ସମୟ ସୀମା ଶେଷ ସତ୍ତ୍ୱେ ସରୁନି ରାସ୍ତା କାମ

ବଳଙ୍ଗା,୪।୩(ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ସଡ଼କଠାରୁ ଆରମ୍ଭ କରି ଜଳ, ବିଦ୍ୟୁତ୍‌ ଭଳି ସବୁ କ୍ଷେତ୍ରରେ ବିକାଶ କରିବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉନ୍ନତମାନର କାର୍ଯ୍ୟ କରାଯାଉଛି। ହେଲେ ସରକାରୀ ଅଧିକାରୀମାନେ କାର୍ଯ୍ୟଗୁଡ଼ିକର ତଦାରଖ କରୁ ନ ଥିବାରୁ ତାହା ବିଳମ୍ବ ହେବା ସହ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ବଳଙ୍ଗା ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବାୟାବରଠାରୁ ଖେଲାର ପର୍ଯ୍ୟନ୍ତ ୬ କି.ମି.୫୦୫ମି ରାସ୍ତା ୪ କୋଟି ୫୫ ଲକ୍ଷ ୪୩ହଜାର ଟଙ୍କା ବ୍ୟୟରେ ୨୦୨୧ ଡିସେମ୍ବର ୮ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ ଡିସେମ୍ବର ୮ ତାରିଖ ମଧ୍ୟରେ ଶେଷ ହେବାର ସୂଚନା ରହିଛି। କିନ୍ତୁ ନିର୍ଦ୍ଧାରିତ ସମୟଠାରୁ ୩ ମାସ ବିଳମ୍ବ ହୋଇଥିଲେ ମଧ୍ୟ କାର୍ଯ୍ୟ ଶେଷ ହୋଇପାରି ନାହିଁ। ଫଳରେ ଉକ୍ତ ରାସ୍ତାରେ ଯାତାୟାତରେ ଲୋକଙ୍କୁ ବହୁ ଅସୁବିଧା ହେଉଛି। ଏ ନେଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଅନ୍ୟପଟେ କୁଅଁରପୁର ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଓ ଶିଶୁ ମନ୍ଦିର ନିକଟରେ ପ୍ରାୟ ଏକ ଶହ ମିଟର ରାସ୍ତା ଦୀର୍ଘ ବର୍ଷ ପରେ ବ୍ୟକ୍ତିଗତ ମାଲିକାନା ଥିବା ଦର୍ଶାଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ସମ୍ପୃକ୍ତ ସ୍ଥାନରେ ଗୋଡି ସବୁ ବିକ୍ଷିପ୍ତ ହୋଇପଡ଼ିଥିବାରୁ ପ୍ରାୟତଃ ଛାତ୍ରୀଛାତ୍ର ଓ ପଥଚାରୀ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ସେହିପରି କାଟେଣିପଡିଆ ସଫେଇ ନାଳ ଉପରେ ଥିବା ପୁରାତନ ବ୍ରିଜ୍‌ଠାରୁ ରାସ୍ତା ପ୍ରାୟ ୪ଫୁଟ ଉଚ୍ଚତାରେ ରହିଛି। ବନ୍ୟା ସମୟରେ ଧନୁଆ ନଦୀ ବ୍ରିଜ୍‌ ଉପରେ ୬ ଫୁଟରୁ ଊଦ୍ଧର୍‌ବ ଜଳ ପ୍ରବାହିତ ହେବାବେଳେ ନିକଟସ୍ଥ ୫୦ଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହେଉଥିଲେ ମଧ୍ୟ ଉଚ୍ଚ ବ୍ରିଜ ନିର୍ମାଣ ହେଉ ନ ଥିବାରୁ ସମସ୍ୟା ଲାଗି ରହିଛି। ବହୁ ବର୍ଷ ପୂର୍ବରୁ ରାସ୍ତାର ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ନିମନ୍ତେ ବସିଥିବା ପୋଲ ପକ୍କା କରା ନ ଯାଇ ମରାମତି କରାଯାଉଥିବାରୁ ସ୍ଥାୟୀ ନେଇ ଆଶଙ୍କା ଦେଖାଦେଇଛି। ପୋଲରେ ଯଥେଷ୍ଟ ପରିମାଣରେ ଜଳ ନିଷ୍କାସନ ନ ହେବାରୁ ଦୀର୍ଘ ଦିନ ପାଣି ଜମି ଫସଲ ନଷ୍ଟ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ମୁଖ୍ୟ ରାସ୍ତାରେ ଲୋକେ ଧନୁଆ, ବାଇଶି ଶାସନ, ରେଞ୍ଜ, ହରିପୁର, ଗଡପଦନପୁର, ଗୋପୀନାଥପୁର, କୋଟକୁସାଙ୍ଗ ସମେତ ବଳଙ୍ଗା, ଖେଲାର, ଭୁବନେଶ୍ୱର, ନିମାପଡ଼ା, ପିପିଲି ଅନେକ ସ୍ଥାନକୁ ଯାତାୟାତ କରିଥାନ୍ତି। ତେଣୁ ଯଥାଶୀଘ୍ର ଉକ୍ତ ରାସ୍ତାର କାର୍ଯ୍ୟ ସବୁ ଉଚ୍ଚ ଏବଂ ଆବଶ୍ୟକ ସ୍ଥାନରେ ବ୍ରିଜ୍‌ ନିର୍ମାଣ କରିବାକୁ ସମ୍ପୃକ୍ତ ପଞ୍ଚାୟତବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକଙ୍କ ଗହଣରେ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri