ପ୍ରଧାନମନ୍ତ୍ରୀ ସଡ଼କ ୪ ମାସରେ ଶୋଚନୀୟ

ଚଣ୍ଡିଖୋଲ,୧୫।୨(ଡି.ଏନ.ଏ.): ଗ୍ରାମାଞ୍ଚଳକୁ ଭଲ ରାସ୍ତା ତିଆରି ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପରିକଳ୍ପନା କରାଯାଇଥିଲା। ତେବେ ଏହି ଯୋଜନାରେ କରାଯାଉଥିବା ରାସ୍ତା କେତେ ନିମ୍ନମାନର ତାହା ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁର-ଦେକୁରୀ ରାସ୍ତାରେ ଦେଖିବାକୁ ମିଳିଛି। ୨୦୧୮ ଏପ୍ରିଲରେ ୪ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ୧୧.୨ କିମି ଲମ୍ବ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୫ ଏପ୍ରିଲ ୨୦୧୯ରେ କାର୍ଯ୍ୟ ଶେଷ ହେବାକୁ ଥିଲା। ମାତ୍ର ଏହାର ଏକ ବର୍ଷ ପରେ ଅର୍ଥାତ୍‌ ମାର୍ଚ୍ଚ ୨୦୨୦ରେ କାର୍ଯ୍ୟ ଶେଷ ହୋଇଥିଲା। ତେବେ ଜୁନ ଶେଷ ଭାଗ ଅର୍ଥାତ୍‌ କାର୍ଯ୍ୟ ଶେଷ ହେବାର ୪ ମାସ ନ ପୂରୁଣ ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟି ହୋଇଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ଠିକା ସଂସ୍ଥା ପକ୍ଷରୁ ରାସ୍ତା ମରାମତି କରାଯାଇଥିଲା। ଏବେ ପୁଣି ସେହିସବୁ ସ୍ଥାନରେ ପିଚୁ ଉଠିଯାଇ ଖାଲଖମାରେ ଭର୍ତ୍ତି ହୋଇଗଲାଣି। ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ସମସ୍ୟା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣରେ ଅନିୟମିତତା ନେଇ ବିକ୍ରମତିରଣ ପଞ୍ଚାୟତ ପ୍ରାକ୍ତନ ସମିତିସଭ୍ୟ ସର୍ବେଶ୍ୱର ସାମଲ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ରାସ୍ତା ଶୋଚନୀୟ ହେବା ପରେ ଜୁଲାଇରେ ଅଞ୍ଚଳବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ନିର୍ବାହୀ ଯନ୍ତ୍ରୀ ଆସି ନିମ୍ନମାନର କାର୍ଯ୍ୟକୁ ଅସ୍ବୀକାର କରିବା ସହ ଭାରିଯାନ ଓ ଟ୍ରାକ୍ଟର ଚଳାଚଳ ଯୋଗୁ ଏପରି ଅବସ୍ଥା ହୋଇଛି ବୋଲି କହିଥିଲେ। ଏବେ ରାସ୍ତାରେ ଭାରିଯାନ ଚଳାଚଳ ଅସମ୍ଭବ। ଚାରିନଙ୍ଗଳ ନିକଟରେ ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ରହିଛି। ସେହିପରି ବିଭିନ୍ନ ସ୍ଥାନରେ ରାସ୍ତା ପାର୍ଶ୍ୱରେ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଯୋଗୁ ଭାରିଯାନ ଚଳାଚଳ ହୋଇପାରୁନି। ତା୧୬ା୧୧ା୨୦ରେ ମୁଖ୍ୟଯନ୍ତ୍ରୀ ପରିଦର୍ଶନରେ ଆସି ରାସ୍ତାର ଉଭୟ ପାର୍ଶ୍ୱରେ ମୁଖ୍ୟ କେନାଲ ଓ ଶାଖା କେନାଲ ଯୋଗୁ ଏପରି ଅବସ୍ଥା ସୃଷ୍ଟିି ହୋଇଥିବା ତାଙ୍କ ପତ୍ର ସଂଖ୍ୟା ୨୩୨୨୧, ତା ୨ା୧୪।୨୦ରେ ଦର୍ଶାଇଥିଲେ। ଏଥିସହ ପ୍ରଥମ ବର୍ଷ ମରାମତି ପାଇଁ ରହିଥିବା ଅର୍ଥରେ ତୁରନ୍ତ ରାସ୍ତା ମରାମତି ପାଇଁ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟଯନ୍ତ୍ରୀଙ୍କ ଗସ୍ତକୁ ତିନିମାସ ବିତି ଥିଲେ ମଧ୍ୟ ରାସ୍ତା ମରାମତି କରାଯାଇ ନାହିଁ। ଗୋଟିଏ ପଟେ ନିର୍ବାହୀ ଯନ୍ତ୍ରୀ ରାସ୍ତା ଖରାପ ପାଇଁ ଭାରିଯାନ ଚଳାଚଳକୁ ଦାୟୀ କରୁଥିବା ବେଳେ ମୁଖ୍ୟଯନ୍ତ୍ରୀ କେନାଲକୁ ଦାୟୀ କରୁଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଦୁଇ ପ୍ରକାର ବୟାନକୁ ଅଞ୍ଚଳବାସୀ ଗ୍ରହଣ କରିପାରୁନାହାନ୍ତି। ଏସବୁରୁ ଠିକାଦାରଙ୍କୁ ସୁରକ୍ଷା ଦେବା ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।
ରାସ୍ତା ନିର୍ମାଣ ସମୟରେ ତିନିଥର ଆକଳନ ମୂଲ୍ୟ ପରିବର୍ତ୍ତନ କରାଯାଇ ୫୧ ଲକ୍ଷ ଟଙ୍କା ଅଧିକ ମଞ୍ଜୁର କରାଯାଇଥିଲା। ତେବେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ପ୍ରାୟ ୩୦୦ ମିଟର ନିର୍ମାଣାଧୀନ ଗାଡ ର୍ୱାଲ(ସୁରକ୍ଷା ପ୍ରାଚୀର)ଭୁଶୁଡି ଯାଇଥିଲା। ସ୍ଥାନୀୟ ଲୋକେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବରଂ ଭୁଶୁଡି ଥିବା ଗାର୍ଡ ୱାଲକୁ କେତେକ ସ୍ଥାନରେ ଠିକା ସଂସ୍ଥା ପକ୍ଷରୁ ପୋତି ଦିଆଯାଇଥିଲା। ମାତ୍ର ଆଉ ଗାର୍ଡ ୱାଲ କରାଯାଇ ନ ଥିଲା। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଳସୀ ପାତ୍ର କହିଛନ୍ତି, ରାସ୍ତା ଖରାପ ଥିବା ଆମେ ଅବଗତ ଅଛୁ। ତେଣୁ ତୁରନ୍ତ ମରାମତି ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆସରିଛି। ତେବେ କେବେ ଏହାର ମରାମତି ହେଉଛି ତାହା ଦେଖିବାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri