୫ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ

ନିଶ୍ଚିନ୍ତକୋଇଲି,୪ା୩(ସ୍ବ.ପ୍ର.): ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଏହା ଏକ ମୌଳିକ ଆବଶ୍ୟକତା ଭାବେ ଗ୍ରହଣ କରି ସରକାର ବିଦ୍ୟାଳୟର ଭିତି ଭୂମି ବିକାଶରେ କୋଟି କୋଟି ଟଙ୍କା ବ୍ୟୟ କରି ବିଦ୍ୟାଳୟକୁ ଆଧୁନିକ ଓ ଶିକ୍ଷଣ ଉପଯୋଗୀ କରିଛନ୍ତି। ଶିକ୍ଷାଦାନ ବ୍ୟବସ୍ଥା ଠିକ ନ ରହିବା କାରଣରୁ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି। ଏପରିଏକ ନଜିର ଦେଖିବାକୁ ମିଳିଛି କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧିନ ସହଦେବପୁର ପ୍ରାଥମିକ ବିଦ୍ୟାଳୟ। ଏଠି ୫ଟି ଶ୍ରେଣୀରେ ୨୩ ଜଣ ଛାତ୍ରୀ ଛାତ୍ରଙ୍କୁ ମାତ୍ର ଜଣେ ଶିକ୍ଷକ ପାଠ ପଢାଉଛନ୍ତି। ଶିକ୍ଷାକୁ ସାର୍ବଜନୀନ କରାଇବା ନିମନ୍ତେ ସରକାର ସମଗ୍ର ଶିକ୍ଷା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିନିମନ୍ତେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ,ପୃଷ୍ଟିକର ଅଣ୍ଡା,ପାଠ୍ୟ ପୁସ୍ତକ,ସାଇକେଲ, ପୋଷାକ, ଛାତ୍ରବୃତି ଦିଆଯାଉଥିଲା ବେଳେ ବିଦ୍ୟାଳୟ ଗୃହକୁ ସର୍ବାଙ୍ଗ ସୁନ୍ଦର କରିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଛି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗ୍ରାମପଂଚାୟତ ସହଦେବପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀ ନିମନ୍ତେ ମାତ୍ର ଜଣେ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବା କାରଣରୁ ସମଗ୍ର ଶିକ୍ଷା ଯୋଜନା ଦିଗହରା ହୋଇପଡିଛି। ସହଦେବପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗତ ୨୦୦୬ ମସିହାରେ ସ୍ଥାପନ କରାଯାଇଥିଲା। ଏହି ବିଦ୍ୟାଳୟର ୫ଟି ଶ୍ରେଣୀରେ ୨୩ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି। ବିଦ୍ୟାଳୟରେ ଏକମାତ୍ର ଶିକ୍ଷୟିତ୍ରୀ ରୂପେ ସନ୍ଧ୍ୟାରାଣୀ ନାୟକ କାର୍ଯ୍ୟ କରୁଛନ୍ତି। ଶ୍ରୀମତୀ ନାୟକ ଅତ୍ୟନ୍ତ ଦୟନୀୟ ଭାବେ ଗୋଟିଏ ଶ୍ରେଣୀ କକ୍ଷରେ ୫ଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବାର ଦେଖିବାକୁ ମିଳିଛି। ତେବେ ଏହି ବ୍ଳକରେ ବହୁ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହେଉଥିବା କାରଣରୁ ଶିକ୍ଷୟିତ୍ରୀ ଜଣକ ଅନୁପସ୍ଥିତ ରହିଲେ ବିଦ୍ୟାଳୟରେ ତାଲା ଝୁଲୁଛି। ଏପରିକି ଏହି ବିଦ୍ୟାଳୟଟି ଲୁଣା ନଦୀ କୂଳରେ ଓ କେନାଲ ପାର୍ଶ୍ୱରେ ଅବସ୍ଥିତ ଅଟେ। ଶିକ୍ଷୟିତ୍ରୀ ଅନୁପସ୍ଥିତ ରହିବା ଦିନ ଛାତ୍ର ଛାତ୍ରୀମାନେ ଶିକ୍ଷାଦାନ କରିନପାରି ନିରାଶରେ ଫେରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଭାବେ ଏହି ବିଦ୍ୟାଳୟ ନିମନ୍ତେ କାର୍ଯ୍ୟକରୁଥିବା ଶିକ୍ଷକ ଆଲୋକ କୁମାର ସ୍ବାଇଁଙ୍କୁ କେରିଲୋ ବିଦ୍ୟାଳୟକୁ ସପ୍ତାହରେ ୩ ଦିନ ଡେପୁଟେସନରେ ପଠାଇ ଦିଆଯାଇଥିବା କାରଣରୁ ଶିକ୍ଷକ ଅଭାବରୁ ଏହି ବିଦ୍ୟାଳୟରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଛି। ଶିକ୍ଷକ ଅଭାବରୁ ଏହି ବିଦ୍ୟାଳୟରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଥିବାରୁ ଅଭିଭାବକ ମାନେ ସେମାନଙ୍କ ପିଲାଙ୍କ ନାମ ଏହି ବିଦ୍ୟାଳୟରେ ଲେଖିବାକୁ ଉଚିତ ମନେକରୁନାହାନ୍ତି। ଫଳରେ ଦିନକୁ ଦିନ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପ୍ରଶାସନ ତରଫରୁ ତୁରନ୍ତ ଏହି ବିଦ୍ୟାଳୟକୁ ଆବଶ୍ୟକୀୟ ଶିକ୍ଷକ ଯୋଗାଇ ଦେବାକୁ ଅଭିଭାବକ ମହଲରେ ଦାବି ହୋଇଛି।ଏସମ୍ପର୍କରେ ମଣ୍ଡଳ ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା କୁହନ୍ତି ବର୍ତମାନ ସ୍କୁଲର ପିଲାଙ୍କ ଅନୁପାତରେ ଶିକ୍ଷକ ଦିଆଯାଉଛି। ଯଦିଓ ଜଣେ ଶିକ୍ଷକ ୫ଟି ଶ୍ରେଣୀରେ ପଢାଇବା ସମ୍ଭବ ନୁହେଁ ତେଣୁ ଅନ୍ୟଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଏହି ବିଦ୍ୟାଳୟକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri