ଜାପାନ ବାଳକଙ୍କ ମୁହଁରୁ ଏମିତି କଥା ଶୁଣି ପ୍ରଧାନମନ୍ତ୍ରୀ ମୋଦି ଆଶ୍ଚର୍ଯ୍ୟ

ଟୋକିଓ,୨୩।୫: କ୍ୱାଡ୍‌ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ହୋଟେଲ ନ୍ୟୁ ଓଟାନିରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ସମୁଦାୟର ଲୋକମାନେ ମୋଦିଙ୍କୁ ସ୍ବାଗତ କରିଥିଲେ। ଜୟ ଶ୍ରୀ ରାମ ଏବଂ ମୋଦି ମୋଦି ସ୍ଲୋଗାନରେ ହୋଟେଲ୍‌ କମ୍ପିଥିଲା। ଏହି ସମୟରେ ହିନ୍ଦୀରେ ଜାପାନୀ ପିଲାଙ୍କ ସହ ମୋଦିଙ୍କ ବାର୍ତ୍ତାଳାପର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ପ୍ରଧାନମନ୍ତ୍ରୀଙ୍କ ଝଲକ ଟିକେ ଦେଖିବାକୁ ଅନେକ ପିଲା ଉତ୍ସାହିତ ଥିଲେ। ମୋଦି ନିଜେ ପ୍ରଥମେ ସମସ୍ତ ପିଲାଙ୍କୁ ଭେଟିଥିଲେ, ସେମାନଙ୍କ ସହ କଥା ହୋଇଥିଲେ ଏବଂ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଜାପାନର ଅନେକ ପିଲା ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଖି ଜଣେ ଜାପାନୀ ପିଲାଙ୍କ ଉପରେ ପଡିଥିଲା, ଯିଏ ତାଙ୍କ ଅଟୋଗ୍ରାଫ ଚାହୁଁଥିଲେ। ମୋଦି ତାଙ୍କୁ ଅଟୋଗ୍ରାଫ ନେବା ସହିତ ପ୍ରଶଂସା କରିଥିଲେ। କାରଣ ପିଲାଟି ହିନ୍ଦୀରେ କଥା ହେଉଥିଲେ। ପିଲାଟିର କଥା ଶୁଣି ମୋଦି ଆଶ୍ଚର୍ଯ୍ୟ ହୋଇ କହିଥିଲେ, ଓ୍ବାଓ! ତୁମର ହିନ୍ଦୀ ବହୁତ ଭଲ। ତୁମେ ଏହା କେଉଁଠାରୁ ଶିଖିଲ? ପିଲାଟି କହିଥିଲେ ଯେ, ସେ ହିନ୍ଦୀର ଅନ୍‌ଲାଇନ କ୍ଲାସ କରୁଛନ୍ତି।
ଭାରତୀୟ ସମୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ସକାଳ ୪.୨୦ରେ ଟୋକିଓରେ ଅବତରଣ କରିଛି। ଦୁଇ ଦିନିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ନେତାଙ୍କ ସହ ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରମାଗତ ୫ ପରାଜୟ ପରେ ଖୋଲିବ KKR ର ଭାଗ୍ୟ? ଦଳରେ ସାମିଲ ହେଲେଣି ଏତେ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୧୯।୪: IPL 2026 ରେ ବର୍ତ୍ତମାନ ସୁଦ୍ଧା, କୋଲକାତା ନାଇଟ ରାଇଡର୍ସ (KKR) ଏକମାତ୍ର ଦଳ ଭାବରେ ଏପର୍ଯ୍ୟନ୍ତ ଗୋଟିଏ ବି ବିଜୟ ହାସଲ କରିପାରି ନାହିଁ।…

ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡ଼ି କଚାଡ଼ି ମାରିଲା ଦନ୍ତା

ରିଆମାଳ,୧୯ା୪(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ଫରେଷ୍ଟ ରେଞ୍ଜରେ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଆଉଁଳି କୁଡ଼ାସାହିର ମହିଆ ଜଙ୍ଗଲରେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି।…

୩,୦୦୦ସୈନ୍ୟ, ୧୦ ଜେଟ, ୫ ଯୁଦ୍ଧଜାହାଜ… ହର୍ମୁଜରେ ଜାହାଜ ଉପରେ ଆକ୍ରମଣ ମଧ୍ୟରେ ଭାରତ କେଉଁଠାରେ ସେନା ମୁତୟନ କରୁଛି? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୪: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଦଶନ୍ଧି ଧରି ରହିଛି। ଅଗଣିତ ଝଡ଼ ଏବଂ ଉତ୍ଥାନ ଆସିଛି ଏବଂ ଚାଲିଯାଇଛି, ତଥାପି ଦୁଇ ରାଷ୍ଟ୍ର ମଧ୍ୟରେ…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ରୋଷେୟାଙ୍କ ମୃତଦେହ, ହାତରେ ରହିଛି…

ବଲାଙ୍ଗୀର,୧୯ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ମୁନସିନଗର ନିକଟରେ ରବିବାର ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖାଯାଇଛି। ମୃତକ ଜଣକ ହେଲେ ଜନାର୍ଦ୍ଦନ ଦେବତା(୫୪)।…

ଚୋରା କାଠ ବୋଝେଇ ଗାଡ଼ି ଯାଉଥିବା ଜାଣି ପିଛା କରିଥିଲେ: ମାଡ଼ଖାଇ ଫରେଷ୍ଟ ଡ୍ରାଇଭର ଗୁରୁତର

ସିମୁଳିଆ,୧୯।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା କୁପାରି ଫରେଷ୍ଟ ଡ୍ରାଇଭର ଆତ୍ମାରାମ ଷେଣ୍ଢ(୨୯) ରବିବାର ଦୁବୃର୍ତ୍ତମାନଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ଦେଶବାସୀଙ୍କୁ ସମ୍ବୋଧିତ କରିବା ପରେ ମୋଦିଙ୍କୁ ଟାର୍ଗେଟ କଲେ ବିରୋଧି, କହିଲେ…

ନୂଆଦିଲ୍ଲୀ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳକୁ ‘ମହିଳା ବିରୋଧୀ’ ବୋଲି ଆଖ୍ୟା ଦେବା ପରେ ଅନେକ ନେତା ତାଙ୍କ ବିରୋଧରେ ତୀବ୍ର ସମାଲୋଚନା କରିଥିଲେ। କଂଗ୍ରେସ…

ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୂରାଇ ଦେଲେ ପ୍ରଧାନଶିକ୍ଷକ: ସ୍କୁଲରେ ହାଇଡ୍ରାମା 

କଳିଙ୍ଗନଗର,୧୯।୪(ଶୁଭାଶିଷ ରାଉତ ):ପିଲାଙ୍କ ପ୍ୟାଣ୍ଟ ଭିତରେ ପ୍ରଧାନଶିକ୍ଷକ ପୂରାଇ ଦେଲେ  ବିଛୁଆତି।  ଅଭିଭାବକ ମାନେ ଏହା ଜାଣିବା ପରେ ସ୍କୁଲରେ ହୋଇଥଲା ହାଇଡ୍ରାମା। ସ୍କୁଲକୁ ଆସି ପ୍ରଧାନଶିକ୍ଷକଙ୍କୁ…

ପୁଣି ଥରେ ମା’ ହେବେ ଦୀପିକା ପାଦୁକୋନ, ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କହିଲେ…

ମୁମ୍ବାଇ: ବଲିଉଡ ଷ୍ଟାର୍‌ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ଦ୍ୱିତୀୟ ଥର ମା-ବାପା ହେବାକୁ ଯାଉଛନ୍ତି। ଉଭୟ କପଲ ଏନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri