ହମାସ ସହିତ ଯୁଦ୍ଧ ମଧ୍ୟରେ ନେତାନ୍ୟାହୁଙ୍କ ବଡ ନିଷ୍ପତ୍ତି, ବିପକ୍ଷ ଦଳ ସହିତ ଗଠନ କଲେ ଏକତା ସରକାର

ଜେରୁଜେଲମ,୧୪।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗୁରୁବାର ହମାସ ସହିତ ଯୁଦ୍ଧର ତଦାରଖ କରିବା ପାଇଁ ବିରୋଧୀ ଦଳର ନେତା ବେନି ଗାଣ୍ଟଜ୍‌ଙ୍କ ସହଯୋଗରେ ଏକ ଜରୁରୀକାଳୀନ ଏକତା ସରକାର ଗଠନ କରିଛନ୍ତି। ତେଲ ଅବିବରେ ସେନା ମୁଖ୍ୟାଳୟର ଏକ ଅଭିଭାଷଣରେ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ଦେଶ ଏକଜୁଟ ହୋଇଛି ଏବଂ ବର୍ତ୍ତମାନ ନେତୃତ୍ୱ ମଧ୍ୟ ଏକଜୁଟ ହୋଇଛନ୍ତି।

ଏହି ଖବର ସାମ୍ନାକୁ ଆସିବା ପରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଏହା କେଉଁ ପ୍ରକାରର ସରକାର, ଯେଉଁଥିରେ ବିରୋଧୀ ମଧ୍ୟ ସାମିଲ ଅଛନ୍ତି। ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ‘ଏକତା ସରକାର’ କ’ଣ? ଏଠାରେ ଆମେ ଇସ୍ରାଏଲର ଏକତା ସରକାର କ’ଣ ଏବଂ ଏହା କାହିଁକି ଆବଶ୍ୟକ ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରିବାକୁ ଯାଉଛୁ।

ହମାସ ଆକ୍ରମଣ ପରେ ଇସ୍ରାଏଲର ସଂସଦ ଗୁରୁବାର ଏକତା ଚୁକ୍ତି କରିଛି, ଯେଉଁଥିରେ ନେତନ୍ୟାହୁର ଅନ୍ୟ ଜଣେ ପ୍ରତିଦ୍ୱନ୍ଦ୍ୱୀ ବେନି ଗାଣ୍ଟଜ ଏବଂ ତାଙ୍କ ବ୍ଲୁ ଆଣ୍ଡ ହ୍ବାଇଟ ଦଳର ୫ ଜଣ ସଦସ୍ୟ ମଧ୍ୟ ସରକାରରେ ଯୋଗ ଦେଇଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ ଏକ ଜରୁରୀକାଳୀନ ଯୁଦ୍ଧ ମନ୍ତ୍ରିମଣ୍ଡଳର ଗଠନ କରାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଲିକୁଡ ପାର୍ଟିରୁ ନେତାନ୍ୟାହୁ ନିଜେ ସାମିଲ ହୋଇଥିବାବେଳେ ଅନ୍ୟପଟେ ଗାଣ୍ଟଜ ଏବଂ ୟୋଭ ଗାଲାଣ୍ଟ ଅଛନ୍ତି। ଗାଣ୍ଟଜ ଜଣେ ପୂର୍ବତନ ସେନା ମୁଖ୍ୟ।

ଚୁକ୍ତିନାମା ଅନୁଯାୟୀ, ଏକତା ସରକାର ଯୁଦ୍ଧର ଅବଧି ପାଇଁ କାର୍ଯ୍ୟ କରିବ। ଜରୁରୀକାଳୀନ ଯୁଦ୍ଧ କ୍ୟାବିନେଟ ଯୁଦ୍ଧର ଆଚରଣ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଯେ ପର୍ଯ୍ୟନ୍ତ ହମାସ ସହିତ ଇସ୍ରାଏଲର ଯୁଦ୍ଧ ଜାରି ରହିବ, ଯୁଦ୍ଧ ସମ୍ବନ୍ଧୀୟ ଆଇନ ବ୍ୟତୀତ ଅନ୍ୟ କୌଣସି ଆଇନ ପାରିତ ହେବ ନାହିଁ। ଏହାର ଅର୍ଥ ହେଉଛି ଯେ ନେତାନ୍ୟାହୁ ସରକାର ଦେଇଥିବା ବିବାଦୀୟ ନ୍ୟାୟିକ ସଂସ୍କାର ଆଇନ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅଟକି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri