Posted inଜାତୀୟ

ମୋଦିଙ୍କ ଗସ୍ତ ପୂର୍ବରୁ ଆକ୍ରମଣ ପଣ୍ଡ

ଜମ୍ମୁ,୨୩।୪ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ବେଆଇନ ଘୋଷିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତ୍ମଘାତୀ ବିସ୍ଫୋରଣ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ କରିଦେଇଛି। ୫ ଘଣ୍ଟାର ଏନ୍‌କାଉଣ୍ଟରରେ ୨ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ସିଆଇଏସ୍‌ଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଦୁଇ ଆତଙ୍କବାଦୀ ସାମ୍ବା ଜିଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଗୁରୁବାର ଜମ୍ମୁ ସହର ଉପକଣ୍ଠରେ ପ୍ରବେଶ କରିଥିଲେ। ସେମାନେ ନିହତ ହେବା ଫଳରେ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇପାରିଥିବା ଅତିରିକ୍ତ ପୋଲିସ ଡିଜି ମୁକେଶ ସିଂ କହିଛନ୍ତି। ସେମାନଙ୍କ ନିକଟରୁ ସୁଇସାଇଡ୍‌ ଭେଷ୍ଟସ୍‌ ମିଳିଛି। ସୁଞ୍ଜଓ୍ବାନା ସେନା କ୍ୟାମ୍ପ୍‌ ସେମାନଙ୍କ ଟାର୍ଗେଟରେ ଥିଲା ବୋଲି କୁହାଯାଉଛି। ଭୋର ୪ଟା ୨୫ ସମୟରେ ଆତଙ୍କବାଦୀମାନେ ସେନା କ୍ୟାମ୍ପ୍‌ ନିକଟକୁ ଯାଉଥିବାବେଳେ ସିଆଇଏସ୍‌ଏଫ୍‌ର ଏକ ବସ୍‌ ୧୫ ଯବାନଙ୍କୁ ନେଇ ଜମ୍ମୁ ବିମାନବନ୍ଦର ଅଭିମୁଖେ ଯାଉଥିଲା। ଆତଙ୍କବାଦୀମାନେ ଉକ୍ତ ବସ୍‌କୁ ଲକ୍ଷ୍ୟ କରି ଗ୍ରେନେଡ ମାଡ଼ କରିବା ସହ ଖସି ପଳାଇବା ପାଇଁ ଗୁଳିବର୍ଷଣ କରିଥିଲେ। ସଙ୍ଗେ ସଙ୍ଗେ ସୁରକ୍ଷା ଯବାନ ଚାରିପଟୁ ଘେରିଯାଇ ଗୁଳି ଚଳାଇଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଏଏସ୍‌ଆଇ ଏସ୍‌.ପି. ପଟେଲ ଶହୀଦ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର ପ୍ରଧାନମନ୍ତ୍ରୀ ସାମ୍ବା ଗସ୍ତରେ ଯାଉଥିବାରୁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରର PNG ଓ ଗାଡ଼ିର CNGରେ ହେବ ବଡ଼ ପରିବର୍ତ୍ତନ! କେନ୍ଦ୍ର ସରକାର ମିଶାଇବେ…

ନୂଆଦିଲ୍ଲୀ,୬।୮: ଦେଶରେ ପରିବେଶ ଅନୁକୂଳ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ଦିନରେ ଘରୋଇ ରୋଷେଇ ଗ୍ୟାସ…

‘ଡିସେମ୍ବର କାହିଁକି? ସେମାନେ ଏବେ ଆସିବା ଉଚିତ’- ଶେଖ ହାସିନାଙ୍କୁ ଚ୍ୟାଲେଞ୍ଜ କଲେ ତାରିକ ରହମାନଙ୍କ ଜଣେ ସହଯୋଗୀ

ଢାକା/ନୂଆଦିଲ୍ଲୀ,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ ୨୦୨୪ରେ କ୍ଷମତା ଛାଡିବା ପରେ ତାଙ୍କର ପ୍ରଥମ ଭର୍ଚୁଆଲ ପ୍ରେସ କନଫରେନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ।…

DSP-୧.୨ କୋଟି, BDO-୯୦ ଲକ୍ଷ… ବିକ୍ରି ହେଉଛି ଚାକିରି, ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ରାଞ୍ଚି,୬।୮: ଝାଡ଼ଖଣ୍ଡର ରାଞ୍ଚିରେ ଛାତ୍ର ପ୍ରତିବାଦ କ୍ରମାଗତ ଭାବରେ ତୀବ୍ର ହେବାରେ ଲାଗିଛି। JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିବା ପାଇଁ ଅନେକ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଟ୍ୱିଷ୍ଟ! ଅମିତ ଶାହାଙ୍କ ସହ ଏହି ଏମପିଙ୍କ ବୈଠକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ନୂଆ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ତୃଣମୂଳ କଂଗ୍ରେସ (TMC) ଛାଡ଼ିଥିବା ତିନିଜଣ ମୁସଲିମ ଏମପି ଆଜି ସଂସଦ…

କେଜରିୱାଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ! ଏଏପି ମୁଖ୍ୟ କହିଛନ୍ତି – ‘ମେଟା ମୋଦି ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇବା ଉଚିତ ନୁହେଁ’

ନୂଆଦିଲ୍ଲୀ,୬।୮: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଭିଡିଓ ଶେୟାର କରି ପ୍ରକାଶ କରିଛନ୍ତି ଯେ…

ହଷ୍ଟେଲ ଛାଡ଼ିଲେ ଶତାଧିକ ଛାତ୍ର, ହାତରେ ବ୍ୟାଗ୍‌ ଧରି ୧୦ କିଲୋମିଟର ଚାଲିଲେ

ଝରିଗାଁ,୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ସରକାର କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ବଳାତ୍କାର ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ

ମୁମ୍ବାଇ,୬।୮: ବମ୍ବେ ହାଇକୋର୍ଟ ତେହେଲକା ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଳାତ୍କାର ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ନିମ୍ନ ଅଦାଲତର ରାୟକୁ ପ୍ରତ୍ୟାଖ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri