ଚାପର ପରୀକ୍ଷା

ଜଟିଳ ସ୍ଥିତି ଦେଇ ଗତି କରୁଥିବା ଭାରତ-ବାଂଲାଦେଶ ସମ୍ପର୍କକୁ ସୁଧାରିବା ଲାଗି ଚେଷ୍ଟା କରାଯାଉଛି। ଉଭୟ ପକ୍ଷର ସଂସ୍ଥା, ସୁରକ୍ଷା ଏଜେନ୍ସି ଏବଂ ଦାୟିତ୍ୱରେ ଥିବା ଅଭିଜ୍ଞ କୂଟନୀତିଜ୍ଞଙ୍କ ଯୋଗୁ ଅନେକ ବର୍ଷ ଧରି ଏହି ସମ୍ପର୍କ ରହିଆସିଥିଲା ା ଏବେ ଉତ୍ତେଜନା ଏବଂ କଟୁ ସମାଲୋଚନା ବୃଦ୍ଧି ପାଉଥିବାବେଳେ ଏଭଳି ସ୍ଥିତିରେ ସେମାନଙ୍କ ଅଭିଜ୍ଞତା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେହେଉଛି। ତେବେ ଭାରତରେ ଥିବା ଦକ୍ଷ ଓ ଦୃଢ଼ ବ୍ୟକ୍ତିମାନେ ବାଂଲାଦେଶକୁ ଭଲ ଭାବେ ବୁଝିପାରୁଛନ୍ତି। ଭାରତର ସଂସ୍ଥାଗତ ଅଭିଜ୍ଞତାର ଗଭୀରତା ଦେଖନ୍ତୁ। ପୂର୍ବତନ ଆର୍‌ ଆଣ୍ଡଏଡବ୍ଲ୍ୟୁ(ର) ଅଧିକାରୀ ଅମିତାଭ ମାଥୁର, ଅମର ଭୂଷଣ, ରବି (ସିକେ) ସିହ୍ନା, ଶଶିଭୂଷଣ ସିଂହ, ଆଲୋକ ତିୱାରୀ, ଆର୍‌. କୁମାର ଏବଂ ଶଶିଭୂଷଣ ସିଂହ ତୋମାରଙ୍କ ଭଳି ଅନ୍ୟ ଅଧିକାରୀମାନେ ଅନେକ ଦଶନ୍ଧି ଧରି ଏକ ଦୃଢ଼ ନେଟ୍‌ୱର୍କ ଗଢ଼ି ଭୁଲ୍‌ ତଥ୍ୟର ମୁକାବିଲା, ସଙ୍କଟ ନିୟନ୍ତ୍ରଣ ଏବଂ ଗୁପ୍ତ ତଥା ପରୋକ୍ଷ ଯୋଗାଯୋଗ ପଦ୍ଧତି ସୃଷ୍ଟି କରିଛନ୍ତି। ଏମାନଙ୍କ ସହିତ ଭାରତର ରଣନୈତିକ କ୍ଷେତ୍ରରେ ଆଲୋକ ଜୋଷୀ, ଅଶୋକ ସିହ୍ନା ଏବଂ ବିବେକ ଜୋହରିଙ୍କ ଭଳି ବିଜ୍ଞ ବ୍ୟକ୍ତିଙ୍କୁ ଦେଖିଛୁ। ଏପରିକି ଇଣ୍ଟେଲିଜେନ୍ସ ବ୍ୟୁରୋରେ ଥିବା ଅଧିକାରୀ ଶୀଳ ବର୍ଦ୍ଧନ ସିଂହ, ବଲ୍‌ବୀର ସିଂହ, ସୁରେନ୍ଦ୍ର ସିଂହ, ରମାକାନ୍ତ ଏବଂ ସୁମିତ୍‌ ବାଂଲାଦେଶର ତୃଣମୂଳସ୍ତରର ବାସ୍ତବତାକୁ ଜାଣନ୍ତି। କୂଟନୈତିକ ସ୍ତରରେ ମଧ୍ୟ ପିନାକ ରଞ୍ଜନ ଚକ୍ରବର୍ତ୍ତୀଙ୍କ ପରି ବ୍ୟକ୍ତିମାନେ ବହୁ ଦିନ ଧରି ସତର୍କ କରିଆସିଛନ୍ତି ଯେ, ଆମ ବାଂଲାଦେଶ ନୀତି ଅହଂକାର କିମ୍ବା ନିର୍ବାଚନୀ ପ୍ରତିଫଳନ ଦ୍ୱାରା ସକ୍ରିୟ ଭାବେ ପରିଚାଳିତ ହୋଇପାରିବ ନାହିଁ। ଢାକାରେ ବଢ଼ୁଥିବା ରାଜନୈତିକ ଅସ୍ଥିରତା ଏବଂ ଜାତୀୟତାବାଦୀ ଚାପ କୂଟନୀତିକୁ ଅଧିକ ପ୍ରତିକ୍ରିୟାଶୀଳ କରିଦେଇଛି। ସମ୍ପର୍କ ଭାଙ୍ଗି ପଡୁନାହିଁ; ବରଂ ଏକ ଚାପର ପରୀକ୍ଷା ହେଉଛି। ଏକ ସ୍ଥାୟୀ ସମ୍ପର୍କ ପାଇଁ ଅଭିଜ୍ଞ ଅଧିକାରୀମାନେ ମାର୍ଗଦର୍ଶନ କରିବା ଉଚିତ।
ଘନିଷ୍ଠତାକୁ ପ୍ରାଧାନ୍ୟ
ଦିଲ୍ଲୀରେ ସମୟ କାଟ ଆଉ ନିଜ କ୍ୟାଡରକୁ ଫେରିଯାଅ ଏବଂ ଆପଣ ପୂର୍ବାପେକ୍ଷା କ୍ଷମତାର ଆହୁରି ନିକଟତର ହୋଇପାରିବେ ବୋଲି ଭାରତୀୟ ଅମଲାତନ୍ତ୍ରରେ ଏକ କୌତୂହଳପ୍ରଦ ନିୟମ ଅଛି। ଗୁଜରାଟ ହେଉଛି ଏହାର ବଡ଼ ଉଦାହରଣ। କେନ୍ଦ୍ର ସରକାରରେ ବିଶେଷକରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଏହା ସହ ଜଡ଼ିତ ଥିବା ଯେକୌଣସି ମନ୍ତ୍ରଣାଳୟରେ କାର୍ଯ୍ୟ କରିଥିବା ଅଧିକାରୀମାନେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ପଦବୀରେ ନିଯୁକ୍ତ ହେଉଛନ୍ତି। ଏକ ରାଜ୍ୟ ସରକାର ତାଙ୍କ ବ୍ୟବସ୍ଥାରେ ଜଣେ ପରିଚିତ ବ୍ୟକ୍ତିଙ୍କୁ ପସନ୍ଦ କରୁଛନ୍ତି। ବାସ୍ତବରେ, ଦିଲ୍ଲୀରୁ ଫେରିଥିବା ଅଧିକାରୀଙ୍କ ଗୁରୁତ୍ୱ ରହିଛି। ପିଏମ୍‌ଓ, ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଏବଂ ଜାତୀୟ ନୀତି ପ୍ରକ୍ରିୟାଗୁଡ଼ିକରେ ରହିବା ସେମାନଙ୍କ ଦକ୍ଷତାର ପରିଚୟଦିଏ। ଯେକୌଣସି ସରକାର ସେହି ବିଶେଷଜ୍ଞଙ୍କୁ ଚାହିଁବା ସ୍ବାଭାବିକ। ହେଲେ ସମସ୍ୟା ହେଉଛି ସମାନ ଭାବେ ଯୋଗ୍ୟ ଅଧିକାରୀଙ୍କୁ ପଛରେ ରଖି ଏଭଳି ବ୍ୟବସ୍ଥା କରାଯାଉଛି । ଏ କ୍ଷେତ୍ରରେ କେନ୍ଦ୍ର ସହ ସମ୍ପର୍କକୁ ଯୋଗ୍ୟତା ଭାବେ ଦେଖାଯାଏ। ଯେତେବେଳେ ଶାସନ ଏକ ବିଶ୍ୱସ୍ତତା ପରିବେଶକୁ ଆଦରିନିଏ, ସେତେବେଳେ ସଂସ୍ଥାଗତ ସ୍ବଚ୍ଛତା ପ୍ରଭାବିତ ହୁଏ। ଗୁଜରାଟ ଦକ୍ଷତା ଏବଂ ପ୍ରଶାସନିକ ଶୃଙ୍ଖଳାକୁ ନେଇ ଗର୍ବ କରେ। କିନ୍ତୁ ଦକ୍ଷତା କେବଳ ବିଶ୍ୱସ୍ତତା ଓ ସମ୍ପର୍କର ବିଷୟରେ ନୁହେଁ; ଏହା ବ୍ୟାପକ ପ୍ରତିଭା, ରାଜ୍ୟର ବାସ୍ତବ ସ୍ଥିତି ଉପରେ ଆଧାରିତ ଦକ୍ଷତାକୁ ସୂଚିତ କରେ। ଏହି ଧାରା ରାଜନୈତିକ ପରିଚାଳନାକୁ ସହଜ କରିପାରେ। କିନ୍ତୁ ଦେଖାଯାଏ ନିଯୁକ୍ତି ବେଳେ କାର୍ଯ୍ୟଦକ୍ଷତା ବଦଳରେ ଘନିଷ୍ଠତାକୁ ପ୍ରାଧାନ୍ୟ ଦିଆଯାଏ।
ଅଧିକାରୀଙ୍କୁ ରିହାତି
ରାଜସ୍ଥାନ ହାଉସିଂ ବୋର୍ଡ (ଆର୍‌ଏଚ୍‌ବି) ଆର୍ଥିକ ଦୃଷ୍ଟିରୁ ଦୁର୍ବଳ, ନିମ୍ନ ତଥା ମଧ୍ୟମ ଆୟକାରୀ ବ୍ୟକ୍ତିମାନଙ୍କର ବାସଗୃହ ପାଇବା ସ୍ବପ୍ନକୁ ସାକାର କରିବା ସକାଶେ ପ୍ରତିଷ୍ଠା କରାଯାଇଛି। ହେଲେ ବିଳାସପୂର୍ଣ୍ଣ ଫ୍ଲାଟ କ୍ରୟ କରୁଥିବା ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଅଧିକାରୀଙ୍କ ପାଇଁ ପ୍ରଶାସନିକ ଶୁଳ୍କ ହ୍ରାସ କରିବା ପାଇଁ ଏକ ନିୟାମକ କୌଶଳ ବ୍ୟବହାର କରାଯାଇଛି। ଏଥିରେ ପ୍ରତି ଫ୍ଲାଟରେ ବରିଷ୍ଠ ଅଧିକାରୀମାନେ ୮-୯ ଲକ୍ଷ ଟଙ୍କା ରିହାତି ପାଇଯାଉଛନ୍ତି। ଏହି ସମୟରେ, ଯେଉଁ ନାଗରିକମାନଙ୍କୁ ବୋର୍ଡ ସମର୍ଥନ କରିବା କଥା ଥିଲା, ସେମାନେ ଏପରି କୌଣସି ରିହାତି ପାଉନାହାନ୍ତି, ବରଂ ପୂରା ମୂଲ୍ୟ ଦେଇ ଫ୍ଲାଟ୍‌ କିଣୁଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଲାଭ ଦେବା ଲାଗି ନୀତି କରାଯାଉଛି, ଯାହା ଏକ ନିଆରା ଦୃଷ୍ଟାନ୍ତ ଭଳି ମନେହେଉଛି। ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବେ ହାଉସିଂ ବୋର୍ଡ ଆଇନରେ ସ୍ବଚ୍ଛତା ଏବଂ ନ୍ୟାୟକୁ ଆଧାର କରି ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରୁଥିବା ଗୃହ ଯୋଜନାଗୁଡ଼ିକୁ ସହଜ କରିବା ସ୍ପଷ୍ଟ କରାଯାଇଥିଲା। କିନ୍ତୁ ଏଠାରେ ଦେଖୁଛୁ, ଏହି ସଂସ୍ଥା ଉଚ୍ଚବର୍ଗର ଲୋକଙ୍କୁ ସୁବିଧାରେ ଘର ଯୋଗାଇଦେଉଛି। ଏହା କେବଳ ଏକ କୌଶଳ ନୁହେଁ, ବରଂ ଏହା ଏକ ପୁରୁଣା ଧାରାର ସୂକ୍ଷ୍ମ ସୁଦୃଢ଼ୀକରଣ। କିନ୍ତୁ ତାହାକୁ ଶ୍ରମ ଦେଇ ଗଢ଼ିଥିବା ଲୋକଙ୍କୁ କୌଣସି ସୁବିଧା ଦେଉନାହିଁ। ଯଦି ଆମେ ସମସ୍ତଙ୍କ ପାଇଁ ଘର ମିଳିବା ବିଷୟକୁ ନେଇ ଗମ୍ଭୀର ଭାବେ ଚିନ୍ତା କରୁଛେ, ତେବେ ବାବୁ ପ୍ରୋତ୍ସାହନ ସାମାଜିକ ସମାନତା ସହିତ ସମନ୍ବିତ ହେବା ଆବଶ୍ୟକ। ଅଧିକାରୀ ଶ୍ରେଣୀ ପାଇଁ ସୁବିଧା କରାଯିବା ଉଚିତ ନୁହେଁ। ଏବକାର ସ୍ଥିତିରେ, ଆର୍‌ଏଚ୍‌ବି ଏହାର ସାର୍ବଜନୀନ ସମର୍ଥନ ହରାଇଥିବା ପରି ମନେହେଉଛି।
Email: dilipcherian@gmail.com

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri