Posted inଜାତୀୟ

‘ମୋର ରାଷ୍ଟ୍ରପତି ହେବାର ସ୍ବପ୍ନ ନାହିଁ କିନ୍ତୁ…’

ଲକ୍ଷ୍ନୌ,୨୯।୪: ଦେଶରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଉତ୍ତରପ୍ରଦେଶରେ କଳ୍ପନାଜଳ୍ପନା ଜାରି ରହିଛି। ନିକଟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ କହିଥିଲେ, ବହୁଜନ ସମାଜ ପାର୍ଟି (ବିଏସପି) ର ଭୋଟ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟ୍ରାନ୍ସଫର୍‌ କରାଯାଇଛି, ତେଣୁ ବର୍ତ୍ତମାନ ମାୟାବତୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଉଚିତ୍‌। ଏହି ମନ୍ତବ୍ୟ ପରେ ମାୟାବତୀ ଶୁକ୍ରବାର ସମାଜବାଦୀ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ଅନେକ ଟୁଇଟ୍‌ କରିଛନ୍ତି। ମାୟାବତୀ କହିଛନ୍ତି, ତାଙ୍କର ରାଷ୍ଟ୍ରପତି ହେବାର ସ୍ବପ୍ନ ନାହିଁ, ସେ ସମାଜର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିବେ।
ମାୟାବତୀ ଲେଖିଛନ୍ତି, ଏସପି ମୁଖ୍ୟ ୟୁପିରେ ମୁସଲମାନ ଏବଂ ଯାଦବ ସମାଜର ସମ୍ପୂର୍ଣ୍ଣ ଭୋଟ ନେବା ପରେ ମଧ୍ୟ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ପୂରଣ କରିପାରିଲେ ନାହିଁ। ତେବେ ସେ ଅନ୍ୟମାନଙ୍କର ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ କେମିତି ପୂରଣ କରିପାରିବେ।
ମାୟାବତୀ ଆହୁରି ଲେଖିଛନ୍ତି, ଗତ ଲୋକ ସଭା ନିର୍ବାଚନରେ ବିଏସପି ସହ ମେଣ୍ଟ ଗଠନ ପରେ ମଧ୍ୟ ସେ ନିଜେ ମାତ୍ର ୫ଟି ଆସନ ଜିତି ପାରିଥିଲେ, ତେବେ ସେ କିପରି ବିଏସପି ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ କରାଇପାରିବେ? ତେଣୁ ସେ ଏହିପରି କଥା କହିବା ବନ୍ଦ କରିବା ଉଚିତ୍‌। ମୁଁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହେବି କିମ୍ବା ନ ହେବି ଜାଣିନାହିଁ, କିନ୍ତୁ ଆମର ଦୁର୍ବଳ ତଥା ଅବହେଳିତ ବିଭାଗର ସ୍ବାର୍ଥରେ ମୁଁ କଦାପି ଦେଶର ରାଷ୍ଟ୍ରପତି ହୋଇପାରିବି ନାହିଁ। ଅନ୍ତତଃପକ୍ଷେ ଏବେ ୟୁପିରେ ମୁଖ୍ୟମନ୍ତ୍ରୀ ହେବାର ଏସପିଙ୍କ ସ୍ବପ୍ନ କେବେ ପୂରଣ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ଶୁଣାଣିର ସିଧାପ୍ରସାରଣ ନେଇ ପିଟିଶନ: ନିଷ୍ପତ୍ତି ନେବେ ସିଜେଆଇଙ୍କ ଖଣ୍ଡପୀଠ

ନୂଆଦିଲ୍ଲୀ,୭ା୯,(ପି.ଟି./ଆଇଏଏନ୍‌ଏସ୍‌): ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ବିବାଦ ମାମଲା ଦୈନନ୍ଦିନ ଶୁଣାଣିର ସିଧାପ୍ରସାରଣ ଓ ରେକର୍ଡିଂ ହେବ କି ନାହିଁ ତାହା ଭାରତର ପ୍ରଧାନ ବିଚାରପତି...

ଦିଲ୍ଲୀକୁ ଟିକା ଦେବାକୁ ମନା କଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ, ୧୨ା୫: ଦିଲ୍ଲୀରେ ଟିକା ଅଭାବ ଦେଖାଦେଇଥିବାବେଳେ କୋଭାକ୍ସିନ ଯୋଗାଇବାକୁ ମନା କରିଦେଇଛି ଭାରତ ବାୟୋଟେକ୍‌। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ...

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଯାହା ହେଲେ ମଧ୍ୟ ଏହାକୁ କରୋନା ଭାବେ ଗ୍ରହଣ କରାଯିବ, ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ, ୩୧।୭ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଥରେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ମୃତ୍ୟୁର କାରଣ ଯାହା ହେଲେ...

ମାଙ୍କଡ଼ ତଡ଼ିବା ପାଇଁ ଭାଲୁ ପୋଷାକ ପିନ୍ଧିଲେ ଆଇଟିବିପି ଯବାନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସେମାନେ ଲୋକଙ୍କ ଘରେ ପଶି ଖାଦ୍ୟ ପଦାର୍ଥ ଛଡ଼ାଇ ନେବା ସହିତ ନାନା ପ୍ରକାର ହଇରାଣ କରୁଛନ୍ତି।...

୨ଟି ବସ୍‌ରେ ଝାଡ଼ଖଣ୍ଡର ବିଧାୟକ ପଶ୍ଚିମବଙ୍ଗ-ଛତିଶଗଡ଼ ମୁହାଁ…

ରାଞ୍ଚି, ୨୭।୮ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଅଯୋଗ୍ୟ ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସରକାରରେ ଭଙ୍ଗ ହେବ ନେଇ ଚର୍ଚ୍ଚା...

ନିର୍ବାଚନ ଲାଗି ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ, ୨୨।୮: କରୋନା ମହାମାରୀ ବେଳେ ନିର୍ବାଚନ ଓ ଉପନିର୍ବାଚନ ପରିଚାଳନା ଲାଗି ନିର୍ବାଚନ କମିଶନ (ଇସି) ଶୁକ୍ରବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ବିଭିନ୍ନ...

ବାୟୁ ସେନାକୁ ବଡ଼ ସଫଳତା

ନୂଆଦିଲ୍ଲୀ,୨୯।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ବୋମା (ଏଲ୍‌ଆର୍‌)କୁ ସଫଳତାର ସହ ପରୀକ୍ଷା କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ...

ମେଡ ଇନ୍ ଇଣ୍ଡିଆର ଦମ୍ : ଆଣ୍ଟି ବିକିରଣ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୯ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍‌ଡିଓ) ପୁଣିଥରେ ଇତିହାସ ରଚିଛି । ଭାରତ...

Advertisement
Archives

Model This Week