଡବ୍ଲ୍ୟୁ ଭଳି ବୈଷୟିକ ଶିକ୍ଷା ଦେବା ଆରମ୍ଭ କରିଥିଲୁ। ୨୦୦୯ରେ ବଲାଙ୍ଗୀରରେ ଏକ +୨ ବିଜ୍ଞାନ ମହାବିଦ୍ୟାଳୟ ଆରମ୍ଭ କଲି ଏବଂ ଧୀରେ ଧୀରେ ଆଇଆଇଟି ଏବଂ ମେଡିକାଲ କୋଚିଂ କ୍ଷେତ୍ରରେ ବ୍ୟବସାୟ ବିସ୍ତାର କରିଥିଲି। ବର୍ତ୍ତମାନ ଆମେ ପ୍ରତିବର୍ଷ ଶତାଧିକ ଏମ୍‌ବିବିଏସ୍‌ ଏବଂ ପ୍ରାୟ ୫୦ ଆଇଆଇଟି ତଥା ଏନ୍‌ଆଇଟିରେ ଶିକ୍ଷାଲାଭ ପାଇଁ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିପାରୁଛୁ। ୨୦୧୮ରେ ସିବିଏସ୍‌ଇ ଶାଖା ଖୋଲିବା ସହ ୨୦୨୨ରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଆମେ ଶିକ୍ଷାନୁଷ୍ଠାନ ବିସ୍ତାର କରିଥିଲୁ।
ପ୍ର- ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ କିପରି ଆକୃଷ୍ଟ କରିଥା’ନ୍ତି? ଆଗକୁ କ’ଣ ଯୋଜନା ରହିଛି?
ଉ- +୨ ବିଜ୍ଞାନରେ ପ୍ରଥମବର୍ଷର ପରୀକ୍ଷାଫଳରୁ ହିଁ ଅନବରତ ଭାବେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଯୁବୋଦୟର ଛାତ୍ରୀଛାତ୍ର ସ୍ଥାନ ପାଇଥା’ନ୍ତି। ପ୍ରଥମ ସୁଯୋଗରେ ହିଁ ଛାତ୍ରୀଛାତ୍ର ଆଇଆଇଟି, ଏନ୍‌ଆଇଟି ତଥା ସରକାରୀ ମେଡିକାଲ କଲେଜରେ ସ୍ଥାନ ପାଇଥା’ନ୍ତି। ଏହିପରି ଧାରାକୁ ପ୍ରବର୍ତ୍ତନ କରିବାରେ ଯୁବୋଦୟ ସମଗ୍ର ରାଜ୍ୟରେ ଅଗ୍ରଣୀ ଭୂମିକା ବହନ କରିଛି। ବୋର୍ଡ ପରୀକ୍ଷା ହେଉ କି ପ୍ରବେଶିକା ପରୀକ୍ଷା, ଯୁବୋଦୟର ଛାତ୍ରୀଛାତ୍ରଙ୍କ ଅପୂର୍ବ ସଫଳତା ହିଁ ଅଭିଭାବକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିପାରିଛି। ଉତ୍ତମ ବ୍ୟବହାର, ଗୁଣାତ୍ମକ ଶିକ୍ଷା ପ୍ରଣାଳୀ ଦ୍ୱାରା ଅଭିଭାବକ ଓ ଛାତ୍ରୀଛାତ୍ର ଆକର୍ଷିତ ହୋଇଥା’ନ୍ତି। ଏମ୍‌ବିବିଏସ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପରେ ଏବେ ଆଇଆଇଟି କ୍ଷେତ୍ରରେ ଯୁବୋଦୟର ଶିକ୍ଷାନୁଷ୍ଠାନ ସମ୍ପ୍ରସାରଣ ଯୋଜନା ରହିଛି। ବିଶେଷକରି ଆର୍ଥିକ ଅନଗ୍ରସର ପିଲାଙ୍କୁ ଗୁଣାତ୍ମକ ଆଇଆଇଟି କୋଚିଂ ପ୍ରଦାନ ପାଇଁ ଚେଷ୍ଟା କରାଯାଉଛି।
ପ୍ର- ଉତ୍ତମ ଶିକ୍ଷା ଓ ବ୍ୟବସାୟରେ କିପରି ସମନ୍ବୟ ରକ୍ଷା କରିପାରନ୍ତି?
ଉ- ମୋ ମା’ ପ୍ରିୟଲତା ଦାଶ ସମାଜ ପାଇଁ କିଛି କରିବା ଲାଗି ପ୍ରେରଣା ଦେଇଥା’ନ୍ତି। ମୁଁ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସବୁବେଳେ ଗୁରୁତ୍ୱ ଦେଇଆସିଛି। ଜୀବନରେ ଖୁସି ରହିବା ପାଇଁ ଏକ ଘର, ଏକ ପରିବାର ସହ କିଛି ମୌଳିକ ଆବଶ୍ୟକତା ପୂରଣ ହେଉଥିବା ଦରକାର। ସେସବୁ ମୋ ପାଖରେ ଅଛି। ତେଣୁ ଅଧିକ ଧନୀ ହେବା ଆଶା ମୋର ନାହିଁ। ମୁଁ ବ୍ୟବସାୟ ସମ୍ପ୍ରସାରଣ ନୁହେଁ, ଶିକ୍ଷାର ସମ୍ପ୍ରସାରଣକୁ ପ୍ରାଧାନ୍ୟ ଦିଏ।
ପ୍ର- ନୂତନ ଜାତୀୟ ଶିକ୍ଷା ନୀତି ଉପରେ ଆପଣଙ୍କର କ’ଣ ମତ ରହିଛି?
ଉ-ନୂତନ ଶିକ୍ଷାନୀତି ଲାଗୁ କରାଗଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ବହୁତ ସମୟ ଲାଗିବ। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଶିକ୍ଷକ ତଥା ଶିକ୍ଷା ବିଭାଗର କର୍ମଚାରୀମାନେ ପ୍ରକୃତ ପଦ୍ଧତି ବର୍ତ୍ତମାନ ଯାଏ ଜାଣନାହାନ୍ତି। ଏହି ବ୍ୟବସ୍ଥାର ସଫଳତା କେବଳ ଏହାର କାର୍ଯ୍ୟକାରିତା ଉପରେ ନିର୍ଭର କରୁଛି।
ପ୍ର- ଶିକ୍ଷା ବ୍ୟବସ୍ଥାରେ କେଉଁ ସବୁ ଆହ୍ବାନ ରହିଛି? ଶିକ୍ଷାକ୍ଷେତ୍ରରେ ଏଆଇର ଭୂମିକାକୁ କିପରି ଦେଖୁଛନ୍ତି?
ଉ-ଶିକ୍ଷା ବ୍ୟବସ୍ଥାରେ ସରକାର ଓ ଘରୋଇ କ୍ଷେତ୍ରରେ ଯେଉଁ ବ୍ୟବଧାନ ରହୁଛି, ତାହା ବର୍ତ୍ତମାନ ପାଇଁ ଏକ ବଡ଼ ଆହ୍ବାନ। ଏହି ବ୍ୟବଧାନ ଦୂର ହେବା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଅନେକ ସୁଧାର ଆସିପାରିବ। ଏଆଇ ହେଉଛି ଆଣବିକ ଶକ୍ତିି ପରି। ଆମ ଉପରେ ନିର୍ଭର କରେ ଆମେ ତାକୁ କିପରି ବ୍ୟବହାର କରୁଛେ। ଏଆଇ ବ୍ୟବହାର କରି ଛାତ୍ରୀଛାତ୍ର ଅନେକ କ୍ଷେତ୍ରରେ ଉପକୃତ ହେଉଥିବାବେଳେ ଏହାର ଦୁରୁପଯୋଗ ଦ୍ୱାରା ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
ପ୍ର-ଛାତ୍ର ସମାଜକୁ ଆପଣଙ୍କର କ’ଣ ବାର୍ତ୍ତା ରହିବ?
ଉ-ଏକ ଗୀତ ଅଛି ‘ରୁକ୍‌ ଜାନା ନହିଁ ତୁ କହିଁ ହାର୍‌କେ’। ତେଣୁ ଛାତ୍ରୀଛାତ୍ରଙ୍କୁ କହିବି ସେମାନେ ନିଜର ଭବିଷ୍ୟତ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଥରେ ନିଷ୍ପତ୍ତି ନେବା ପରେ ସମସ୍ୟା ଆସିଲେ ଅଧାରେ ଅଟକି ନ ଯାଇ ଲକ୍ଷ୍ୟ ପ୍ରାପ୍ତି ପାଇଁ ଲାଗି ପଡ଼ନ୍ତୁ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?