ଆଜି ରାଷ୍ଟ୍ରପତି ନିର୍ବାଚନ: ମୁର୍ମୁଙ୍କୁ ଓଡ଼ିଶାରୁ ୧୬୬ ଭୋଟ ମିଳିବା ଆଶା

ଭୁବନେଶ୍ବର, ୧୮ା୭(ବ୍ୟୁରୋ): ଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଛି। ସୋମବାର ସକାଳ ୧୦ରୁ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ। ତେବେ ନିର୍ଭୁଲ ଏବଂ କ୍ରସ୍‌ ଭୋଟିଂ ଯେପରି ନ ହେବ ସେଥିଲାଗି ଓଡ଼ିଶାର ସବୁ ଦଳ ନିଜର ପ୍ରସ୍ତୁତି ଏକପ୍ରକାର ଶେଷ କରିସାରିଛନ୍ତି। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଏନ୍‌ଡିଏରୁ ପ୍ରାର୍ଥୀ ହୋଇଛନ୍ତି। ମୁର୍ମୁଙ୍କୁ ଭୋଟ ଦେବା ଲାଗି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ବିଧାୟକ ଏବଂ ଏମ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେପରି ଗୋଟିଏ ବି ଭୋଟ ଏପାଖ ସେପାଖ ନ ହେବ ସେଥିପ୍ରତି ଧ୍ୟାନଦେବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଧାନସଭାରେ ଏନେଇ ଏକ ତାଲିମ କାର୍ଯ୍ୟକ୍ରମ ଶନିବାର ମଧ୍ୟ ଅନୁଷ୍ଠିତ ହୋଇଛି। ଯେଉଁମାନେ ପ୍ରଥମକରି ଏଥର ଭୋଟିଂରେ ଭାଗ ନେଉଛନ୍ତି ସେମାନେ ଯେପରି କିଛି ତ୍ରୁଟି ନ କରନ୍ତି ତା’ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଲାଗି ବିଜେଡି ଗୁରୁତ୍ୱ ଦେଇଛି। ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ମଧ୍ୟ ବିଧାୟକମାନଙ୍କ ସହ ବୈଠକ କରି ସମସ୍ତ ଭୋଟ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ଦେବା ନେଇ ଘୋଷଣା କରିସାରିଛି। ଅନ୍ୟପକ୍ଷରେ ଭାଜପା ବିଧାୟକ ଏବଂ ଏମ୍‌ପିମାନେ ମଧ୍ୟ ମୁର୍ମୁଙ୍କୁ ଭୋଟ ଦେବା ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଦିଲ୍ଲୀରେ ଏମ୍‌ପିମାନଙ୍କୁ କ୍ରସ୍‌ ଭୋଟିଂ ନ ହେବା ଦିଗରେ ଟ୍ରେନିଂ ଦିଆଯାଇଛି। ସେହିପରି ଶନିବାର ଓଡ଼ିଶାର ବିଧାୟକମାନଙ୍କୁ ନେଇ ମଧ୍ୟ ଏକ ଟ୍ରେନିଂ କ୍ୟାମ୍ପ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ସବୁ ଦଳ ନିଜ ନିଜର ଏଜେଣ୍ଟ ମଧ୍ୟ ଠିକ୍‌ କରିସାରିଛନ୍ତି। ଅନ୍ୟପଟେ ନିର୍ବାଚନରେ ମୁର୍ମୁଙ୍କ ବିପୁଳ ବିଜୟ ପାଇଁ ଭାଜପା ତରଫରୁ ରବିବାର ରାଜ୍ୟର ବିଭିନ୍ନ ଦେବାଳୟରେ ପ୍ରାର୍ଥନା ଏବଂ ଯଜ୍ଞ କରାଯାଇଛି। ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ସମସ୍ତ ବରିଷ୍ଠ ନେତୃବୃନ୍ଦ, ଏମ୍‌ପି, ବିଧାୟକ, ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିରକୁ ଯାଇ ଦୀପଦାନ କରିଛନ୍ତି। ସମୀର ମହାନ୍ତି ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଦୀପଦାନ କରି ମୁର୍ମୁଙ୍କ ବିପୁଳ ବିଜୟ ପାଇଁ ପ୍ରାର୍ଥନା କରିବା ସହ ପୁରୁଣା ଭୁବନେଶ୍ୱର ସ୍ଥିତ ଡାକରା ବିଭୀଷଣ ମନ୍ଦିରରେ ପୂଜା ଓ ଯଜ୍ଞ କରିଛନ୍ତି। ସେହିପରି ପାର୍ଟିର ସମସ୍ତ ବିଧାୟକ ପୁରୀ ଯାଇ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରି ପ୍ରାର୍ଥନା କରିଛନ୍ତି। ତେବେ ମୋଟ ୧୪୭ ବିଧାୟକଙ୍କ ମଧ୍ୟରୁ ବିଜେଡିର ୧୧୨, ଦୁଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ ଦଳରୁ ବିଦା ହୋଇଛନ୍ତି। ଏହି ଦୁଇ ବିଧାୟକଙ୍କ ମଧ୍ୟରୁ ପ୍ରଦୀପ ପାଣିଗ୍ରାହୀ ମୁର୍ମୁଙ୍କୁ ଭୋଟ ଦେବେ ବୋଲି ଘୋଷଣା କରିସାରିଥିବା ବେଳେ ଜଗଦ୍ଦେବଙ୍କ କଥା ସ୍ପଷ୍ଟ ହୋଇନାହିଁ। ଜଣେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଏନ୍‌ଡିଏ ସପକ୍ଷରେ ଭୋଟ ଦେବେ। ଜଣେ ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା କିନ୍ତୁ ଯଶଓ୍ବନ୍ତ ସିହ୍ନାଙ୍କୁ ଭୋଟ୍‌ ଦେବେ। ସେହିପରି କଂଗ୍ରେସର ୯ ବିଧାୟକ ଯଶଓ୍ବନ୍ତଙ୍କୁ ଭୋଟ ଦେବାକୁ ଥିବାବେଳେ ଭାଜପାର ୨୨ ବିଧାୟକ ମୁର୍ମୁଙ୍କୁ ଭୋଟ ଦେବେ। ଏହିପରି ଭାବେ ଯଦି କୌଣସି ପ୍ରକାର କ୍ରସ୍‌ ଭୋଟିଂ କିମ୍ବା ନାକଚ ନ ହୁଏ ଏବଂ କେହି ଅନୁପସ୍ଥିତ ନ ରୁହନ୍ତି ତେବେ ୧୪୬ରୁ ମୁର୍ମୁଙ୍କୁ ମୋଟ୍‌ ୧୩୬ ଏବଂ ସିହ୍ନାଙ୍କୁ ମାତ୍ର ୧୦ଟି ଭୋଟ୍‌ ମିଳିିବ। ସେହିପରି ରାଜ୍ୟର ମୋଟ ୨୧ ଲୋକ ସଭା ଏବଂ ୧୦ ରାଜ୍ୟ ସଭା ଆସନ ମଧ୍ୟରୁ କଂଗ୍ରେସ ହାତରେ ମାତ୍ର ଗୋଟିଏ ସିଟ୍‌ ରହିଛି। ୨୧ ଲୋକ ସଭା ଆସନରୁ ବିଜେଡିର ୧୨ ଏବଂ ଭାଜପା ହାତରେ ୮ଟି ଆସନ ଅଛି। ସେହିପରି ରାଜ୍ୟ ସଭାରେ ୧୦ ଆସନରୁ ବିଜେଡି ହାତରେ ୯ ଏବଂ ଗୋଟିଏ ଭାଜପା ପାଖରେ ଅଛି। ଏହିଭଳି ମୋଟ ୩୧ ଲୋକ ସଭା ଏବଂ ରାଜ୍ୟ ସଭା ଆସନରୁ ସିହ୍ନାଙ୍କୁ ଗୋଟିଏ ଭୋଟ୍‌ ପଡିବାକୁ ଥିବାବେଳେ ମୁର୍ମୁଙ୍କୁ ୩୦ଟି ଭୋଟ ମିଳିବା ଏକ ପ୍ରକାର ସ୍ପଷ୍ଟ। ତେବେ ବିଧାନସଭାରେ ରାଷ୍ଟ୍ରପତି ଭୋଟିଂ ଲାଗି ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?