Posted inଜାତୀୟ

ଆର୍‌ଏସ୍‌ଏସ୍‌ ହାତରେ କାଠକଣ୍ଡେଇ ଭଳି ବ୍ୟବହାର କରୁଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ

ନୂଆଦିଲ୍ଲୀ,୨୬।୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ହାତରେ ମୋଦି ଭଳି ବ୍ୟବହାର କରୁଛନ୍ତି। ଏପରିକି ସଂଘ ଏବଂ ଭାଜପା ସମ୍ବିଧାନକୁ ବିକୃତ କରିବାକୁ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି। ଏଣୁ କଂଗ୍ରେସ କର୍ମୀ ଏବଂ ଦଳର ନେତାମାନେ ଏକଜୁଟ୍‌ ହୋଇ ଆଗାମୀ ଲୋକ ସଭା ନିର୍ବାଚନରେ ଗଣତନ୍ତ୍ରର ରକ୍ଷା କରିବା ଉଚିତ ବୋଲି ସେ ଆହ୍ବାନ ଦେଇଛନ୍ତି।

ଗଣତନ୍ତ୍ର ଦିବସ ଅବସରରେ କର୍ନାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ପରେ ଖାର୍ଗେ ସମ୍ବୋଧିତ କରି କହିଛନ୍ତି, ଯଦି ଦେଶରେ କୌଣସି ସମ୍ବିଧାନ ନ ଥାନ୍ତା, ତେବେ ଆମ ପାଖରେ ଗଣତନ୍ତ୍ରକୁ ରକ୍ଷା କରିବା ସମ୍ଭବପର ହୋଇ ନ ଥାନ୍ତା। ସ୍ବାଧୀନତା ସଂଗ୍ରାମର ନେତା ଏବଂ ସମ୍ବିଧାନ ସଭାର ସଦସ୍ୟଙ୍କ ପ୍ରୟାସ ପରେ ଦେଶକୁ ଏହାର ସମ୍ବିଧାନ ମିଳିଛି। ହେଲେ ଆର୍‌ଏସ୍‌ଏସ୍‌ ଏବଂ ଭାଜପା ଏହି ସମ୍ବିଧାନକୁ ବିକୃତ କରି ଏଥିରେ ପରିବର୍ତ୍ତନ କରିବାର ଷଡଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ପାର୍ଟି ଦେଶର ସ୍ବାଧୀନତା ଲାଗି ଲଢ଼େଇ କରିଛନ୍ତି, ହେଲେ ଭାଜପା ଏବେ ଦେଶର ଏକମାତ୍ର ରକ୍ଷକ ହେବାର ଦାବି କରୁଛି। ସେମାନେ ଦେଶଭକ୍ତି କଥା କହୁଛନ୍ତି, ଯୁବଗୋଷ୍ଠୀଙ୍କୁ କେବଳ ସେ ସଚ୍ଚା ଦେଶଭକ୍ତ ବୋଲି ଦେଖାଉଛନ୍ତି, ଆଉ ସମସ୍ତେ ଦେଶଦ୍ରୋହୀ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଟ୍ରାନ୍ସଜେଣ୍ଡରଙ୍କୁ ସରକାରୀ ଚାକିରୀରେ ମିଳିବ ୧% ସଂରକ୍ଷଣ

କୋଲକାତା,୧୮।୬: ଏଣିକି ପଶ୍ଚିମବଙ୍ଗରେ ସରକାରୀ ଚାକିରି କ୍ଷେତ୍ରରେ ଟ୍ରାନ୍ସଜେଣ୍ଡର ସମୁଦାୟଙ୍କୁ ୧% ସଂରକ୍ଷଣ ମିଳିବ। ଏନେଇ ମଙ୍ଗଳବାର କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃଣାଳ ବାରିକ...

କଂଗ୍ରେସକୁ ବଡ଼ ଝଟ୍‌କା, ଇସ୍ତଫା ଦେଲେ…

ଚଣ୍ଡିଗଡ଼,୧୮।୬: ହରିୟାଣା କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଝିଅଙ୍କୁ ଟିକେଟ ମିଳିଲା ନାହିଁ ବୋଲି ଦଳ ଛାଡ଼ି ଭାଜପାରେ ସାମିଲ ହେବାକୁ ଯାଉଛନ୍ତି ବରିଷ୍ଠ ନେତ୍ରୀ...

ମୁମ୍ବାଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମାରେ ଉଡାଇ ଦେବାକୁ ଧମକ, ଆଲର୍ଟରେ ପୋଲିସ

ମୁମ୍ବାଇ,୧୮।୬: ମହାରାଷ୍ଟ୍ର ମୁମ୍ବାଇ ସହରର ଅନେକ ଡାକ୍ତରଖାନାକୁ ବୋମା ଯୋଗେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏହାପରେ ମୁମ୍ବାଇ ପୋଲିସ ଆଲର୍ଟ ହେବା ସହ ସମସ୍ତ...

ଆକାଉଣ୍ଟକୁ ଆସିନାହିଁ କି ପିଏମ୍‌ କିଶାନ ଟଙ୍କା? ଏଠାରେ କରନ୍ତୁ ଅଭିଯୋଗ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପିଏମ୍‌ କିଶାନ ସମ୍ମାନ ନିଧି ଯେଜନାର ୧୭ତମ କିସ୍ତି ଜାରି କରିଛନ୍ତି। ଦେଶର ପ୍ରାୟ ୯.୨୬ କୋଟି କୃଷକଙ୍କ...

ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ, ବଢ଼ାଗଲା ସୁରକ୍ଷା

ପାଟନା,୧୮।୬: ବିହାରର ପାଟନା ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଏହାପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ତେବେ ଇମେଳ୍‌ ଜରିଆରେ ଧମକ ମିଳିଥିବା...

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ୧୨ କୋଟି ବିନିମୟରେ ନିର୍ମାଣ ହୋଇଥିବା ବ୍ରିଜ୍‌

ପାଟନା,୧୮।୬: ବିହାରର ଅରାରିଆ ଜିଲାର ଆଉ ଏକ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡି ପଡ଼ିଛି। ଶିଖୀ ବ୍ଲକ ଏବଂ କୁର୍ସାକାଟାକୁ ସଂଯୋଗ କରିବା ପାଇଁ ଏହି ସେତୁ...

କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଜାରି କଲେ ମୋଦି: କୃଷକଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ବାରାଣସୀ,୧୮।୬: ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗ୍ରସ୍ତ କରିଛନ୍ତି। ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି...

ଆଜି ଓଡ଼ିଶା ଚାଷୀଙ୍କ ଆକାଉଣ୍ଟକୁ ଆସିଛି କିଶାନ ଟଙ୍କା; ଜାଣି ନ ଥିଲେ ଏହି ଉପାୟରେ ଶୀଘ୍ର ଯାଞ୍ଚ କରନ୍ତୁ ବାଲାନ୍ସ 

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ଜୁନ୍‌ ୧୮ରେ ଚାଷୀଙ୍କ ଆକାଉଣ୍ଟକୁ ପିଏମ୍‌-କିଶାନ ଯୋଜନାର ୧୭ତମ କିସ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri