ଆଦିମାନବର କଥା

ବିକାଶର ଧାରାରେ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଉଛି। ଏଥିପାଇଁ ଜଙ୍ଗଲ କାଟି ଶିଳ୍ପ ପ୍ରତିଷ୍ଠା କରାଯାଉଛି। ଅନ୍ୟପକ୍ଷରେ କଟାଯାଉଥିବା ଜଙ୍ଗଲର ସୁରକ୍ଷା ପାଇଁ ଆମେ ଆଇନ ଗଢ଼ିଛୁ। କିନ୍ତୁ ଏହି ଆଇନକୁ ଅମାନ୍ୟକରି ଶିଳ୍ପ ଲାଗି ପଥ ପରିଷ୍କାର କରାଯାଉଛି। ଏହି କାରଣରୁ ଯେକୌଣସି ଜଙ୍ଗଲ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରାଯିବା ସମୟରେ ଆଦିବାସୀ ସମୁଦାୟ ଓ ସରକାରଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହେଉଛି। ଯେଉଁ ଆଦିବାସୀମାନେ ବିରୋଧ କରୁଛନ୍ତି ସରକାର ସେମାନଙ୍କୁ ନକ୍ସଲ ବୋଲି ଘୋଷଣା କରୁଛନ୍ତି କିମ୍ବା ବିଦେଶୀ ଭାବେ ଅଭିହିତ କରି ସେମାନଙ୍କୁ ବାହାର କରିଦେବା ଆବଶ୍ୟକ ମନେକରୁଛନ୍ତି। ଆଦିବାସୀଙ୍କୁ ଜଙ୍ଗଲ ଜମିରୁ ବିତାଡ଼ିତ କରିବା ଲାଗି ବଳ ପ୍ରୟୋଗ ବି କରାଯାଉଛି। ସରକାର ଶକ୍ତି ଏବଂ ପରାକ୍ରମ ବ୍ୟବହାରକରି ଏହା କରିଥାନ୍ତି। ପ୍ରାକୃତିକ ତଥା ନିର୍ଜନ ଏବଂ ଅଣଚାଷକ୍ଷେତ୍ର କୁହାଯାଉଥିବା ଜଙ୍ଗଲ ମଧ୍ୟରେ ଏହି ଉତ୍ତେଜନା ମଧ୍ୟରେ ପ୍ରକୃତି ସହ ତାଳଦେଇ ଆଦିବାସୀମାନେ ବାସ କରନ୍ତି। ଅନ୍ୟପକ୍ଷରେ ସରକାର ନିୟନ୍ତ୍ରଣ କରିଥିବା ପୃଥିବୀର ବାସୋପଯୋଗୀ ସମତଳ କ୍ଷେତ୍ରର କାହାଣୀ ମଧ୍ୟ ପୁରାତନ। ଏହାର ଉଦାହରଣ ଏକ ପ୍ରାଚୀନ କାଳରେ ବି ଦେଖିବାକୁ ମିଳେ। ଅରଣ୍ୟ ଓ ସମତଳ କ୍ଷେତ୍ରର ଭାବନା ସମ୍ପର୍କିତ ପ୍ରାରମ୍ଭିକ ସୂଚନା ହରପ୍ପା ସଭ୍ୟତା ସମୟର ଏକ ୪,୦୦୦ ବର୍ଷ ପୁରୁଣା ମୋହର ବା ସିଲ୍‌ରୁ ମିଳିଛି। ଏହି ମୋହରରେ ଜଣେ ବ୍ୟକ୍ତି ଏକ ଗଛ ଉପରେ ବସି ବାଘ ଆଡ଼କୁ ଚାହିଁଥିବା ଦେଖିବାକୁ ମିଳେ। ଏହି ବାଘଠାରେ ଉଗ୍ରଭାବ ନାହିଁ କିମ୍ବା ଆକ୍ରମଣ କିମ୍ବା ପ୍ରତିରକ୍ଷା ଭଙ୍ଗୀରେ ବି ସେ ନାହିଁ। ଏହା କେବଳ ଗଛରେ ବସିଥିବା ସେହି ବ୍ୟକ୍ତିଙ୍କୁ ଦେଖିବା ପଛକୁ ଚାହଁିଛି। ସେହି ମଣିଷ ଏବେ ଜଙ୍ଗଲରୁ ବାହାରକୁ ଚାଲିଆସିଛି ଏବଂ ନିଜର ସଭ୍ୟତା ଓ ସଂସ୍କୃତି ସୃଷ୍ଟି କରିଛି, ଯେଉଁଠାରେ ବାଘର ସ୍ଥାନ ନାହିଁ।
ଦ୍ୱିତୀୟ ଉଦାହରଣରେ ଉଲ୍ଲେଖ ରହିଛି ୩,୦୦୦ ବର୍ଷ ପୁରୁଣା ସାମବେଦରେ। ଏଥିରେ ସୁସ୍ବରଯୁକ୍ତ ମନ୍ତ୍ରଗୁଡ଼ିକ ବିଭିନ୍ନ ଭାଗରେ ସ୍ଥାନିତ ହୋଇଛି। ଏହି ଭାଗଗୁଡ଼ିକୁ ଗୀତରେ ବିଭକ୍ତ କରାଯାଇଛି ଯାହା ଜଙ୍ଗଲରେ ଗାନ କରାଯିବା ଆବଶ୍ୟକ ଏବଂ ମାନବ ବସ୍ତିରେ ମଧ୍ୟ ସେହି ଗୀତସବୁ ଗାଇବା ଉଚିତ। ଜଙ୍ଗଲ ହେଉଛି ନିର୍ଜନ ସ୍ଥାନ। ବିପଦ ବେଳେ ଏଠାରେ କେହି ଆପଣଙ୍କୁ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ଏଣୁ ଆପଣ ନିଜକୁ ହିଁ ରକ୍ଷା କରିବାକୁ ପଡ଼ିବ। ଅନ୍ୟପଟେ ଲୋକ ରହୁଥିବା ଅଞ୍ଚଳଗୁଡ଼ିକ ଆଇନ ଏବଂ ନିୟମର ସ୍ଥାନ। ଏହାକୁ ନେଇ ଏକ ଧାରଣା ରହିଛି ଯେ,ଏହି ଅଞ୍ଚଳରେ ଲୋକମାନେ ଆପଣଙ୍କୁ ସାହାଯ୍ୟ କରିବେ ଏବଂ ଲୋକମାନେ ପରସ୍ପରକୁ ସାହାଯ୍ୟ କରନ୍ତି ବୋଲି ଆଶା କରାଯାଏ। କିନ୍ତୁ ଜଙ୍ଗଲର କଥା ଭିନ୍ନ। ଏଠାରେ ତୁମର ସମ୍ପୂର୍ଣ୍ଣ ସ୍ବାଧୀନତା ଅଛି। ଜନବସତି ଅଞ୍ଚଳରେ ତୁମର ସ୍ବାଧୀନତାକୁ ବଳିଦେବାକୁ ଇଚ୍ଛୁକ ହେଲେ ହିଁ ତୁମେ ସୁବିଧାସୁଯୋଗ ପାଇପାରିବ। ପରବର୍ତ୍ତୀ ୨,୬୦୦ ବର୍ଷ ପୁରୁଣା ବୈଦିକ ସାହିତ୍ୟରେ ଜନବସତିରେ ଆମେ ବିଭିନ୍ନ ରୀତିନୀତି ପାଳନ କରାଯାଉଥିବା ଦେଖିବାକୁ ପାଉ। ଏଗୁଡ଼ିକ ଥିଲା ବ୍ରାହ୍ମଣଙ୍କ ରୀତିନୀତି। କିନ୍ତୁ ସେଠାରେ କିଛି ରୀତିନୀତି ଥିଲା ଯାହା ଗାଁ ସୀମାନ୍ତ ଜଙ୍ଗଲ ନିକଟରେ କରାଯାଇଥିଲା। ଏଗୁଡ଼ିକ ଥଲା ଆର୍ଯ୍ୟଙ୍କ ରୀତିନୀତି। ବିଶେଷକରି ସେଗୁଡ଼ିକ ସଂସ୍କୃତି ଏବଂ ପ୍ରକୃତି ମଧ୍ୟରେ ଥିବା ମାନସିକ ଆବେଗ ବା ଭାବନାର ଏକ ସ୍ବୀକୃତି।
ଜଙ୍ଗଲ ଏବଂ ଜନବସତି ମଧ୍ୟରେ ଏଭଳି ଭାବନା ସମ୍ପର୍କରେ ହିନ୍ଦୁ ପୁରାଣରେ ବାରମ୍ବାର ଉଲ୍ଲେଖ କରାଯାଇଛି। ଭଗବତ ପୁରାଣରେ ଆମେ ଭେନାଙ୍କ କାହାଣୀ ଶୁଣିବାକୁ ପାଉ। ଭେନା ଥିଲେ ଜଣେ ରାଜା ଯିଏ ପୃଥିବୀକୁ ଲୁଣ୍ଠନ କରନ୍ତି ଏବଂ ଶେଷରେ ଋଷିମାନେ ତାଙ୍କୁ ବଧ କରିଥିଲେ। ସେମାନେ ତାଙ୍କ ଶବକୁ ଘୁଞ୍ଚାଇଦେଇ ସେଠାରୁ ଦୁଇଟି ଜୀବ ସୃଷ୍ଟି କରନ୍ତି। ଗୋଟିଏ ହେଉଛି ନିଶାଦ, ଯିଏ ଜଙ୍ଗଲରେ ରହି ନିଜକୁ ପ୍ରକୃତି ସହ ଖାପ ଖୁଆଇ ରହିବାକୁ ପସନ୍ଦକରେ। ଆଉ ଜଣେ ହେଉଛନ୍ତି ପ୍ରିଥୁ। ସେ ଜଣେ ଆଦର୍ଶ ରାଜା ଯିଏ ପୃଥିବୀକୁ ବାସୋପଯୋଗୀ ଅନୁକୂଳ ପରିବେଶରେ ପରିଣତକରି ସମତଳ କରନ୍ତି। କ୍ଷେତ, କେନାଲ ସୃଷ୍ଟି କରିବା ସହ ସନ୍ତୁଳିତ ଉପାୟରେ ପୃଥିବୀରୁ ଧନ ବାହାରକରନ୍ତି। ବସତି ସ୍ଥାପନକରି ରହିଥିବା ଆଦିବାସୀ ସମ୍ପ୍ରଦାୟର ପ୍ରିଥୁ ସମତଳ ଅଞ୍ଚଳରେ ବସତି ସ୍ଥାପନକରି ରହିଥିବା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବାବେଳେ ନିଶାଦ ଅରଣ୍ୟର ଆଦିବାସୀଙ୍କ ପ୍ରତିନିଧିତ୍ୱ କରନ୍ତି। ବ୍ରାହ୍ମଣୀୟ ବ୍ୟବସ୍ଥା ପ୍ରିଥୁଙ୍କୁ ପସନ୍ଦକରେ, କାରଣ ସେ ବ୍ରାହ୍ମଣୀୟ ରୀତିନୀତି ପାଇଁ ସ୍ବୀକୃତି ପ୍ରଦାନ କରନ୍ତି। ତେବେ ନିଶାଦଙ୍କୁ ଘୃଣା କରାଯାଏ କାରଣ ସେ ବ୍ରାହ୍ମଣ ରୀତିନୀତିକୁ ସମର୍ଥନ କରନ୍ତି ନାହିଁ ଏବଂ ଜଙ୍ଗଲରେ ରହିବାକୁ ପସନ୍ଦ କରନ୍ତି।
ପାରମ୍ପରିକ ଭାବେ ଜଙ୍ଗଲବାସୀଙ୍କୁ ଆଦିବାସୀ କିମ୍ବା ବନବାସୀ କୁହାଯାଇଆସୁଛି। ବନବାସୀ ଶବ୍ଦ ସୂଚିତ କରେ ଯେ, ସେମାନେ ଜଙ୍ଗଲରେ ରହିବାକୁ ପସନ୍ଦ କରନ୍ତି ଏବଂ ସମତଳ ଅଞ୍ଚଳର ସଂସ୍କୃତିର ଅଂଶ ହେବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ ଜମି ଚାଷ କରିବାକୁ ଇଚ୍ଛା କରନ୍ତି ନାହିଁ, ପ୍ରକୃତି ସହ ସେମାନେ ଆରମ୍ଭରୁ ଯେମିତି କାମ କରୁଥିଲେ ସେହିଭଳି କାମ କରିବାକୁ ଆଗ୍ରହ ପ୍ରକାଶ କରନ୍ତି। ଆରମ୍ଭରୁ ଜଙ୍ଗଲରେ ଆଦି ମାନବ ଥିଲେ। ଏହି ଆଦି ମାନବ ଶବ୍ଦ ସୂଚିତକରେ ଯେ, ସେମାନେ ଏହି ପୃଥିବୀ ଭୂମିର ମୂଳ ବାସିନ୍ଦା, ସେମାନେ ଆଦିମ ଲୋକ। ସେମାନେ ସଭ୍ୟ ହେବା ଆବଶ୍ୟକ। ସେମାନେ ଥିଲେ ପୃଥିବୀର ମୂଳ ବାସିନ୍ଦା, ଯେଉଁମାନେ ଜଙ୍ଗଲ ବାହାରେ ବସତି ସ୍ଥାପନ କରିଥିବା ସମ୍ପ୍ରଦାୟ ଦ୍ୱାରା ବିତାଡ଼ିତ ହୋଇ ଆସିଛନ୍ତି। ଏହି କ୍ରିୟାକଳାପର ଶବ୍ଦଗୁଡ଼ିକୁ ଅତ୍ୟଧିକ ରାଜନୀତି କୈନ୍ଦ୍ରିକ ଏବଂ ଅତ୍ୟନ୍ତ ବିବାଦୀୟ ତଥା ଏକ ଅସୀମ ବିତର୍କର ବିଷୟ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri