ବାତ୍ୟା ଯାଇ ପୁଣି ଆସିଲାଣି: କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ

ରାଜନଗର, ୨୦ା୧୦(ଡି.ଏନ.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକ ଏକ ନଦୀ ନାଳ ଘେରା ଅଞ୍ଚଳ। ସବୁବେଳେ ସମୁଦ୍ରରେ ସୃଷ୍ଟି ହେଉଥିବା ଝଡ ହେଉ କି ବାତ୍ୟା ଏ ଅଞ୍ଚଳବାସୀଙ୍କ ଆଖିରୁ କେବଳ ନିଦ ହଜାଇ ଦିଏ ନାହିଁ, ପରନ୍ତୁ ଚାଷୀଙ୍କ ବର୍ଷକର ଦାନା ମଧ୍ୟ ଛଡାଇ ନେଇଯାଏ। ୧୯୯୯ ମହାବାତ୍ୟା ପରେ ଅନେକ ବାତ୍ୟା ଆସିଛି। କିନ୍ତୁ ୨୦୨୧ ଜୱାଦ ବାତ୍ୟାରେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତରେ ବ୍ୟାପକ ଧାନଚାଷ ନଷ୍ଟ ହୋଇଯାଇଥିଲା। ବାତ୍ୟା ଦ୍ୱାରା ମାସ ମାସ ଧରି ପାଚିଲା ଧାନ କ୍ଷେତ ବୁଡି ରହିଥିଲା। ଫଳରେ ଚାଷୀମାନେ ଧାର ଉଦ୍ଧାର, କରଜ କରି ଖରିଫ ଫସଲକୁ ଚାତକ ପରି ଚାହିଁ ବସିଥିଲେ। କିନ୍ତୁ ବାତ୍ୟା ଚାଷୀମାନଙ୍କର ଆଶା ଭରସାକୁ ମାଟିରେ ମିଶାଇଥିଲା। ବାତ୍ୟା ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଓ ବୀମା କମ୍ପାନୀ ପକ୍ଷରୁ ପୃଥକ୍‌ ପୃଥକ୍‌ ଭାବେ ଚାଷ ଜମିରୁ କ୍ରପ କଟିଂ କରିବା ସହ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିଥିଲେ। ରାଜନଗର ବ୍ଲକର ରାଜସ୍ବ ବିଭାଗ, କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ ମିଳିତ ଭାବେ ସର୍ଭେ ରିପୋର୍ଟ କରିଥିଲେ। ଯେଉଁଥିରେ ୧୩,୭୮୧ ହେକ୍ଟର ଚାଷ ଜମିର ଫସଲ ଧୋଇ ହୋଇଯାଇଥିଲା। ରାଜ୍ୟ ସରକାର ରିପୋର୍ଟକୁ ଆଧାର କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସହାୟତା ବାବଦକୁ ୯କୋଟି ୩୭ଲକ୍ଷ ୪ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ବ୍ଲକର ୨୯ଟି ପଞ୍ଚାୟତର ପ୍ରାୟ ୪୦ ରୁ ଊର୍ଦ୍ଧ୍ୱ ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଦର୍ଶାଯାଇଥିଲା। ସରକାରୀ ଇନପୁଟ ସହାୟତା ଚାଷୀଙ୍କୁ ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ଏଯାଏଁ ମିଳି ପାରିଲା ନାହିଁ। ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା କମ୍ପାନୀ ବୀମା ଅର୍ଥ ଦେଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ରାଜନଗର ଅଞ୍ଚଳର ଏକମାତ୍ର ଧାନଚାଷ ଉପରେ ନିର୍ଭର କରୁଥିବାରୁ ଚାଷୀଟିଏ ପରିବାରର ବର୍ଷକ ଦାନା ସଂଗ୍ରହ କରିଥାଏ। ଏହି ଚାଷରୁ ଉପତ୍ନ୍ନ ଧାନକୁ ବିକି ପିଲାମାନଙ୍କ ପାଠ ପଢା, କରଜ ଶୁଝିବା ସହ ବାହାଘର କରିଥାନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଏଚଡିଏଫ୍‌ସି ଆଗ୍ରୋ କମ୍ପାନୀ ରାଜନଗର ଅଞ୍ଚଳରେ କ୍ରପ କଟିଂ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଥିଲା। ନିୟମ ମୁତାବକ, ଏହି କମ୍ପାନୀ ପରିସଂଖ୍ୟାନ ବିଭାଗ, କୃଷି ଓ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ନେଇ କ୍ରପ କଟିଂ କରିବା କଥା। କିନ୍ତୁ କମ୍ପାନୀ ଏହି କର୍ମଚାରୀଙ୍କୁ ବାଦ୍‌ ଦେଇ ମନମୁଖି ଭାବେ କ୍ରପ କଟିଂ କରିଥିଲେ। କମ୍ପାନୀର କର୍ମଚାରୀମାନେ ଯେଉଁ ଅଞ୍ଚଳରେ କମ୍‌ କ୍ଷତି ହୋଇଥିଲା, ସେଠାରେ କ୍ରପ କଟିଂ କରିବାକୁ ନେଇ ଚାଷୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ବୀମା କମ୍ପାନୀର ସର୍ଭେ ରିପୋର୍ଟ କରିବାର ୧୦ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଟଙ୍କା ମିଳିନାହିଁ। ସବୁଠୁ ବଡକଥା ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା କରୁଥିବା ବୀମା କମ୍ପାନୀ ଋଣ ଅର୍ଥର ୨ ପ୍ରତିଶତ ହିସାବରେ ୭୪,୪୩,୯୩୦ ଟଙ୍କା ବୀମା ବାବଦକୁ ଚାଷୀଙ୍କଠାରୁ ଅଗ୍ରୀମ ନେଇଯାଇଛି।

ସୂଚନାଯୋଗ୍ୟ, ରାଜନଗର ବ୍ଲକରେ ୧୪ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁ ୧୦,୫୬୧ ଚାଷୀଙ୍କୁ ୩୭,୨୧,୯୬,୫୦୨ ଟଙ୍କା ୨୦୨୧ ଖରିଫ ଋତୁରେ ଋଣ ପ୍ରଦାନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରୁଥିବା ବୀମା କମ୍ପାନୀ ଋଣ ଅର୍ଥର ୨ ପ୍ରତିଶତ ଅର୍ଥାତ୍‌ ୭୪,୪୩,୯୩୦ ଟଙ୍କା ବୀମା ଅର୍ଥ ବାବଦକୁ ନେଇଛି। ଜୱାଦ ବାତ୍ୟାରେ ଫସଲକୁ ହରାଇ ଚାଷୀ ମଣ୍ଡରେ ହାତ ଦେଇ ବସିଥିଲେ। ଏପରିସ୍ଥଳେ ଫସଲ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଚାଷୀଙ୍କୁ ବୀମା ଅର୍ଥ ଆଜି ଯାଏ ନ ମିଳିବା ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ରାଜନଗର ବ୍ଲକରେ ସମସ୍ତ ୨୯ଟି ପଞ୍ଚାୟତରେ ୩୩ ପ୍ରତିଶତରୁ ୫୦ ପ୍ରତିଶତ ମଧ୍ୟରେ ଖରିଫ ଧାନ ଫସଲ କ୍ଷତି ହୋଇଥିଲା। ସରକାରୀ ସର୍ଭେରେ ୧୩,୭୮୦ ହେକ୍ଟର ଖରିଫ ଧାନ ଫସଲ କ୍ଷୟକ୍ଷତି ହୋଇଥିଲା। ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ବୀମା କମ୍ପାନୀ କାହିଁକି ଆଜିଯାଏ ଚାଷୀଙ୍କୁ ଭୂଆଁ ବୁଲାଇ ଚାଲିଛି, ସେ ନେଇ ପ୍ରତିକ୍ରିୟା ବଢିବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଚାଷୀ ଏବେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri