ପ୍ରଧାନମନ୍ତ୍ରୀ ସଡ଼କ ୪ ମାସରେ ଶୋଚନୀୟ

ଚଣ୍ଡିଖୋଲ,୧୫।୨(ଡି.ଏନ.ଏ.): ଗ୍ରାମାଞ୍ଚଳକୁ ଭଲ ରାସ୍ତା ତିଆରି ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପରିକଳ୍ପନା କରାଯାଇଥିଲା। ତେବେ ଏହି ଯୋଜନାରେ କରାଯାଉଥିବା ରାସ୍ତା କେତେ ନିମ୍ନମାନର ତାହା ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁର-ଦେକୁରୀ ରାସ୍ତାରେ ଦେଖିବାକୁ ମିଳିଛି। ୨୦୧୮ ଏପ୍ରିଲରେ ୪ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ୧୧.୨ କିମି ଲମ୍ବ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୫ ଏପ୍ରିଲ ୨୦୧୯ରେ କାର୍ଯ୍ୟ ଶେଷ ହେବାକୁ ଥିଲା। ମାତ୍ର ଏହାର ଏକ ବର୍ଷ ପରେ ଅର୍ଥାତ୍‌ ମାର୍ଚ୍ଚ ୨୦୨୦ରେ କାର୍ଯ୍ୟ ଶେଷ ହୋଇଥିଲା। ତେବେ ଜୁନ ଶେଷ ଭାଗ ଅର୍ଥାତ୍‌ କାର୍ଯ୍ୟ ଶେଷ ହେବାର ୪ ମାସ ନ ପୂରୁଣ ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟି ହୋଇଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ଠିକା ସଂସ୍ଥା ପକ୍ଷରୁ ରାସ୍ତା ମରାମତି କରାଯାଇଥିଲା। ଏବେ ପୁଣି ସେହିସବୁ ସ୍ଥାନରେ ପିଚୁ ଉଠିଯାଇ ଖାଲଖମାରେ ଭର୍ତ୍ତି ହୋଇଗଲାଣି। ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ସମସ୍ୟା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣରେ ଅନିୟମିତତା ନେଇ ବିକ୍ରମତିରଣ ପଞ୍ଚାୟତ ପ୍ରାକ୍ତନ ସମିତିସଭ୍ୟ ସର୍ବେଶ୍ୱର ସାମଲ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ରାସ୍ତା ଶୋଚନୀୟ ହେବା ପରେ ଜୁଲାଇରେ ଅଞ୍ଚଳବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ନିର୍ବାହୀ ଯନ୍ତ୍ରୀ ଆସି ନିମ୍ନମାନର କାର୍ଯ୍ୟକୁ ଅସ୍ବୀକାର କରିବା ସହ ଭାରିଯାନ ଓ ଟ୍ରାକ୍ଟର ଚଳାଚଳ ଯୋଗୁ ଏପରି ଅବସ୍ଥା ହୋଇଛି ବୋଲି କହିଥିଲେ। ଏବେ ରାସ୍ତାରେ ଭାରିଯାନ ଚଳାଚଳ ଅସମ୍ଭବ। ଚାରିନଙ୍ଗଳ ନିକଟରେ ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ରହିଛି। ସେହିପରି ବିଭିନ୍ନ ସ୍ଥାନରେ ରାସ୍ତା ପାର୍ଶ୍ୱରେ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଯୋଗୁ ଭାରିଯାନ ଚଳାଚଳ ହୋଇପାରୁନି। ତା୧୬ା୧୧ା୨୦ରେ ମୁଖ୍ୟଯନ୍ତ୍ରୀ ପରିଦର୍ଶନରେ ଆସି ରାସ୍ତାର ଉଭୟ ପାର୍ଶ୍ୱରେ ମୁଖ୍ୟ କେନାଲ ଓ ଶାଖା କେନାଲ ଯୋଗୁ ଏପରି ଅବସ୍ଥା ସୃଷ୍ଟିି ହୋଇଥିବା ତାଙ୍କ ପତ୍ର ସଂଖ୍ୟା ୨୩୨୨୧, ତା ୨ା୧୪।୨୦ରେ ଦର୍ଶାଇଥିଲେ। ଏଥିସହ ପ୍ରଥମ ବର୍ଷ ମରାମତି ପାଇଁ ରହିଥିବା ଅର୍ଥରେ ତୁରନ୍ତ ରାସ୍ତା ମରାମତି ପାଇଁ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟଯନ୍ତ୍ରୀଙ୍କ ଗସ୍ତକୁ ତିନିମାସ ବିତି ଥିଲେ ମଧ୍ୟ ରାସ୍ତା ମରାମତି କରାଯାଇ ନାହିଁ। ଗୋଟିଏ ପଟେ ନିର୍ବାହୀ ଯନ୍ତ୍ରୀ ରାସ୍ତା ଖରାପ ପାଇଁ ଭାରିଯାନ ଚଳାଚଳକୁ ଦାୟୀ କରୁଥିବା ବେଳେ ମୁଖ୍ୟଯନ୍ତ୍ରୀ କେନାଲକୁ ଦାୟୀ କରୁଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଦୁଇ ପ୍ରକାର ବୟାନକୁ ଅଞ୍ଚଳବାସୀ ଗ୍ରହଣ କରିପାରୁନାହାନ୍ତି। ଏସବୁରୁ ଠିକାଦାରଙ୍କୁ ସୁରକ୍ଷା ଦେବା ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।
ରାସ୍ତା ନିର୍ମାଣ ସମୟରେ ତିନିଥର ଆକଳନ ମୂଲ୍ୟ ପରିବର୍ତ୍ତନ କରାଯାଇ ୫୧ ଲକ୍ଷ ଟଙ୍କା ଅଧିକ ମଞ୍ଜୁର କରାଯାଇଥିଲା। ତେବେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ପ୍ରାୟ ୩୦୦ ମିଟର ନିର୍ମାଣାଧୀନ ଗାଡ ର୍ୱାଲ(ସୁରକ୍ଷା ପ୍ରାଚୀର)ଭୁଶୁଡି ଯାଇଥିଲା। ସ୍ଥାନୀୟ ଲୋକେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବରଂ ଭୁଶୁଡି ଥିବା ଗାର୍ଡ ୱାଲକୁ କେତେକ ସ୍ଥାନରେ ଠିକା ସଂସ୍ଥା ପକ୍ଷରୁ ପୋତି ଦିଆଯାଇଥିଲା। ମାତ୍ର ଆଉ ଗାର୍ଡ ୱାଲ କରାଯାଇ ନ ଥିଲା। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଳସୀ ପାତ୍ର କହିଛନ୍ତି, ରାସ୍ତା ଖରାପ ଥିବା ଆମେ ଅବଗତ ଅଛୁ। ତେଣୁ ତୁରନ୍ତ ମରାମତି ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆସରିଛି। ତେବେ କେବେ ଏହାର ମରାମତି ହେଉଛି ତାହା ଦେଖିବାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri