Posted inଜାତୀୟ

ରାଷ୍ଟ୍ରପତି ନିର୍ବାଚନ, ବିମାନରେ ଯାଉଛି ମିଷ୍ଟର ବାଲଟ ବକ୍ସ…

ନୂଆଦିଲ୍ଲୀ,୧୩।୭ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲଟ ବକ୍ସଗୁଡ଼ିକ ବିମାନ ଦ୍ୱାରା ବିଭିନ୍ନ ରାଜ୍ୟକୁ ଯାତ୍ରୀ ଭାବରେ ପଠାଯାଉଛି। ବିମାନରେ ଏଥି ପାଇଁ ମିଷ୍ଟର ବାଲଟ ବକ୍ସ ନାମରେ ଟିକେଟ ବୁକ କରାଯାଉଛି ଏବଂ ଏହାକୁ ଇଂରାଜୀ ଉଚ୍ଚାରଣ ହି ଭାବେ ସମ୍ବୋଧନ କରାଯାଉଛି। ନିର୍ବାଚନ ଅଧିକାରୀ ବାକ୍ସ ପ୍ରତି ଯେପରି ଅଧିକ ଦୃଷ୍ଟି ଦେବେ ସେଥିଲାଗି ଏହାକୁ ଆଗରେ ଆସନ ଦିଆଯାଉଛି।

ଲକ୍ଷ୍ନୌ ସମେତ ୧୪ଟି ରାଜଧାନୀ ପାଇଁ ମଙ୍ଗଳବାର ପର୍ଯ୍ୟନ୍ତ ମିଷ୍ଟର ବାଲଟ ବକ୍ସ ପଠାଯାଇଥିବାବେଳେ ୧୬ ଟି ବାକ୍ସ ବୁଧବାର ପଠାହେବ। ବୁଧବାର ସଂସଦ ଏବଂ ଦିଲ୍ଲୀ ବିଧାନସଭାର ବାକ୍ସ ମଧ୍ୟ ପଠାଯିବ। ଏହା ବ୍ୟତୀତ ହିମାଚଳ ପ୍ରଦେଶର ବାଲଟ ବାକ୍ସକୁ ରାସ୍ତାରେ ପଠାଯାଉଛି।

ଏହାକୁ ନେବାକୁ ରାଜ୍ୟର ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ମଧ୍ୟ ନିର୍ବାଚନ ଆୟୋଗ ମୁଖ୍ୟାଳୟ ନିର୍ବାଚଣ ସଦନରେ ପହଞ୍ଚିଛନ୍ତି।

ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ନିର୍ବାଚନ ପାଇଁ ସମସ୍ତ ବିସ୍ତୃତ ନିର୍ଦ୍ଦେଶ ଏବଂ ଏସ୍‌ଓପି ଗୁଡିକ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବ। ଭୋଟ ସମାପ୍ତ ହେବା ପରେ ବାଲଟ ବକ୍ସ ଏବଂ ଅନ୍ୟାନ୍ୟ ନିର୍ବାଚନ ସାମଗ୍ରୀ ରିଟର୍ଣ୍ଣିଂ ଅଫିସରଙ୍କ ନିକଟକୁ ପଠାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିନର ପାର୍ଟିରେ ଗୁଳିମାଡ଼କୁ ନେଇ ଟ୍ରମ୍ପଙ୍କ ବଡ଼ ଖୁଲାସା, କହିଲେ ଇରାନ…

ଓ଼୍ବାଶିଂଟନ,୨୬।୪: ହ଼୍ବାଇଟ ହାଉସ କରିସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ହଠାତ ଗୁଳିମାଡ଼ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ଶାନ୍ତ ରହିବାକୁ ନିବେଦନ…

ଡିନର ପାର୍ଟିରେ ହଠାତ୍‌ ଟ୍ରମ୍ପଙ୍କୁ ଗୁଳିମାଡ଼! ଦେଖନ୍ତୁ ଭିଡିଓ

ଓ଼୍ବାଶିଂଟନ,୨୬।୪: ‘ହ଼୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ’ ରାତ୍ରୀଭୋଜନ ସମୟରେ ୱାଶିଂଟନ ହିଲଟନ ହୋଟେଲରେ ଗୁଳିମାଡ଼। ତେବେ ଏହି ଘଟଣା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଏବଂ ଉପରାଷ୍ଟ୍ରପତି ଜେଡି…

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ମୁହାଁଇଥିଲେ ହଜାର ହଜାର ଲୋକ: ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ଘଟିଲା ସଂଘର୍ଷ

ଇମ୍ଫାଲ,୨୫ା୪: ମଣିପୁରରେ ହୋଇଥିବା ହିଂସାକୁ ନେଇ ସ୍ଥିତି ପୁଣି ଜଟିଳ ହେବାରେ ଲାଗିଛି। କୁକି ଏବଂ ନାଗା ସମ୍ପ୍ରଦାୟର ୨ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ହିଂସା ଘଟି…

ଇରାନ-ଆମେରିକା ଶାନ୍ତି ଆଲୋଚନା ପୁଣି ବିଫଳ: ପ୍ରତିନିଧିଙ୍କ ଇସଲାମାବାଦ ଯାତ୍ରା ବାତିଲ କଲେ ଟ୍ରମ୍ପ, ଫେରିଗଲେ…

ୱାଶିଂଟନ/ଇସଲାମାବାଦ,୨୫।୪: ପାକିସ୍ତାନରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ଶାନ୍ତି ଆଲୋଚନା ପୁଣି ଥରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିନିଧି ଷ୍ଟିଭ ୱିଟକଫ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ବଡ଼ ଅଘଟଣ, ଯନ୍ତ୍ରଣାରେ ଛଟପଟ ହୋଇ ମଇଦାନ ବାହାରକୁ ଗଲେ ଷ୍ଟାର ବ୍ୟାଟର୍‌

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ରେ ନିଜର ବ୍ୟାଟିଂ ଯାଦୁରେ ସମସ୍ତଙ୍କୁ ଚକିତ କରିଦେଇଥିବା ରାଜସ୍ଥାନ ରୟାଲ୍ସର ଷ୍ଟାର୍‌ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଆହତ ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ…

ମୋଦି, ମମତାଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ…

କୋଲକାତା,୨୫ା୪: ପଶ୍ଚିମବଙ୍ଗରେ ଏକ ନିର୍ୱାଚନୀ ସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ଏବଂ…

NRI ବି କରିପାରିବେ Aadhaar Card? ଜାଣନ୍ତୁ କ’ଣ କହୁଛି UIDAI ନିୟମ…

ନୂଆଦିଲ୍ଲୀ,୨୫।୪: ଆଜିର ସମୟରେ ବ୍ୟାଙ୍କିଙ୍ଗଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁଥିରେ ଆଧାର କାର୍ଡ ଏକ ଅପରିହାର୍ଯ୍ୟ ଦଲିଲ ପାଲଟିଛି। ଏଭଳି ସ୍ଥିତିରେ ବିଦେଶରେ ରହୁଥିବା…

ଆମେରିକା ସହିତ ଆଲୋଚନା ପୂର୍ବରୁ ହର୍ମୁଜକୁ ନେଇ ଚେତାବନୀ ଦେଲା ଇରାନ, ଆମେ ପୁଣି ପ୍ରତିଶୋଧ ନେବୁ…

ତେହରାନ,୨୫ା୪: ଏକ ଇରାନୀ ପ୍ରତିନିଧି ଦଳ ବର୍ତ୍ତମାନ ପାକିସ୍ତାନରେ ଉପସ୍ଥିତ ଅଛନ୍ତି । ଦେଶର ବୈଦେଶିକ ମନ୍ତ୍ରୀ ନିଜେ ଏହି ଦଳର ନେତୃତ୍ୱ ନେଉଛନ୍ତି । ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri