କଥା ଦେଇ କଥା ରଖି ନ ଥିଲେ ପୂର୍ବ ସରକାର, ଆମ ସରକାର ଆସୁ ଆସୁ…

ଭୁବନେଶ୍ୱର,୧୪ା୧୧: ପୂର୍ବ ବିଜେଡି ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବ ସରକାରଙ୍କୁ ମୋହନ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଗତ ସରକାର ଚାଷୀଙ୍କୁ କଥା ଦେଇ କଥା ରଖି ନ ଥିଲେ।

ସୋହେଲାରେ କହିଲେ ଚାଷୀଙ୍କୁ ଶହେ ଟଙ୍କା ବୋନସ୍‌ ଦେବେ, କିନ୍ତୁ ଦେଲେନି। ବରଂ ଚାଷୀ ଆତ୍ମହତ୍ୟା ଦେଖା ଦେଇଥିଲା। କିନ୍ତୁ ଆମ ସରକାର ଆସୁ ଆସୁ ବଡ଼ ପଦକ୍ଷେପ ନେବା ପାଇଁ ଯାଉଛୁ। କ୍ବିଣ୍ଟାଲ ପିଛା ବୋନସ୍‌ ୮୦୦ ଟଙ୍କା ଦେବାକୁ ବ୍ୟବସ୍ଥା କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ବୁଧବାର ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜିଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନାରୁ ଜଣାଯାଇଛି ଯେ, ତ୍ରୁଟିଶୁନ୍ୟ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲାପାଳମାନେ ସମସ୍ତ ପ୍ରସ୍ତୁତି କରିଛନ୍ତି।
ବୈଠକରୁ ଜଣାଯାଇଛି ଯେ, ଆସନ୍ତା ୨୦ ରେ ବରଗଡ ଜିଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ  ଆରମ୍ଭ ହେବ।  ୨୨ ତାରିଖରେ ସମ୍ବଲପୁର ଏବଂ  ପରେ ରାଜ୍ୟର ସବୁ ଜିଲାରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ।  ନଭେମ୍ବର ୨୦ରୁ  ଡିସେମ୍ବର ୭ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ପ୍ରଦାନ କରାଯିବ।
ଡିସେମ୍ବର  ୮ ରେ ବରଗଡ ଜିଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ। ଡିସେମ୍ବର ୮ ଠାରୁ ୨୩୦୦ ଟଙ୍କା ସହିତ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରଦାନ କରାଯିବ।
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥା ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପ ସମ୍ପର୍କରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି।
ମୁଖ୍ୟମନ୍ତ୍ରୀ ଏଥିପାଇଁ ଜିଲାପାଳମାନେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଧାନ ମଣ୍ଡିରେ ଗ୍ରେନ ଆନାଲାଇଜର, ମଣ୍ଡି ସୁପରଭାଇଜର ଆଦି ମୁତୟନ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଚାଷୀମାନଙ୍କୁ ଟୋକନ ପ୍ରଦାନ ୧୫ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ଜିଲାପାଳମାନେ ଚାହିଁଲେ ଟୋକନର ସମୟସୀମାକୁ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ।

ପଡୋଶୀ ରାଜ୍ୟ ସହିତ ଲାଗି ରହିଥିବା ଜିଲା ଗୁଡିକରେ ଯେପରି ବାହାର ରାଜ୍ୟର ଧାନ ନ ପଶିବ, ସେଥିପ୍ରତି ଜିଲାପାଳମାନେ ପ୍ରତ୍ୟକ୍ଷ ଭାବେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମେରା ସଂଯୁକ୍ତ ଥିବା ଯାନ ମାଧ୍ୟମରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏବଂ ମଣ୍ଡିମାନଙ୍କରେ ସିସିଟିଭି ଲଗାଇବା ଓ କଟନି-ଛଟନି କୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କ ବିଷୟରେ ଏମିତି କହିଲେ ତାଙ୍କ ଶିକ୍ଷକ,ଥରକେ ସେ ଚଟ୍‌କି…

ମୟୂରଭଞ୍ଜ,୬ା୧୨: ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ନିଜ...

କୋଲକାତାରୁ ସମ୍ବଲପୁରକୁ ଚାଲାଣ ହେଉଥିଲା କଫ୍‌ସିରପ୍‌: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର,୬ା୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧନୁପାଲି ଥାନା ସିଟି ଷ୍ଟେଶନ ନିକଟ ଝାଙ୍କରପଡ଼ାରୁ କଫ୍‌ସିରପ୍‌ ଜବତ ହୋଇଛି। କୋଲକାତାରୁ ସମ୍ବଲପୁରକୁ ଏହା ଚାଲାଣ ହେଉଥିବାବେଳେ ପୋଲିସ...

ଜନ୍ମମାଟିରେ ଗାଁ ମହିଳାଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଲେ ରାଷ୍ଟ୍ରପତି

ମୟୂରଭଞ୍ଜ,୬ା୧୨: ନିଜ ଜନ୍ମମାଟିରେ ଶୁକ୍ରବାର ଖୁସି ମନାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରର ଉପରବେଡ଼ା ନିଜ ଗାଁ ମହିଳାମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଛନ୍ତି...

ଗ୍ୟାସ୍‌ ପାଇପ୍‌ ଲାଇନ୍‌ ମରାମତିବେଳେ ଅଘଟଣ: ମାଟି ତଳେ ଚାପି ହୋଇ ଶ୍ରମିକଙ୍କ ଜୀବନ ଗଲା

ପାରାଦୀପ,୬ା୧୨: କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ ବିପିସିଏଲ ଗ୍ୟାସ୍‌ ପାଇପ୍‌ ଲାଇନ ମରାମତିବେଳେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ଶ୍ରମିକ ମରାମତି କାମ କରୁଥିବାବେଳେ ମାଟି...

ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା: ପଞ୍ଜିକରଣ କରିଛନ୍ତି ୧୨ ଲକ୍ଷ, ୨୦୦୦ଙ୍କୁ ମିଳିଛି ନିଯୁକ୍ତି

ଭୁବନେଶ୍ୱର,୬।୧୨: ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାରଙ୍କ ନିଯୁକ୍ତି ବିନିମୟ(ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ) କାର୍ଯ୍ୟାଳୟରେ ୧୨ ଲକ୍ଷରୁ ଅଧିକ ଚାକିରି ଆଶାୟୀ ପଞ୍ଜୀକୃତ ହୋଇଛନ୍ତି, କିନ୍ତୁ ସେମାନଙ୍କ...

ବିଚାର ବିଭାଗ ଜମି ମାଡ଼ି ବସିଥିଲେ ଜବରଦଖଲକାରୀ, ମାଟିରେ ମିଶିଲା ୬ ଜଣଙ୍କ କୋଠା

ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ରହିଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗର ଜମିକୁ ୬ ଜଣ ଦୀର୍ଘବର୍ଷ ଧରି ଜବରଦଖଲ କରି ରଖିଥିଲେ। ଏହାକୁ...

ଜନ୍ମମାଟିରେ ରାଷ୍ଟ୍ରପତି, ମନ ଦେଇ ପାଠ ପଢ଼ିବାକୁ ପିଲାଙ୍କୁ ଦେଲେ ପରାମର୍ଶ

ମୟୂରଭଞ୍ଜ,୬ା୧୨:  ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ନିଜ...

ନବୀନଙ୍କ ବଡ଼ ପ୍ରତିକ୍ରିୟା: କହିଲେ ଆଗରୁ ବିଜେଡି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା, ଆଉ ଏବେ…

ଭୁବନେଶ୍ୱର,୬ା୧୨: ପୋଲାଭରମ୍‌ ପ୍ରସଙ୍ଗରେ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri