Posted inଜାତୀୟ

କଂଗ୍ରେସର ଦୁଇଟି କାର୍ଯ୍ୟ: ଇଭିଏମ୍‌ରେ ଦୋଷ ଖୋଜିବା, ମୋଦିଙ୍କୁ ଗାଳି ଦେବା

ଅହମ୍ମଦାବାଦ,୨।୧୨: ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାର ଜୋରସୋରରେ ଚାଲିଛି। ପ୍ରଚାର ସମୟରେ ବିଭିନ୍ନ ଦଳର ନେତାମାନେ ପରସ୍ପର ଉପରେ କାଦୁଅଫିଙ୍ଗା ରାଜନୀତି କରିବା ସହ ରାଜନୈତିକ ଆକ୍ରମଣ କରୁଛନ୍ତି। ଇତିମଧ୍ୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ପାଟନରେ ଏକ ନିର୍ବାଚନ ରାଲି କରିଛନ୍ତି। ଏହି ରାଲିରେ ମୋଦି ଗର୍ଜି ପୁଣି ଥରେ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, କଂଗ୍ରେସ ପାଖରେ କେବଳ ଦୁଇଟି କାର୍ଯ୍ୟ ରହିଛି। ଗୋଟିଏ ଇଭିଏମ୍‌ରେ ଦୋଷ ଖୋଜିବା ଏବଂ ମୋଦିଙ୍କୁ ଗାଳି ଦେବା। ସବୁବେଳେ କଂଗ୍ରେସ ଦାରିଦ୍ର୍ୟ ହଟାଇବାକୁ କହୁଥିଲା, କିନ୍ତୁ ଆମେ ଦାରିଦ୍ର୍ୟ ହଟାଇଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। କଂଗ୍ରେସ ଏହି ଦେଶରେ ଶୌଚାଳୟଟେ ବି ନିର୍ମାଣ କରିପାରିଲା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଗରିବ ଲୋକଙ୍କ ପାଇଁ ବ୍ୟାଙ୍କରେ ଖାତା ଖୋଲିଛନ୍ତି। ଆମେ ଗରିବଙ୍କ ବିଷୟରେ ଚିନ୍ତା କରୁ। ଏଥିସହ ପାଟନ ସମାବେଶରେ ମୋଦି କରୋନା ସମୟରେ ନିଜ ସରକାରଙ୍କ ସଫଳତା ବିଷୟରେ ମଧ୍ୟ ଆଲେକପାତ କରିଥିଲେ। ସେହି ସମୟରେ ଆମେମାନେ ଭଲ କାମ କରିଥିଲୁ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ବିଜୟକୁ ହଜମ କି ପରାଜୟକୁ ସ୍ବୀକାର କରିପାରୁ ନାହିଁ: ମୋଦି

ନୂଆଦିଲ୍ଲୀ, ୨୬।୬: ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହାକୁ ଦଳ ସ୍ବୀକାର କରୁନାହିଁ କି ଭାଜପାର ବିଜୟକୁ ହଜମ କରିପାରୁ ନାହିଁ ବୋଲି...

୨୦୦୦ କେନ୍ଦ୍ରୀୟ ପୋଲିସ ମଗାଇଲା ମହାରାଷ୍ଟ୍ର

ମୁମ୍ବାଇ,୧୪ା୫: ମହାରାଷ୍ଟ୍ର ସରକାର ୨୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ (ସିଏପିଏଫ୍‌)ଯୋଗାଇଦେବା ଲାଗି କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, କରୋନା...

‘ବାୟୁ’ ପାଇଁ ଭୟ ନାହିଁ ଘରକୁ ଫେରିି ପାରିବେ ସୁରକ୍ଷିତ ସ୍ଥାନରେ ଥିବା ଲୋକେ: ରୂପାନି

ଗାନ୍ଧୀନଗର,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ଏବେ ଆଉ ଗୁଜରାଟ ପ୍ରତି ବିପଦ ସୃଷ୍ଟି କରିବ ନାହିଁ। ଏହା ତା’ର ଦିଗ ବଦଳାଇ ସାରିଛି। ଏହା ପଶ୍ଚିମ...

ମହଙ୍ଗା ହେବ ଏମ୍‌ପିଙ୍କ ଖାଦ୍ୟ

ନୂଆଦିଲ୍ଲୀ,୨୦ା୧: ପାର୍ଲାମେଣ୍ଟ କ୍ୟାଣ୍ଟିନ୍‌ରେ ଆଉ ସବ୍‌ସିଡି ଖାଦ୍ୟ ମିଳିବ ନାହିଁ। ଜାନୁୟାରୀ ୨୯ରେ ଆରମ୍ଭ ହେବାକୁ ଥିବା ଅଧିବେଶନରୁ ଏହାକୁ ବନ୍ଦ କରାଯିବ। କ୍ୟାଣ୍ଟିନକୁ ନର୍ଦ୍ଦର୍ନ...

କରୋନାରେ କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କର ପରଲୋକ

ଲକ୍ଷ୍ନୌ,୧୮।୫: ଉତ୍ତରପ୍ରଦେଶ ମୁଜଫରପୁରନଗରର ଭାଜପା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆନଙ୍କ ଭାଇ ଜିତେନ୍ଦ୍ର ବଲିଆନଙ୍କ କରୋନାରେ ପରଲୋକ ଘଟିଛି। ଗତ କିଛି ଦିନ ତଳେ...

ଭାକ୍ସିନ୍‌ ନେଲେ ହ୍ରାସ ପାଉଛି ପ୍ରଜନନ କ୍ଷମତା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କଲା ଖଣ୍ଡନ…

ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...

ଭାରତରେ ଓମିକ୍ରନ୍‌ ଜାନୁୟାରୀରେ ଶୀର୍ଷ ଛୁଇଁବ, ବିଶେଷଜ୍ଞଙ୍କ ଆଶଙ୍କା…

ଓ୍ବାଶିଂଟନ, ୫।୧ : ଭାରତରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ଜାନୁୟାରୀରେ ଶୀର୍ଷ ଛୁଇଁବ। ଇନଷ୍ଟିଚ୍ୟୁଟ ଫର୍‌ ହେଲଥ ମେଟ୍ରିକ୍ସ ଆଣ୍ଡ ଇଭାଲୂ୍ୟଏଶନ...

ପୋଲିସ ପଞ୍ଝାରେ ସଞ୍ଜୀବ ଚାଓ୍ବଲା

ନୂଆଦିଲ୍ଲୀ,୧୪।୨(ପି.ଟି.):କ୍ରିକେଟର ସବୁଠୁ ବଡ଼ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଓ୍ବାଣ୍ଟେଡ୍‌ ଥିବା ସଞ୍ଜୀବ ଚାଓ୍ବଲାଙ୍କୁ ଗୁରୁବାର ବ୍ରିଟେନ ପ୍ରତ୍ୟର୍ପଣ କରିଛି। ଦିଲ୍ଲୀ ପୋଲିସ ତାଙ୍କୁ ଏହି ମାମଲାରେ...

Advertisement
Archives

Model This Week